ରୁଷିଆ କରିଡରକୁ ୟୁକ୍ରେନ୍‌ର ପ୍ରତ୍ୟାଖ୍ୟାନ

ମସ୍କୋ/କ୍ୱିଭ୍‌, ୮ା୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ରୁ ସାଧାରଣ ନାଗରିକଙ୍କୁ ବାହାର କରିବା ନିମନ୍ତେ ରୁଷିଆ ମାନବୀୟ କରିଡର୍‌ ନିର୍ମାଣ ପାଇଁ ସୋମବାର ଘୋଷଣା କରିଛି। ଦୁଇ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେବା ପରେ ରୁଷିଆ ୟୁକ୍ରେନ୍‌ର ଦୁଇ ପ୍ରମୁଖ ସହର କ୍ୱିଭ୍‌, ଖର୍କିଭରୁ ଲୋକଙ୍କୁ ସୁରକ୍ଷିତ ବାହାର କରିବା ନିମନ୍ତେ କରିଡର ପ୍ରସ୍ତୁତ କରିବା ନିମନ୍ତେ ରାଜି ହୋଇଛି। ହେଲେ ୟୁକ୍ରେନ୍‌ବାସୀ ଏହି କରିଡର ଦେଇ ରୁଷିଆ ଓ ବେଲାରୁଷ ଯିବେ ବୋଲି ମସ୍କୋ ପକ୍ଷରୁ ସ୍ଥିର ହୋଇଛି। ଏ ନେଇ ରୁଷିଆ ନ୍ୟୁଜ୍‌ ଏଜେନ୍ସିରେ ଏ ବାବଦ ମ୍ୟାପ୍‌ ପ୍ରକାଶ କରାଯାଇଛି। ରୁଷିଆର ଏପରି ଯୋଜନାବଦ୍ଧ କରିଡର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଅନୈତିକ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଜଣେ ମୁଖପାତ୍ର କହିଛନ୍ତି। ୟୁକ୍ରେନ୍‌ ନାଗରିକ କୁଆଡେ ଯିବେ ଏବଂ କିପରି ରହିବେ ତାହା ସେମାନଙ୍କ ଇଚ୍ଛା ଉପରେ ନିର୍ଭର କରେ। ଏହା ସେମାନଙ୍କ ଅଧିକାର। ଏପରି କରିଡର ନିର୍ମାଣ ଗ୍ରହଣୀୟ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍‌ରଁ ମଧ୍ୟ ରୁଷିଆର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରୁଷିଆ ଭାରତୀୟ ସମୟ ସାଢ଼େ ୧୨ଟାରେ କ୍ୱିଭ୍‌, ଖର୍କିଭ, ମାରିଉପୋଲ ଏବଂ ସୁମିରେ ଅସ୍ତ୍ରବିରତି ଘୋଷଣା କରିଥିଲେ ହେଁ ପୁଣି ଏହାର ଉଲ୍ଲଂଘନ ହୋଇଛି।

ୟୁକ୍ରେନ୍‌ ଚାହିଁଲେ ରୁଷିଆ ସେଠାରେ ନିଜର ମିଲିଟାରୀ ଅପରେଶନ ଯେ କୌଣସି ମୁହୂର୍ତ୍ତରେ ବନ୍ଦ କରିବ ବୋଲି କ୍ରେମଲିନ୍‌ ପକ୍ଷରୁ କୁହାଯାଇଛି। କ୍ରିମିଆକୁ ରୁଷିଆର ଅଂଶ ମାନିବା, ଡୋନେସ୍କ ଓ ଲୁହାନ୍‌ସ୍କ ସ୍ବାଧୀନ ମାନ୍ୟତ୍ର ପ୍ରଦାନ, ନାଟୋ ଭଳି ସାମରିକ ମେଣ୍ଟରୁ ୟୁକ୍ରେନ୍‌ ଦୂରେଇ ରହିବା ପାଇଁ ରାଜି ହେଲେ ସମସ୍ୟା ଦୂର ହୋଇପାରିବ ବୋଲି କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେଶକୋଭ୍‌ କହିଛନ୍ତି। ୟୁକ୍ରେନ୍‌ର ଅନ୍ୟ କୌଣସି କ୍ଷେତ୍ର ବା ଅଞ୍ଚଳ ଉପରେ ରୁଷିଆ ନିଜର ବୋଲି ଦାବି କରିବାକୁ ଉଦ୍ଦେଶ୍ୟ ରଖି ନ ଥିବା ସେ ପ୍ରକାଶ କରିଛନ୍ତି। ମସ୍କୋ ଓ କ୍ୱିଭ୍‌ ପ୍ରତିନିଧିଙ୍କ ମଧ୍ୟରେ ସୋମବାର ତୃତୀୟ ପର୍ଯ୍ୟାୟ ବୈଠକ ବସିଥିବାବେଳେ ଆସନ୍ତା ଗୁରୁବାର ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରେଗି ଲାଭ୍ରୋଭ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ତୁର୍କୀରେ ଭେଟି ଆଲୋଚନା କରିବେ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ଼ ସଫଳତା: ମଙ୍ଗଳରେ ପହଞ୍ଚିଲା ଝୁରୋଙ୍ଗ ରୋଭର…

