ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ ଦୀପକମଲ ମହାପାତ୍ର ନାମକ ଜଣେ ଯୁବକ ଗୁରୁତର ଅଛନ୍ତି। ଉମରକୋଟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ଛୁରାମାଡ଼ କରିଥିବା ଯୁବକଙ୍କ ଗିରଫ ଦାବିରେ ଉମରକୋଟ ପୁରୁଣା ବସ୍‌ଷ୍ଟାଣ୍ଡ ଛକରେ ଦୀପକମଲଙ୍କ ପରିବାର, ଅଞ୍ଚଳବାସୀ ଧାରଣାରେ ବସିଛନ୍ତି। ସହରରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। ନବରଙ୍ଗପୁର ଏସ୍‌ପି ପାର୍ଥ ଜଗଦୀଶ କଶ୍ୟପ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଦୀର୍ଘ ୮ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ମିଳିବାରୁ ରାତି ୯ଟାରେ ଧାରଣା ହଟିଥିଲା
ସୂଚନାନୁଯାୟୀ, ଶୁକ୍ରବାର କଲେଜ ନିର୍ୱାଚନ ପାଇଁ ନାମାଙ୍କନ ଦାଖଲ କରାଯାଇଥିଲା। ଏଥିରେ ୧୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସମସ୍ତଙ୍କ ପ୍ରାର୍ଥତ୍ପତ୍ର କାଏମ୍‌ ରହିଥିଲା। ତେବେ ଏହି ସମୟରେ ନାମାଙ୍କନ ଦାଖଲ କରିଥିବା ୨ ଛାତ୍ର ଗୋଷ୍ଠୀଙ୍କ ସମର୍ଥକ(ଅଣଛାତ୍ର)ଙ୍କ ମଧ୍ୟରେ କଲେଜ କ୍ୟାମ୍ପସ ବାହାରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ପରିସ୍ଥିତି ଶାନ୍ତ ହୋଇଯାଇଥିଲା। ଶନିବାର ସକାଳେ ପୁଣି ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଦୀପକମଲଙ୍କ ସହଯୋଗୀ ଅଭିଷେକ ପଣ୍ଡାଙ୍କୁ ଅନ୍ୟ ଗୋଷ୍ଠୀର କେତେଜଣ ଯୁବକ ସ୍ଥାନୀୟ ଡିଏନ୍‌କେ ଛକଠାରେ ଆକ୍ରମଣ କରିଥିଲେ। ଦୀପକମଲ ଓ ତାଙ୍କ ଗୋଷ୍ଠୀର ଅନ୍ୟମାନେ ଡିଏନ୍‌କେସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା କରୁଥିବାବେଳେ ପ୍ରାୟ ୪୦ ଜଣ ଯୁବକ ଆସି ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଛୁରା ଓ ଭୁଜାଲିରେ ଦୀପକମଲଙ୍କୁ ଆକ୍ରମଣ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୀପକମଲ୍‌ଙ୍କ ପେଟ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?