Posted inTrending, ଖେଳ

ଧୋନୀଙ୍କ IPL ସନ୍ନ୍ୟାସରେ ଭାବୁକ ହେଲେ ବୈଭବ ସୂର୍ଯ୍ୟବଂଶୀ, ପୁରୁଣା ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ରିଟେନ୍ସନ ପୂର୍ବରୁ ଏମଏସ ଧୋନୀ ନିଜର ସମସ୍ତ ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛନ୍ତି। ସେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିବା ବେଳେ ଏବେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହିତ ମେଣ୍ଟର ଭାବେ କାମ କରିବେ। ଧୋନୀ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ। ଚେନ୍ନାଇ ସୁପର କିଙ୍ଗ୍ସ ସହ ମିଶି ସେ ପ୍ରଶଂସକଙ୍କୁ ଅନେକ ଐତିହାସିକ ମୁହୂର୍ତ୍ତ ଭେଟି ଦେଇଛନ୍ତି। ଧୋନୀଙ୍କ ଅବସର ପରେ ପ୍ରଶଂସକମାନେ ଭାବବିହୱଳ ହୋଇପଡ଼ିଥିବା ବେଳେ ବହୁ ଦିଗ୍ଗଜ କ୍ରିକେଟର ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏବେ ୧୫ ବର୍ଷୀୟ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଧୋନୀଙ୍କୁ ଭାବବିହୱଳ ବିଦାୟ ଜଣାଇଛନ୍ତି।

ନଭେମ୍ବର ୧୭ରେ IPL ୨୦୨୭ ପାଇଁ ରିଟେନ୍ସନ ତାଲିକା ଘୋଷଣା କରାଯାଇଥିଲା। ସମସ୍ତେ ଭାବୁଥିଲେ ଯେ, ଏମଏସ ଧୋନୀ ଆଗାମୀ ସିଜିନରେ ଖେଳିବେ। ଧୋନୀ ନିଜେ ମଧ୍ୟ କହିଥିଲେ ଯେ, ସେ ଚେନ୍ନାଇରେ ଖେଳି ନିଜ କ୍ୟାରିୟରର ଅନ୍ତ କରିବେ। ଆହତ ସମସ୍ୟା ଯୋଗୁ ଧୋନୀ ଗତ ଆଇପିଏଲ ସିଜନ ଖେଳିପାରି ନଥିଲେ। ତେଣୁ IPL ୨୦୨୭ ଜରିଆରେ ସେ ନିଜ କ୍ରିକେଟ କ୍ୟାରିୟରର ଅନ୍ତ କରିବେ ବୋଲି ଆଶା କରାଯାଉଥିଲା।

ହେଲେ ରିଟେନ୍ସନ ଘୋଷଣାର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଧୋନୀ ଏଣିକି ଦଳର ମେଣ୍ଟର ଭାବେ ନଜର ଆସିବେ। ଏହାପରେ ଧୋନୀ ନିଜେ ସୋସିଆଲ ମିଡିଆରେ ଏକ ଭାବବିହୱଳ ଭିଡିଓ ପୋଷ୍ଟ କରି ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ଯେ, ଧୋନୀ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏହାପରଠାରୁ ସେ କେବଳ ଆଇପିଏଲ ଖେଳୁଥିଲେ।

ଧୋନୀଙ୍କ ସନ୍ନ୍ୟାସ ପରେ ୧୫ ବର୍ଷୀୟ ଷ୍ଟାର ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଭାବବିହୱଳ ପ୍ରତିକ୍ରିୟା ଦେଇଛନ୍ତି। ବୈଭବ ପ୍ରଥମ ଥର ପଡ଼ିଆରେ ଧୋନୀଙ୍କୁ ଭେଟିବା ସମୟରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ସେହି ସ୍ମରଣୀୟ ମୁହୂର୍ତ୍ତର ଫଟୋକୁ ବୈଭବ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ସହିତ ହାତ ଯୋଡ଼ିବାର ଇମୋଜି ଦେଇ ଧୋନୀଙ୍କୁ ବିଦାୟ ଜଣାଇଥିଲେ।

