‘ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ’

ଭୁବନେଶ୍ୱର,୨।୮(ବ୍ୟୁରୋ):ଅଭିନେତା ବାବୁସାନ୍‌ ମହାନ୍ତି, ସ୍ତ୍ରୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହାକୁ ନେଇ ପ୍ରଶଂସକମାନେ ଚାହିଁ ରହିଛନ୍ତି। ଏପରି ସ୍ଥିତିରେ ବାବୁସାନ୍‌ଙ୍କ ସହ ସମ୍ପର୍କକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ସୋମବାର ମୁମ୍ବାଇ ଚାଲିଯାଇଛନ୍ତି। ମା’ କୃଷ୍ଣପ୍ରିୟାଙ୍କ ସହ ସେ ମୁମ୍ବାଇ ଯାଇଥିବା ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଓଡ଼ିଶା ଛାଡ଼ିବା ପୂର୍ବରୁ ପ୍ରକୃତି ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ହିନ୍ଦୀ ଇଂଲିଶ ମିଶା ଏକ ଲେଖା ଛାଡ଼ିଛନ୍ତି, ଯାହାକୁ ନେଇ ଆଉଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଲେଖିଛନ୍ତି ଯେ, ଠିକ୍‌ ଆଉ ଭୁଲ୍‌ ପରେ ଗୋଟିଏ ମଇଦାନ ଅଛି, ସେଠି ତୁମମାନଙ୍କ ମଧ୍ୟରୁ ବହୁତ କମ୍‌ ଲୋକଙ୍କୁ ମୁଁ ଭେଟିବି। ଜୀବନର ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ। ଦୟା ମନୋଭାବ ଓ ଖୁସିର ସହ ସବୁ ପରିସ୍ଥିତିର ସାମ୍ନା କରନ୍ତୁ। ଯାହା ବି ଘଟୁ ନିଜର ସୁସ୍ଥ ଚିନ୍ତା ଜାରି ରଖନ୍ତୁ। ସବୁ ପରିସ୍ଥିତିରେ ଶାନ୍ତି ହିଁ ଚୟନ କରନ୍ତୁ। ତୁମ ଉଦ୍ଦେଶ୍ୟ ଠିକ୍‌ ଅଛି ବୋଲି ଯେତେବେଳେ ଜାଣିଛ, ସେତେବେଳେ କାହାରିକୁ କିଛି କହିବାର ଆବଶ୍ୟକତା ନାହିଁ। ମୁଁ ଜାଣିଛି ମୁଁ ଠିକ୍‌ ସମୟରେ ନ୍ୟାୟ ପାଇବି। ଏଥିସହ ସେ ଆହୁରି ଅନେକ କିଛି ଲେଖିଛନ୍ତି।
ଏପଟେ ବାପା ମନ୍ମଥ କହିଛନ୍ତି, କର୍ମକ୍ଷେତ୍ରରେ ଯୋଗ ଦେବାକୁ ପ୍ରକୃତି ମୁମ୍ବାଇ ଗଲା। ପ୍ରକୃତି ନିଜ ସ୍ବପ୍ନ କ୍ଷେତ୍ରକୁ ଫେରିଥିବାରୁ ମୁଁ ବହୁତ ଖୁସି। ଏ ବିବାଦ ହେବାର ନ ଥିଲା। ଘର ଭିତରେ ସମାଧାନ ହେବାର ଥିଲା। ପୂର୍ବରୁ ବାବୁସାନ୍‌ଙ୍କ ପରିବାର ମୋ ଘରକୁ ଆସିଥିଲେ। ମୁଁ ପ୍ରତିଶ୍ରୁତି ଦେଇଥିଲି। ପ୍ରକୃତିକୁ ସଚେତନ କରାଇଥିଲି। ବାବୁସାନ୍‌ଙ୍କ ସହ କଥା ମଧ୍ୟ ହୋଇଥିଲି। ରାସ୍ତାରେ ଏଭଳି ଘଟିବାର ନ ଥିଲା। ଘଟଣା ପୂର୍ବରୁ ଆଉଥରେ ମୋତେ କଲ୍‌ କରିଥିଲେ ହୁଏତ ସମାଧାନ ହୋଇଯାଇଥାନ୍ତା। ତୃପ୍ତିଙ୍କ ପ୍ରତି ମୋର ସମବେଦନା ରହିଛି ବୋଲି ମନ୍ମଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଜିଲା ଟପ୍ପର ହେଲେ ଛାତ୍ରୀ ପ୍ରତୀକ୍ଷାରାଣୀ: ଭବିଷ୍ୟତରେ ଏହି କାମ କରିବାକୁ ଲକ୍ଷ୍ୟ

ଲୋଇସିଂହା,୨୩।୫(ସୁଶାନ୍ତ ବାରିକ):ନିକଟରେ ସିଏଚ୍‌ଏସଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ା ଏଥିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସକମାସ୍ଥିତ ଯୁବୋଦୟ କଲେଜର…

ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି! ଗ୍ରୀନ କାର୍ଡ ନିୟମରେ ହେଲା ବଡ଼ ପରିବର୍ତ୍ତନ, ନୂଆ ସର୍ତ୍ତ ଶୁଣି ସଭିଏଁ ଆଶ୍ଚର୍ଯ୍ୟ

ଓ୍‌ବାଶିଂଟନ୍‌,୨୩।୫: ଆମେରିକାରେ ସ୍ଥାୟୀ ନାଗରିକତା କିମ୍ବା ଗ୍ରୀନ କାର୍ଡ ପାଇଁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ବଡ଼ ଖବର ଆସିଛି। ଡୋନାଲ୍ଡ ଟ୍ରମ୍ପ…

ତାତିଠୁ ବଳିଯାଇଛି ଜଳକଷ୍ଟ: ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ):ବର୍ତ୍ତମାନ ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। କେବଳ ବାହାରେ ନୁହେଁ, ଘରେ ରହିଲେ ମଧ୍ୟ ଜୀବନ ଦହଗଞ୍ଜ ହୋଇ ପଡ଼ୁଛି। ଏଭଳି ସ୍ଥିତିରେ…

ହଠାତ୍‌ ଚଳନ୍ତା କାର୍‌ରେ ଲାଗିଲା ନିଆଁ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୨୨।୫(ଅନାଥ ତରାଇ/ଦିଲ୍ଲୀପ ସାମଲ)ଜାତୀୟ ରାଜପଥ ହୁମା ହାଟ ପଡ଼ିଆ ନିକଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଧରାତିରେ ଏକ ଚଳନ୍ତା କାର୍‌ରେ ହଠାତ ନିଆଁ ଲାଗିଯିବାରୁ ତାହା…

୨ ସାହି ମଧ୍ୟରେ ମହାଭାରତ: ଥାନା ସମ୍ମୁଖରେ ମାରପିଟ ହୋଇ…

ରାୟଗଡ଼ା,୨୩।୫( ସୁଜାତା ପାଢ଼ୀ): ରାୟଗଡ଼ ସହର ଥାନା ସମ୍ମୁଖରେ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ମାରପିଟ ସହ ଅଶାନ୍ତି ଦେଖାଦେଇଛି । ଦୁଇ ସାହି ମଧ୍ୟରେ ବଚ୍‌ସା…

ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri