Posted inଜାତୀୟ

ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି କେନ୍ଦ୍ର ସରକାର, ସଞ୍ଜୟଙ୍କ ପ୍ରଶ୍ନ…

ମୁମ୍ବାଇ,୫।୯: ଶିବସେନା ଏମ୍‌ପି ସଞ୍ଜୟ ରାଉତ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ବାଧିନତାର ୭୫ ତମ ବାର୍ଷିକୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋକୁ ଅନ୍ତର୍ଭୂକ୍ତ ନ କରାଯିବା କେନ୍ଦ୍ରର ସଂକୀର୍ଣ୍ଣ ମାନସିକତା ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନେହେରୁଙ୍କୁ ଏତେ ଘୃଣା କାହିଁକି କରୁଛନ୍ତି ସେ ନେଇ ସଞ୍ଜୟ ପ୍ରଶ୍ନ କରିଛନ୍ତି।

ସଞ୍ଜୟ ଶିବସେନା ମୁଖପତ୍ର ସାମନାର ତାଙ୍କ ସାପ୍ତାହିକ ସ୍ତମ୍ଭରେ ଲେଖିଛନ୍ତି, ଶିକ୍ଷା ମନ୍ତ୍ରଣାଳୟର ସ୍ବୟଂଶାସିତ ସଂସ୍ଥା ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ) ନେହେରୁ ଏବଂ ମୌଲାନା ଅବୁଲ କଲାମ ଆଜାଦଙ୍କ ଫଟୋକୁ ପୋଷ୍ଟରରେ ସାମିଲ କରି ନାହିଁ। ଏହା ରାଜନୈତିକ ପ୍ରତିଶୋଧ ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି। ଏପରି କାର୍ଯ୍ୟ ଭଲ ନୁହେଁ ଏବଂ ଏହା ସଂକୀର୍ଣ୍ଣ ମାନସିକତାକୁ ଦର୍ଶାଏ। ପ୍ରତ୍ୟେକ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏହା ଏକ ଅପମାନ।

କେନ୍ଦ୍ର ଦ୍ୱାରା ନିକଟରେ ଘୋଷଣା କରାଯାଇଥିବା ଜାତୀୟ ମୋନେଟାଇଜେସନ ପାଇପଲାଇନ ଯୋଜନା ସମ୍ପର୍କରେ ସେ କହିଛନ୍ତି ଯେ ନେହେରୁ କ’ଣ କରିଛନ୍ତି ଯାହାକୁ ସେ ଏତେ ଘୃଣା କରାଯାଉଛି। ବରଂ ତାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଅନୁଷ୍ଠାନଗୁଡିକ ବର୍ତ୍ତମାନ ଭାରତୀୟ ଅର୍ଥନୀତିକୁ ଶକ୍ତି ପ୍ରଦାନ କରୁଛି। ରାଷ୍ଟ୍ର ନିର୍ମାଣରେ ନେହେରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅମର ଅବଦାନକୁ କେନ୍ଦ୍ରର ଭାଜପା ସରକାର ନଷ୍ଟ କରିପାରିବେ ନାହିଁ। ନେହେରୁଙ୍କ ଅବଦାନକୁ ପ୍ରତ୍ୟାଖ୍ୟାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କୁ ଇତିହାସରେ ଖଳ ନାୟକ କୁହାଯିବ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାକେଶ ରୋଶନଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାର୍ପସୁଟର ଗିରଫ

ମୁମ୍ବାଇ,୧୦ ।୧୦: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଉପରେ ୨୦୦୦ମସିହାରେ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇ ପାରୋଲରେ ଥିବା ଜଣେ ସାର୍ପ ସୁଟର ପାରୋଲ...

ମାସ୍କ ପିନ୍ଧି ପୋଲିଂବୁଥ୍‌ରେ ଭୋଟର: ସପ୍ତମ ପର୍ଯ୍ୟାୟ ମତଦାନ ଜାରି…

କୋଲକାତା,୨୬।୪: କରୋନା ମହାମାରୀ ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ସୋମବାର ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ଭୋଟରମାନେ ମାସ୍କ୍‌...

କରୋନାରେ ଆଖିବୁଜିଲେ ବିଧାୟକ

ପାଟନା,୧୯।୪: ବିହାରରେ କରୋନା ମାମଲା କ୍ରମାଗତ ଭାବରେ ବଢିଚାଲିଛି। ସୋମବାର ବିହାରର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଜେଡିୟୁ ବିଧାୟକ ମଓ୍ବୋଲାଲ ଚୌଧୁରୀଙ୍କ ପରଲୋକ ଘଟିଛି।...

ଯାଦବପୁର ବିଶ୍ୱବିଦ୍ୟାଳୟରେ ବାବୁଲ ସୁପ୍ରିଓ ହଟ୍ଟହଟା

କୋଲକାତା,୧୯ା୯(ପି.ଟି.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଆୟୋଜିତ ଏକ ସେମିନାରରେ ଉଦ୍‌ବୋଧନ ଦେବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କୁ ଯାଦବପୁର ବିଶ୍ୱବିଦ୍ୟାଳୟରେ ହଟ୍ଟହଟା...

କାଉଡିଆଙ୍କୁ ନଜର ରଖିବ ଡ୍ରୋନ୍‌

ଡେରାଡୁନ୍‌,୧୬।୭: କାଉଡିଆ ଯାତ୍ରାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡଭାଇଜରି ଜାରି କରିବା ପରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ...

୩୦୦ କୋଟିର ଯୁଦ୍ଧାସ୍ତ୍ର କିଣିବ ସେନା

ନୂଆଦିଲ୍ଲୀ,୧୬।୭: ଚାଇନା ସହ ସୀମା ବିବାଦ ଲାଗି ରହିଥିବାବେଳେ ଭାରତ ସେନାକୁ ସଶକ୍ତ କରିବା ଓ ଅତ୍ୟାଧୁନିକ ଶସ୍ତ୍ର ଯୋଗାଇ ଦେବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ...

ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ୍‌ ଆଣ୍ଡ୍‌ ଟେକ୍ନୋଲୋଜି...

ୟୁପିର ସବୁ ଆସନରେ ଭାଜପା ହାରିବ: ଅଖିଳେଶ

ଲକ୍ଷ୍ନୌ,୨୩।୧ : ୨୦୨୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସମସ୍ତ ୮୦ ଆସନରେ ଭାଜପା ନିଶ୍ଚୟ ପରାଜୟର ସ୍ବାଦ ଚାଖିବ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ...

Advertisement
Archives

Model This Week