ଆହୁରି ବଢ଼ିବ

ଚଳିତବର୍ଷ ଫେବୃୟାରୀ ୨୮ ଯାଏ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିଲା। ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ତୈଳ ଦର ଅପରିବର୍ତ୍ତିତ ରଖିଦେଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଅର୍ଥାତ୍‌ ମେ ୪ରୁ ଜୁଲାଇ ୧୭ ଯାଏ କ୍ରମାଗତ ୧୧ ସପ୍ତାହ ପେଟ୍ରୋଲ ୧୧ଟଙ୍କା ୫୪ ପଇସା ଓ ଡିଜେଲ ୯ ଟଙ୍କା ୯୭ ପଇସା ବୃଦ୍ଧି ପାଇଥିଲା। ଜନଅସନ୍ତୋଷ ବଢ଼ିବାରୁ କିଛିଦିନ ଏଥିରେ ବିରତି ଦିଆଯାଇଥିଲା। ଫଳରେ ସରକାର ଅଗଷ୍ଟରେ ୬ ଥରରେ ପେଟ୍ରୋଲ ୬୨ ପଇସା ଓ ଡିଜେଲ ୧ ଟଙ୍କା ୧୪ ପଇସା କମାଇଥିଲେ। ତେବେ ଗତ ଦୁଇ ସପ୍ତାହ ହେବ ପେଟ୍ରୋଲ ଓ ଡିଜେଲ ଦର ପୁଣି ଉପରମୁହାଁ ହୋଇଚାଲିଛି। ୫ ଅକ୍ଟୋବର ମଧ୍ୟରେ ପେଟ୍ରୋଲ ୬ ଥର ଓ ଡିଜେଲ ୯ ଥର ବଢ଼ି ଏବେ ଓଡ଼ିଶାର ମାଲକାନଗିରିର କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୧୦ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୧୦୫ ଟଙ୍କା ଛୁଇଁଛି। ଦେଶ କଥା ଦେଖିଲେ ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୬୧ ପଇସା ଥିବା ବେଳେ ଡିଜେଲ ୧୦୪ ଟଙ୍କା ୯୬ ପଇସାରେ ବିକ୍ରି ହେଉଛି।
ଏହା ଜଣାଶୁଣା ଯେ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲେ ତାହା ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟକୁ ବଢ଼ାଇ ଦେଇଥାଏ। କାରଣ ପରିବହନ ଉପରେ ଏହା ସିଧାସଳଖ ନିର୍ଭର କରେ। ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମୁଦ୍ରୀକରଣ ଭଳି ଅର୍ଥନୈତିକ କଠୋର ପଦକ୍ଷେପ ନିଆଯିବା ପରେ ଭାରତୀୟ ଅର୍ଥନୀତି ଦବି ଯାଇଥିଲା। ତାହାକୁ ଆହୁରି ଖରାପ ସ୍ତରକୁ ନେଇଗଲା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ। ୨୦୨୦ରେ କୋଭିଡ୍‌-୧୯ ଭୂତାଣୁ ଯୋଗୁ ହୋଇଥିବା ତତ୍‌କ୍ଷଣାତ୍‌ ଲକ୍‌ଡାଉନ ବା ଶଟ୍‌ଡାଉନ କୃଷି ଓ ଶିଳ୍ପ ଉତ୍ପାଦନକୁ ବ୍ୟାହତ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାହା ସାଧାରଣ ନାଗରିକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏଥିରେ ସରକାରଙ୍କ କୌଣସି ନୀତି ନ ଥିବା ସହିତ ହଠାତ୍‌କରି ବିଭିନ୍ନ ନିଷ୍ପତ୍ତି ନିଆଯାଉଥିବାରୁ ସ୍ଥିତି ଏବେ ମଧ୍ୟ ଜଟିଳ ହେଉଛି। ଉଦାହରଣ ସ୍ବରୂପ, ଭାରତର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ କୋଭିଡ୍‌ ନିୟମାବଳୀରେ ଭିନ୍ନତା ଦେଖାଦେଉଛି। କେଉଁଠି ଦୁଇଟି ଟିକା ନେଇଥିଲେ ପ୍ରବେଶ ଅନୁମତି ମିଳୁଥିବା ବେଳେ ଅନ୍ୟ କେତେକ ରାଜ୍ୟ, ଟିକା ସତ୍ତ୍ୱେ, ଆର୍‌ଟି-ପିସିଆର୍‌ ରିପୋର୍ଟ ମଧ୍ୟ ମାଗୁଛନ୍ତି।
୨୦୨୧ ସେପ୍ଟେମ୍ବର ପ୍ରଥମ ଭାଗରେ ଦେଶର ବଜାରଗୁଡ଼ିକରେ କାରବାର ବଢ଼ିବା ପରେ ଅର୍ଥନୀତିରେ ସାମାନ୍ୟ ସୁଧାର ଆସୁଥିଲା। ହେଲେ ପୁଣି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଘଟିବାରୁ ସମସ୍ତ ପ୍ରକାର ଦ୍ରବ୍ୟର ମୂଲ୍ୟ ଅତ୍ୟଧିକ ମାତ୍ରାରେ ବଢ଼ିଚାଲିଛି। ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି ରନ୍ଧନ ଗ୍ୟାସ୍‌। ଘରୋଇ କାର୍ଯ୍ୟରେ ବ୍ୟବହୃତ ଏଲ୍‌ପିଜି ଦର ସିଲିଣ୍ଡର ପିଛା ଗତ ୧୦ ମାସ ମଧ୍ୟରେ ୩୦୦ ଟଙ୍କା ବଢ଼ି ଏବେ ୯୧୧ ଟଙ୍କା ଧରିଲାଣି। ଖାଇବା ତେଲ ଲିଟର ପିଛା ୨୦୦ ଟଙ୍କା ମଧ୍ୟ ଅତିକ୍ରମ କରିଛି। ଯେତେବେଳେ ଇନ୍ଧନ ଓ ରନ୍ଧନ ସାମଗ୍ରୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ, ସେତେବେଳେ ସାଧାରଣ ପରିବାର ଦହଗଞ୍ଜ ହୋଇଯାଇଥାଆନ୍ତି। ଏହି ବିଷୟ ସରକାରଙ୍କୁ ବ୍ୟଥିତ କରୁ ନାହିଁ। ନିକଟରେ ଶେଷ ହୋଇଥିବା ୪୫ତମ ଜିଏସ୍‌ଟି ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟି ପରିସରକୁ ଆସିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ନୋହିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେଥିରୁ ଅତ୍ୟଧିକ ଲାଭ ପାଉଥିବାରୁ ଉକ୍ତ ପ୍ରସଙ୍ଗରେ ସହମତି ଆଣିପାରିଲେ ନାହିଁ। ଫଳରେ ଇନ୍ଧନ ଦରକୁ ଲଗାମବିହୀନ କରିଦିଆଗଲା। ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ ଦର ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚତ୍ଥିଲେ ମଧ୍ୟ ସାମାନ୍ୟ ପାଟି ଖୋଲିବାର ପ୍ରୟୋଜନ ନାହିଁ ବୋଲି ଭାବୁଛନ୍ତି। କେଉଁଭଳି ପଦକ୍ଷେପ ନିଆଗଲେ ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଅଣାଯାଇପାରିବ, ସେହି ବିଷୟରେ ଆଦୌ ଆଲୋଚନା ହେଉ ନାହିଁ। ଏଠାରେ ଏକ ଘୋଷା କଥା ମନେପଡ଼େ। ଯଦି ପେଟ୍ରୋଲ ଓ ଡିଜେଲ ଦର ଅତ୍ୟଧିକ ବୃଦ୍ଧି ପାଏ ଓ ବିରୋଧୀ ପ୍ରତିବାଦ କରନ୍ତି ସେତେବେଳେ କୁହାଯାଏ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ତାହାର ପ୍ରଭାବ ଘରୋଇ ମାର୍କେଟ ଉପରେ ପଡ଼ୁଛି। କୌତୂହଳର ବିଷୟ ହେଲା ଯେ, ଗତ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତେଲ ଦର ସର୍ବନିମ୍ନ ସ୍ତରରେ ଥିବାବେଳେ ଭାରତରେ ଦରବୃଦ୍ଧି ଲାଗି ରହିଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଲାଣି। ଅର୍ଥାତ୍‌ ଭାରତରେ ଆହୁରି ତୈଳ ଦର ବୃଦ୍ଧିର ଆଶଙ୍କା ଦିଶିଲାଣି।

 


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?