ସହର ସଫେଇରେ ଦୁର୍ନୀତି

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସହରାଞ୍ଚଳ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଛି। ସହରରୁ ଦୈନିକ ବାହାରୁ ଥିବା କୁଢ଼ କୁଢ଼ ଆବର୍ଜନା ଦୀର୍ଘ ଦିନ ଧରି ପାହାଡ଼ ଭଳି ଗଦା ହେଉଛି। ଏଭଳିସ୍ଥଳେ ବର୍ଜ୍ୟବସ୍ତୁ ପରିଚାଳନାରେ ହେଉଥିବା ଅନିୟମିତତା ଏବଂ ପୌରସଂସ୍ଥାର ଅପାରଗତାର ପର୍ଦ୍ଦାଫାଶ କରିଛନ୍ତି କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ନ ହେବା, ବାର୍ଷିକ ଆର୍ଥିକ ବିବରଣୀ ପ୍ରସ୍ତୁତ ନ ହେବା ଏବଂ ପଞ୍ଚଦଶ ଅର୍ଥ କମିଶନ (ଏଫ୍‌ଏଫ୍‌ସି) ସର୍ତ୍ତକୁ ପାଳନ କରା ନ ଯିବା ଯୋଗୁ ରାଜ୍ୟକୁ ୩୩୩.୫୮ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ହରାଇବାକୁ ପଡିଛି। କେବଳ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରକ୍ରିୟାକରଣରେ ଅସଫଳତା ନୁହେଁ; ପରିବହନ, ସଫେଇ, ଡଷ୍ଟବିନ୍‌ କିଣା ଆଦି ଦୁର୍ନୀତିରେ ଅନେକ ପୌରସଂସ୍ଥା ଉବୁଟୁବୁ ହେଉଥିବା ସିଏଜିଙ୍କ ରିପୋର୍ଟରୁ ସ୍ପଷ୍ଟ ହେଉଛି। ଏପରି କି ପୌରସଂସ୍ଥା, ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତାକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।
ସଦ୍ୟ ସମାପ୍ତ ବିଧାନସଭାର ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ-୨୦୨୧ରେ ଉଲ୍ଲେଖ ହୋଇଛି ଯେ, ରାଜ୍ୟରେ ଥିବା ୧୧୪ ପୌରସଂସ୍ଥାରୁ ଦୈନିକ ୨୨୦୮.୬୦ ଟନ୍‌ (ଟିପିଡି) ବାହାରୁଛି। ସେଥିରୁ ବାର୍ଷିକ ୪୫,୩୩୯.୪୦ ଟନ୍‌ ପ୍ଲାଷ୍ଟିକ୍‌, ମାସିକ ୧.୬୬ ଟିପିଡି ନିର୍ମାଣ ଭଗ୍ନାଂବଶେଷ, ୩୯୬.୭୭ ଟନ୍‌ ଇ-ବର୍ଜ୍ୟବସ୍ତୁ ଏବଂ ବିଏମ୍‌୍‌ଡବ୍ଲ୍ୟୁ ୧୭୯.୯୩ ଟିପିଡି ବାହାରୁଛି। ସିଏଜି ୫ଟି ମହାନଗର ନିଗମ, ୧୦ଟି ମ୍ୟୁନିସିପାଲିଟି ଏବଂ ୬ଟି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଯାଞ୍ଚ କରିଥିଲେ। ଏଥିସହିତ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟିର ବର୍ଜ୍ୟବସ୍ତୁ ପରିଚାଳନାକୁ ମଧ୍ୟ ସିଏଜି ତାଙ୍କ ଯାଞ୍ଚ ପରିସରକୁ ନେଇ ସଫେଇ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିଛନ୍ତି। ତେବେ କୌଣସି ପୌର ସଂସ୍ଥା ବର୍ଜ୍ୟବସ୍ତୁ ପରିଚାଳନା ଓ ପର୍ଯ୍ୟବେକ୍ଷଣକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୨୩ ଜାନୁୟାରୀରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଭୁବନେଶ୍ୱର ଏବଂ ରାଉରକେଲାକୁ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ସିଏଜିଙ୍କ ରିପୋର୍ଟକୁ ଦେଖିଲେ ଉଭୟ ସହରର ବର୍ଜ୍ୟବସ୍ତୁ ପରିଚାଳନା କେବଳ ନାଁକୁ ମାତ୍ର। ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ସହରର ବିଭିନ୍ନ ଗଳିକନ୍ଦିରେ କୁଢ଼ କୁଢ଼ ଅଳିଆ ପରିବେଶକୁ ବିପର୍ଯ୍ୟସ୍ତ କରିଛି।
କେବଳ ସେତିକି ନୁହେଁ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ମେଶିନ ଦ୍ୱାରା ହେଉଥିବା ସଫେଇ କାର୍ଯ୍ୟର ସ୍ବଚ୍ଛତାକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ମେକାନିକାଲ୍‌ ସୁଇପିଂ ଚୁକ୍ତିନାମା ସର୍ତ୍ତ (ପାରାଗ୍ରାଫ ୭.୬)ର ଖୋଲାଖୋଲି ଉଲ୍ଲଂଘନ ହୋଇଛି। ଏହି ସର୍ତ୍ତ ଅନୁଯାୟୀ, ମେଶିନ ଦ୍ୱାରା ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସି ସମୁଦାୟ ରାସ୍ତାର ସର୍ବନିମ୍ନ ୮୦ ପ୍ରତିଶତ ମେଶିନ ସାହାଯ୍ୟରେ ସଫେଇ କରିବ। ଯଦି ଏଥିରୁ କମ୍‌ ହୁଏ, ତେବେ ସମ୍ପୃକ୍ତ ସଂସ୍ଥାକୁ ଦିଆଯାଉଥିବା ଅର୍ଥରୁ ୫୦ ପ୍ରତିଶତ ଦଣ୍ଡ ଆକାରରେ କାଟିବା ବ୍ୟବସ୍ଥା ରହିଛି। ମାତ୍ର ଏହି ସର୍ତ୍ତକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଚୁକ୍ତିନାମାର ଅଗ୍ରିମ ପ୍ରଦାନରେ କୌଣସି ବ୍ୟବସ୍ଥା ନ ଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ୨୦୧୮ ଅକ୍ଟୋବରରୁ ୨୦୨୦ ଅକ୍ଟୋବର ମଧ୍ୟରେ ଯାନ୍ତ୍ରିକ ସଫେଇ ଦାୟିତ୍ୱ ନେଇଥିବା ଏକ ଏଜେନ୍ସିକୁ ୧୩ କୋଟି ଟଙ୍କାର ଋଣ ବିନା ସୁଧରେ ଦେଇଛନ୍ତି। ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସେହି ଋଣ ସମ୍ପୃକ୍ତ ସଂସ୍ଥାଠାରୁ ଆଦାୟ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଖାଲି ସେତିକି ନୁହେଁ, ୨୦୨୦ ଅଗଷ୍ଟ ଏବଂ ସେପ୍ଟେମ୍ବର ୨ ମାସ ମଧ୍ୟରେ ଉକ୍ତ ଏଜେନ୍ସି ୨୧୧୦ କି.ମି. ରାସ୍ତାରେ ଝାଡୁ ମାରୁଥିବା ମେଶିନ ସଫେଇ କରିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ରାସ୍ତାକୁ ମେଶିନ ଦ୍ୱାରା ସଫେଇ କରିବାକୁ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଥିଲା, ସେହି ରାସ୍ତାକୁ ବିଏମ୍‌ସି କର୍ତ୍ତୃପକ୍ଷ ପୁଣି ମଣିଷ ଦ୍ୱାରା ଝାଡୁ କରାଇଛନ୍ତି। ଫଳରେ ଉଭୟ ଯାନ୍ତ୍ରିକ ଓ ମାନୁଆଲ ଝାଡ଼ୁ ଦ୍ୱାରା ବିଏମ୍‌ସିକୁ ବାର୍ଷିକ ୧୦.୩୨ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।
ଦ୍ୱାର ଦ୍ୱାର ବୁଲି ଅଳିଆ ସଂଗ୍ରହରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରିଛନ୍ତି ସିଏଜି। ଘରୁ ଅଳିଆ ସଂଗ୍ରହ ପାଇଁ ଚୁକ୍ତିନାମାର ଧାରା(ଇ) ଅନୁଯାୟୀ ଏଜେନ୍ସିଗୁଡିକ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଅଳିଆ ସଂଗ୍ରହ କରିବେ। ଏହାକୁ ପୌରସଂସ୍ଥାର ଜଣେ ଅଧିକାରୀ ନିୟମିତ ତଦାରଖ କରିବେ। ୨୦୧୭ ଏପ୍ରିଲରେ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୨୭ଟି ଓ୍ବାର୍ଡରେ ଦ୍ୱାରଦ୍ୱାର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ୪ଟି ଏଜେନ୍ସିକୁ ଆଉଟ୍‌ସୋର୍ସିଂ କରିଥିଲେ। ତେବେ ୨୦୧୮ ଜୁନ ସୁଦ୍ଧା କୌଣସି ସଂସ୍ଥା ଘରୁ ୧୦୦ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗ୍ରହ କରି ପାରି ନ ଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାସତ୍ତ୍ୱେ ଏଜେନ୍ସିଗୁଡିକର କାର୍ଯ୍ୟାବଳୀକୁ ତଦାରଖ କରା ନ ଯାଇ ୨୦୧୮ ମେ ସୁଦ୍ଧା ୪.୪୭ କୋଟି ଟଙ୍କା ମଧ୍ୟରୁ ୭୦.୭୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଡଷ୍ଟବିନ ବଣ୍ଟାରେ ମଧ୍ୟ ହେରଫେର ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି। ବର୍ଜ୍ୟବସ୍ତୁ ଅଲଗା ରଖିବାକୁ ଦୁଇଟି ରଙ୍ଗର ଡଷ୍ଟବିନ ବାଣ୍ଟି ୩ ବର୍ଷ ମଧ୍ୟରେ ଶତପ୍ରତିଶତ ପୃଥକତା ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭ ଜୁଲାଇରୁ ୨୦୧୮ ସେପ୍ଟେମ୍ବର ମଧ୍ୟରେ ପୃଥକୀକରଣ ପାଇଁ ୧ ଲକ୍ଷ ୮୫ ହଜାର ଡଷ୍ଟବିନ କିଣି ୯୨ ହଜାର ପରିବାରକୁ ବଣ୍ଟନ କରିବାକୁ ବ୍ରହ୍ମପୁର, ଜୟପୁର ଏବଂ ଚୌଦ୍ୱାର ମ୍ୟୁନିସିପାଲିଟିକୁ ୧.୧୯ କୋଟି ଟଙ୍କା ଦିଆଯାଇଥିଲା। ସେଥିରୁ ୯୭,୪୩୨ ଡଷ୍ଟବିନ କାହାରିକୁ ପ୍ରଦାନ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri