Posted inଜାତୀୟ

‘ଖାଲି ପେଟରେ କେହି ନିଦ୍ରା ନ ଯାଆନ୍ତୁ’

ନୂଆଦିଲ୍ଲୀ,୭ା୧୨(ପି.ଟି.): କେହି ଯେପରି ଖାଲି ପେଟରେ ନିଦ୍ରା ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା ଆମ ସଂସ୍କୃତି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ରେ ଖାଦ୍ୟଶସ୍ୟ ଯେପରି ଶେଷ ବ୍ୟକ୍ତି ପାଖରେ ପହଞ୍ଚତ୍ବ ତାହା ଦେଖିବାକୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଇ-ଶ୍ରମ ପୋର୍ଟାଲରେ ନାମ ପଞ୍ଜୀକରଣ କରିଥିବା ପ୍ରବାସୀ ଏବଂ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ସଂଖ୍ୟା ତାଲିକା ଦାଖଲ କରିବା ଲାଗି ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ହିମା କୋହଲିଙ୍କ ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି। ଏନ୍‌ଏଫ୍‌ଏସ୍‌ଆଇରେ
ଶେଷ ବ୍ୟକ୍ତି ପାଖରେ ଖାଦ୍ୟଶସ୍ୟ ପହଞ୍ଚୁଛି ବୋଲି ସୁନିଶ୍ଚିତ କରାଇବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ତେବେ ସରକାର କିଛି କରୁନାହାନ୍ତି ବୋଲି ଆମେ କହୁନାହୁଁ। କୋଭିଡ୍‌ ସମୟରେ ସମସ୍ତଙ୍କ ପାଖରେ ଖାଦ୍ୟଶସ୍ୟ ପହଞ୍ଚାଯାଇଥିଲା ବୋଲି ଖଣ୍ଡପୀଠ କହିଛନ୍ତି। କୋଭିଡ୍‌ ମହାମାରୀ ରୋକିବା ପାଇଁ ଲକ୍‌ଡାଉନ୍‌ ଯୋଗୁ ପ୍ରବାସୀ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜ, ହର୍ଷ ମନ୍ଦର ଏବଂ ଜଗଦୀପ ଛୋକରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟରେ ଉପସ୍ଥିତ ରହି କହିଥିଲେ, ୨୦୧୧ ଜନଗଣନା ପରେ ଦେଶର ଲୋକସଂଖ୍ୟା ବଢ଼ିଛି। ସେହି ଅନୁଯାୟୀ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଯୋଗ୍ୟ ଗରିବ ହିତାଧିକାରୀମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟଶସ୍ୟ ଯୋଗାଇଦେବା ଆବଶ୍ୟକ ବୋଲି ସେ କହିଥିଲେ। ଭାରତରେ ମୁଣ୍ଡପିଛା ଆୟ ବଢ଼ିଥିବା ସରକାର ଦାବି କରୁଥିବାବେଳେ ବିଶ୍ୱ କ୍ଷୁଧା ତାଲିକାରେ ଭାରତ ଦ୍ରୁତ ତଳକୁ ଖସୁଥିବା ଭୂଷଣ ଦର୍ଶାଇଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭଟି ଉପସ୍ଥିତ ରହି ଏନ୍‌ଏଫ୍‌ଏସ୍‌ଏରେ ୮୧.୩୫ କୋଟି ଉପଭୋକ୍ତାଙ୍କୁ ରିହାତି ଦରରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବା କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୮ ତାରିଖକୁ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri