Posted inଫୁରସତ

ରୋଜଗାର ଟଙ୍କା ଅନାଥାଶ୍ରମକୁ ଦେଇଥିଲି: କଣ୍ଠଶିଳ୍ପୀ ସଞ୍ଜିତା ମିଶ୍ର

ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗରରେ ମୋ ଜନ୍ମ। ହରିହର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ ପଢିଥିଲି। ସେତେବେଳେ ମୋ ବାପା ଡ. ବିଜୟ କୁମାର ମିଶ୍ର ବିଜେବି କଲେଜର ପ୍ରିନ୍ସିପାଲ୍‌ ଥାନ୍ତି। ହେଲେ ଚାକିରି କ୍ଷେତ୍ରରେ ତାଙ୍କର ବଦଳି ହେବା ଯୋଗୁ ଯୁକ୍ତ ତିନି ମୋତେ ସମ୍ବଲପୁରସ୍ଥ ଗଙ୍ଗାଧର ମେହେର କଲେଜରେ ପଢିବାକୁ ପଡିଥିଲା। ତା’ପରେ ମୁଁ ଜ୍ୟୋତି ବିହାର ୟୁନିର୍ଭସିଟିରେ ବି.ଇଡି କଲି। ଆଉ ତା’ପରେ ସ୍ଥାନୀୟ ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରିବାକୁ ଲାଗିଲି। ସେଠାରୁ ମୋତେ ଯେଉଁ ଦରମା ମିଳିଲା, ସେଥିରୁ କିଛି ନେଇ ସ୍ଥାନୀୟ ଏକ ଅନାଥାଶ୍ରମରେ ଦାନ କରିଥିଲି। ଆଉ ବାକି ଟଙ୍କାରେ ବାପା, ମା’, ବଡ଼ ଭାଇ ଓ ସାନ ଭଉଣୀ ପାଇଁ ଗିଫ୍ଟ କିଣିକି ଆଣିଥିଲି। ଏମିତି କିଛିଦିନ ଚାଲିବା ପରେ ୧୯୯୭ରେ ମୋର ବାହାଘର ହୋଇଗଲା। ଅବଶ୍ୟ ତା’ରି ଭିତରେ ମୁଁ ନର୍ସରୀ ଟିଚ୍ଚର୍ସ ଟ୍ରେନିଂ କୋର୍ସ ସାରି ଦେଇଥିଲି। ଯେଉଁଥିପାଇଁ ମୋତେ ବାହାଘର ପରେ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ରେ ଚାକିରି କରିବାର ସୂଯୋଗ ମିଳିଥିଲା। ଶାଶୁଘର ଭୂବନେଶ୍ୱରରେ ହୋଇଥିଲେ ହେଁ, ସ୍ବାମୀ ମନୋରଞ୍ଜନ ମିଶ୍ର ଯେହେତୁ ଅନୁଗୁଳରେ ଚାକିରି କରୁଥିଲେ ତେଣୁ ମୁଁ ବି ସେହିଠାରେ ରହି ସ୍ଥାନୀୟ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାମ କରିବାକୁ ଲାଗିଲି। ସେଠାରେ ମୋତେ ଯେଉଁ ପ୍ରଥମ ଦରମା ମିଳିଲା, ସେଥିରୁ କିଛି ନେଇ ମୁଁ ମୋ ସ୍ବାମୀଙ୍କ ପାଇଁ ଗିଫ୍ଟ କିଣିକି ଆଣିଥିଲି। ତା’ସହିତ ମୋର ଯେହେତୁ ସଙ୍ଗୀତରେ ରୁଚି ରହିଥିଲା, ତେଣୁ ବଳକା ଟଙ୍କାରେ ମୁଁ ମୋ ନିଜ ପାଇଁ ବାଦ୍ୟଯନ୍ତ୍ର କିଣିଥିଲି। କିନ୍ତୁ ଏହି ଚାକିରି ବି ବେଶୀ ଦିନ କରିପାରିଲି ନାହିଁ। କାରଣ ଘରର ଜଞ୍ଜାଳ ବଢି ଯାଇଥିଲା। ତେଣୁ ଚାକିରି ଛାଡ଼ି ଘର କଥା ବୁଝିବାକୁ ଲାଗିଲି। ହେଲେ ସ୍ବାମୀଙ୍କ ପ୍ରେରଣାରେ ସଙ୍ଗୀତ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିବାକୁ ଚେଷ୍ଟା କଲି। ଏଠାରେ କହି ରଖିବାକୁ ଚାହେଁ ଯେ, ମୁଁ ଯେତେବେଳେ ସ୍କୁଲ୍‌ରେ ପଢୁଥିଲି, ସେତେବେଳେ ମା’ଙ୍କ ପ୍ରେରଣାରେ ଗୀତ ଶିଖିବା ଆରମ୍ଭ କରିଥିଲି। ମଧୁମିତା ଦେ’ ହେଲେ ମୋର ପ୍ରଥମ ସଙ୍ଗୀତ ଗୁରୁ। ସମୟକ୍ରମେ ଜ୍ଞାନ ମହାପାତ୍ର, ସଞ୍ଜୟ ଦାସଙ୍କ ଭଳି ଗୁରୁମାନଙ୍କଠାରୁ ବି ଗୀତ ଶିଖିବାର ସୂଯୋଗ ମୁଁ ପାଇଛି। ଏପରିକି ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ ମଧ୍ୟ କରିଛି। ତା’ସହିତ ଆକାଶବାଣୀର ମୁଁ ହେଉଛି ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ। ୟା’ଭିତରେ ହରେକୃଷ୍ଣ ନାୟକ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀଙ୍କ ଭଳି କେତେଜଣ ବିଶିଷ୍ଟ ଗୀତିକାରଙ୍କର ଅନେକ ଲୋକପ୍ରିୟ ଗୀତରେ ମଧ୍ୟ ମୁଁ କଣ୍ଠଦାନ କରିସାରିଛି। ମୋ ଦ୍ୱାରା କଣ୍ଠଦାନ କରାଯାଇଥିବା କେତୋଟି ଲୋକପ୍ରିୟ ଭଜନ ମଧ୍ୟରେ ଧନ କୁଞ୍ଜଦୋଳି ଖୋଜୁଛି, ଦେଉଳ ଉପରେ ବସିଛି, ମରା ମରା କହୁ କହୁ ରାମ ହୋଇ ଯିବରେ ଇତ୍ୟାଦି ହେଉଛି ଅନ୍ୟତମ । ସେହିପରି କହନା ଏ ଫୁଲ କହନା(ରିମିକ୍ସ), ମୁଁ ସୁନ୍ଦରୀ ମୋ ମନ ମୟୂରୀ, କାଲି ଯଦି ଯିବି ହଜି ମୋତେ କିଏ ଯିବ ଖୋଜି ଭଳି ଅନେକ ଆଧୁନିକ ଗୀତରେ ବି ମୁଁ କଣ୍ଠଦାନ କରିସାରିଛି। ତା’ସହିତ ୟା’ଭିତରେ ଅନେକ ଷ୍ଟେଜ୍‌ ପୋଗ୍ରାମ୍‌ରେ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନଙ୍କ ସହ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କର ପ୍ରଶଂସା ମଧ୍ୟ ସାଉଁଟିପାରିଛି। କେବଳ ଏତିକି ନୁହେଁ, ଅନେକ ଟେଲିଭିଜନ ଚ୍ୟାନେଲ୍‌ରେ ମଧ୍ୟ ମୁଁ ଗୀତ ବୋଲିଛି। ସଙ୍ଗୀତ ବ୍ୟତିତ ଆଙ୍କରିଂ କରିବା, ନାଟକ ଲେଖିବାରେ ବି ମୋର ରୁଚି ରହିଛି। ଏପରିକି ଦୁଇଟି ନାଟକର ସ୍କ୍ରିପ୍ଟ ମଧ୍ୟ ମୁଁ ଲେଖିସାରିଛି। ତେବେ ସେ ଯାହା ହେଉ ସଙ୍ଗୀତ କ୍ଷେତ୍ରରେ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚତ୍ପାରିଛି, ସେଥିପାଇଁ ଭଗବାନଙ୍କ ଆର୍ଶୀବାଦ ସହ ମା’ଙ୍କର ପ୍ରେରଣା ଓ ମୋ ସ୍ବାମୀଙ୍କର ସହଯୋଗ ଓ ଭଲପାଇବାକୁ ମୁଁ ସମ୍ପୂର୍ଣ୍ଣ ଶ୍ରେୟ ଦେବି।

-ଅମ୍ବ୍ରିତା

 


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?