Posted inଖେଳ

ୟୁଟ୍ୟୁବ୍‌ରେ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ଡିସ୍‌ ଲାଇକ୍‌

ନୂଆଦିଲ୍ଲୀ, ୧।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମ
ଏବେ ଚର୍ଚ୍ଚାରେ ରହିଛି। ଏହି ମାସିକିଆ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ରେକର୍ଡ ଡିସ୍‌ ଲାଇକ୍‌ । ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ପିଆଇବି ଓ ଭାଜପାର ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ହୋଇଥାଏ। ଗତ ଅଗଷ୍ଟରେ ପ୍ରସାରିତ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମର ଏକ ଏପିସୋଡକୁ ମିଳିଛି ସର୍ବାଧିକ ସଂଖ୍ୟକ ଡିସ୍‌ ଲାଇକ୍‌। ଏହାକୁ ନାପସନ୍ଦ କରିଥିବା ୟୁଜର୍ସଙ୍କ ସଂଖ୍ୟା ପସନ୍ଦ କରିଥିବା ଦର୍ଶକଙ୍କଠାରୁ ଢ଼େର ଅଧିକା।

ଏହି ଏପିସୋଡରେ ମୋଦି ଦେଶବାସୀଙ୍କୁ ସ୍ବଦେଶୀ ଉପକରଣ ବ୍ୟବହାର ଗୁରୁତ୍ୱ ଉପରେ ପରାମର୍ଶ ଦେଇଥିଲେ। ସେହି ମାସରେ କରୋନା କଟକଣା ସତ୍ତ୍ୱେ ଅନୁଷ୍ଠିତ ହୋଇଥିଲା ଜେଇଇ ଓ ଏନଇଇଟି ପରୀକ୍ଷା। ହେଲେ ସେହି ଏପିସୋଡରେ ମୋଦି ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ କିଛି କହି ନ ଥିଲେ। ଏ ନେଇ ପ୍ରଶ୍ନ ଉଠାଇ ଥିଲେ ବହୁ ୟୁଜର୍ସ।

ଏହାପରେ ଟୁଇଟରରେ ଆରମ୍ଭ ହୋଇଥିଲା ‘ମନ କି ବାତ ନୁହେଁ, ଷ୍ଟୁଟେଣ୍ଟସ କି ବାତ୍‌’ ଭଳି ଏକ ଟ୍ରେଣ୍ଡ। ଏପରି କି ଜଣେ ୟୁଜର୍ସ କମେଣ୍ଟ କରିଥିଲେ, ବହୁତ ହେଇ ଗଲା। କଥା କହିବା ବଦଳରେ କାମ ଉପରେ ଧ୍ୟାନ ଦିଅନ୍ତୁ। ଏଭଳି ଅନେକ ୟୁଜର୍ସ କମେଣ୍ଟ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ। ରିପୋର୍ଟ ପ୍ରସ୍ତୁତ କରାଯିବା ସୁଦ୍ଧା ଉକ୍ତ ଏପିସୋଡକୁ ୮୦ ଲକ୍ଷ ୟୁଜର୍ସ ଦେଖିଥିବା ବେଳେ ମିଳିଛି ୪୪ ଲକ୍ଷ ଲାଇକ । ହେଲେ ୧.୨ ନିୟୁତ ଦର୍ଶକ ଏହାକୁ ନାପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri