Posted inଜାତୀୟ

ଆଜିଠୁ ଶୀତ ଅଧିବେଶନ

ନୂଆଦିଲ୍ଲୀ,୭ା୧୨: ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୬ଟି ବିଲ୍‌ ପାରିତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଅଧିବେଶନ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ପାର୍ଲାମେଣ୍ଟର ଲାଇବ୍ରେରୀ ହଲ୍‌ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଟିଏମ୍‌ସି ଏମ୍‌ପି ଡେରିକ୍‌ ଓ’ ବ୍ରାଏନ, ଡିଏମ୍‌କେ ଏମ୍‌ପି ଟି.ଆର ବାଲୁ ଏବଂ ଶିରୋମଣି ଅକାଳୀ ଦଳ(ଏସ୍‌ଏଡି)ର ହର୍ଷମିତ କୌର ବାଦଲ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବିରୋଧୀ ଦଳଗୁଡ଼ିକ ଦରଦାମ ବୃଦ୍ଧି, ବେରୋଜଗାର, ଭାରତ-ଚାଇନା ସୀମା ବିବାଦ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ। ବର୍ତ୍ତମାନ ସ୍ଥିତିରେ ଦେଶରେ ଦରଦାମ
ବୃଦ୍ଧିଠୁ ଆରମ୍ଭ କରି ବେରୋଜଗାର ଆଦି ବହୁ ପ୍ରସଙ୍ଗ ରହିଛି। ସେଗୁଡ଼ିକ ଉପରେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଉତ୍ତର ଦେବାର ଆବଶ୍ୟକତା ରହିଛି ବୋଲି କଂଗ୍ରେସ ନେତା ଚୌଧୁରୀ କହିଛନ୍ତି।
ଏପରି କି କେନ୍ଦ୍ର ସରକାର ଭାରତ- ଚାଇନା ସୀମା ବିବାଦକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସମ୍ପର୍କରେ ଗୃହରେ କୌଣସି ଠିକ୍‌ ତଥ୍ୟ ଉପସ୍ଥାପନ କରୁନାହାନ୍ତି। ତେଣୁ ଗୃହରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ କଶ୍ମୀର ପଣ୍ଡିତଙ୍କୁ ହତ୍ୟା ସମ୍ପର୍କରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଛି। ସେହିପରି କଂଗ୍ରେସ ଏମ୍‌ପି ନସିର ହୁସେନ ଗୋଟିଏ ଦିନରେ ନିର୍ବାଚନ କମିଶନଙ୍କ ନିଯୁକ୍ତି ଏବଂ ଆର୍ଥିକ ଅନଗ୍ରସର ବର୍ଗ କୋଟା ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ। ଟିଏମ୍‌ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏବଂ ତାଙ୍କ ଦଳର ଅନ୍ୟ ସଦସ୍ୟ, ଏବଂ ରାଜ୍ୟ ସଭା ସଦସ୍ୟ ଓ’ ବ୍ରିଏନ୍‌ ଦରଦାମ ବୃଦ୍ଧି, ବେରୋଜଗାର, ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ଏବଂ ରାଜ୍ୟଗୁଡ଼ିକରେ ହେଉଥିବା ଅର୍ଥନୈତିକ ଅବରୋଧ ସମ୍ପର୍କରେ ଆଲୋଚନା କରିବାକୁ ବିରୋଧୀଙ୍କୁ ସୁଯୋଗ ଦେବାକୁ କହିଥିଲେ। ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ଉପରେ ଗୃହରେ ଆଲୋଚନା କରିବାକୁ ଜୟରାମ ରମେଶ ଦାବି କରିଛନ୍ତି। ଗତ ୨୨ମାସ ଧରି ଭାରତ ଓ ଚାଇନା ମଧ୍ୟରେ ସୀମାକୁ ବିବାଦ ଲାଗି ରହିଥିବାବେଳେ କେନ୍ଦ୍ର ସରକାର ଗୃହରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି। ଚଳିତ ଅଧିବେଶନରେ ଭାରତ-ଚାଇନା ସୀମା ବିବାଦ ପ୍ରସଙ୍ଗ କଂଗ୍ରେସ ଉଠାଇବ ବୋଲି ରମେଶ କହିଛନ୍ତି। ଶୀତ ଅଧିବେଶନ ଆରମ୍ଭ ହେବାର ଦିନକ ପରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ଏହାର ଫଳାଫଳ ଉପରେ ବିଭିନ୍ନ ଆଲୋଚନା ନିର୍ଭର କରିପାରେ ବୋଲି କୁହାଯାଉଛି। ଏହି ଶୀତ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୭ଟି କାର୍ଯ୍ୟ ଦିବସ ରହିଛି। ଏହି ଅଧିବେଶନ ପାର୍ଲାମେଣ୍ଟର ପୁରୁଣା ହଲ୍‌ରେ ଶେଷ ଅଧିବେଶନ ହୋଇପାରେ, କାରଣ ଆସନ୍ତା ବଜେଟ ଅଧିବେଶନ ସଂସଦର ନୂଆ ବିଲ୍‌ଡିଂରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri