Posted inଫୁରସତ

ମହିଳାଙ୍କୁ ମର୍ଯ୍ୟାଦା ମିଳୁନି: ପାରମିତା

ମହିଳାମାନଙ୍କ ପାଇଁ ସତର୍କ ଏବଂ ସୁରକ୍ଷାପୂର୍ଣ୍ଣ ସମାଜ ଲାଗି ସବୁବେଳେ କାମନା କରି ଆସିଛି। ମଣିଷ ଭାବେ ମହିଳା ଏବଂ ପୁରୁଷ ଦୁହେଁ ସମାନ। ଏବେ ବି ମହିଳାଙ୍କୁ ତାଙ୍କର ନ୍ୟାଯ୍ୟ ମର୍ଯ୍ୟାଦା ଦିଆଯାଇ ପାରୁନାହିଁ ବୋଲି ସାହିତି୍ୟକା ପାରମିତା ଶତପଥୀ କହିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ କହିଛନ୍ତି ଯେ, ନାରୀମାନଙ୍କ ପାଇଁ ଏକ ଅଧିକ ସୁରକ୍ଷାପୂର୍ଣ୍ଣ ତଥା ସମାନତା ରୂପକ ସମାଜ ଓ ପୃଥିବୀ ମିଳିବା ଆବଶ୍ୟକ। ଦୁଃଖର କଥା ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ ଏବେ ବି ଭାବିବାକୁ ପଡୁଛି। ଜଙ୍ଗଲ ଭିତରେ ଗୋଟେ ହରିଣ ସବୁବେଳେ ଭାବେ ଯେ ମୁଁ କାଳେ ବାଘର ଶିକାର ହୋଇଯିବି। କିନ୍ତୁ ଏକ ସଭ୍ୟ ସମାଜରେ କାଳେ ବିପଦରେ ପଡିବ ବୋଲି ନାରୀକୁ ସବୁବେଳେ ସତର୍କ ହେବାକୁ ପଡେ। ବାପା, ଭାଇ, ସ୍ବାମୀ ସବୁବେଳେ ଯେ ସୁରକ୍ଷା ଦେବେ ତାହା ନୁହେଁ। ନାରୀମାନେ ପ୍ରତି କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧ ମିଳାଇ ଆଗେଇଲେଣି। ମାତ୍ର ପୁରୁଷଙ୍କ ପରି ସେ ସ୍ବାଧୀନ କିମ୍ବା ସୁରକ୍ଷିତ ନୁହଁନ୍ତି। ନିର୍ଦ୍ଧାରିତ ସମୟରେ ଘରକୁ ଫେରିବା, ଜୁଡ଼ୋ କରାଟେ ଶିଖିବା ସୁରକ୍ଷା ପାଇଁ ମାପଦଣ୍ଡ ନୁହେଁ। ନାରୀଙ୍କ ସୁରକ୍ଷା ପାଇଁ ସମାଜର ମନୋଭାବ ବଦଳାଇବାକୁ ପଡିବ।
ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ପରିଚୟ ପାରମିତା ଶତପଥୀ। ଓଡ଼ିଆ ଗଳ୍ପ, ଉପନ୍ୟାସରେ ସେ ଏକ ପରିଚିତ ଚେହେରା। ପିଲାଟିବେଳୁ ସାହିତି୍ୟକ ପରିବେଶରେ ରହି ଆସିଥିବାରୁ ଖୁବ୍‌ କମ୍‌ ବୟସରୁ ସାହିତ୍ୟ ପ୍ରତି ଅନୁରାଗ ବଢିଥିଲା। ଏହା ମଧ୍ୟରେ ସେ ଏକାଧିକ ଗଳ୍ପ, ଉପନ୍ୟାସ ରଚନା କରି ସାରିଛନ୍ତି। ୧୯୬୫ ମସିହା ଅଗଷ୍ଟ ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାରମିତା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କବି ପ୍ରତିଭା ଶତପଥୀ ଏବଂ ନିତ୍ୟାନନ୍ଦ ଶତପଥୀଙ୍କ କନ୍ୟା। ୧୯୮୯ରେ ଭାରତୀୟ ରାଜସ୍ବ ସେବାରେ ଯୋଗ ଦେଇଥିବା ପାରମିତା ଏବେ ଆୟକର ବିଭାଗର କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଏଥିସହ ଓଡ଼ିଆ ସାହିତ୍ୟକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri