ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ଏହି ମାମଲାରେ ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟ ଏକ ନୂତନ ନିର୍ଦ୍ଦେଶ ଜାରି କରିବା ପରେ ଅଭିନେତାଙ୍କ ବ୍ୟକ୍ତିତ୍ୱ ଅଧିକାର (Personality Rights) ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି। ବିଭିନ୍ନ ବ୍ୟକ୍ତି ଏବଂ କମ୍ପାନିଗୁଡ଼ିକ ବିନା ଅନୁମତିରେ ବ୍ୟବସାୟିକ ଲାଭ ପାଇଁ ତାଙ୍କ ପରିଚୟର ଦୁରପ୍ରୟୋଗ କରୁଥିବା ଅଭିଯୋଗ କରି ବିଗ୍ ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବଙ୍କ ପୀଠ ଏହି ମାମଲାର ଶୁଣାଣି କରି ନିର୍ଦ୍ଦେଶ ଜାରି କରିଛନ୍ତି।

ଶୁଣାଣି ସମୟରେ ଉଭୟ ପକ୍ଷ କୋର୍ଟକୁ ଜଣାଇଥିଲେ ଯେ, ନଭେମ୍ବର ୨୦୨୨ରେ କୋର୍ଟ ଅମିତାଭ ବଚ୍ଚନଙ୍କ ବ୍ୟକ୍ତିତ୍ୱ ସମ୍ବନ୍ଧୀୟ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ଏକତରଫା ଅନ୍ତର୍ବର୍ତ୍ତୀକାଳୀନ ରୋକ ଆଦେଶ ଦେଇଥିଲେ। ଏହା ସତ୍ତ୍ୱେ ଉଭୟ ପକ୍ଷ ମଧ୍ୟସ୍ଥତା ଜରିଆରେ ପରସ୍ପର ସହମତିରେ ବିବାଦ ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିଛି ପ୍ରତିବାଦୀଙ୍କ ସହ ବୁଝାମଣା ହୋଇଥିଲେ ମଧ୍ୟ ଅମିତାଭ ବଚ୍ଚନଙ୍କ ପକ୍ଷରୁ କିଛି ବ୍ୟବସ୍ଥାଗତ ଅସୁବିଧା ଯାଗାରୁ ବୁଝାମଣାପତ୍ରରେ ଆନୁଷ୍ଠାନିକ ଭାବେ ସ୍ୱାକ୍ଷର ହୋଇପାରି ନଥିଲା।

ଏହି ପରିପ୍ରେକ୍ଷୀରେ ଅମିତାଭ ବଚ୍ଚନଙ୍କ ଓକିଲ ଧ୍ରୁବ ଆନନ୍ଦ ଆବଶ୍ୟକୀୟ ଆନୁଷ୍ଠାନିକତା ପୂରଣ କରିବା ଏବଂ ବୁଝାମଣାକୁ କୋର୍ଟଙ୍କ ରେକର୍ଡରେ ଦାଖଲ କରିବା ପାଇଁ ସମୟ ମାଗିଥିଲେ। କୋର୍ଟ ଏଥିପାଇଁ ଆସନ୍ତା ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛନ୍ତି। ସେହିପରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି ବୁଝାମଣା ସମ୍ପୂର୍ଣ୍ଣ ନ ହୁଏ କିମ୍ବା ଅନ୍ତିମ ରୂପ ନ ନିଏ, ତେବେ ଅମିତାଭ ବଚ୍ଚନଙ୍କୁ ଆଗାମୀ ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ, ଯଦି ସେ ମକଦ୍ଦମାରେ ଉଠାଯାଇଥିବା କୌଣସି ଦାବି କିମ୍ବା ପ୍ରସଙ୍ଗରେ ଆଗକୁ କାର୍ଯ୍ୟାନୁଷ୍ଠିତ ହେବାକୁ ଚାହାଁନ୍ତି।

ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନ ୨୦୨୨ ମସିହାରେ ନିଜର ପର୍ସନାଲିଟି ରାଇଟ୍ସ (Personality Rights) ର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏଥିରେ ସେ ତାଙ୍କର ନାମ, ଫଟୋ, କଣ୍ଠସ୍ୱର ଏବଂ ପରିଚୟର ବିନା ଅନୁମତିରେ ବ୍ୟବହାର କରାଯାଉଥିବା ନେଇ ଦୃଢ଼ ଆପତ୍ତି ଜଣାଇଥିଲେ। କିଛି ମୋବାଇଲ୍ ଆପ୍ ଏବଂ ବ୍ୟବସାୟୀ ଲଟେରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ପରିଚୟର ଅପବ୍ୟବହାର କରୁଥିବା ନେଇ ଅଭିନେତା ଅଭିଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?