ପେନ୍‌ସିଲ ନୁହେଁ ପତାକା

ଉତ୍ତରପ୍ରଦେଶ କନୌଜ ଜିଲା ଛିବ୍ରାମାଉ ସହରର ଜଣେ ୬ ବର୍ଷର ବାଳିକା କ୍ରିତି ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି ଦରବୃଦ୍ଧି ଯୋଗୁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟ ଜଣାଇଛନ୍ତି। ତାଙ୍କ ପେନ୍‌ସିଲ ଚୋରି ହୋଇଯିବା ପରେ ଆଉ ଗୋଟିଏ କିଣିବା ପାଇଁ ମା’ଙ୍କୁ କହିବାରୁ ସେ ତାଙ୍କଠାରୁ ମାଡ଼ ଖାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ମ୍ୟାଗି ଦର ବଢ଼ିଯାଇଥିବାରୁ ତାହାକୁ କିଣି ଖାଇବା କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ସେ କ’ଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଦରବୃଦ୍ଧି ଗୋଟେ ସାନ ପିଲାକୁ କିଭଳି ବ୍ୟଥିତ କରିଛି ଏହାକୁ ଉଦାହରଣ ଭାବେ ନିଆଯାଇପାରେ। କ୍ରିତିଙ୍କ ପିତା ଜଣେ ଓକିଲ। ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିବା ଉପରେ ମନ୍ତବ୍ୟ ଦେବାକୁ ଯାଇ ସେ କହିଛନ୍ତି, ତାହା ହେଉଛି ତାଙ୍କ ଝିଅର ‘ମନ୍‌ କୀ ବାତ୍‌’। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଜୁଲାଇରେ ତାଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ କହିଥିଲେ, ୨ ଅଗଷ୍ଟରୁ ୧୫ ତାରିଖ ମଧ୍ୟରେ ଦେଶବାସୀ ସେମାନଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ ଜାତୀୟ ପତାକା ତ୍ରିରଙ୍ଗାକୁ ଡିସ୍‌ପ୍ଲେ ପିକ୍‌ଚର ଭାବେ ବ୍ୟବହାର କରିବା ଲାଗି ଆଗେଇ ଆସନ୍ତୁ। ନିଃସନ୍ଦେହରେ କୁହାଯାଇପାରେ ପ୍ରଧାନମନ୍ତ୍ରୀଙ୍କର ଏହି ବାର୍ତ୍ତା ତାଙ୍କ ନିର୍ବାଚନ ପୂର୍ବର ‘ଚୌକିଦାର’ ଶବ୍ଦ ନାମ ପୂର୍ବରୁ ଲେଖିବାର ଯେଉଁ ପରୋକ୍ଷ ଆଦେଶ ଥିଲା, ତାହାଠାରୁ କାହିଁ ଅଧିକ ସ୍ବାଗତଯୋଗ୍ୟ। ଏଥିସହିତ ୧୩ ଅଗଷ୍ଟରୁ ୧୫ ଅଗଷ୍ଟ ଯାଏ ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ଉଡ଼ାଇବା ସକାଶେ ଅଭିଯାନ ହେଉଥିବା ବିଷୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କର ସବୁ କାର୍ଯ୍ୟ ଦେଶବାସୀଙ୍କ ମଧ୍ୟରେ କେବଳ ଯେ ପ୍ରତିଯୋଗିତା ସୃଷ୍ଟି କରୁଛି ତାହା ନୁହେଁ, ତାଙ୍କ ନିର୍ଦ୍ଦେଶ ପାଳିବାକୁ ଯାଇ ଆଗ୍ରହୀ ଜନସାଧାରଣ ଭାରତର ଅର୍ଥନୀତିକୁ ଏକପ୍ରକାର ତଳିତଳାନ୍ତ କରିଦେଲେଣି। ଆଧାର ପାଇଁ ଦୌଡ଼ିବାର ନିର୍ଦ୍ଦେଶଠାରୁ ଆରମ୍ଭ କରି ଆଜିର ତ୍ରିରଙ୍ଗା ଉଡ଼ାଇବାର ଆଦେଶ ଦେଶକୁ କାମରେ ବ୍ୟସ୍ତ ରଖିବାର ଏକ ସହଜ ଉପାୟ। କିନ୍ତୁ ଏହା ନିଜ କାର୍ଯ୍ୟର କୁଫଳ ଲୁଚାଇବାର ସହଜ ପନ୍ଥା ହୋଇଯାଉଛି।
ଭାରତ ଏବେ ଦୁଇଟି ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି। ଦରବୃଦ୍ଧି ଓ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବିଶେଷକରି ଦରବୃଦ୍ଧି ସମାଜର ସବୁ ବର୍ଗଙ୍କୁ ବହୁମାତ୍ରାରେ ବାଧୁଛି। ପିଲାଟିଏ ପଢ଼ିବା ପାଇଁ ପେନ୍‌ସିଲ ଓ ରବର ଦାମ୍‌ ବୃଦ୍ଧି ବିଷୟଠାରୁ ପରିବାରର ଦୈନନ୍ଦିନ ଖର୍ଚ୍ଚ ପୂର୍ବାପେକ୍ଷା ବହୁଗୁଣ ବଢ଼ିଯାଇଛି। ହେଲେ ଏଭଳି ପ୍ରଶ୍ନର ଉତ୍ତରରେ ଶାସକ ବର୍ଗ କୋଭିଡ୍‌ ଓ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବକୁ ଦାୟୀ କରି ବସିଯାଉଛନ୍ତି। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହେବା ପରେ ବିରୋଧୀ ମୁଦ୍ରାସ୍ଫୀତି ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ବାରମ୍ବାର କହିଆସୁଥିଲେ। ହେଲେ ସେହି ପ୍ରସଙ୍ଗକୁ ଶାସକ ଦଳ ଏଡ଼େଇ ଚାଲିଥିଲା। ୧ ଅଗଷ୍ଟରେ ଲୋକ ସଭାରେ ମୁଦ୍ରାସ୍ଫୀତିକୁ ଆଲୋଚନା କରିବା ଲାଗି ତାଲିକାଭୁକ୍ତ କରାଗଲା। ତେଣୁ ସଂସଦରେ ଏତେଦିନ ନଷ୍ଟ କରିବା ପଛର କାରଣ ଆଜି ମଧ୍ୟ ଦେଶବାସୀ ବୁଝିପାରୁ ନାହାନ୍ତି। ଯଦି ସବୁ ଦୋଷ କୋଭିଡ୍‌ ଏବଂ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ହେଲା, ତେବେ ପାର୍ଲାମେଣ୍ଟରେ ଦରବୃଦ୍ଧି ବିଷୟକୁ ବିରୋଧ କରିବାର କାରଣ କ’ଣ ଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୁଦ୍ରାସ୍ଫୀତି ଉପରେ ମନ୍ତବ୍ୟ ରଖି କହିଛନ୍ତି, ଭାରତ ସମଗ୍ର ବିଶ୍ୱର ଅଭିବୃଦ୍ଧିକୁ ସର୍ବଦା ପୁନଃସମୀକ୍ଷା, ପୁନଃନିର୍ଦ୍ଧାରଣ ଓ ପୁନଃଆକଳନ କରିଚାଲିଛି। ସବୁଥିରେ ଦେଖାଦେଇଛି ଆମେ ଆଗରେ ଅଛୁ। ତେଣୁ ଭାରତ କଦାପି ମାନ୍ଦାବସ୍ଥାରେ ପଡ଼ିବାର ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଅବଶ୍ୟ ଏଠାରେ ପ୍ରଶ୍ନ ଉଠିପାରେ ଯଦି ଭାରତ ସବୁ ଦେଶଠାରୁ ଆଗରେ ରହିଛି, ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦବି ଚାଲିଛି କାହିଁକି।
ଭାରତର ପଡ଼ୋଶୀ ଶ୍ରୀଲଙ୍କା ଓ ପାକିସ୍ତାନକୁ ଦେଖିଲେ ସେମାନେ କିଭଳି ଦୟନୀୟ ସ୍ଥିତିରେ ଅଛନ୍ତି ଜଗତସାରା ଲୋକେ ବୁଝିପାରୁଛନ୍ତି। ବିଶେଷକରି ଶ୍ରୀଲଙ୍କା ଅର୍ଥନୀତି ଧ୍ୱଂସ ହେବା ପଛରେ ରାଜନୈତିକ କାରଣ ମୁଖ୍ୟତଃ ଦାୟୀ ହୋଇଥିବା ବେଳେ ଖରାପ ଅର୍ଥନୈତିକ ନୀତି ସଙ୍କଟକୁ ଅଧିକ ଦୁର୍ବିଷହ କରିଦେଇଛି। ବିରୋଧୀ ନେତା, ଗବେଷକ, ବିଶେଷଜ୍ଞ ଏବଂ ଭଦ୍ର ସମାଜରୁ ପ୍ରସ୍ତାବ ଓ ପରାମର୍ଶ ନିଆ ନ ଯାଇ ଶାସକ ବର୍ଗ ଏକାକୀ ନିଷ୍ପତ୍ତି ନେଇଯିବା ଯୋଗୁ ସେହି ଦେଶ ତଳିତଳାନ୍ତ ହୋଇଗଲା। ଅନୁରୂପ ଭାବେ ଦେଖିଲେ ଭାରତରେ ମୁଷ୍ଟିମେୟଙ୍କୁ ନେଇ ନିଆଯାଉଥିବା ନିଷ୍ପତ୍ତି ମନୁଷ୍ୟକୃତ ବିପଦ ଆଣିବାର ଆଶଙ୍କା ସୃଷ୍ଟି କରୁଛି। ଭୋଟ ପାଇଯାଇ ଶାସନରେ ବସୁଥିବା ବ୍ୟକ୍ତିଙ୍କର ସବୁ ବିଷୟରେ ଯଥେଷ୍ଟ ଜ୍ଞାନ ଓ ଧାରଣା ରହିଛି ବୋଲି ଭାବିବା ଭୁଲ। ବ୍ୟବସ୍ଥା ବାହାରେ ଥିବା ବ୍ୟକ୍ତିମାନେ ଆବଶ୍ୟକ ସମୟରେ ସରକାରଙ୍କୁ ପରାମର୍ଶ ଦେବା କଥା। କିନ୍ତୁ ସେହିଭଳି ଦୃଷ୍ଟାନ୍ତ ସୃଷ୍ଟି କରାଯାଉ ନାହିଁ। ଯେତେବେଳେ ସରକାର କୌଣସି ଅଡ଼ୁଆ ପରିସ୍ଥିତିର ସାମ୍ନା କରୁଛନ୍ତି, ସେତେବେଳେ ଅଣପ୍ରସଙ୍ଗକୁ ବଡ଼ ଆକାରରେ ପ୍ରଚାର କରି ମୁଖ୍ୟ ସମସ୍ୟାକୁ ଦାବି ଦେବାକୁ ଚେଷ୍ଟା କରୁଛନ୍ତି। ଏହାଦ୍ୱାରା ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ରାସ୍ତା ବାହାରିବା ଅପେକ୍ଷା ତାହା ବହୁଗୁଣା ବଢ଼ିଯାଉଛି।

ବିରୋଧୀ ନେତା, ଗବେଷକ, ବିଶେଷଜ୍ଞ ଏବଂ ଭଦ୍ର ସମାଜରୁ ପ୍ରସ୍ତାବ ଓ ପରାମର୍ଶ ନିଆ ନ ଯାଇ ଶାସକ ବର୍ଗ ଏକାକୀ ନିଷ୍ପତ୍ତି ନେଇଯିବା ଯୋଗୁ ସେହି ଦେଶ ତଳିତଳାନ୍ତ ହୋଇଗଲା। ଅନୁରୂପ ଭାବେ ଦେଖିଲେ ଭାରତରେ ମୁଷ୍ଟିମେୟଙ୍କୁ ନେଇ ନିଆଯାଉଥିବା ନିଷ୍ପତ୍ତି ମନୁଷ୍ୟକୃତ ବିପଦ ଆଣିବାର ଆଶଙ୍କା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?