Posted inଫୁରସତ

ପ୍ରେମିକ ଯୁକ୍ତି ନ କରିବାରୁ ରାଗରେ ଗୁଳିମାରିଲେ ପ୍ରେମିକା!

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ଯୁକ୍ତିତର୍କ ଏକ ସାଧାରଣ କଥା। ପାଟିତୁଣ୍ଡ ହେଲେ ଭଲ ପାଇବା ଆହୁରି ବଢ଼ିଥାଏ ବୋଲି କୁହାଯାଏ। ତେବେ କିଛି ପ୍ରେମିକା-ପ୍ରେମିକ ଏହା ଦ୍ୱାରା ଏତେ ମାତ୍ରାରେ ବିରକ୍ତ ହୋଇଯାନ୍ତି ଯେ, ସେମାନେ ପରସ୍ପରଠାରୁ ଅଲଗା ହେବାକୁ ଉଚିତ୍‌ ମନେ କରନ୍ତି। ତେବେ ଯେଉଁମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୁଏ ନାହିଁ ସେମାନେ ବହୁତ ଖୁସିରେ ରହୁଥିବେ ବୋଲି ସମସ୍ତେ ଭାବନ୍ତି। ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଟେକ୍ସସର ଲୁଧିଆନାରେ। ୨୯ ବର୍ଷିୟା ଜେନଲିଶା ଲରେନ୍ସଙ୍କ ସହ ତାଙ୍କ ପ୍ରେମିକ ଯୁକ୍ତି ନ କରିବାରୁ ସେ ବିରକ୍ତ ହୋଇ ତାଙ୍କୁ ଗିଳୁ ମାରିଛନ୍ତି। ପ୍ରେମିକଙ୍କୁ ଗୁଳି କରିବା ପରେ ଜେନଲିଶା ଫେରାର ହୋଇଯାଇଛନ୍ତି। ପୋଲିସ ଏବେ ତାଙ୍କୁ ଖୋଜୁବା ସହ ତାଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଇଛନ୍ତି।
ପଡୋଶୀଙ୍କ କହିବାନୁଯାୟୀ, ଜେନଲିଶା ଏବଂ ତାଙ୍କ ପ୍ରେମିକ ଏକତ୍ର ରହିଆସୁଥିଲେ। ପ୍ରେମିକ ଜଣଙ୍କ ଅତ୍ୟନ୍ତ ଶାନ୍ତ ଏବଂ ସରଳ ପ୍ରବୃତିର ବ୍ୟକ୍ତି ଥିଲେ। ମାତ୍ର ଜେନଲିଶା ସବୁବେଳେ ତାଙ୍କ ସହ ଯୁକ୍ତିତର୍କ କରୁଥିଲେ, ମାତ୍ର ପ୍ରେମିକ ତାଙ୍କୁ କେବେ କିଛି ହେଲେ କହୁ ନ ଥିଲେ। ଏଥିରେ ବିରକ୍ତ ହୋଇ ଜେନଲିଶା ଜୁଲାଇ ୧୮ରେ ଭୋର ସାଢ଼େ ୭ଟାରେ ପ୍ରେମୀକଙ୍କୁ ଗୁଳିକରିଥିଲେ। ଏହି ଶବ୍ଦ ଶୁଣି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଳିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ଅଭିଯୁକ୍ତ ଜେନଲିଶାଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସର ଶିଶୁ କନ୍ୟାଙ୍କୁ ତେଲ ମାଲିସ୍‌ବେଳେ ହେଲା ହାକୁଡ଼ି…ପରେ ଘଟିଲା ଅସ୍ବାଭାବିକ ଘଟଣା

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅଞ୍ଚଳର ରୁକୁମା ଗ୍ରାମର ଜଣେ ୩ ମାସର ଶିଶୁ କନ୍ୟାଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସୂଚନା…

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri