‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର ରହିଥିବାରୁ ଆଗକୁ ଓଡ଼ିଶା ନିଶ୍ଚିତ ଭାବେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି କରିବ। ଏଥିସହିତ ଗୋପ ବ୍ଲକର ନଁା ବିଶ୍ୱ ଦରବାରରେ ଲିପିବଦ୍ଧ ହୋଇ ରହିବ ବୋଲି ସୋମବାର ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ଅଏଲ୍‌ ଇଣ୍ତିଆ କମ୍ପାନୀର ଚିଫ୍‌ ଜେନେରାଲ ମ୍ୟାନେଜର ଡ. ବି.ଏନ୍‌. ସାହୁ ଯୋଗଦେଇ କହିଛନ୍ତି। କମ୍ପାନୀ ପକ୍ଷରୁ ଏକ ୧୦ଜଣିଆ ପ୍ରତିନିଧି ଦଳ ସୋମବାର ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ଉପସ୍ଥିତ ଜମି ମାଲିକଙ୍କ ସମସ୍ତ କାଗଜପତ୍ର ଦେଖି ଏଗ୍ରିମେଣ୍ଟ କରାଇବା ପରେ ଚେକ୍‌ ପ୍ରଦାନ କରାଯାଇଥିଲା।
ଯେ, ୨୦୨୦ ନଭେମ୍ବର ୨୦ ଠାରୁ ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ ଇଣ୍ତିଆ କମ୍ପାନୀ ପକ୍ଷରୁ ତୈଳ ଓ ପ୍ରାକୃତିକ ଗ୍ୟାସ ଖନନ ସର୍ଭେ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟ ଜିଲାର ବିଭିନ୍ନ ସ୍ଥାନରେ କରାଯାଇଥିବା ବେଳେ ଗୋପ ବ୍ଲକର କୁଶୁପୁରୁ, ମହଲପଡା ପଞ୍ଚାୟତର ଚିତ୍ରା ନିକଟରେ ଏହି ତୈଳ ଓ ପ୍ରାକୃତିକ ଗ୍ୟାସ ଥିବାର ସନ୍ଧାନ ମିଳିଥିଲା। ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କେତେକ ଅଧିକାରୀ ଉକ୍ତ ୨ ପଞ୍ଚାୟତକୁ ଗସ୍ତ କରି ଲୋକ ପ୍ରତିନିଧିଙ୍କ ସହ ସେହି ଅଞ୍ଚଳର ଚାଷୀମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହି ଦୁଇଟି ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ତୈଳ ଓ ପ୍ରାକୃତିକ ଗ୍ୟାସ ଥିବା ସନ୍ଧାନ ସାଟଲାଇଟ ସର୍ଭେ ଦ୍ୱାରା ମଧ୍ୟ ଜଣାପଡ଼ିଥିଲା। ସାଟଲାଇଟ ସର୍ଭେ ମାଧ୍ୟମରେ କୁସୁପୁର ମୌଜାରେ ସ୍ୟାଟେଲାଇଟ ମ୍ୟାପ ଯୋଗେ ୮ ଏକର ଓ ମହଲପଡା ପଞ୍ଚାୟତ ଚିତେରା ମୌଜାରେ ୮ ଏକର ଜାଗା ଚିହ୍ନଟ ହୋଇଛି। କୁସୁପୁରରେ ଥିବା ଜମିର ମାଲିକ ୩୭ଜଣ ଥିବାବେଳେ ଚିତେରାରେ ଚିହ୍ନଟ ଜମିରେ ୧୦୪ଜଣ ମାଲିକ ରହିଛନ୍ତି। ଅଏଲ ଇଣ୍ତିଆ କମ୍ପାନୀ ଏହି ଜମିର ସମସ୍ତ ମାଲିକଙ୍କୁ ନେଇ ବାରମ୍ବାର ଆଲୋଚନା କରିବା ସହ କେଉଁ କାଗଜପତ୍ର ଦେବେ ସୂଚନା ଦିଆଯାଇଥିଲା। ସୋମବାର ଗୋପ ପଞ୍ଚାୟତ କାର୍ଯ୍ୟାଳୟରେ କମ୍ପାନୀର ମୁଖ୍ୟ ଚିଫ ଜେନାରାଲ ମ୍ୟାନେଜର ସାହୁଙ୍କ ନେତୃତ୍ୱରେ ୧୦ଜଣିଆ ପ୍ରତିନିଧି ଦଳ ପହଞ୍ଚତ୍ ଜମି ମାଲିକଙ୍କ ଜମିର କାଗଜପତ୍ର, ଆଧାର କାର୍ଡ ସହିତ ଅନ୍ୟାନ୍ୟ କାଗଜପତ୍ର ତନଖି କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ୩୭ ଜମି ମାଲିକଙ୍କ ସମସ୍ତ କାଗଜପତ୍ର ଦେଖିବା ପରେ କମ୍ପାନୀ ପକ୍ଷରୁ ୧କୋଟି ଟଙ୍କାର ଚେକ୍‌ ଦିଆଯାଇଥିଲା। କମ୍ପାନୀ ୮ ଏକର ଜମି ମାଲିକଙ୍କୁ ଗୁଣ୍ଠ ପିଛା ଏକ ବର୍ଷକୁ ୧୭ ହଜାର ଟଙ୍କା ଲେଖାଏ ୩ ବର୍ଷର ଏଗ୍ରିମେଣ୍ଟ କରିଛି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ମହଲପଡା ପଞ୍ଚାୟତର ଚିତ୍ରାଠାରେ ୧୦୪ ଜମି ମାଲିକମାନଙ୍କ ସହିତ ଏଗ୍ରିମେଣ୍ଟ ମାଧ୍ୟମରେ ଚେକ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଚେକ ପ୍ରଦାନବେଳେ ଜନପ୍ରତିନିଧି ବିମ୍ବାଧର ଦାସ, ପ୍ରତାପ ପରିଡ଼ା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ :ଦୁଇ ପୁଅ ସହ ବାପାଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୨୮ା୮:କୋଲକାତା-ଚେନ୍ନାଇ୧୬ନଂ. ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଅଣ୍ଡା ବୋଝେଇ ଟ୍ରକ୍‌ ଧକ୍କାରେ ୩ଜଣ ବାଇକ୍‌...

ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର...

ବସକୁ ପଛରୁ ପିଟିଲା ଟ୍ରକ: ୧୦ ଆହତ

ବୌଦ୍ଧ,୨୧।୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପଛରୁ ପିଟିଛି ଏକ ଟ୍ରକ। ଏହି ଦୁର୍ଘଟଣାରେ ୧୦...

ବଜ୍ରପାତରେ ଜଳିଗଲା ଧାନ ଗଦା, ଚାଷୀଙ୍କୁ ସହାୟତା ଦାବି

ଗଞ୍ଜାମ,୩।୫(ଡି.ଏନ୍‌.ଏ): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ସାନ ରାମଚନ୍ଦ୍ରପୁର ଗାଁରେ ବଜ୍ରପାତ ଘଟି ଧାନଗଦା ସହ ଏକ ପାଳଗଦା ପୋଡି ପାଉଁଶ ହୋଇଯାଇଛି। ମିଳିଥିବା...

ଅଳକାଙ୍କୁ ଜିତାଇବାକୁ ଆହ୍ବାନ

ବ୍ରଜରାଜନଗର,୨୫।୫(ଡି.ଏନ.ଏ.): ସ୍ଥାନୀୟ ଗୋପବନ୍ଧୁ ଛକଠାରେ ମଙ୍ଗଳବାର ବିଜୁ ଜନତା ଦଳ ତରଫରୁ କର୍ମୀ ସମ୍ମିଳନୀ କରାଯାଇ ନିର୍ବାଚନ ପ୍ରଚାର କରାଯାଇଥିଲା। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

ପୁରୁଷୋତ୍ତମପୁରରେ ଜନତା କର୍ଫ୍ୟୁ: ରାସ୍ତାଘାଟ ଶୂନ୍‌ଶାନ୍‌

ପୁରୁଷୋତ୍ତମପୁର,୨୨ା୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ନିବେଦନ କରାଯାଇ ଜନତା କର୍ଫ୍ୟୁ ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ନେଇ ରବିବାର ଗଞ୍ଜାମ...

ନଗର କଂଗ୍ରେସ ତରଫରୁ ଜିଲାପାଳଙ୍କ ଅଫିସ ଘେରାଉ

ବଲାଙ୍ଗୀର ଅଫିସ, ୧୭।୬: ଅଘୋଷିତ ବିଜୁଳି କାଟ, ପିଇବା ପାଣି ସମସ୍ୟା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସମାଧାନ ଦାବିରେ ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ସୋମବାର...

ସଙ୍କୁଚିତ ହେଉଛି ସରକାରୀ ଜମି

ଯାଜପୁର ଅଫିସ,୨୫ା୭: ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ଯାଜପୁର ଜିଲା ପ୍ରଶାସନର ନୀତି ଅସ୍ପଷ୍ଟ ଓ ବିଚିତ୍ର। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ...

Advertisement
Archives

Model This Week