Posted inଫୁରସତ

ରୋଜଗାର ଟଙ୍କା ଅନାଥାଶ୍ରମକୁ ଦେଇଥିଲି: କଣ୍ଠଶିଳ୍ପୀ ସଞ୍ଜିତା ମିଶ୍ର

ଭୁବନେଶ୍ୱରସ୍ଥ ଲକ୍ଷ୍ମୀସାଗରରେ ମୋ ଜନ୍ମ। ହରିହର ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ ପଢିଥିଲି। ସେତେବେଳେ ମୋ ବାପା ଡ. ବିଜୟ କୁମାର ମିଶ୍ର ବିଜେବି କଲେଜର ପ୍ରିନ୍ସିପାଲ୍‌ ଥାନ୍ତି। ହେଲେ ଚାକିରି କ୍ଷେତ୍ରରେ ତାଙ୍କର ବଦଳି ହେବା ଯୋଗୁ ଯୁକ୍ତ ତିନି ମୋତେ ସମ୍ବଲପୁରସ୍ଥ ଗଙ୍ଗାଧର ମେହେର କଲେଜରେ ପଢିବାକୁ ପଡିଥିଲା। ତା’ପରେ ମୁଁ ଜ୍ୟୋତି ବିହାର ୟୁନିର୍ଭସିଟିରେ ବି.ଇଡି କଲି। ଆଉ ତା’ପରେ ସ୍ଥାନୀୟ ଏକ ବେସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରିବାକୁ ଲାଗିଲି। ସେଠାରୁ ମୋତେ ଯେଉଁ ଦରମା ମିଳିଲା, ସେଥିରୁ କିଛି ନେଇ ସ୍ଥାନୀୟ ଏକ ଅନାଥାଶ୍ରମରେ ଦାନ କରିଥିଲି। ଆଉ ବାକି ଟଙ୍କାରେ ବାପା, ମା’, ବଡ଼ ଭାଇ ଓ ସାନ ଭଉଣୀ ପାଇଁ ଗିଫ୍ଟ କିଣିକି ଆଣିଥିଲି। ଏମିତି କିଛିଦିନ ଚାଲିବା ପରେ ୧୯୯୭ରେ ମୋର ବାହାଘର ହୋଇଗଲା। ଅବଶ୍ୟ ତା’ରି ଭିତରେ ମୁଁ ନର୍ସରୀ ଟିଚ୍ଚର୍ସ ଟ୍ରେନିଂ କୋର୍ସ ସାରି ଦେଇଥିଲି। ଯେଉଁଥିପାଇଁ ମୋତେ ବାହାଘର ପରେ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ରେ ଚାକିରି କରିବାର ସୂଯୋଗ ମିଳିଥିଲା। ଶାଶୁଘର ଭୂବନେଶ୍ୱରରେ ହୋଇଥିଲେ ହେଁ, ସ୍ବାମୀ ମନୋରଞ୍ଜନ ମିଶ୍ର ଯେହେତୁ ଅନୁଗୁଳରେ ଚାକିରି କରୁଥିଲେ ତେଣୁ ମୁଁ ବି ସେହିଠାରେ ରହି ସ୍ଥାନୀୟ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷୟିତ୍ରୀ ଭାବେ କାମ କରିବାକୁ ଲାଗିଲି। ସେଠାରେ ମୋତେ ଯେଉଁ ପ୍ରଥମ ଦରମା ମିଳିଲା, ସେଥିରୁ କିଛି ନେଇ ମୁଁ ମୋ ସ୍ବାମୀଙ୍କ ପାଇଁ ଗିଫ୍ଟ କିଣିକି ଆଣିଥିଲି। ତା’ସହିତ ମୋର ଯେହେତୁ ସଙ୍ଗୀତରେ ରୁଚି ରହିଥିଲା, ତେଣୁ ବଳକା ଟଙ୍କାରେ ମୁଁ ମୋ ନିଜ ପାଇଁ ବାଦ୍ୟଯନ୍ତ୍ର କିଣିଥିଲି। କିନ୍ତୁ ଏହି ଚାକିରି ବି ବେଶୀ ଦିନ କରିପାରିଲି ନାହିଁ। କାରଣ ଘରର ଜଞ୍ଜାଳ ବଢି ଯାଇଥିଲା। ତେଣୁ ଚାକିରି ଛାଡ଼ି ଘର କଥା ବୁଝିବାକୁ ଲାଗିଲି। ହେଲେ ସ୍ବାମୀଙ୍କ ପ୍ରେରଣାରେ ସଙ୍ଗୀତ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିବାକୁ ଚେଷ୍ଟା କଲି। ଏଠାରେ କହି ରଖିବାକୁ ଚାହେଁ ଯେ, ମୁଁ ଯେତେବେଳେ ସ୍କୁଲ୍‌ରେ ପଢୁଥିଲି, ସେତେବେଳେ ମା’ଙ୍କ ପ୍ରେରଣାରେ ଗୀତ ଶିଖିବା ଆରମ୍ଭ କରିଥିଲି। ମଧୁମିତା ଦେ’ ହେଲେ ମୋର ପ୍ରଥମ ସଙ୍ଗୀତ ଗୁରୁ। ସମୟକ୍ରମେ ଜ୍ଞାନ ମହାପାତ୍ର, ସଞ୍ଜୟ ଦାସଙ୍କ ଭଳି ଗୁରୁମାନଙ୍କଠାରୁ ବି ଗୀତ ଶିଖିବାର ସୂଯୋଗ ମୁଁ ପାଇଛି। ଏପରିକି ଶାସ୍ତ୍ରୀୟ ସଙ୍ଗୀତରେ ବିଶାରଦ ମଧ୍ୟ କରିଛି। ତା’ସହିତ ଆକାଶବାଣୀର ମୁଁ ହେଉଛି ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ। ୟା’ଭିତରେ ହରେକୃଷ୍ଣ ନାୟକ, ନିର୍ମଳ ନାୟକ, ଅରୁଣ ମନ୍ତ୍ରୀଙ୍କ ଭଳି କେତେଜଣ ବିଶିଷ୍ଟ ଗୀତିକାରଙ୍କର ଅନେକ ଲୋକପ୍ରିୟ ଗୀତରେ ମଧ୍ୟ ମୁଁ କଣ୍ଠଦାନ କରିସାରିଛି। ମୋ ଦ୍ୱାରା କଣ୍ଠଦାନ କରାଯାଇଥିବା କେତୋଟି ଲୋକପ୍ରିୟ ଭଜନ ମଧ୍ୟରେ ଧନ କୁଞ୍ଜଦୋଳି ଖୋଜୁଛି, ଦେଉଳ ଉପରେ ବସିଛି, ମରା ମରା କହୁ କହୁ ରାମ ହୋଇ ଯିବରେ ଇତ୍ୟାଦି ହେଉଛି ଅନ୍ୟତମ । ସେହିପରି କହନା ଏ ଫୁଲ କହନା(ରିମିକ୍ସ), ମୁଁ ସୁନ୍ଦରୀ ମୋ ମନ ମୟୂରୀ, କାଲି ଯଦି ଯିବି ହଜି ମୋତେ କିଏ ଯିବ ଖୋଜି ଭଳି ଅନେକ ଆଧୁନିକ ଗୀତରେ ବି ମୁଁ କଣ୍ଠଦାନ କରିସାରିଛି। ତା’ସହିତ ୟା’ଭିତରେ ଅନେକ ଷ୍ଟେଜ୍‌ ପୋଗ୍ରାମ୍‌ରେ ବହୁ ଲୋକପ୍ରିୟ କଣ୍ଠଶିଳ୍ପୀମାନଙ୍କ ସହ ସଙ୍ଗୀତ ପରିବେଷଣ କରି ଶ୍ରୋତାଙ୍କର ପ୍ରଶଂସା ମଧ୍ୟ ସାଉଁଟିପାରିଛି। କେବଳ ଏତିକି ନୁହେଁ, ଅନେକ ଟେଲିଭିଜନ ଚ୍ୟାନେଲ୍‌ରେ ମଧ୍ୟ ମୁଁ ଗୀତ ବୋଲିଛି। ସଙ୍ଗୀତ ବ୍ୟତିତ ଆଙ୍କରିଂ କରିବା, ନାଟକ ଲେଖିବାରେ ବି ମୋର ରୁଚି ରହିଛି। ଏପରିକି ଦୁଇଟି ନାଟକର ସ୍କ୍ରିପ୍ଟ ମଧ୍ୟ ମୁଁ ଲେଖିସାରିଛି। ତେବେ ସେ ଯାହା ହେଉ ସଙ୍ଗୀତ କ୍ଷେତ୍ରରେ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚତ୍ପାରିଛି, ସେଥିପାଇଁ ଭଗବାନଙ୍କ ଆର୍ଶୀବାଦ ସହ ମା’ଙ୍କର ପ୍ରେରଣା ଓ ମୋ ସ୍ବାମୀଙ୍କର ସହଯୋଗ ଓ ଭଲପାଇବାକୁ ମୁଁ ସମ୍ପୂର୍ଣ୍ଣ ଶ୍ରେୟ ଦେବି।

-ଅମ୍ବ୍ରିତା

 


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri