‘ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ’

ଭୁବନେଶ୍ୱର,୨।୮(ବ୍ୟୁରୋ):ଅଭିନେତା ବାବୁସାନ୍‌ ମହାନ୍ତି, ସ୍ତ୍ରୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହାକୁ ନେଇ ପ୍ରଶଂସକମାନେ ଚାହିଁ ରହିଛନ୍ତି। ଏପରି ସ୍ଥିତିରେ ବାବୁସାନ୍‌ଙ୍କ ସହ ସମ୍ପର୍କକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ସୋମବାର ମୁମ୍ବାଇ ଚାଲିଯାଇଛନ୍ତି। ମା’ କୃଷ୍ଣପ୍ରିୟାଙ୍କ ସହ ସେ ମୁମ୍ବାଇ ଯାଇଥିବା ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଓଡ଼ିଶା ଛାଡ଼ିବା ପୂର୍ବରୁ ପ୍ରକୃତି ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ହିନ୍ଦୀ ଇଂଲିଶ ମିଶା ଏକ ଲେଖା ଛାଡ଼ିଛନ୍ତି, ଯାହାକୁ ନେଇ ଆଉଏକ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଲେଖିଛନ୍ତି ଯେ, ଠିକ୍‌ ଆଉ ଭୁଲ୍‌ ପରେ ଗୋଟିଏ ମଇଦାନ ଅଛି, ସେଠି ତୁମମାନଙ୍କ ମଧ୍ୟରୁ ବହୁତ କମ୍‌ ଲୋକଙ୍କୁ ମୁଁ ଭେଟିବି। ଜୀବନର ଦ୍ୱିତୀୟ ଇନିଂସ୍‌ରେ ଦେଖାହେବ। ଦୟା ମନୋଭାବ ଓ ଖୁସିର ସହ ସବୁ ପରିସ୍ଥିତିର ସାମ୍ନା କରନ୍ତୁ। ଯାହା ବି ଘଟୁ ନିଜର ସୁସ୍ଥ ଚିନ୍ତା ଜାରି ରଖନ୍ତୁ। ସବୁ ପରିସ୍ଥିତିରେ ଶାନ୍ତି ହିଁ ଚୟନ କରନ୍ତୁ। ତୁମ ଉଦ୍ଦେଶ୍ୟ ଠିକ୍‌ ଅଛି ବୋଲି ଯେତେବେଳେ ଜାଣିଛ, ସେତେବେଳେ କାହାରିକୁ କିଛି କହିବାର ଆବଶ୍ୟକତା ନାହିଁ। ମୁଁ ଜାଣିଛି ମୁଁ ଠିକ୍‌ ସମୟରେ ନ୍ୟାୟ ପାଇବି। ଏଥିସହ ସେ ଆହୁରି ଅନେକ କିଛି ଲେଖିଛନ୍ତି।
ଏପଟେ ବାପା ମନ୍ମଥ କହିଛନ୍ତି, କର୍ମକ୍ଷେତ୍ରରେ ଯୋଗ ଦେବାକୁ ପ୍ରକୃତି ମୁମ୍ବାଇ ଗଲା। ପ୍ରକୃତି ନିଜ ସ୍ବପ୍ନ କ୍ଷେତ୍ରକୁ ଫେରିଥିବାରୁ ମୁଁ ବହୁତ ଖୁସି। ଏ ବିବାଦ ହେବାର ନ ଥିଲା। ଘର ଭିତରେ ସମାଧାନ ହେବାର ଥିଲା। ପୂର୍ବରୁ ବାବୁସାନ୍‌ଙ୍କ ପରିବାର ମୋ ଘରକୁ ଆସିଥିଲେ। ମୁଁ ପ୍ରତିଶ୍ରୁତି ଦେଇଥିଲି। ପ୍ରକୃତିକୁ ସଚେତନ କରାଇଥିଲି। ବାବୁସାନ୍‌ଙ୍କ ସହ କଥା ମଧ୍ୟ ହୋଇଥିଲି। ରାସ୍ତାରେ ଏଭଳି ଘଟିବାର ନ ଥିଲା। ଘଟଣା ପୂର୍ବରୁ ଆଉଥରେ ମୋତେ କଲ୍‌ କରିଥିଲେ ହୁଏତ ସମାଧାନ ହୋଇଯାଇଥାନ୍ତା। ତୃପ୍ତିଙ୍କ ପ୍ରତି ମୋର ସମବେଦନା ରହିଛି ବୋଲି ମନ୍ମଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ୭.୬ ଡିଗ୍ରୀକୁ ଖସିଲା ପାରଦ

ଜି.ଉଦୟଗିରି, ୬ା୧୨ (ଡି.ଏନ.ଏ.)- ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ୨ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି। ସର୍ବନିମ୍ନ ପାରଦ ୭.୬ ଡିଗ୍ରୀ ସେଲସିୟସକୁ...

ଆଜିଠୁ ଯୁକ୍ତ୨ ପରୀକ୍ଷା, ସକାଳ ୯ଟାରୁ ଆରମ୍ଭ

ଭୁବନେଶ୍ୱର, ୨୮।୪(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହେବ। ମେ’ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି...

ଗଛରେ ପିଟିହେଲା ବରଯାତ୍ରୀ ଗାଡ଼ି: ୨ ଜଣଙ୍କ ଜୀବନ ଗଲା

ସୋନପୁର,୭ା୩(ନି.ପ୍ର.): ସୋନପୁର ଜିଲା ରାମପୁର ଥାନା ବଡ଼କର୍ଲେ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋରେ ବରଯାତ୍ରୀ...

କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର...

ରିଂ ରୋଡ୍‌, ଆଡ଼ିବନ୍ଧ ନିର୍ମାଣ ଲାଗି ତତ୍ପରତା

ବାରିପଦା ଅଫିସ,୨୧ା୮- ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ଜଳସେଚନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରିଂ...

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ...

ରାଜଧାନୀର ଆଉ ୧୨ ଅଞ୍ଚଳ କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢୁଛି । ଏନେଇ ବିଏମ୍‌ସି ପକ୍ଷରୁ ଜୋରଦାର କଟକଣା କରାଯାଉଛି। ତେବେ ରାଜଧାନୀର ଆଉ ୧୨ ଅଞ୍ଚଳକୁ ମାଇକ୍ରୋ...

ବଢୁଛି ବାତ୍ୟା ଆଶଙ୍କା: ୨୦ରେ ଲଘୁଚାପ

ଭୁବନେଶ୍ୱର,୮ା୧୦(ବ୍ୟୁରୋ): ଆସନ୍ତା ୧୯ କିମ୍ବା ୨୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ବିଭିନ୍ନ ପାଣିପାଗ ମଡେଲ ସୂଚନା...

Advertisement
Archives

Model This Week