ଶିକ୍ଷାରେ ଇଚ୍ଛାଶକ୍ତି

ବିଶ୍ୱର ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଅଷ୍ଟାଦଶ ସାଧାରଣ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏହା ସହ ୪ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମରେ ବିଧାନସଭା ନିର୍ବାଚନ ହେଉଛି। ଦେଶରେ ୪ଟି ପର୍ଯ୍ୟାୟରେ ୩୮୧ ଲୋକ ସଭା ସିଟ୍‌ ପାଇଁ ଭୋଟ ଗ୍ରହଣ ସରିଲାଣିି। ଏହି କ୍ରମରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକ ସଭା(ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ) ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଲାଗି ଭୋଟ ଗ୍ରହଣ ଶେଷ ହୋଇଛି। ଆଉ ତିନୋଟି ପର୍ଯ୍ୟାୟରେ ରାଜ୍ୟର ୧୭ଟି ଲୋକ ସଭା ଓ ଅବଶିଷ୍ଟ ବିଧାନସଭା ସକାଶେ ଭୋଟ ଗ୍ରହଣ ବାକି ରହିଛି। ଏହି ନିର୍ବାଚନରେ ମୁଖ୍ୟତଃ ଦୁଇ ଜାତୀୟ ଦଳ, ଯଥା ଭାରତୀୟ ଜନତା ପାର୍ଟି (ଭାଜପା) ଓ ଆଇଏନ୍‌ସି ବା ଜାତୀୟ କଂଗ୍ରେସ ଏବଂ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ (ବିଜେଡି) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହିସବୁ ଦଳ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ସେମାନଙ୍କ ନିର୍ବାଚନ ଇସ୍ତାହାର ବା ମାନିଫେଷ୍ଟୋ ପ୍ରକାଶ କରିଥିଲେ। ଏଥିରେ ଆର୍ଥିକ, ସାମାଜିକ ପ୍ରସଙ୍ଗରେ ସେମାନଙ୍କର ପ୍ରତିଶ୍ରୁତି ଉପସ୍ଥାପନ କରିଥିବାବେଳେ ଶିକ୍ଷା ସମ୍ପର୍କରେ ମଧ୍ୟ ସଙ୍କଳ୍ପ ରଖିଛନ୍ତି। ପ୍ରଦେଶ କଂଗ୍ରେସ ଏହାର ସଙ୍କଳ୍ପ ପତ୍ର (ପୃଷ୍ଠା-୩)ରେ ବିଦ୍ୟାଳୟଗୁଡ଼ିକରେ ପୁଷ୍ଟିସାର ପ୍ରାତଃଭୋଜନ ଓ ମଧ୍ୟାହ୍ନଭୋଜନ ଯୋଗାଇଦେବା, ସବୁ ମାଧ୍ୟମିକ ବିଦ୍ୟାଳୟରେ ପର୍ଯ୍ୟାପ୍ତ ହଷ୍ଟେଲ ନିର୍ମାଣ ଓ ଛାତ୍ରାବାସରେ ରହୁଥିବା ପିଲାଙ୍କର ଅର୍ଦ୍ଧେକ ଖର୍ଚ୍ଚ ବହନ କରିବା, ସମସ୍ତ ବିଦ୍ୟାଳୟରେ ଗୋଟିଏ କ୍ଲାସ ପାଇଁ ଅନ୍ତତଃ ଗୋଟିଏ ଶ୍ରେଣୀ କକ୍ଷ ନିର୍ମାଣ କରିବା, ବିଶ୍ୱବିଦ୍ୟାଳୟଗୁଡ଼ିକରେ ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଦେବା, ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଖାଲି ପଦବୀ ପୂରଣ କରିବା, ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଓଡ଼ିଆରେ ପାଠପଢ଼ାକୁ ବାଧ୍ୟତାମୂଳକ କରିବା, ପ୍ରତି ବ୍ଲକରେ ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ କଲେଜ ଖୋଲିବା ଏବଂ ପ୍ରତ୍ୟେକ ସରକାରୀ ଶିକ୍ଷାନୁଷ୍ଠାନରେ ପାଠପଢ଼ା ଦେୟମୁକ୍ତ କରିବାକୁ ଘୋଷଣା କରିଛି। ସେହିପରି ବିଜେଡି ଓଡ଼ିଶାକୁ ଏକ ନମ୍ବର କରିବା ଲକ୍ଷ୍ୟରେ ଏହାର ମାନିଫେଷ୍ଟୋ ଉପସ୍ଥାପନ କରିଛି। ୨୪ଟି ପ୍ରସଙ୍ଗକୁ ଏଥିରେ ଗୁରୁତ୍ୱ ଦେଇଛି ଓ ଶିକ୍ଷାକୁ କ୍ରମିକ ନମ୍ବର ୧୪ରେ (ପୃଷ୍ଠା-୧୧) ସ୍ଥାନୀତ କରିଛି। ରାଜ୍ୟର ୮୬୮୧ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ ପର୍ଯ୍ୟାୟକ୍ରମେ ଶେଷ କରିବା, ଗୁଣାମତ୍କ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗଠନ କରିବା, ଉଭୟ ଥିଓରି ଓ ପ୍ରାକ୍ଟିକାଲ ଆଧାରିତ ଷ୍ଟେମ୍‌ (ସାଇନ୍ସ, ଟେକ୍‌ନୋଲୋଜି, ଇଞ୍ଜିନିୟରିଂ, ମାଥ୍‌ମେଟିକ୍ସ) ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା, ପ୍ରତି ହାଇସ୍କୁଲରେ କୋଡିଂ, ପ୍ରୋଗ୍ରାମିଂ ଓ କମ୍ପ୍ୟୁଟର ଶିକ୍ଷାଦେବା, ରାଜ୍ୟରେ ମହାପୁରୁଷଙ୍କ ସହ ଜଡ଼ିତ ୧୦୦ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ରୂପାନ୍ତରୀକରଣ କରିବାକୁ ଘୋଷଣା କରିଛି।
ଏହି ଦୁଇଟି ଦଳ ବ୍ୟତୀତ ଭାଜପା ମଧ୍ୟ ମୋଦି ଗ୍ୟାରେଣ୍ଟି ଶୀର୍ଷକରେ ଇସ୍ତାହାର ପ୍ରକାଶ କରିଛି । ପୃଷ୍ଠା ୫୯ରେ ଶିକ୍ଷା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଆଧୁନିକ, ସର୍ବଭାରତୀୟ ଗୁଣାମତ୍କ ଶିକ୍ଷାକୁ ଗୁରୁତ୍ୱ ଦେବା, ଉଚ୍ଚଶିକ୍ଷା ପାଇଁ ଅନୁଷ୍ଠାନ ବୃଦ୍ଧି କରିବାକୁ ଏହା ପ୍ରତିବଦ୍ଧତା ପ୍ରକାଶ କରିଛି। ଏହା ସହ ଶିକ୍ଷା କ୍ଷେତ୍ରରେ ଟେକ୍‌ନୋଲୋଜି ବ୍ୟବହାର, ଗୁଣାତ୍ମକ ଶିକ୍ଷା ପାଇଁ ପିଏମ୍‌ ଶ୍ରୀ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ଅନୁଯାୟୀ ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରାଯାଇଛି। ବିଦ୍ୟାଳୟରେ ଗତିଶୀଳ ଶିକ୍ଷଣୀୟ ପାଠ୍ୟକ୍ରମ ଗ୍ରହଣ କରିବା ସହ ଉଚ୍ଚଶିକ୍ଷାରେ ପ୍ରଯୁକ୍ତିବିଦ୍ୟାରେ ଶିଳ୍ପ ସମନ୍ବିତ ପାଠ୍ୟକ୍ରମ ତଥା ଦକ୍ଷତା ବିକାଶକୁ ଅନ୍ତର୍ଭୁକ୍ତ କରିବା ଏବଂ ଗୋଟିଏ ଦେଶ ଗୋଟିଏ ଛାତ୍ର ଆଇଡି କାର୍ଯ୍ୟକାରୀ କରିବାକୁ ଭାଜପା ପ୍ରତିଶ୍ରୁତି ଦେଇଛି।