ବେଜିଂ,୧୫।୫: ମଙ୍ଗଳ ଯାତ୍ରାରେ ଚାଇନାକୁ ବଡ଼ ସଫଳତା ମିଳିଛି। ଚାଇନାର ଝୁରୋଙ୍ଗ ରୋଭର ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶନିବାର ଭାରତୀୟ ସମୟ...

ମୃତ୍ୟୁ ପୂର୍ବରୁ ହୋଇଥିଲା ଛାଡ଼ପତ୍ର

କାଠମାଣ୍ଡୁ/ଠାଣେ, ୩୧ା୫:ବିମାନ ଯୋଗେ ନେପାଳ ବୁଲି ଯାଇଥିବା ଓଡ଼ିଆ ଦମ୍ପତି ଅଶୋକ ତ୍ରିପାଠୀ ଏବଂ ବୈଭବୀ ତ୍ରିପାଠୀଙ୍କ ଯାତ୍ରାର ଦୁଃଖଦ ଅନ୍ତ ଘଟିଛି। ସେମାନଙ୍କ ସହ...

ଚାଇନାରେ ମୃତ୍ୟୁସଂଖ୍ୟା ୪୧

ବ୍ରାଜିଲ,୨୬ା୧: ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଶନିବାର ୪୧ରେ ପହଞ୍ଚତ୍ଛି। ୧୩୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ...

ମହାକାଶ ଷ୍ଟେଶନରେ ସଫଳତାର ସହିତ ‘ସୋଲାର ଆରେ’ ସ୍ଥାପନ କଲା ନାସା…

ଓ୍ବାଶିଂଟନ,୫।୧୨ : ଆମେରିକାର ସ୍ପେସ ଏଜେନ୍ସି (ନାସା) ର ଜ୍ୟୋର୍ତିବିଜ୍ଞାନୀ ଜୋସ କାସାଡା ଏବଂ ଫ୍ରାଙ୍କ ରୁବିଓ ନୂତନ ରୋଲ ଆଉଟ ସୋଲାର୍‌ ଆରେକୁ ସଫଳତାର...

୫ ରାଜ୍ୟରେ ହ୍ବାଇଟ୍‌ ହାଉସ୍‌ ଚାବିି

ଓ୍ବାଶିଂଟନ,୫ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୨୭୦। ଅର୍ଥାତ୍‌ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଆଉ ୪ ବର୍ଷ ରହିବାକୁ...

ଜମ୍ମୁ-କଶ୍ମୀର ସମସ୍ୟାରେ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ଉଦ୍ୟମ: ଧର୍ମକୁ ନେଇ ଦେଲେ ବିବାଦୀୟ ମନ୍ତବ୍ୟ

ଓ୍ବାଶିଂଟନ,୨୧।୮: ଜମ୍ମୁ-କଶ୍ମୀର ସମସ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟସ୍ଥତା କରିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏହି ସମସ୍ୟା ନେଇ ସେ...

ଚେଙ୍ଗ୍‌ଡୁ କନ୍‌ସୁଲେଟ ବନ୍ଦ କରିବାକୁ ଆମେରିକାକୁ କହିଲା ଚାଇନା

ବେଜିଂ,୨୫ା୭: ହ୍ୟୁଷ୍ଟନରେ ଥିବା ଦୂତାବାସ ବନ୍ଦ କରିବାକୁ ଆମେରିକା ଚାଇନାକୁ ନିର୍ଦ୍ଦେଶ ଦେବା ପରେ ବେଜିଂ ଯେସାକୁ ତେସା ନୀତି ଆପଣାଇଛି। ଚେଙ୍ଗ୍‌ଡୁରେ ଥିବା ଦୂତାବାସ...

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ...

Advertisement
Archives

Model This Week