Posted inଜାତୀୟ

୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା…

ନୂଆଦିଲ୍ଲୀ, ୧୯।୭ : ସହମତିରେ ଶାରୀରିକ ସମ୍ପର୍କ ଯୋଗୁ ଗର୍ଭବତୀ ହୋଇଥିବା ଜଣେ ଅବିବାହିତା ମହିଳାଙ୍କ ୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବା ମାମଲାର ବିଚାର କରିବା ଲାଗି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି। ପୂର୍ବରୁ ଜୁଲାଇ ୧୬ରେ ମହିଳାଙ୍କ ୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଥିଲେ। ଫଳରେ ମହିଳା ଶୀର୍ଷକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଥିଲେ, ଏପରି କରିବା ଏକ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ସହିତ ସମାନ।

ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଶିଶୁ ଜନ୍ମ ନହେବା ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ, ଯାହା ପରେ ନବଜାତ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇପାରିବ। ଖଣ୍ଡପୀଠ କହିଥିଲେ, ସମ୍ପ୍ରତିି ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର କୌଣସି ଅଭାବ ନାହିଁ। ଅନେକ ଲୋକ ଏହାକୁ ଚାହିଁ ବସିଛନ୍ତି। ଆବେଦନକାରୀଙ୍କ ଆଇନଜୀବୀ କହିଥିଲେ ଯେ ଅବିବାହିତା ଏବଂ ମା ହେବାର ଗର୍ଭଧାରଣର ଏହି ପର୍ଯ୍ୟାୟରେ ଆବେଦନକାରୀ ଅତ୍ୟଧିକ ମାନସିକ ଚାପରେ ଅଛନ୍ତି। ଏପରି ଅବସ୍ଥାରେ ସେ ଏକ ସନ୍ତାନ ପ୍ରସବ କରିବାକୁ ସକ୍ଷମ ହେବେ ନାହିଁ ଏବଂ ତା’ପରେ ତାଙ୍କର ପ୍ରତିପୋଷଣ ମଧ୍ୟ ବହୁତ କଷ୍ଟସାଧ୍ୟ ହେବ।

ଆଇନଜୀବୀ ଏହା ମଧ୍ୟ କହିଥିଲେ ଯେ ଅବିବାହିତା ମହିଳାଙ୍କ ପ୍ରତି ଗର୍ଭଧାରଣର ଚିକିତ୍ସା ସମାପ୍ତି ସମ୍ବନ୍ଧରେ ବାର୍‌ ଆଇନ ଅତ୍ୟନ୍ତ ଭେଦଭାବପୂର୍ଣ୍ଣ। ଏଥିପାଇଁ ଖଣ୍ଡପୀଠ କହିଥିଲେ, ଆମେ ଶିଶୁର ଯତ୍ନ ନେବାକୁ ଆବେଦନକାରୀଙ୍କୁ କହୁ ନାହୁଁ। ଆମେ ନିଶ୍ଚିତ କରିବୁ ଯେ ଶିଶୁର ଜନ୍ମ ପର୍ଯ୍ୟନ୍ତ ତାଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖାଯିବ। ସେ ଶିଶୁକୁ ଜନ୍ମ ଦେବା ପରେ ଯାଇପାରନ୍ତି । ଆମେ ତାଙ୍କ ପିଲାକୁ ପୋଷ୍ୟ ସନ୍ତାନ ଭାବରେ କାହାକୁ ଦେବୁ ତାହା ଚିନ୍ତା କରିବୁ। ତେଣୁ ସେ କେବଳ ସନ୍ତାନଙ୍କୁ ଜନ୍ମ ଦିଅନ୍ତୁ। କିନ୍ତୁ ଆମେ ଆପଣଙ୍କୁ ପିଲାକୁ ମାରିବାକୁ ଅନୁମତି ଦେଇ ପାରିବୁ ନାହିଁ। ବେଞ୍ଚ କହିଥିଲେ ଯେ ଗର୍ଭଧାରଣର ୩୬ ସପ୍ତାହ ମଧ୍ୟରୁ ପ୍ରାୟ ୨୪ ସପ୍ତାହ ସମାପ୍ତ ହେବାକୁ ଯାଉଛି।

ମୁଖ୍ୟ ବିଚାରପତି କହିଥିଲେ, ଆମେ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବୁ କିନ୍ତୁ ଶିଶୁର ହତ୍ୟାକୁ ଅନୁମତି ଦେବୁ ନାହିଁ। ମୁଖ୍ୟ ବିଚାରପତି ଆବେଦନକାରୀଙ୍କ ଆଇନଜୀବୀଙ୍କୁ କହିଥିଲେ, ତୁମେ ତୁମର କ୍ଲାଏଣ୍ଟଙ୍କୁ ବୁଝାଅ। ଆମେ ନିଶ୍ଚିତ କରୁଛୁ ଯେ ତାଙ୍କର ଯତ୍ନ ଏବଂ ସୁରକ୍ଷା ଦାୟିତ୍ୱ ଆମର। ଶିଶୁଙ୍କ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର କିମ୍ବା ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ।

ତାଙ୍କୁ ସର୍ବୋତ୍ତମ ଡାକ୍ତରଖାନାରେ ଭର୍ତ୍ତି କରାଯିବ ଏବଂ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟ ବିଚାରପତି କହିଥିଲେ ଯେ କେବଳ ଏତିକି ନୁହେଁ, ମୁଁ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି, କିନ୍ତୁ ଏହି ସମୟରେ ମୁଁ ଗର୍ଭରେ ଶିଶୁର ହତ୍ୟାକୁ ଅନୁମତି ଦେଇ ପାରିବି ନାହିଁ। ଆବେଦନକାରୀଙ୍କ ଆଇନଜୀବୀ ଯୁକ୍ତି କହିଥିଲେ ଯେ ଅବିବାହିତ ମହିଳାଙ୍କ ମାମଲା ପାଇଁ ୨୦ ସପ୍ତାହ ପରେ ଗର୍ଭପାତ ଆଇନ ଅନୁଯାୟୀ ଉପଲବ୍ଧ ହେଉଥିବାବେଳେ ଛାଡପତ୍ର ହୋଇଥିବା ମହିଳା ଏବଂ ଅନ୍ୟାନ୍ୟ ବର୍ଗର ମହିଳାଙ୍କ ପାଇଁ ଗର୍ଭପାତ ୨୪ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେବା ଅତ୍ୟନ୍ତ ଭେଦଭାବପୂର୍ଣ୍ଣ। ସେ କହିଥିଲେ ଏହି ଆଇନ ଅବିବାହିତା ମହିଳାଙ୍କୁ ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣର ଡାକ୍ତରୀ ଗର୍ଭପାତ କରାଇବାକୁ ଅନୁମତି ଦେଇଥାଏ, କିନ୍ତୁ ସହମତି ଭିତ୍ତିରେ ଥିବା ଆବେଦନକାରୀ ତାଙ୍କ ସାଥୀଙ୍କୁ ପରିତ୍ୟାଗ କରି ଏବେ ଗର୍ଭପାତ କରାଇବାକୁ ଚାହୁଁଛନ୍ତି। ଆବେଦନକାରୀ ମଧ୍ୟ ସନ୍ତାନ ପାଇବାକୁ ଚାହୁଁ ନାହାଁନ୍ତି ବୋଲି କୋର୍ଟଙ୍କ ପରାମର୍ଶକୁ ପ୍ରତ୍ୟାଖ୍ୟାନ କହିଥିଲେ। ଫଳରେ ଏବେ ମହିଳା ଜଣକ ଶୀର୍ଷକୋର୍ଟରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସୁରକ୍ଷା ଲାଗି ବଜେଟରେ ୬ଶହ କୋଟି

ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ପେଶାଲ ପ୍ରୋଟେକଶନ୍‌ ଗ୍ରୁପ(ଏସ୍‌ପିଜି)ଲାଗି ଏଥର ସରକାର ବଜେଟରେ ପ୍ରାୟ ୬ଶହ କୋଟି ଟଙ୍କାର ବ୍ୟୟ ବରାଦ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଯବାନଙ୍କ ଉପରେ ଚଳାଇଲା ଗୁଳି

ଶ୍ରୀନଗର,୬।୯: ପାକିସ୍ତାନ ନିଜ ମନ୍ଦ ଆଚରଣରୁ ବାଦ୍‌ ପଡ଼ୁନି। ଲଗାତର ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ବେଳେ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ ଜାରି ରହିଛି। ଇତିମଧ୍ୟରେ...

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଇଛନ୍ତି ୧୬ ଶିଶୁ !

ନୂଆଦିଲ୍ଲୀ,୨୨।୫: କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ଶ୍ରମିକମାନେ କାମଧନ୍ଦା ଅଭାବରୁ...

ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ କଲେ ଯୁବକ

ଜୟପୁର,୨୫।୪: ଦେଶରେ ଯୌତୁକ ବିରୋଧରେ ଜାରି ରହିଛି ସଚେତନତା। ଏହି ମର୍ମରେ ରାଜସ୍ଥାନ ସିକର ଜିଲାରେ ଜଣେ ଯୁବକ ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ।...

ଦୈନିକ ସଂକ୍ରମଣ ୨୨୬, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୪।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ଏମ୍‌ପିରେ ଅପରେଶନ୍‌ ଲୋଟସ୍‌: ସିନ୍ଧିଆଙ୍କୁ ବାଡ଼ ଡିଆଁଇବା ପାଇଁ ଭାଜପାର ଉଦ୍ୟମ ଜାରି !

ଭୋପାଳ,୧୦।୩: ମଧ୍ୟପ୍ରଦେଶରେ ମୁଖ୍ୟ କମଲନାଥଙ୍କ ସରକାର ଉପରେ ସଙ୍କଟ ଘନେଇ ଆସୁଛି। କଂଗ୍ରେସରେ ଲାଗି ରହିଥିବା କନ୍ଦଳରୁ ଭାଜପା ଫାଇଦା ମାରିବାର ଉଦ୍ୟମ କରୁଥିବା ରାଜନୈତିକ...

ସ୍କୁଲ ପିଲାଙ୍କୁ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦେବା ପ୍ରସ୍ତାବ, ବିରୋଧ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଡାକ୍ତର…

ଥିରୁଭାନନ୍ତପୁରମ୍‌,୨୧।୧୦: ସ୍କୁଲ ପିଲାଙ୍କୁ କରୋନା ମହାମାରୀ ଲଢ଼େଇରେ ହୋମିଓପ୍ୟାଥି ଇମ୍ୟୁନିଟି ବୁଷ୍ଟର ଦିଆଯିବା ପ୍ରସ୍ତାବକୁ ବିରୋଓ କରି କେରଳର ଜଣେ ଡାକ୍ତର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।...

ପୁରୀ ଜଗନ୍ନାଥଙ୍କ ରଙ୍ଗ ଭଳି ନିର୍ମାଣ ହେବ ନେତାଜୀଙ୍କ ମୂର୍ତ୍ତି

ନୂୂଆଦିଲ୍ଲୀ,୨୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ପୁରୀ ପ୍ରଭୁ ଜଗନ୍ନାଥଙ୍କ...

Advertisement
Archives

Model This Week