‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ କ୍ଷଣେ ଚିନ୍ତାକରିବା ପାଇଁ ଆମ ପାଖରେ ସମୟ ନାହିଁ। ପ୍ରତିଦିନ ପ୍ରତିକ୍ଷଣରେ କତିପୟ ବ୍ୟକ୍ତି, ଅନୁଷ୍ଠାନ, ସଂସ୍ଥା ଦ୍ୱାରା ନୂଆ ନୂଆ ଉଦ୍‌ଭାବନ ଅବଶିଷ୍ଟ ବିଶ୍ୱର ମଣିଷ ମନରେ ଯେଉଁ ମାନିଆ ରୂପକ ଭସ୍ମାସୁରମାନଙ୍କୁ ଜନ୍ମ ଦେଇଚାଲିଛି ତାହାର ପରାଭବ ଜାଣି ମଧ୍ୟ ସମସ୍ତେ ସତେ ଯେମିତି ମୋହଗ୍ରସ୍ତ ହୋଇପଡ଼ିଛନ୍ତି। ସମ୍ପ୍ରତି ଘିବଲି ଇମେଜ ମତାନ୍ତରରେ ଜିବଲି ଭଳି ସେହିପରି ଏକ ମାନିଆ ଦ୍ୱାରା ଆମ ଭିତରୁ ଅଧିକାଂଶ ଆକ୍ରାନ୍ତ ହୋଇ ଚାଲିଛୁ, ଯେଉଁଠାରେ ନିଜକୁ ଏକ କାର୍ଟୁନ ଭାବେ ଦେଖିବା ପାଇଁ ଆମର ବ୍ୟଗ୍ରତା ବଢ଼ିଚାଲିଛି। ନିଜକୁ ଭିନ୍ନ ଭିନ୍ନ ରୂପରେ ଦେଖିବାର ଅତ୍ୟାଗ୍ରହ ମଣିଷର ଆଦିମ କାଳରୁ ରହିଆସିଛି। ବିବର୍ତ୍ତନରେ ଏହା ଅଧିକ ଶାଣିତ ହୋଇଛି ଏବଂ ବୈଜ୍ଞାନିକ ଜ୍ଞାନକୌଶଳକୁ ଉପଯୋଗ କରୁଛି। ଏଥିରେ ଅସ୍ବାଭାବିକତା ନାହିଁ। କିନ୍ତୁ ଯେଉଁ ବିପଦ ଆଶଙ୍କାଟି ଲୁଚି ରହିଛି ସେ ପ୍ରସଙ୍ଗରେ ଆମ ଅଜ୍ଞତା ତୁଳନାରେ ଉଦାସୀନତା ହିଁ ଉଦ୍‌ବେଗଜନକ।
ଜାପାନ ଚିତ୍ରକର ଫଟୋଗ୍ରାଫର ହାୟାଓ ମିୟାଜାକିଙ୍କ ମାନସ ସନ୍ତାନ କୁହାଯାଉଥିବା ଜାପାନର ଖ୍ୟାତନାମା ଆନିମେଶନ ଲାବ୍‌ ଘିବଲି ଷ୍ଟୁଡିଓର ନାମକୁ ବ୍ୟବହାରକରି ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ବିକାଶ ସଂସ୍ଥା ଓପନ ଏଆଇର ଚାଟ୍‌ଜିପିଟି ଯେତେବେଳେ ଘିବଲି ଇମେଜ ସଫ୍ଟୱେରଟିକୁ ବିକାଶିତ କଲା ସେତେବେଳେ ବୋଧହୁଏ ଚିନ୍ତାକରି ନ ଥିଲା ଯେ ତାହା ଏତେ ଶୀଘ୍ର ବିଶ୍ୱର ବିଶାଳ ଅଞ୍ଚଳକୁ ନିଜ ହାତମୁଠାକୁ ନେଇଯିବ। ନିଜ ଚେହେରାକୁ କଣ୍ଢେଇ ଘିବଲି ଇମେଜ୍‌ ଭାବରେ ଦେଖି କ୍ଷଣିକ ଆନନ୍ଦ ଲାଭର ମୋହଗ୍ରସ୍ତମାନେ ପ୍ରତିଦିନ ଏତେ ବିପୁଳ ସଂଖ୍ୟାରେ ଫଟୋ ଅପ୍‌ଲୋଡ୍‌ କରିଚାଲିଛନ୍ତି ଯେ ତାହା ଚାଟ୍‌ଜିପିଟି ପାଇଁ ମଧ୍ୟ ଶକ୍ତି ଓ ସମ୍ବଳ ସଙ୍କଟ ସମସ୍ୟା ସୃଷ୍ଟି କରିସାରିଲାଣି। ଏହି ଅତ୍ୟାଗ୍ରହ ଏଭଳି ସ୍ତରକୁ ଚାଲିଗଲାଣି ଯେ ଲୋକମାନେ ନିଜ ଫଟୋ ସହ ପରଲୋକଗତ ଆତ୍ମୀୟ ଏପରିକି ପୋଷ୍ୟଜନ୍ତୁଙ୍କ ଫଟୋ ଅପ୍‌ଲୋଡ୍‌ କରିବାର ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି। ଏଣୁ ଦୈନିକ ଜଣକ ପିଛା ମାତ୍ର ୩ଟି ଫଟୋ ଅପ୍‌ଲୋଡ୍‌ କରିବାର ସୀମା ଚାଟ୍‌ଜିପିଟି ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛି।
ଟ୍ରେଣ୍ଡି ମାନିଆର ଏହି ନୂତନ ସଂସ୍କରଣଟି ଏତେ ଉଦ୍‌ବେଗଜନକ ହୋଇ ନ ଥାନ୍ତା ଯଦି ବିଶେଷଜ୍ଞମାନେ ଏଥିସହ ଜଡ଼ିତ ବିପଦ ଆଶଙ୍କା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନ ଥାନ୍ତେ। ଆମମାନଙ୍କ ମଧ୍ୟରୁ ଅନୁଭବୀମାନେ ବୋଧହୁଏ ଜାଣି ସାରିଥିବେ ଯେ ଘିବଲି ଇମେଜ୍‌ ପାଇଁ ଉଦ୍ଦିଷ୍ଟ ସାଇଟ୍‌ରେ ଆମ ଫଟୋଟିଏ ଅପ୍‌ଲୋଡ୍‌ କରିଦେବା ମାତ୍ରେ ଏଆଇ ଆମ ଇମେଜ୍‌ ଆଇଡିକୁ ଖୋଜି ଆମ ସାମ୍ନାରେ ଉପସ୍ଥାପନ କରୁଛି ଏବଂ ତାହାକୁ ବ୍ୟବହାର କରିବାର ଅନୁମତି ମାଗୁଛି। ଆଜିର ଏଆଇ ଯୁଗରେ ଗୋପନୀୟତା ଓ ତଥ୍ୟ ସୁରକ୍ଷା ସବୁଠାରୁ ବଡ଼ ଆହ୍ବାନ ପାଲଟିଥିବା ବେଳେ ଆମେ ନିଜକୁ ନିଜେ ଏଆଇ ଆଗରେ ସମସ୍ତ ଗୋପନୀୟ ତଥ୍ୟ ସହ ଆତ୍ମସମର୍ପଣ କରିଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ଘିବଲି ହେଉଛି ଏକ ଏଆଇ ଜେନେରେଟେଡ୍‌ ଫଟୋ। ଏହି ଫଟୋ ପ୍ରସ୍ତୁତ କରିବାକୁ ହେଲେ ଚାଟ୍‌ଜିପିଟି ଆପ୍ଲିକେଶନ କିମ୍ବା ସାଇଟ୍‌ରେ ଫଟୋ ଅପ୍‌ଲୋଡ୍‌ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ ସମୟରେ ଚାଟ୍‌ଜିପିଟି ବିନା ଅନୁମତିରେ ଡିଭାଇସ୍‌ରୁ ଡାଟା ନେଇଯାଉଛି, ଯାହା ବ୍ୟବହାରକାରୀଙ୍କ ଲାଗି ଭବିଷ୍ୟତରେ ବିପଦ ସୃଷ୍ଟିକରୁଛି। ଏଣୁ ଘିବଲି କିମ୍ବା ଅନ୍ୟ କୌଣସି ଏଆଇ ଫଟୋ ଜେନେରେଟ୍‌ ସାଇଟ୍‌କୁ ଅସୁରକ୍ଷିତ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ନିକଟରେ ସାଇଟ୍‌ କ୍ଲିୟରଭ୍ୟୁ ଏଆଇ ନାମକ ଏକ କମ୍ପାନୀ ଅନୁମତି ବିନା ସୋସିଆଲ ମିଡିଆ ଏବଂ ନ୍ୟୁଜ୍‌ ୱେବ୍‌ସାଇଟରୁ ପ୍ରାୟ ୩ବିଲିୟନରୁ ଅଧିକ ଫଟୋ ଚୋରି କରିବାର ଅଭିଯୋଗ ହୋଇଥିଲା। ଏହି ତଥ୍ୟ କେତେକ ପ୍ରାଇଭେଟ୍‌ କମ୍ପାନୀକୁ ବିକ୍ରି କରାଯାଇଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ୨୦୨୪ ମେ’ରେ ଅଷ୍ଟ୍ରେଲିଆର ଆଉଟାବକ୍ସ କମ୍ପାନୀର ତଥ୍ୟ ଲିକ୍‌ ହୋଇଥିଲା। ଯେଉଁଥିରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଫେସ୍‌ ସ୍କାନ୍‌, ଡ୍ରାଇଭିଂ ଲାଇସେନ୍ସ ଏବଂ ଠିକଣା ଚୋରି କରାଯାଇଥିଲା। ଏହି ତଥ୍ୟଗୁଡ଼ିକୁ ଖୋଲାଖୋଲି ଭାବରେ ଏକ ୱେବ୍‌ସାଇଟରେ ଅପ୍‌ଲୋଡ୍‌ କରାଯାଇଥିଲା। ଫଳରେ ହଜାର ହଜାର ଲୋକ ପରିଚୟ ଚୋରି ଏବଂ ସାଇବର ଠକେଇର ଶିକାର ହୋଇଥିଲେ। ସେହିପରି ଫେସ୍‌ ସ୍କାନ୍‌ ଡାଟା କେତେକ ପ୍ରାଇଭେଟ୍‌ ହ୍ୟୁମାନଏଡ୍‌ ରୋବଟ୍‌ ପ୍ରସ୍ତୁତକାରୀ କମ୍ପାନୀକୁ ବିକ୍ରି ହୋଇଥିଲା। ଏହି କମ୍ପାନୀ ମୁହଁର ସ୍କାନ୍‌କୁ ନେଇ ରୋବୋ ପ୍ରସ୍ତୁତ କରିଥାନ୍ତି ଓ ଏହାକୁ ବିକ୍ରି କରିଦେଇଥାନ୍ତି।
ଏବେ ଭାରତରେ ଏଆଇ ଜେନେରେଟ୍‌ ଫେକ୍‌ ଫଟୋ କିମ୍ବା ଭିଡିଓ ସାଇବର ଅପରାଧ ଲାଗି ବିଶେଷ ଭାବେ କୌଣସି ନିୟମ ନାହିଁ, କିନ୍ତୁ ଏହାର ମୁକାବିଲା କରିବା ପାଇଁ ଅନ୍ୟାନ୍ୟ ନିୟମ ଲାଗୁକରାଯାଏ। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ଧାରା ୬୬ (ଡି) ଅନୁସାରେ ଅପରାଧୀ ଯଦି କୌଣସି ଯୋଗାଯୋଗ ଉପକରଣ, ଇଣ୍ଟରନେଟ୍‌ ମାଧ୍ୟମରେ କିମ୍ବା କମ୍ପ୍ୟୁଟର ଉତ୍ସ ମାଧ୍ୟମରୁ ଠକେଇ କରୁଛି, ତେବେ ଅପରାଧୀଙ୍କୁ ୩ ବର୍ଷ ଜେଲଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ସେହିପରି ଆଇଟି ଆକ୍ଟର ୨ୟ ଭାଗ ୬୬ (ଇ)କୁ ମଧ୍ୟ ଏପରି ସ୍କାମ୍‌ରେ ଗ୍ରହଣ କରାଯାଇପାରିବ। ଏହି ଆକ୍ଟ ଗୋପନୀୟତାର ଉଲ୍ଲଂଘନ ସହ ଜଡ଼ିତ। ଏହା ଅଧୀନରେ ସମ୍ମତି ବିନା ଫଟୋ ଉଠାଇବା କିମ୍ବା ବ୍ୟକ୍ତିର ବ୍ୟକ୍ତିଗତ ଭିଡିଓ ତିଆରି କରିବା ଏବଂ ପରେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା ଏକ ଦଣ୍ଡନୀୟ ଅପରାଧ। ଏଥିରେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ କିମ୍ବା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। କପିରାଇଟ୍‌ ଆକ୍ଟ ୧୯୫୭ ଆଇନର ଧାରା ୫୧କୁ ମଧ୍ୟ ଏଥିରେ ଜଡ଼ିତ କରାଯାଏ। ଏହା ଦେଶରେ କପିରାଇଟ୍‌ ଅଧିକାରର ସୁରକ୍ଷା ପାଇଁ ସୃଷ୍ଟି କରାଯାଇଛି। ଏହି ଅଧିନିୟମ ଅନୁଯାୟୀ କପିରାଇଟ୍‌ ହେଉଛି ଏକ ଆଇନଗତ ଅଧିକାର, ଯାହା ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର ମୂଳ କାର୍ଯ୍ୟକୁ ସୁରକ୍ଷା ଦିଏ। ଡାଟା ସୁରକ୍ଷା ବିଲ୍‌ ୨୦୨୧ ଅଧିନିୟମ ଡାଟା ସୁରକ୍ଷା ସହ ଜଡ଼ିତ। ଏହାକୁ ଫେକ୍‌ ଫଟୋ, ଭିଡିଓ କିମ୍ବା ଡିପ୍‌ଫେକ୍‌ ଅପରାଧରେ ଗ୍ରହଣ କରାଯାଏ।
ଘିବଲି ଇମେଜ୍‌ ପ୍ରତି ଆମ ଉନ୍ମାଦନା, ଦୁର୍ବଳତା, ଆକର୍ଷଣ ଓ ଲୋକପ୍ରିୟତାକୁ ଦେଖି ଚାଟ୍‌ଜିପିଟି ସହ ଗ୍ରୋକ୍‌-୩ ଜେମିନି ଆଦି ସଂସ୍ଥା ପ୍ରତିଯୋଗିତାକୁ ଓହ୍ଲାଇବାକୁ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଥିବା ସୂଚନା ମିଳିଛି। ଏବେ କେବଳ ପରୀକ୍ଷଣ ଓ ଗବେଷଣା ସ୍ତରରେ ଥିବା ଏହି ଟୁଲ୍‌ ଯେତେବେଳେ ସ୍ବୟଂ ସମ୍ପୂର୍ଣ୍ଣ ହେବ ଏବଂ ଏକାଧିକ ବିକାଶକାରୀ ସଂସ୍ଥା ଆତ୍ମପ୍ରକାଶ କରିବେ ସେତେବେଳେ ତାହାର ପ୍ରଭାବ ଭୟଙ୍କର ଭଳି ହେବ ନାହିଁ ତ। ଘିବଲି ଦୁନିଆରେ ବଞ୍ଚତ୍ବାର ଆମ ମାନସିକତା ଆମକୁ ସେହି ସୋପାନକୁ ନେଇ ନ ଯାଉ ଯେଉଁଠାରୁ ଫେରିବା ସମ୍ଭବ ହେବ ନାହିଁ। ନିଜକୁ କଣ୍ଢେଇ ରୂପରେ ଦେଖିବାକୁ ଅତିଚ୍ଛା ଆମକୁ ଏଆଇ ହାତରେ କଣ୍ଢେଇ କରିବାଦେବା ଭଳି ଏବଂ ତା’ ନିର୍ଦ୍ଦେଶରେ ପରିଚାଳିତ ହେବା ଭଳି ସ୍ଥିତି ସୃଷ୍ଟି ନ ହେଉ।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ-୮୩୨୮୯୪୮୬୪୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦାବିରେ ଅଟଳ ସିଜେପି, ସକାଳୁ ସକାଳୁ କଲା ବଡ଼ ଘୋଷଣା; ସରକାର ଛାନିଆ!

ନୂଆଦିଲ୍ଲୀ,୧୧।୧୦: କକ୍ରୋଚ ଜନତା ପାର୍ଟି (ସିଜେପି) ପକ୍ଷରୁ ରବିବାର ସକାଳ ୧୦ଟାରେ ଜନ୍ତରମନ୍ତରଠାରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଆହୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ…

ଆଜିଠୁ ନବରାତ୍ରି ଆରମ୍ଭ: ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଦଶହରା ସୁଦ୍ଧା ଚାକିରି-ବ୍ୟବସାୟରେ…

ଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନାର ପବିତ୍ର ପର୍ବ ଶାରଦୀୟ ନବରାତ୍ରିକୁ ନେଇ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ଚଳିତ ବର୍ଷ ୨୦୨୬ ଅକ୍ଟୋବର ୧୧ ତାରିଖରୁ…

ମାନବ ଅଧିକାର ଶାନ୍ତିଦୂତ

ହନ ଦାସ କରମଚାନ୍ଦ ଗାନ୍ଧୀ ମହାତ୍ମା ଗାନ୍ଧୀରେ ପରିଣତ ହେବା ପାଇଁ ଯେଉଁ କର୍ମଭୂମି ତାଙ୍କୁ ଆଦ୍ୟ ସୁଯୋଗ ଦେଇଥିଲା, ତାହା ଥିଲା ଦକ୍ଷିଣ ଆଫ୍ରିକା। ଜଣେ…

ସିସେଲ୍ସରେ ମଣିଷକୁ ଟପିଲେଣି କଇଁଛ

ଭିକ୍ଟୋରିଆ,୧୧ା୧୦: ଦିନେ ବିଲୁପ୍ତ ହେବାକୁ ବସିଥିବା ଆଲଡାବ୍ରା କଇଁଛଙ୍କ ସଂଖ୍ୟା ବର୍ତ୍ତମାନ ମଣିଷଙ୍କୁ ମଧ୍ୟ ଟପିଗଲାଣି। ବ୍ୟାପକ ଶୋଷଣ ଏବଂ ଅତ୍ୟଧିକ ଶିକାର ଯୋଗୁଁ ଆଲଡାବ୍ରାର କଇଁଛ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଆଇପିଏଲ ୨୦୨୭ ପୂର୍ବରୁ ବଡ଼ ହଲଚଲ! ବିଦା ହୋଇପାରନ୍ତି ୧୦ ବଡ଼ ବ୍ୟାଟର୍‌, ତାଲିକାରେ ସୂର୍ଯ୍ୟଙ୍କ ସମେତ…

ନୂଆଦିଲ୍ଲୀ,୧୧।୧୦: ଆଇପିଏଲ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ଆଗାମୀ ସିଜନ ପାଇଁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ଦଳକୁ ମଜଭୁତ କରିବାର ଯୋଜନା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?