ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ ଦେଶ ଭାବରେ ଭାରତର ସ୍ଥିତି ହ୍ରାସ ସମ୍ପର୍କରେ ଫ୍ରିଡମ୍‌ ହାଉସ ରିପୋର୍ଟକୁ ପ୍ରତ୍ୟାଖ୍ୟାନ“।
୧୯୪୧ରେ ପ୍ରତିଷ୍ଠିତ ଆମେରିକାର ଥିଙ୍କ୍‌ ଟ୍ୟାଙ୍କ ଫ୍ରିଡମ୍‌ ହାଉସ ରିପୋର୍ଟ ଉପରେ ପିଆଇବି ଏଭଳି ପ୍ରତିକ୍ରିୟା ପ୍ରକାଶ କରିଥିଲା। କାରଣ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଭାରତ ପ୍ରକୃତରେ ଗଣତାନ୍ତ୍ରିକ ନୁହେଁ ଏବଂ ଏହା କେବଳ ‘ଆଂଶିକ ସ୍ବାଧୀନ’। ଏହା ଉପରେ ବିଶେଷ ଗୁରୁତ୍ୱ ଦେବାର କାରଣ ହେଉଛି ରିପୋର୍ଟର ଜବାବରେ ସରକାର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସରକାର ବିବୃତିରେ ନିର୍ବାଚନ ପ୍ରକ୍ରିୟାକୁ ସମର୍ଥନ କରି କହିଥିଲେ ଯେ, ଭାରତର ସଂଘୀୟ ବ୍ୟବସ୍ଥାରେ ଅନେକ ରାଜ୍ୟରେ ଜାତୀୟସ୍ତରର ଦଳ ବ୍ୟତୀତ ଅନ୍ୟ ଦଳ ଶାସନ କରୁଛନ୍ତି। ଏହା ସ୍ବାଧୀନ ନିର୍ବାଚନ ସଂସ୍ଥା ଦ୍ୱାରା ପରିଚାଳିତ ମୁକ୍ତ ତଥା ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ହେଉଛି। ଏହା ଏକ ସଶକ୍ତ ଗଣତନ୍ତ୍ରର କାର୍ଯ୍ୟଧାରାକୁ ଦର୍ଶାଏ, ଯାହା ଭିନ୍ନ ମତ ରଖିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଥାଏ। ସରକାରଙ୍କ ଏହା ଏକ ନିରାଧାର ଯୁକ୍ତି ଥିଲା। ଫ୍ରିଡମ୍‌ ହାଉସ ରିପୋର୍ଟର ଦୁଇଟି ଭାଗ ଥିଲା। ପ୍ରଥମ ଭାଗରେ ରାଜନୈତିକ ଅଧିକାର ଉପରେ ମୋଟ ୪୦% ମୂଲ୍ୟାଙ୍କନକୁ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଭାରତର ପ୍ରାପ୍ତାଙ୍କ ୩୪/୪୦ ଥିଲା (ଯାହା ୨୦୨୩ରେ ହ୍ରାସ ପାଇ ୩୩/୪୦ ହୋଇଥିଲା)। ଏହି ଭାଗରେ ଭାରତକୁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ, ନିର୍ବାଚନ କମିଶନଙ୍କ ନିରପେକ୍ଷତା, ରାଜନୈତିକ ଦଳ ଗଠନ କରିବାର ସ୍ବାଧୀନତା ଏବଂ ବିରୋଧୀ ଦଳଙ୍କ ଶକ୍ତି ବୃଦ୍ଧି କରିବାର ସୁଯୋଗ ପାଇଁ ପୂର୍ଣ୍ଣ ମାର୍କ ମିଳିଥିଲା। ପ୍ରକୃତରେ ସରକାର ସ୍ବଚ୍ଛତା କ୍ଷେତ୍ରରେ ୪ରୁ ୩ ଅଙ୍କ ପାଇଥିଲେ, ବୋଧହୁଏ ଏହା ଆବଶ୍ୟକତାଠାରୁ ଅଧିକ କୋହଳ ମୂଲ୍ୟାଙ୍କନ ଥିଲା। ରିପୋର୍ଟର ଦ୍ୱିତୀୟ ଭାଗରେ ରହିଥିଲା ନାଗରିକ ସ୍ବାଧୀନତା କ୍ଷେତ୍ର, ଯାହା ୬୦%ରୁ ମୂଲ୍ୟାଙ୍କନ କରାଯାଇଥିଲା। ନାଗରିକ ସ୍ବାଧୀନତା କ୍ଷେତ୍ରରେ ଭାରତର ପ୍ରଦର୍ଶନ ଖରାପ ଥିଲା, ୬୦ରୁ ୩୦ ପାଇଥିଲା। ଅଭିବ୍ୟକ୍ତିର ସ୍ବାଧୀନତା, ଧର୍ମୀୟ ସ୍ବାଧୀନତା, ଶିକ୍ଷାଗତ ସ୍ବାଧୀନତା, ସମାବେଶ ସ୍ବାଧୀନତା, ଏନ୍‌ଜିଓର କାର୍ଯ୍ୟ କରିବାର ସ୍ବାଧୀନତା, ଆଇନର ଶାସନ, ନ୍ୟାୟପାଳିକାର ସ୍ବାଧୀନତା ଏବଂ ପୋଲିସର ଆଇନସମ୍ମତ ପ୍ରକ୍ରିୟା ଭଳି ପ୍ରସଙ୍ଗଗୁଡ଼ିକରେ ଭାରତର ମାନ୍ୟତା (ରେଟିଂ) ମଧ୍ୟ ଖରାପ ରହିଥିଲା। ଏହି ରିପୋର୍ଟରେ ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଉପରେ ସରକାରଙ୍କ ଆକ୍ରମଣ ବିଷୟରେ ବି ଉଲ୍ଲେଖ କରାଯାଇଥିଲା। ଭାରତର ଏହି ସବୁ ପ୍ରାପ୍ତାଙ୍କ ପ୍ରକୃତ ସ୍ଥିତିକୁ ପ୍ରତିଫଳିତ କରୁଥିଲା। ଏହି ଫଳାଫଳକୁ ଦେଖି ସରକାର ଚିନ୍ତାରେ ପଡ଼ିଯାଇଥିଲେ। ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍‌ ଦ୍ୱାରା ଭାରତକୁ ଏକ ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବରେ ଦର୍ଶାଇବା ପାଇଁ ବ୍ୟବହୃତ ମାପଦଣ୍ଡଗୁଡ଼ିକର ସବିଶେଷ ତଥ୍ୟ ସରକାର ବିଭିନ୍ନ ମନ୍ତ୍ରଣାଳୟକୁ ମାଗିଥିଲେ; ଯଦିଓ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ଏହାର ମୂଳ କାରଣ ଥିଲା ନାଗରିକ ସ୍ବାଧୀନତା କ୍ଷୁଣ୍ଣ ଏବଂ ନାଗରିକତ୍ୱ ଆଇନରେ ଧର୍ମର ଅନୁପ୍ରବେଶ। ୨୦୨୬ର ମୂଲ୍ୟାଙ୍କନରେ ଭାରତ ରାଜନୈତିକ ଅଧିକାର କ୍ଷେତ୍ରରେ ୪୦ରୁ ୩୧ ଏବଂ ନାଗରିକ ସ୍ବାଧୀନତାରେ ୬୦ରୁ ୩୧ ପାଇଛି। ଏହା ଭାରତ ପାଇଁ ଏ ପର୍ଯ୍ୟନ୍ତ ସର୍ବନିମ୍ନ ଅଙ୍କ ଏବଂ ସନ୍ଦେହ କରାଯାଉଛି ଯେ, ବିଗତ କିଛି ମାସର ଘଟଣାଗୁଡ଼ିକ ଏହି ଅଙ୍କକୁ ଆହୁରି କମାଇବା ସହ ବିଶ୍ୱସ୍ତରରେ ଆମର ଭାବମୂର୍ତ୍ତି ଉପରେ ଆହୁରି ନକାରାତ୍ମକ ପ୍ରଭାବ ପକାଇବ।
ଏବର ସରକାର ମୁଖ୍ୟ କିମ୍ବା ଅନ୍ୟାନ୍ୟ ପ୍ରମୁଖ ଜାତୀୟ କର୍ତ୍ତୃପକ୍ଷ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି କି? ଏହି ପ୍ରଶ୍ନ ଉପରେ ଫ୍ରିଡମ୍‌ ହାଉସ ମତ ଥିଲା ଯେ, ”କାର୍ଯ୍ୟନିର୍ବାହୀ ପଦବୀ ପାଇଁ ନିର୍ବାଚନ ଏବଂ ଚୟନ ପ୍ରକ୍ରିୟାଗୁଡ଼ିକୁ ସାଧାରଣତଃ ମୁକ୍ତ ଏବଂ ନିରପେକ୍ଷ ବୋଲି ବିବେଚନା କରାଯାଏ“। ସେଥିପାଇଁ ଭାରତ ୪ରୁ ୪ ଅଙ୍କ ପାଇଥିଲା। ”ବର୍ତ୍ତମାନର ଜାତୀୟ ବ୍ୟବସ୍ଥାପିକା ପ୍ରତିନିଧିମାନେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି କି?“ ଏହି ପ୍ରଶ୍ନ ଉପରେ ମଧ୍ୟ ଭାରତକୁ ୪ରୁ ୪ ଅଙ୍କ ମିଳିଥିଲା। ‘ନିର୍ବାଚନ ଆଇନ ଓ ବ୍ୟବସ୍ଥା ନ୍ୟାୟସଙ୍ଗତ କି ଏବଂ ସମ୍ପୃକ୍ତ ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକ ଏହାକୁ ନିରପେକ୍ଷ ଭାବରେ କାର୍ଯ୍ୟକାରୀ କରୁଛନ୍ତି କି?’ ଏହି ପ୍ରଶ୍ନରେ ଭାରତକୁ ୪ ରୁ ୩ ଅଙ୍କ ମିଳିଥିଲା। ଏବେ ଆସନ୍ତୁ ରିର୍ପୋଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନୁଚ୍ଛେଦ ଦେଖିବା। ୨୦୨୫ରେ ସରକାର ବିହାରରେ କରାଯାଇଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ଆଉ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପ୍ରସାରିତ କରିବା ପରେ ବିରୋଧୀ ଦଳଗୁଡ଼ିକର ଚିନ୍ତା ବଢ଼ିଥିଲା। ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଅନ୍ୟାୟ ଭାବରେ ଭୋଟର ତାଲିକାରୁ ବହୁ ସଂଖ୍ୟାରେ ଭୋଟରଙ୍କ ନାମ କାଟି ଦେଇଛନ୍ତି ଏବଂ ଅତ୍ୟଧିକ ଯାଞ୍ଚ ପ୍ରକ୍ରିୟା ଲାଗୁ କରି ଯୋଗ୍ୟ ଭୋଟରଙ୍କୁ ପଞ୍ଜୀକରଣରୁ ବଞ୍ଚତ୍ତ କରିଛନ୍ତି। ରାଜନୈତିକ ବିଶ୍ଳେଷକ ଏବଂ ବିରୋଧୀ ଦଳ ନେତାମାନେ ଚିନ୍ତାପ୍ରକଟ କରିଛନ୍ତି, ଏସ୍‌ଆଇଆର୍‌ ବିରୋଧୀ ଭୋଟକୁ ଦବାଇ ଦେଉଛି ଏବଂ ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁ ଭୋଟରଙ୍କୁ ମତାଧିକାରରୁ ବଞ୍ଚତ୍ତ କରୁଛି। ସରକାରୀ ଅଧିକାରୀମାନେ ଭୋଟର ତାଲିକାରେ ହେରଫେର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିର୍ବାଚନ ମାଧ୍ୟମରେ ବିରୋଧୀ ଦଳ ପାଇଁ ସେମାନଙ୍କର ସମର୍ଥନ ବୃଦ୍ଧି କରିବା କିମ୍ବା କ୍ଷମତାକୁ ଆସିବାର ବାସ୍ତବ ସୁଯୋଗ ଅଛି କି? ଏହି ପ୍ରଶ୍ନରେ ମଧ୍ୟ ପୁଣି ଥରେ ୩/୪ ସ୍କୋର ମିଳିଥିଲା। ଏବେ ଏହି ପ୍ରାପ୍ତାଙ୍କଗୁଡ଼ିକ ମଧ୍ୟରୁ କୌଣସିଟି ଆଦୌ ଯୁକ୍ତିଯୁକ୍ତ ମନେହେଉ ନାହିଁ। ସେଗୁଡ଼ିକ ଆମର ବାସ୍ତବତାକୁ ପ୍ରତିଫଳନ କରୁନାହାନ୍ତି। ଭୋଟର ତାଲିକାକୁ ବିଗାଡ଼ି ଦିଆଯାଇଛି, ଇସିଆଇ ସରକାରଙ୍କର ଏକ ଅଙ୍ଗ ସଦୃଶ କାର୍ଯ୍ୟ କରୁଛନ୍ତି ଏବଂ ଏହା ପ୍ରାୟତଃ ସ୍ବାଧୀନ ନୁହେଁ। ବିଧାୟକ/ସାଂସଦଙ୍କୁ ବହୁ ସଂଖ୍ୟାରେ କିଣାଯାଉଛି ଏବଂ ନିର୍ବାଚନରେ କିଏ ହାରିଲା ବା ଜିତିଲା, ତାହାର ଆଉ କିଛି ମାନେ ରହୁନାହିଁ। ଗତ କିଛି ବର୍ଷ ମଧ୍ୟରେ ନାଗରିକ ସ୍ବାଧୀନତା ଉପରେ ଯେଉଁ ଆଘାତ ଲାଗିଛି ତାହା ତୁରନ୍ତ ଦେଖାଯାଇଥିଲା। ଦେଶର ପ୍ରମୁଖ ଅନୁଷ୍ଠାନଗୁଡ଼ିକର ଅବକ୍ଷୟକୁ ବୁଝିବା ଏବଂ ତାହା ବାହାର ଦୁନିଆର ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରେ ସ୍ପଷ୍ଟ ହେବା ପାଇଁ ଟିକେ ଅଧିକ ସମୟ ଲାଗିଛି। କିନ୍ତୁ ଏବେ ଏହା ସ୍ପଷ୍ଟ ହୋଇଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?