Posted inଖେଳ

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି ଯାଇଛନ୍ତି ଏବଂ ଖୁବ ଶୀଘ୍ର ସ୍ମୃତି ମନ୍ଧାନା ନୂତନ ଅଧିନାୟକ ଭାବେ ନିଯୁକ୍ତ ହୋଇପାରନ୍ତି। ଗତ ବର୍ଷ ହରମନପ୍ରୀତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୨୦୨୫ ODI ବିଶ୍ୱକପ ଟାଇଟଲ ଜିତିଥିଲା। ମଙ୍ଗଳବାର ସେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ଅଧିନାୟକ ପଦରୁ ବିଦାୟ ନେଇଥିଲେ।
ଅଧିନାୟକ ପଦ ଛାଡ଼ିବା ସହିତ ହରମନପ୍ରୀତ କୌର କ’ଣ ଅବସର ମଧ୍ୟ ନେଇଛନ୍ତି? ହରମନପ୍ରୀତ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୯,୦୦୦ରୁ ଅଧିକ ରନ ସଂଗ୍ରହ କରିବା ସହ ବୋଲିଂରେ ମଧ୍ୟ ଯୋଗଦାନ ଦେଇ ୭୫ଟି ୱିକେଟ ହାସଲ କରିଛନ୍ତି। ଏଠାରେ ଜାଣନ୍ତୁ: ହରମନପ୍ରୀତ କ’ଣ ଆଉ କେବେ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ?
ନା, ହରମନପ୍ରୀତ କୌର କ୍ରିକେଟରୁ ଅବସର ନେଇନାହାନ୍ତି; ସେ କେବଳ ଅଧିନାୟକ ପଦରୁ ଓହରି ଯାଇଛନ୍ତି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ମାଧ୍ୟମରେ ସେ ସ୍ପଷ୍ଟ କରିଛନ୍ତି ଯେ ଯଦିଓ ସେ ଅଧିନାୟକତ୍ୱ ଛାଡ଼ିଛନ୍ତି, ତଥାପି ଟିମ ଇଣ୍ଡିଆ ସହିତ ତାଙ୍କର ଯାତ୍ରା ଜାରି ରହିବ।
ନିଜ ବାର୍ତ୍ତାରେ ହରମନପ୍ରୀତ ଲେଖିଛନ୍ତି ଯେ ତାଙ୍କ କ୍ୟାରିୟରର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମୟ ଆସିଯାଇଛି। ସେ କହିଛନ୍ତି, ‘ଯଦିଓ ମୁଁ ଆଉ ଅଧିନାୟକ ନୁହେଁ, ତଥାପି ଭାରତୀୟ କ୍ରିକେଟ ପ୍ରତି ମୋର ଭଲପାଇବା ଅତୁଟ ରହିଛି। ମୁଁ ଏହି ଦଳ ପାଇଁ ନିଜର ସର୍ବସ୍ବ ଉତ୍ସର୍ଗ କରିଛି, ଅନେକ ତ୍ୟାଗ ସ୍ବୀକାର କରିଛି ଏବଂ ଏହାକୁ ନେଇ ଗର୍ବ ଅନୁଭବ କରିଛି। ଅଧିନାୟକତ୍ୱର ଅନ୍ତ ଘଟିଛି ସତ, କିନ୍ତୁ ଯାତ୍ରା ଜାରି ରହିବ।’
ଖବର ଅନୁଯାୟୀ, ଭାରତୀୟ ମହିଳା କ୍ରିକେଟ ଦଳର ନୂତନ ଅଧିନାୟକ ହେବା ଦୌଡ଼ରେ ସ୍ମୃତି ମନ୍ଧାନା ସବୁଠାରୁ ଆଗରେ ଅଛନ୍ତି। ଉଲ୍ଲେଖନୀୟ ଯେ, ହରମନପ୍ରୀତ ୩୭ ବର୍ଷ ବୟସରେ ଅଧିନାୟକ ପଦ ଛାଡ଼ିଥିବା ବେଳେ ମନ୍ଧାନାଙ୍କ ବର୍ତ୍ତମାନ ବୟସ ୩୦ ବର୍ଷ ଅଟେ।
ହରମନପ୍ରୀତ କୌର ୨୦୦୯ ମସିହାରେ ଟିମ ଇଣ୍ଡିଆ ପାଇଁ ପଦାର୍ପଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ଭାରତୀୟ ଦଳ ପାଇଁ ୧୬୪ଟି ଦିନିକିଆ (ODI) ମ୍ୟାଚ ଖେଳି ୪,୫୪୧ ରନ ସଂଗ୍ରହ କରିଛନ୍ତି। ଏହା ସହିତ, ସେ ୨୧୦ଟି ଟି-୨୦ ମ୍ୟାଚରେ ୪,୩୪୬ ରନ ସଂଗ୍ରହ କରିଛନ୍ତି। ସେ ଟିମ ଇଣ୍ଡିଆ ପାଇଁ ୮ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି ଏବଂ ୩୦୪ ରନ ସଂଗ୍ରହ କରିଛନ୍ତି।

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରୋମାଞ୍ଚକର ଫାଇନାଲ ମ୍ୟାଚ୍‌: ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଲା ଶ୍ରୀଲଙ୍କା

ଦୋହା,୨୯।୧୧: Asia Cup Rising Stars 2026 ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହୋଇଥିଲା। ଯେଉଁଥିରେ ଶ୍ରୀଲଙ୍କା ‘ଏ’ (Sri Lanka ’A’) ଦଳ ପାକିସ୍ତାନ…

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ୧୩ ମୃତ, ସହାୟତା ଘୋଷଣା ପ୍ରଧାନମନ୍ତ୍ରୀ

ରାଞ୍ଚି,୨୯ା୧୧: ଝାଡ଼ଖଣ୍ଡର ରାମଗଡ଼ ଜିଲାରେ ଦ୍ରୁତ ବେଗରେ ଆସୁଥିବା ଏକ ଏସ୍‌ୟୁଭି ଭାରୀ ଯାନକୁ ଧକ୍କା ଦେବାରୁ ୫ ପିଲା ଓ ୩ ମହିଳାଙ୍କ ସମେତ ୧୩…

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଏକାଠି ବସି ମୋଦିଙ୍କ ବାର୍ତ୍ତା ଶୁଣିଲେ ଭାଜପା କାର୍ଯ୍ୟକର୍ତ୍ତା

ହାଟଡ଼ିହୀ/ଆନନ୍ଦପୁର/ଛେନାପଦୀ,୨୯।୧୧(ଶୁଭକାନ୍ତ ନାୟକ/ସୁଶାନ୍ତ ସାହୁ/ଶ୍ରୀଧର ମହାରଣା/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରବିବାର ବିଧାନସଭାସ୍ତରୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏକ ହୋଟେଲରେ ଯୁବମୋର୍ଚ୍ଚା…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

ଭୂସ୍ଖଳନରେ ୧୩ ଜୀବନ ହାନି, ଦୁର୍ଦ୍ଦିନରେ ଥିବା ଗିଡ଼ିପାବାଲି ପରିବାରଙ୍କୁ ପୁଣି ସହାୟତାର ହାତ ବଢ଼ାଇଲେ ଅସୀମା

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ): ବାତ୍ୟା, ବର୍ଷାର ବିଭୀଷିକା ଥମିଯାଇଛି, ହେଲେ ଏହାର ଦୁଃଖଦ ଚିହ୍ନ ଏବେ ବି ଅନେକ ପରିବାରଙ୍କ ଜୀବନରେ ଲିଭିନାହିଁ। ଅନେକ ପରିବାର ସର୍ବସ୍ବ ହରାଇଥିବା…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?