ଏମଏସ ଧୋନୀ ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ଦୁଇ ଥର ଚାମ୍ପିୟନ୍ସ ଲିଗ T20 ଟାଇଟଲ ହାସଲ କରିଛି।

ଧୋନୀ ୧୦ ଥର ଆଇପିଏଲ ଫାଇନାଲ ଖେଳିଥିବା ବେଳେ ୧୨ ଥର ନିଜ ଦଳକୁ ପ୍ଲେଅଫ୍‌ରେ ପହଞ୍ଚାଇଛନ୍ତି। ଅଧିନାୟକ ଭାବେ ଆଇପିଏଲରେ ତାଙ୍କ ନାମରେ ସର୍ବାଧିକ ବିଜୟ ରେକର୍ଡ ରହିଛି। ଏପରିକି ଆଜି ମଧ୍ୟ ତାଙ୍କର ବିଜୟ ପ୍ରତିଶତ ସବୁଠାରୁ ଭଲ ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଧୋନୀଙ୍କ ଏହି ୩ IPL ରେକର୍ଡ ଭାଙ୍ଗିବା ଅସମ୍ଭବ: ଏକମାତ୍ର ଖେଳାଳି ଭାବେ କରିଛନ୍ତି ଏମିତି କାରନାମା

ନୂଆଦିଲ୍ଲୀ,୧୮।୧୧: ଆଇପିଏଲ୍‌ରୁ ଖେଳାଳି ଭାବେ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ଦିନରେ ଆଉ ପଡ଼ିଆରେ ହଳଦିଆ ଜର୍ସି ପିନ୍ଧି ଖେଳୁଥିବାର ନଜର ଆସିବେ ନାହିଁ…

ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…

ଧୋନୀଙ୍କ ଅବସରକୁ ନେଇ ଚାଞ୍ଚଲ୍ୟକର ବୟାନ୍‌ ଦେଲେ ପାକିସ୍ତାନ କ୍ରିକେଟର୍‌: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୮।୧୧:ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଡ୍ରେସିଂ ରୁମ୍‌ରେ ମେଣ୍ଟର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ଯୁବ କ୍ରିକେଟରଙ୍କ ପାଇଁ ବେଶ ଲାଭଦାୟକ ହେବ। ଏପରି ମତ…

କାହିଁକି IPLକୁ ଅଲବିଦା କହିଲେ ଧୋନୀ? ସନ୍ନ୍ୟାସ ପଛର ବଡ଼ କାରଣ କହିଲେ ସୁରେଶ ରାଇନା, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ସନ୍ନ୍ୟାସ ପରେ ସୁରେଶ ରାଇନାଙ୍କ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରାଇନା କହିଛନ୍ତି , ଧୋନୀ ନିଜ…

ଟାଇଟାନିକ୍‌ ପୂର୍ବରୁ ବୁଡ଼ିଥିଲା ସୁନା ଭର୍ତ୍ତି ଜାହାଜ

ସାନ୍‌ ଫ୍ରାନ୍ସିସ୍‌ସ୍କୋ,୧୮ା୧୧: ଟାଇଟାନିକ ଦୁର୍ଘଟଣା(୧୯୧୨ ଏପ୍ରିଲ ୧୪-୧୫)ର ବହୁ ପୂର୍ବରୁ ଆମେରିକାର ସବୁଠାରୁ ଚର୍ଚ୍ଚିତ ଜାହାଜ ଦୁର୍ଘଟଣା ଥିଲା ‘ଏସ୍‌ଏସ୍‌ ସେଣ୍ଟ୍ରାଲ ଆମେରିକା’। ୧୮୫୭ ସେପ୍ଟେମ୍ବର ମାସରେ…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ଆରମ୍ଭରୁ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?