ରୁଷିଆ କରିଡରକୁ ୟୁକ୍ରେନ୍‌ର ପ୍ରତ୍ୟାଖ୍ୟାନ

ମସ୍କୋ/କ୍ୱିଭ୍‌, ୮ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ସାଧାରଣ ନାଗରିକଙ୍କୁ ବାହାର କରିବା ନିମନ୍ତେ ରୁଷିଆ ମାନବୀୟ କରିଡର୍‌ ନିର୍ମାଣ ପାଇଁ ସୋମବାର ଘୋଷଣା କରିଛି। ଦୁଇ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେବା ପରେ ରୁଷିଆ ୟୁକ୍ରେନ୍‌ର ଦୁଇ ପ୍ରମୁଖ ସହର କ୍ୱିଭ୍‌, ଖର୍କିଭରୁ ଲୋକଙ୍କୁ ସୁରକ୍ଷିତ ବାହାର କରିବା ନିମନ୍ତେ କରିଡର ପ୍ରସ୍ତୁତ କରିବା ନିମନ୍ତେ ରାଜି ହୋଇଛି। ହେଲେ ୟୁକ୍ରେନ୍‌ବାସୀ ଏହି କରିଡର ଦେଇ ରୁଷିଆ ଓ ବେଲାରୁଷ ଯିବେ ବୋଲି ମସ୍କୋ ପକ୍ଷରୁ ସ୍ଥିର ହୋଇଛି। ଏ ନେଇ ରୁଷିଆ ନ୍ୟୁଜ୍‌ ଏଜେନ୍ସିରେ ଏ ବାବଦ ମ୍ୟାପ୍‌ ପ୍ରକାଶ କରାଯାଇଛି। ରୁଷିଆର ଏପରି ଯୋଜନାବଦ୍ଧ କରିଡର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଅନୈତିକ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଜଣେ ମୁଖପାତ୍ର କହିଛନ୍ତି। ୟୁକ୍ରେନ୍‌ ନାଗରିକ କୁଆଡେ ଯିବେ ଏବଂ କିପରି ରହିବେ ତାହା ସେମାନଙ୍କ ଇଚ୍ଛା ଉପରେ ନିର୍ଭର କରେ। ଏହା ସେମାନଙ୍କ ଅଧିକାର। ଏପରି କରିଡର ନିର୍ମାଣ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ମଧ୍ୟ ରୁଷିଆର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଭାରତୀୟ ସମୟ ସାଢ଼େ ୧୨ଟାରେ କ୍ୱିଭ୍‌, ଖର୍କିଭ, ମାରିଉପୋଲ ଏବଂ ସୁମିରେ ଅସ୍ତ୍ରବିରତି ଘୋଷଣା କରିଥିଲେ ହେଁ ପୁଣି ଏହାର ଉଲ୍ଲଂଘନ ହୋଇଛି।

ୟୁକ୍ରେନ୍‌ ଚାହିଁଲେ ରୁଷିଆ ସେଠାରେ ନିଜର ମିଲିଟାରୀ ଅପରେଶନ ଯେ କୌଣସି ମୁହୂର୍ତ୍ତରେ ବନ୍ଦ କରିବ ବୋଲି କ୍ରେମଲିନ୍‌ ପକ୍ଷରୁ କୁହାଯାଇଛି। କ୍ରିମିଆକୁ ରୁଷିଆର ଅଂଶ ମାନିବା, ଡୋନେସ୍କ ଓ ଲୁହାନ୍‌ସ୍କ ସ୍ବାଧୀନ ମାନ୍ୟତ୍ର ପ୍ରଦାନ, ନାଟୋ ଭଳି ସାମରିକ ମେଣ୍ଟରୁ ୟୁକ୍ରେନ୍‌ ଦୂରେଇ ରହିବା ପାଇଁ ରାଜି ହେଲେ ସମସ୍ୟା ଦୂର ହୋଇପାରିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେଶକୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ଅନ୍ୟ କୌଣସି କ୍ଷେତ୍ର ବା ଅଞ୍ଚଳ ଉପରେ ରୁଷିଆ ନିଜର ବୋଲି ଦାବି କରିବାକୁ ଉଦ୍ଦେଶ୍ୟ ରଖି ନ ଥିବା ସେ ପ୍ରକାଶ କରିଛନ୍ତି। ମସ୍କୋ ଓ କ୍ୱିଭ୍‌ ପ୍ରତିନିଧିଙ୍କ ମଧ୍ୟରେ ସୋମବାର ତୃତୀୟ ପର୍ଯ୍ୟାୟ ବୈଠକ ବସିଥିବାବେଳେ ଆସନ୍ତା ଗୁରୁବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍ରୋଭ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ତୁର୍କୀରେ ଭେଟି ଆଲୋଚନା କରିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri