Posted inଫୁରସତ

ମହିଳାଙ୍କୁ ମର୍ଯ୍ୟାଦା ମିଳୁନି: ପାରମିତା

ମହିଳାମାନଙ୍କ ପାଇଁ ସତର୍କ ଏବଂ ସୁରକ୍ଷାପୂର୍ଣ୍ଣ ସମାଜ ଲାଗି ସବୁବେଳେ କାମନା କରି ଆସିଛି। ମଣିଷ ଭାବେ ମହିଳା ଏବଂ ପୁରୁଷ ଦୁହେଁ ସମାନ। ଏବେ ବି ମହିଳାଙ୍କୁ ତାଙ୍କର ନ୍ୟାଯ୍ୟ ମର୍ଯ୍ୟାଦା ଦିଆଯାଇ ପାରୁନାହିଁ ବୋଲି ସାହିତି୍ୟକା ପାରମିତା ଶତପଥୀ କହିଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେ କହିଛନ୍ତି ଯେ, ନାରୀମାନଙ୍କ ପାଇଁ ଏକ ଅଧିକ ସୁରକ୍ଷାପୂର୍ଣ୍ଣ ତଥା ସମାନତା ରୂପକ ସମାଜ ଓ ପୃଥିବୀ ମିଳିବା ଆବଶ୍ୟକ। ଦୁଃଖର କଥା ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ ଏବେ ବି ଭାବିବାକୁ ପଡୁଛି। ଜଙ୍ଗଲ ଭିତରେ ଗୋଟେ ହରିଣ ସବୁବେଳେ ଭାବେ ଯେ ମୁଁ କାଳେ ବାଘର ଶିକାର ହୋଇଯିବି। କିନ୍ତୁ ଏକ ସଭ୍ୟ ସମାଜରେ କାଳେ ବିପଦରେ ପଡିବ ବୋଲି ନାରୀକୁ ସବୁବେଳେ ସତର୍କ ହେବାକୁ ପଡେ। ବାପା, ଭାଇ, ସ୍ବାମୀ ସବୁବେଳେ ଯେ ସୁରକ୍ଷା ଦେବେ ତାହା ନୁହେଁ। ନାରୀମାନେ ପ୍ରତି କ୍ଷେତ୍ରରେ ପୁରୁଷଙ୍କ ସହ କାନ୍ଧ ମିଳାଇ ଆଗେଇଲେଣି। ମାତ୍ର ପୁରୁଷଙ୍କ ପରି ସେ ସ୍ବାଧୀନ କିମ୍ବା ସୁରକ୍ଷିତ ନୁହଁନ୍ତି। ନିର୍ଦ୍ଧାରିତ ସମୟରେ ଘରକୁ ଫେରିବା, ଜୁଡ଼ୋ କରାଟେ ଶିଖିବା ସୁରକ୍ଷା ପାଇଁ ମାପଦଣ୍ଡ ନୁହେଁ। ନାରୀଙ୍କ ସୁରକ୍ଷା ପାଇଁ ସମାଜର ମନୋଭାବ ବଦଳାଇବାକୁ ପଡିବ।
ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ପରିଚୟ ପାରମିତା ଶତପଥୀ। ଓଡ଼ିଆ ଗଳ୍ପ, ଉପନ୍ୟାସରେ ସେ ଏକ ପରିଚିତ ଚେହେରା। ପିଲାଟିବେଳୁ ସାହିତି୍ୟକ ପରିବେଶରେ ରହି ଆସିଥିବାରୁ ଖୁବ୍‌ କମ୍‌ ବୟସରୁ ସାହିତ୍ୟ ପ୍ରତି ଅନୁରାଗ ବଢିଥିଲା। ଏହା ମଧ୍ୟରେ ସେ ଏକାଧିକ ଗଳ୍ପ, ଉପନ୍ୟାସ ରଚନା କରି ସାରିଛନ୍ତି। ୧୯୬୫ ମସିହା ଅଗଷ୍ଟ ୩୦ ତାରିଖରେ ଜନ୍ମ ଗ୍ରହଣ କରିଥିବା ପାରମିତା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା କବି ପ୍ରତିଭା ଶତପଥୀ ଏବଂ ନିତ୍ୟାନନ୍ଦ ଶତପଥୀଙ୍କ କନ୍ୟା। ୧୯୮୯ରେ ଭାରତୀୟ ରାଜସ୍ବ ସେବାରେ ଯୋଗ ଦେଇଥିବା ପାରମିତା ଏବେ ଆୟକର ବିଭାଗର କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ଏଥିସହ ଓଡ଼ିଆ ସାହିତ୍ୟକୁ ମଧ୍ୟ ଋଦ୍ଧିମନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

୩ ରାଶିଙ୍କ ଉପରେ ପଡିଲା ଶନିଙ୍କ ଶୁଭଦୃଷ୍ଟି: ୨୦୨୭ ମଝି ଯାଏ ଗୋଲ୍‌ଡେନ୍‌ ଟାଇମ୍‌, ମାଲାମାଲ ସହ ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ଦେଖିବାକୁ ମିଳିପାରେ ବୋଲି ଜ୍ୟୋତିଷୀଙ୍କ…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?