ସବୁ ଦଳର ଘୋଷଣାକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଯେ, ଏଗୁଡ଼ିକରେ ମୁଖ୍ୟତଃ ଭିତ୍ତିଭୂମି ସହିତ କିଛି ସ୍ବପ୍ନ ଦେଖାଯାଇଛି। କିନ୍ତୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ମୂଳମନ୍ତ୍ର-ଯୋଗ୍ୟ ଶିକ୍ଷୟିତ୍ରୀଶିକ୍ଷକଙ୍କ ପ୍ରସ୍ତୁତି- ସମ୍ପର୍କରେ କୌଣସି ଦଳ ତରଫରୁ ଉଲ୍ଲେଖ କରାଯାଇନାହିଁ। ଏଠାରେ କେବଳ ମାଷ୍ଟ୍ରଙ୍କ ଦରମା ବୃଦ୍ଧି କରିଦେଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ଚିନ୍ତା କରିବା ଉଚିତ ନୁହେଁ। କେହି ଗୋଟିଏ ଦଳ ଭବିଷ୍ୟତକୁ ଲକ୍ଷ୍ୟ କରି ଛାତ୍ରୀଛାତ୍ରଙ୍କ ପାଖରେ ମାଷ୍ଟ୍ରଙ୍କୁ ଉତ୍ତରଦାୟୀ କରାଇବାର ବ୍ୟବସ୍ଥା ଗଢ଼ିବାରେ ଗୁରୁତ୍ୱ ଦେଇନାହାନ୍ତି। ଯାହାଫଳରେ ଯେତେ ଶ୍ରେଣୀଗୃହ ନିର୍ମାଣ ହେଉ, ଅଧିକ ମାଷ୍ଟ୍ର ନିଯୁକ୍ତି ପାଆନ୍ତୁ କିମ୍ବା ଉଚ୍ଚଶିକ୍ଷା ଅନୁଷ୍ଠାନ ଗଢ଼ିଦେଲେ ରାଜ୍ୟ କିମ୍ବା ଦେଶରେ ଥିବା ଶିକ୍ଷା ବ୍ୟବସ୍ଥାର ଉନ୍ନତି ଘଟିପାରିବ ନାହିଁ। ସେଥିପାଇଁ ଏହିସବୁ ପ୍ରତିଶ୍ରୁତି ସହ ମାଷ୍ଟ୍ରାଣୀ ମାଷ୍ଟ୍ରଙ୍କର ଯୋଗ୍ୟତା ବଢ଼ାଇବା ପାଇଁ ଆବଶ୍ୟକୀୟ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଦେଖାଯାଉଛି। ଉଦାହରଣସ୍ବରୂପ, ବିଏଡ୍‌ ଓ ଏମ୍‌ଏଡ୍‌ ପଢୁଥିବା ଚାକିରି ଆଶାୟୀ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଡାକ୍ତରୀ(ଏମ୍‌ବିବିଏସ୍‌) ପାଠଭଳି ଦୁଇବର୍ଷ ସରକାରୀ ସ୍କୁଲରେ ପାଠ ପଢ଼ାଇବା ବାଧ୍ୟତାମୂଳକ ହେବା ଦରକାର। ଏଥିସହ ସେହିସବୁ ବିଏଡ୍‌ ଓ ଏମ୍‌ଏଡ୍‌ ଶିକ୍ଷା ଦେଉଥିବା ଅନୁଷ୍ଠାନଗୁଡ଼ିକୁ ଅଧିକ ଗୁରୁତ୍ୱ ଓ ସଶକ୍ତ କରାଯିବା ଆବଶ୍ୟକ। ଦେଶର ଭବିଷ୍ୟତକୁ ଗଢ଼ିବାର ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଶିକ୍ଷକ ଯେଉଁ ଅନୁଷ୍ଠାନରୁ ପ୍ରଶିକ୍ଷଣ ନେବେ ତାହାର ମାନ ସର୍ବୋଚ୍ଚ ରହିବା ଦରକାର। ଯେଉଁ ପର୍ଯ୍ୟନ୍ତ ଯୋଗ୍ୟ ଶିକ୍ଷକ ହାସଲ କରିବା ସମସ୍ୟାର ସମାଧାନ ଖୋଜିବା ପାଇଁ ଉଦ୍ୟମ ଆରମ୍ଭ ହୋଇନାହିଁ ସେ ପର୍ଯ୍ୟନ୍ତ ଭାରତୀୟ ଶିକ୍ଷା ବ୍ୟବସ୍ଥା କେବଳ ଧନୀବର୍ଗର ସୁବିଧା ସୃଷ୍ଟି କରିବା ପାଇଁ ସୀମିତ ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?