Posted inTrending, ଖେଳ

ଧୋନୀଙ୍କ ଏହି ୩ IPL ରେକର୍ଡ ଭାଙ୍ଗିବା ଅସମ୍ଭବ: ଏକମାତ୍ର ଖେଳାଳି ଭାବେ କରିଛନ୍ତି ଏମିତି କାରନାମା

ନୂଆଦିଲ୍ଲୀ,୧୮।୧୧: ଆଇପିଏଲ୍‌ରୁ ଖେଳାଳି ଭାବେ ସନ୍ନ୍ୟାସ ନେଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଗାମୀ ଦିନରେ ଆଉ ପଡ଼ିଆରେ ହଳଦିଆ ଜର୍ସି ପିନ୍ଧି ଖେଳୁଥିବାର ନଜର ଆସିବେ ନାହିଁ ମାହି। ତେବେ ଚେନ୍ନାଇ ସୁପର କିଙ୍ଗ୍ସ ସହ ମେଣ୍ଟର ଭାବେ ତାଙ୍କର ନୂଆ ଯାତ୍ରା ଆରମ୍ଭ ହେବ। ନିଜର ଶାନ୍ତ ସ୍ବଭାବ, ଚତୁର ରଣନୀତି ଓ ଅସାଧାରଣ ନେତୃତ୍ୱ ବଳରେ ଧୋନୀ ଅନେକ କଠିନ ମ୍ୟାଚ୍‌ରେ CSKକୁ ବିଜୟୀ କରାଇଛନ୍ତି। ଏହାସହ ଯୁବ ଖେଳାଳିଙ୍କୁ ଗଢ଼ି ତୋଳିବାରେ ମଧ୍ୟ ତାଙ୍କର ବଡ଼ ଭୂମିକା ରହିଛି।

ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ ଏବଂ ଚାପରେ ମ୍ୟାଚ ଜିତାଇବାର କ୍ଷମତା ପାଇଁ ଧୋନୀ ବେଶ ପରିଚିତ। ସେ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ଦର୍ଶକଙ୍କ ମନରେ ବିଜୟର ଆଶା ରହୁଥିଲା। ନିଜ ବ୍ୟାଟିଂ ଓ ଅଧିନାୟକତ୍ୱ ଜରିଆରେ ସେ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଧୋନୀଙ୍କ ଏପରି ୩ଟି IPL ରେକର୍ଡ ସମ୍ପର୍କରେ, ଯାହାକୁ ଭାଙ୍ଗିବା ଆଗାମୀ ଦିନରେ କୌଣସି ଖେଳାଳିଙ୍କ ପାଇଁ ସହଜ ହେବ ନାହିଁ।

୧. IPLରେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ
ମହେନ୍ଦ୍ର ସିଂ ଧୋନୀଙ୍କ ଶାନ୍ତ ସୱଭାବ ଓ ଚତୁର ଅଧିନାୟକତ୍ୱ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଥର IPL ଟ୍ରଫି ହାସଲ କରିଛି। IPL ଇତିହାସରେ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ ଖେଳିବାର ରେକର୍ଡ ଧୋନିଙ୍କ ନାଁରେ ରହିଛି। ସେ ଅଧିନାୟକ ଭାବେ ମୋଟ ୨୩୫ଟି ମ୍ୟାଚ ଖେଳିଥିବା ବେଳେ ୧୩୬ଟିରେ ବିଜୟୀ ହୋଇଛନ୍ତି ଏବଂ ୯୭ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛନ୍ତି। ଆଉ ୨ଟି ମ୍ୟାଚ୍‌ର କୌଣସି ଫଳାଫଳ ବାହାରିନାହିଁ।

ଏହି ତାଲିକାରେ ଧୋନୀଙ୍କ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ନାଁ ରହିଛି। ଗମ୍ଭୀର କ୍ରିକେଟ୍‌ରୁ ଅବସର ନେଇଥିବାବେଳେ ରୋହିତ ଓ ବିରାଟ ଅଧିନାୟକ ପଦ ଛାଡ଼ିଛନ୍ତି। ଏହାପରେ ଶ୍ରେୟସ ଆୟରଙ୍କ ପାଳି। ସେ ଏପର୍ଯ୍ୟନ୍ତ IPLରେ ୧୦୧ଟି ମ୍ୟାଚ୍ରେ ଅଧିନାୟକତ୍ୱ କରିଛନ୍ତି। ଧୋନୀଙ୍କ ୨୩୫ ମ୍ୟାଚ୍‌ର ରେକର୍ଡ ପାଖରେ ପହଞ୍ଚିବା ତାଙ୍କ ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ହେବ।

୨. IPLରେ ସର୍ବାଧିକ ଆଉଟ୍‌ ରେକର୍ଡ
କେବଳ ଅଧିନାୟକତ୍ୱ ନୁହେଁ, ଉଇକେଟ ପଛରେ ମଧ୍ୟ ଧୋନୀଙ୍କ ଦବଦବା ରହିଛି। IPL ଇତିହାସରେ ସର୍ବାଧିକ ଆଉଟ୍‌ କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ଏପର୍ଯ୍ୟନ୍ତ ସେ ମୋଟ ୨୦୧ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଏଥିରେ ୧୫୪ଟି କ୍ୟାଚ ଓ ୪୭ଟି ଷ୍ଟମ୍ପିଂ ସାମିଲ ଅଛି।

ଏହି ତାଲିକାରେ ଧୋନୀଙ୍କ ପଛକୁ ଦିନେଶ କାର୍ତ୍ତିକ, ଋଦ୍ଧିମାନ ସାହା ଓ ଋଷଭ ପନ୍ତ ରହିଛନ୍ତି। କାର୍ତ୍ତିକ ଓ ସାହା କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି। ଅନ୍ୟପକ୍ଷରେ ପନ୍ତ ଏବେ ବି IPL ଖେଳୁଛନ୍ତି। ତେବେ ତାଙ୍କ ନାଁରେ ଏପର୍ଯ୍ୟନ୍ତ ମାତ୍ର ୧୧୧ଟି ଆଉଟ୍‌ ରହିଛି। ଧୋନୀଙ୍କ ୨୦୧ ଆଉଟ୍‌ର ରେକର୍ଡ ଅତିକ୍ରମ କରିବା ପାଇଁ ପନ୍ତଙ୍କୁ ଆହୁରି ଅନେକ ମ୍ୟାଚ ଖେଳିବାକୁ ପଡ଼ିବ।

୩. IPLରେ ସର୍ବାଧିକ ଫାଇନାଲ ଖେଳିଥିବା ଅଧିନାୟକ
IPL ଇତିହାସରେ ସର୍ବାଧିକ ଥର ଫାଇନାଲ ଖେଳିଥିବା ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ଅଧିନାୟକ ଭାବେ ସେ ମୋଟ ୧୦ ଥର ଫାଇନାଲ ମ୍ୟାଚ ଖେଳିଛନ୍ତି। ଏଥିମଧ୍ୟରୁ ୫ ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିୟନ କରାଇଛନ୍ତି।

ପଡ଼ିଆକୁ ଧୋନୀଙ୍କ ପ୍ରବେଶ ଦର୍ଶକଙ୍କ ପାଇଁ କୌଣସି ଉତ୍ସବଠାରୁ କମ ନଥିଲା। ଷ୍ଟାଡିୟମ୍‌ରେ ‘ମାହି-ମାହି’ ନାରା ଗୁଞ୍ଜରିତ ହେଲେ ବିପକ୍ଷ ଦଳର ବୋଲରଙ୍କ ଉପରେ ମଧ୍ୟ ଚାପ ସୃଷ୍ଟି ହେଉଥିଲା। ତାଙ୍କର ହେଲିକପ୍ଟର ସଟ ହେଉ କିମ୍ବା ଉଇକେଟ ପଛରେ ରହି ଚତୁରତାର ସହ ଷ୍ଟମ୍ପିଂ କରିବାର କଳା, ସବୁଥିରେ ଧୋନୀଙ୍କ ଅଲଗା ପରିଚୟ ରହିଛି।

ଏହି ୩ଟି ରେକର୍ଡ ପ୍ରମାଣ କରୁଛି ଯେ, IPL ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ କେତେ ସ୍ବତନ୍ତ୍ର। ଖେଳାଳି ଭାବେ ସେ ପଡ଼ିଆରୁ ଦୂରେଇ ଯାଉଥିଲେ ମଧ୍ୟ ତାଙ୍କ ନେତୃତ୍ୱ, ଅଭିଜ୍ଞତା ଓ ରେକର୍ଡ ସବୁବେଳେ କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍‌ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…

ଧୋନୀଙ୍କ IPL ସନ୍ନ୍ୟାସରେ ଭାବୁକ ହେଲେ ବୈଭବ ସୂର୍ଯ୍ୟବଂଶୀ, ପୁରୁଣା ଫଟୋ ଶେୟାର କରି କହିଲେ…

ନୂଆଦିଲ୍ଲୀ, ୧୮।୧୧: IPL ୨୦୨୭ ରିଟେନ୍ସନ ପୂର୍ବରୁ ଏମଏସ ଧୋନୀ ନିଜର ସମସ୍ତ ପ୍ରଶଂସକଙ୍କୁ ବଡ଼ ଝଟକା ଦେଇଛନ୍ତି। ସେ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିଥିବା ବେଳେ…

ଧୋନୀଙ୍କ ଅବସରକୁ ନେଇ ଚାଞ୍ଚଲ୍ୟକର ବୟାନ୍‌ ଦେଲେ ପାକିସ୍ତାନ କ୍ରିକେଟର୍‌: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୮।୧୧:ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଡ୍ରେସିଂ ରୁମ୍‌ରେ ମେଣ୍ଟର ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ଉପସ୍ଥିତି ଯୁବ କ୍ରିକେଟରଙ୍କ ପାଇଁ ବେଶ ଲାଭଦାୟକ ହେବ। ଏପରି ମତ…

କାହିଁକି IPLକୁ ଅଲବିଦା କହିଲେ ଧୋନୀ? ସନ୍ନ୍ୟାସ ପଛର ବଡ଼ କାରଣ କହିଲେ ସୁରେଶ ରାଇନା, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୧୮।୧୧: ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ସନ୍ନ୍ୟାସ ପରେ ସୁରେଶ ରାଇନାଙ୍କ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରାଇନା କହିଛନ୍ତି , ଧୋନୀ ନିଜ…

ଟାଇଟାନିକ୍‌ ପୂର୍ବରୁ ବୁଡ଼ିଥିଲା ସୁନା ଭର୍ତ୍ତି ଜାହାଜ

ସାନ୍‌ ଫ୍ରାନ୍ସିସ୍‌ସ୍କୋ,୧୮ା୧୧: ଟାଇଟାନିକ ଦୁର୍ଘଟଣା(୧୯୧୨ ଏପ୍ରିଲ ୧୪-୧୫)ର ବହୁ ପୂର୍ବରୁ ଆମେରିକାର ସବୁଠାରୁ ଚର୍ଚ୍ଚିତ ଜାହାଜ ଦୁର୍ଘଟଣା ଥିଲା ‘ଏସ୍‌ଏସ୍‌ ସେଣ୍ଟ୍ରାଲ ଆମେରିକା’। ୧୮୫୭ ସେପ୍ଟେମ୍ବର ମାସରେ…

ଆଜିଠୁ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୧୮ା୧୧(ସୁନିତ୍‌ ମିଶ୍ର): ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନ ଆରମ୍ଭରୁ ଦିବଂଗତ ନେତାମାନଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବ।…

ଓଡ଼ିଶା ଛୁଇଁବ ବାତ୍ୟାର ବାହ୍ୟ ବଳୟ: ୧୪ ମିଟର ଉଚ୍ଚକୁ ଉଠିବ ସମୁଦ୍ର ଢେଉ, ୭୦ କି.ମି. ବେଗରେ…

ଭୁବନେଶ୍ୱର, ୧୭ା୧୧ (ବନ୍ଦନା ସେଠୀ) – ବଙ୍ଗୋପସାଗରରେ ଅତି ମନ୍ଥର ଗତିରେ ଘଣ୍ଟା ପ୍ରତି ୩ କି.ମି. ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ଅକ୍ୱାନ’। ବୁଧବାର ଏହା…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?