Posted inଫୁରସତ

ନିଜ ସୁରକ୍ଷା ନିଜେ କରିବା ଆବଶ୍ୟକ: ନାଭ୍ୟା

ଅନେକ ସମୟରେ ଦେଖାଯାଏ ଝିଅ ହିଁ ଝିଅର ଶତ୍ରୁ ହୋଇଥାଏ। ତେଣୁ ଏଭଳି ଭାବନାରୁ ଦୂରେଇରହିବା ଜରୁରୀ। ସମସ୍ତଙ୍କ ପ୍ରତି ସମାନ ମନୋଭାବ ଆଣିବା ଆବଶ୍ୟକ। ଏଥିସହ ମା’ ବାପାମାନେ ଝିଅଙ୍କୁ ଆତ୍ମସୁରକ୍ଷା ଶିଖାଇବା ଉଚିତ। ବର୍ତ୍ତମାନ ପରିସ୍ଥିତିରେ ନାରୀଟିଏ ନିଜ ସୁରକ୍ଷା ନିଜେ କରିପାରୁଥିବା ଦରକାର। ବାହାରକୁ ଯିବା ସମୟରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଆବଶ୍ୟକ ଜିନିଷ ସାଙ୍ଗରେ ନେଇ ଯିବା ଆବଶ୍ୟକ ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କଣ୍ଠଶିଳ୍ପୀ ନାଭ୍ୟା ଜୟତି କହିଛନ୍ତି।
ଓ୍ବେଷ୍ଟର୍ନ ସଙ୍ଗୀତ ଜଗତର ଜଣାଶୁଣା ଚେହେରା ହେଉଛନ୍ତି ନାଭ୍ୟା। ଓଡ଼ିଶାରେ ୱେଷ୍ଟର୍ନ ମ୍ୟୁଜିକକୁ ଲୋକପ୍ରିୟ କରାଇବା ପାଇଁ ସେ ଉଦ୍ୟମ ଚଳାଉଛନ୍ତି। ୧୯୮୯ ଜୁଲାଇ ୨୪ରେ ସେ କୋଲକାତାରେ ଜନ୍ମ ହୋଇଥିଲେ ବି କିଛିଦିନ ପରେ ପରିବାର ସହ ଆସି ବ୍ରହ୍ମପୁରକୁ ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ ସଙ୍ଗୀତରେ କ୍ୟାରିୟର କଲେ। ତେବେ ଓଡ଼ିଶାବସୀଙ୍କ ଭଲପାଇବା ତାଙ୍କୁ ଏତେ ଆକର୍ଷିତ କରିଥିଲା ଯେ, ସେ ମୁମ୍ବାଇ ଯାଇଥିଲେ ମଧ୍ୟ ଓଡ଼ିଶାରେ ହିଁ ବେଶି ସଙ୍ଗୀତ ଗାଇଛନ୍ତି। ଏଠାରେ ଗୀତ ଗାଇବା ଫଳରେ ତାଙ୍କୁ ଆତ୍ମୀୟତା ମିଳିଥାଏ ବୋଲି ସେ କହିଛନ୍ତି। ୱେଷ୍ଟର୍ନ ସଙ୍ଗ୍‌ ସହ ନାଭ୍ୟା ରୋମାଣ୍ଟିକ ଓ ପୁରୁଣା ଗୀତଗୁଡ଼ିକୁ ନିଜ ଆନ୍ଦାଜରେ ଗାଇବାକୁ ପସନ୍ଦ କରନ୍ତି। ତେବେ ଷ୍ଟେଜ୍‌ ଶୋ’ ତାଙ୍କୁ ଲୋକପ୍ରିୟ କରିବାରେ ସାହାଯ୍ୟ କରିଥିଲା। ସେ କୁହନ୍ତି, ଓଡ଼ିଶାରେ ୱେଷ୍ଟର୍ନ ସଙ୍ଗୀତ ପାଇଁ ବହୁ ସୁଯୋଗ ଅଛି। ମାତ୍ର ଦୁଃଖର କଥା ସଙ୍ଗୀତ ସାଧନାରେ ଅଭାବ ରହୁଛି। ଏବେ ଯୁବପିଢ଼ି ସଙ୍ଗୀତ ହେଉ କି ଫିଲ୍ମ ଉପରେ ନୂଆ କିଛି କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଆଇଲାରେ ଝୁଲୁରୁ ବାଲି, ଦେ ପ୍ରେମର ପିୟାଲା, ପାତଲଘଣ୍ଟା, ଚୁ ଚୁ ଚୁ, ଦେଶୀ କୁକୁଡ଼ା, ମୁଁ ଝିଅ ଇଡିଅଟରେ, ପ୍ୟାର୍‌ ୱାଲା, ଲଭ୍‌ କରି ଘରୁ ପଳେଇ ଆସିଛି, ଡିଅର ଡାର୍ଲୁ ଭଳି ଅନେକ ସଙ୍ଗୀତରେ ନିଜ ସ୍ବରର ଝଲକ ଦେଖାଇଛନ୍ତ ନାଭ୍ୟା।
-ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri