୮ ବ୍ଲକରୁ ୪ଟିରେ ମହିଳା

ଅନୁଗୋଳ ଅଫିସ, ୮।୧ ଅନୁଗୋଳ ଜିଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି। ଜିଲାର ମୋଟ୍‌ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ମଧ୍ୟରୁ ଅନୁଗୋଳ ବ୍ଲକ ଅଧ୍ୟକ୍ଷ ପଦବୀ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ସେହିପରି ଆଠମଲ୍ଲିକ, କଣିହଁା ଓ ବଅଁରପାଳ ଅଣସଂରକ୍ଷିତ ଥିବାବେଳେ କିଶୋରନଗର ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା, ଚାଳଚେର ବ୍ଲକ ଅଧ୍ୟକ୍ଷ ପଦବୀ ମହିଳା ଏବଂ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ସେହିପରି ଅନୁଗୋଳ ବ୍ଲକରେ ଥିବା ମୋଟ୍‌ ୩୪ଟି ପଞ୍ଚାୟତ ମଧ୍ୟରୁ ୨୭ଟି ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ସେଥିରୁ ୧୪ଟି ପୁରୁଷ ଓ ୧୩ଟି ମହିଳାଙ୍କ ପାଇଁ ରଖାଯାଇଛି। ଅନ୍ୟ ୭ଟି ମଧ୍ୟରୁ ଅନୁସୂଚିତ ଜାତି ପୁରୁଷଙ୍କ ପାଇଁ ୩ ଓ ମହିଳାଙ୍କ ପାଇଁ ୪ଟି ପଞ୍ଚାୟତ ସଂରକ୍ଷିତ ରହିଛି। ବଅଁରପାଳ ବ୍ଲକର ୩୫ ପଞ୍ଚାୟତ ମଧ୍ୟରୁ ୨୬ଟି ପଞ୍ଚାୟତ ଅଣସଂରକ୍ଷିତ ଓ ୯ଟି ପଞ୍ଚାୟତ ଅନୁସୂଚିତ ଜାତିଙ୍କ ପାଇଁ ରଖାଯାଇଛି। ଛେଣ୍ଡିପଦା ବ୍ଲକର ୩୪ ପଞ୍ଚାୟତ ମଧ୍ୟରୁ ୨୬ଟି ଅଣସଂରକ୍ଷିତ ଓ ଅନୁସୂଚିତ ଜାତିଙ୍କ ପାଇଁ ୮ଟି ପଞ୍ଚାୟତ ରଖାଯାଇଛି। ତାଳଚେର ବ୍ଲକର ୨୧ ପଞ୍ଚାୟତ ମଧ୍ୟରୁ ୧୫ଟି ଅଣସଂରକ୍ଷିତ ଓ ୬ଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଛି। କଣିହଁା ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୨୦ଟି ଅଣସଂରକ୍ଷିତ ଓ ୭ଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଆଠମଲ୍ଲିକ ବ୍ଲକର ୨୪ ପଞ୍ଚାୟତ ମଧ୍ୟରୁ ୨୦ଟି ଅଣସଂରକ୍ଷିତ ଓ ୪ଟି ଅନୁସୂଚିତ ଜାତି, କିଶୋରନଗର ବ୍ଲକର ୨୩ ପଞ୍ଚାୟତ ମଧ୍ୟରୁ ୧୯ଟି ଅଣସିଂରକ୍ଷିତ ଓ ୪ଟି ଅନୁସୂଚିତ ଜାତି, ପାଲଲହଡ଼ା ବ୍ଲକର ୨୭ ପଞ୍ଚାୟତ ମଧ୍ୟରୁ ୨୩ଟି ଅଣସିଂରକ୍ଷିତ ଓ ୪ଟି ଅନୁସୂଚିତ ଜାତିଙ୍କ ନିମନ୍ତେ ସଂରକ୍ଷିତ ରହିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ସମିତି ସଭ୍ୟମାନଙ୍କ ପାଇଁ ମଧ୍ୟ ସ୍ଥାନ ସଂରକ୍ଷଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri