ଆହୁରି ବଢ଼ିବ

ଚଳିତବର୍ଷ ଫେବୃୟାରୀ ୨୮ ଯାଏ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିଲା। ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କେନ୍ଦ୍ର ସରକାର ତୈଳ ଦର ଅପରିବର୍ତ୍ତିତ ରଖିଦେଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଅର୍ଥାତ୍‌ ମେ ୪ରୁ ଜୁଲାଇ ୧୭ ଯାଏ କ୍ରମାଗତ ୧୧ ସପ୍ତାହ ପେଟ୍ରୋଲ ୧୧ଟଙ୍କା ୫୪ ପଇସା ଓ ଡିଜେଲ ୯ ଟଙ୍କା ୯୭ ପଇସା ବୃଦ୍ଧି ପାଇଥିଲା। ଜନଅସନ୍ତୋଷ ବଢ଼ିବାରୁ କିଛିଦିନ ଏଥିରେ ବିରତି ଦିଆଯାଇଥିଲା। ଫଳରେ ସରକାର ଅଗଷ୍ଟରେ ୬ ଥରରେ ପେଟ୍ରୋଲ ୬୨ ପଇସା ଓ ଡିଜେଲ ୧ ଟଙ୍କା ୧୪ ପଇସା କମାଇଥିଲେ। ତେବେ ଗତ ଦୁଇ ସପ୍ତାହ ହେବ ପେଟ୍ରୋଲ ଓ ଡିଜେଲ ଦର ପୁଣି ଉପରମୁହାଁ ହୋଇଚାଲିଛି। ୫ ଅକ୍ଟୋବର ମଧ୍ୟରେ ପେଟ୍ରୋଲ ୬ ଥର ଓ ଡିଜେଲ ୯ ଥର ବଢ଼ି ଏବେ ଓଡ଼ିଶାର ମାଲକାନଗିରିର କାଲିମେଳାରେ ପେଟ୍ରୋଲ ଲିଟର ପିଛା ୧୧୦ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୧୦୫ ଟଙ୍କା ଛୁଇଁଛି। ଦେଶ କଥା ଦେଖିଲେ ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୧୪ ଟଙ୍କା ୬୧ ପଇସା ଥିବା ବେଳେ ଡିଜେଲ ୧୦୪ ଟଙ୍କା ୯୬ ପଇସାରେ ବିକ୍ରି ହେଉଛି।
ଏହା ଜଣାଶୁଣା ଯେ, ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲେ ତାହା ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମୂଲ୍ୟକୁ ବଢ଼ାଇ ଦେଇଥାଏ। କାରଣ ପରିବହନ ଉପରେ ଏହା ସିଧାସଳଖ ନିର୍ଭର କରେ। ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ବିମୁଦ୍ରୀକରଣ ଭଳି ଅର୍ଥନୈତିକ କଠୋର ପଦକ୍ଷେପ ନିଆଯିବା ପରେ ଭାରତୀୟ ଅର୍ଥନୀତି ଦବି ଯାଇଥିଲା। ତାହାକୁ ଆହୁରି ଖରାପ ସ୍ତରକୁ ନେଇଗଲା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପ୍ରଚଳନ। ୨୦୨୦ରେ କୋଭିଡ୍‌-୧୯ ଭୂତାଣୁ ଯୋଗୁ ହୋଇଥିବା ତତ୍‌କ୍ଷଣାତ୍‌ ଲକ୍‌ଡାଉନ ବା ଶଟ୍‌ଡାଉନ କୃଷି ଓ ଶିଳ୍ପ ଉତ୍ପାଦନକୁ ବ୍ୟାହତ କରିଥିବା ବେଳେ ପରବର୍ତ୍ତୀ ସମୟରେ ତାହା ସାଧାରଣ ନାଗରିକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏଥିରେ ସରକାରଙ୍କ କୌଣସି ନୀତି ନ ଥିବା ସହିତ ହଠାତ୍‌କରି ବିଭିନ୍ନ ନିଷ୍ପତ୍ତି ନିଆଯାଉଥିବାରୁ ସ୍ଥିତି ଏବେ ମଧ୍ୟ ଜଟିଳ ହେଉଛି। ଉଦାହରଣ ସ୍ବରୂପ, ଭାରତର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ କୋଭିଡ୍‌ ନିୟମାବଳୀରେ ଭିନ୍ନତା ଦେଖାଦେଉଛି। କେଉଁଠି ଦୁଇଟି ଟିକା ନେଇଥିଲେ ପ୍ରବେଶ ଅନୁମତି ମିଳୁଥିବା ବେଳେ ଅନ୍ୟ କେତେକ ରାଜ୍ୟ, ଟିକା ସତ୍ତ୍ୱେ, ଆର୍‌ଟି-ପିସିଆର୍‌ ରିପୋର୍ଟ ମଧ୍ୟ ମାଗୁଛନ୍ତି।
୨୦୨୧ ସେପ୍ଟେମ୍ବର ପ୍ରଥମ ଭାଗରେ ଦେଶର ବଜାରଗୁଡ଼ିକରେ କାରବାର ବଢ଼ିବା ପରେ ଅର୍ଥନୀତିରେ ସାମାନ୍ୟ ସୁଧାର ଆସୁଥିଲା। ହେଲେ ପୁଣି ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଘଟିବାରୁ ସମସ୍ତ ପ୍ରକାର ଦ୍ରବ୍ୟର ମୂଲ୍ୟ ଅତ୍ୟଧିକ ମାତ୍ରାରେ ବଢ଼ିଚାଲିଛି। ଏହି ଦୁଃଖକୁ ଆହୁରି ବଢ଼ାଇ ଦେଇଛି ରନ୍ଧନ ଗ୍ୟାସ୍‌। ଘରୋଇ କାର୍ଯ୍ୟରେ ବ୍ୟବହୃତ ଏଲ୍‌ପିଜି ଦର ସିଲିଣ୍ଡର ପିଛା ଗତ ୧୦ ମାସ ମଧ୍ୟରେ ୩୦୦ ଟଙ୍କା ବଢ଼ି ଏବେ ୯୧୧ ଟଙ୍କା ଧରିଲାଣି। ଖାଇବା ତେଲ ଲିଟର ପିଛା ୨୦୦ ଟଙ୍କା ମଧ୍ୟ ଅତିକ୍ରମ କରିଛି। ଯେତେବେଳେ ଇନ୍ଧନ ଓ ରନ୍ଧନ ସାମଗ୍ରୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ, ସେତେବେଳେ ସାଧାରଣ ପରିବାର ଦହଗଞ୍ଜ ହୋଇଯାଇଥାଆନ୍ତି। ଏହି ବିଷୟ ସରକାରଙ୍କୁ ବ୍ୟଥିତ କରୁ ନାହିଁ। ନିକଟରେ ଶେଷ ହୋଇଥିବା ୪୫ତମ ଜିଏସ୍‌ଟି ପରିଷଦ ବୈଠକରେ ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟି ପରିସରକୁ ଆସିପାରେ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ନୋହିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେଥିରୁ ଅତ୍ୟଧିକ ଲାଭ ପାଉଥିବାରୁ ଉକ୍ତ ପ୍ରସଙ୍ଗରେ ସହମତି ଆଣିପାରିଲେ ନାହିଁ। ଫଳରେ ଇନ୍ଧନ ଦରକୁ ଲଗାମବିହୀନ କରିଦିଆଗଲା। ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂ ପୁରୀ ତୈଳ ଦର ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚତ୍ଥିଲେ ମଧ୍ୟ ସାମାନ୍ୟ ପାଟି ଖୋଲିବାର ପ୍ରୟୋଜନ ନାହିଁ ବୋଲି ଭାବୁଛନ୍ତି। କେଉଁଭଳି ପଦକ୍ଷେପ ନିଆଗଲେ ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଅଣାଯାଇପାରିବ, ସେହି ବିଷୟରେ ଆଦୌ ଆଲୋଚନା ହେଉ ନାହିଁ। ଏଠାରେ ଏକ ଘୋଷା କଥା ମନେପଡ଼େ। ଯଦି ପେଟ୍ରୋଲ ଓ ଡିଜେଲ ଦର ଅତ୍ୟଧିକ ବୃଦ୍ଧି ପାଏ ଓ ବିରୋଧୀ ପ୍ରତିବାଦ କରନ୍ତି ସେତେବେଳେ କୁହାଯାଏ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ତାହାର ପ୍ରଭାବ ଘରୋଇ ମାର୍କେଟ ଉପରେ ପଡ଼ୁଛି। କୌତୂହଳର ବିଷୟ ହେଲା ଯେ, ଗତ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତେଲ ଦର ସର୍ବନିମ୍ନ ସ୍ତରରେ ଥିବାବେଳେ ଭାରତରେ ଦରବୃଦ୍ଧି ଲାଗି ରହିଥିଲା। ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ପୁନର୍ବାର ବୃଦ୍ଧି ପାଇବାରେ ଲାଗିଲାଣି। ଅର୍ଥାତ୍‌ ଭାରତରେ ଆହୁରି ତୈଳ ଦର ବୃଦ୍ଧିର ଆଶଙ୍କା ଦିଶିଲାଣି।

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri