କିଏ କାହାଠାରୁ ବଡ଼

ଆଦିତ୍ୟ ନାରାୟଣ ପତି

 

ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ ବଞ୍ଚିବା ପାଇଁ ହେଲେ ମଣିଷକୁ ସମସ୍ତଙ୍କ ସହ ମିଳିମିଶି ଚଳିବାକୁ ପଡ଼ିବ। କିନ୍ତୁ ମନୁଷ୍ୟ ସବୁବେଳେ ନିଜ ଭିତରେ ଥିବା ଅହଂ ଭାବକୁ ଜାହିର କରିବା ପାଇଁ ପଛାଏ ନାହିଁ। କିଛିଦିନ ତଳେ ଓଡ଼ିଶାର ଡ୍ରାଇଭରମାନେ ଆନ୍ଦୋଳନ ଡାକରା ଦେଇ ଯେମିତି ରାଜରାସ୍ତାକୁ ଅଚଳ କଲେ ତାହା ଦ୍ୱାରା ରାଜ୍ୟର ଗାଁରୁ ସହର ଯାଏ ଲୋକେ ଅସୁବିଧାରେ ପଡ଼ିଲେ। ଅବଶ୍ୟ ସମସ୍ତ ଡ୍ରାଇଭର ସେଥିରେ ସାମିଲ ହୋଇ ନ ଥିଲେ। କିନ୍ତୁ ଡ୍ରାଇଭରମାନଙ୍କର ଏକତା ରହିବା ନିହାତି ଜରୁରୀ। ଏକତା ରହିଲେ ସମସ୍ତଙ୍କ ଭିତରେ ବୁଝାମଣା ଠିକ୍‌ ରହିଲେ କାମଟି ସୁରୁଖୁରୁରେ ହୋଇପାରିବ। କିନ୍ତୁ ଯେଉଁ ଡ୍ରାଇଭରମାନେ ତାଙ୍କ ସହ ଆନ୍ଦୋଳନରେ ସାମିଲ ହେଲେ ନାହିଁ ସେମାନଙ୍କ ପ୍ରତି ଅଭଦ୍ରୋଚିତ ବ୍ୟବହାର କରାଗଲା। ଯାହା ସେମାନଙ୍କର ବ୍ୟକ୍ତିଗତ ମାନହାନି ହେଲାବୋଲି କେତେକ ସ୍ଥାନରେ କୁହାଗଲା।
ପାଖାପାଖି ୬୦ ଘଣ୍ଟାର ଆନ୍ଦୋଳନ ଓ ସରକାରଙ୍କ ସହ ଆଲୋଚନା ପରେ ମହାସଂଘ ଆନ୍ଦୋଳନକୁ ତିନି ମାସ ସ୍ଥଗିତ ରଖିଲା। କିନ୍ତୁ ଚେତାବନୀ ଦେଲା ଯେ ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ। କିନ୍ତୁ ଏଠି ପ୍ରଶ୍ନ ଆସୁଛି ଗୋଟେ ଗାଡ଼ିର ଡ୍ରାଇଭରର କ’ଣ ସବୁ ଭୂମିକା ରହିଛି? ଯଦି ଡ୍ରାଇଭର ଗାଡ଼ି ଚଲାଇଲେ ସବୁ ହୋଇଯାଆନ୍ତା ତେବେ ଗାଡ଼ିର ଅନ୍ୟାନ୍ୟ କର୍ମଚାରୀ ଦରକାର ପଡ଼ନ୍ତେ ନାହିଁ। ଅବଶ୍ୟ ଛୋଟ ଗାଡ଼ିଗୁଡ଼ିକରେ ଡ୍ରାଇଭର ହିଁ ସବୁ କିଛି କରୁଥିବାର ନଜିର ଆମର ଅଛି। କିନ୍ତୁ ଅନେକ କ୍ଷେତ୍ରରେ ଡ୍ରାଇଭର ହେଲ୍‌ପର ଖୋଜନ୍ତି। ତାହାର ମଧ୍ୟ କିଛି ଭୂମିକା ଅଛି। କଣ୍ଡକ୍ଟରର ମଧ୍ୟ କିଛି ଭୂମିକା ଅଛି। ସବୁପରେ ଯଦି ଆମେ ଦେଖିବା ସେମାନଙ୍କର ଦାବି ପୂରଣ କରିବା ସରକାରଙ୍କ ନିଷ୍ପତ୍ତି। କିନ୍ତୁ ଆମେ ଯଦି ଲକ୍ଷ୍ୟ କରିବା ଯେମିତି ଆମେ ପିଲାବେଳୁ ଏକ ଗପ ବହିରେ ପଢ଼ିଥିଲେ ଯେ ସମ୍ପୂର୍ଣ୍ଣ ଶରୀରର ଅଂଶକୁ ନେଇ। ହାତ କହିଲା ମୁଁ ଯଦି ନ ଦେବି ପାଟିକୁ ଯିବ କେମିତି, ଦାନ୍ତ କହିଲା ମୁଁ ଯଦି ନ ଚୋବେଇବି ତା’ହେଲେ ଖାଦ୍ୟ ପେଟକୁ ଯିବ କେମିତି। ଏମିତି ସମସ୍ତେ ସମସ୍ତଙ୍କ ଭାଗ କରିଲା ପରେ ସମସ୍ତଙ୍କ ଭିତରେ କଥା ପଡ଼ିଲା ଯେ ପେଟ କିଛି କରୁନି ଖାଲି ଖାଉଛି। ତେଣୁ ତାକୁ ଖାଇବାକୁ ଦେବା ନାହିଁ। ଏମିତି ଗୋଟେ ଦିନ ହେଲା ପରେ ସେମାନେ ନ ଖାଇ ନିଜ ନିଜ ଭିତରେ ହା ହାକାର ପଡ଼ିଲା। ସମସ୍ତେ ସମସ୍ତଙ୍କ ଭୁଲ୍‌ ବୁଝି ପାରି ଯେଝା କାମ କଲେ।
ଆମେ କହିପାରିବା ଡ୍ରାଇଭରଙ୍କର ଏକ ବଡ଼ ଭୂମିକା ଅଛି ସମାଜରେ, ଯାହାକୁ ଆମେ ଅସ୍ବୀକାର କରିପାରିବା ନାହିଁ। କିନ୍ତୁ ସମାଜରେ ଚାଷୀମାନଙ୍କର ମଧ୍ୟ ଭୂମିକା ଅଛି। ବାରିକର ମଧ୍ୟ କିଛି ଭୂମିକା ଅଛି, ରଜକର କିଛି ଭୂମିକା ଅଛି। ଏମାନେ ଯଦି ଏମାନଙ୍କ କାର୍ଯ୍ୟ ନ କରିବେ ତା’ହେଲେ ସମାଜରେ ବୃତ୍ତିକୁ ନେଇ ଏକ ତ୍ରୁଟି ବିଚ୍ୟୁତି ଦେଖାଦେବ। ସମାଜରେ ପ୍ରତ୍ୟେକ ବୃତ୍ତି ଅଛି। ଆମେ କହି ପାରିବା ଏସବୁ କୌଳିକ ବୃତ୍ତି। କିନ୍ତୁ ଡ୍ରାଇଭିଂ କୌଳିକ ବୃତ୍ତି ନୁହେଁ। ସେମିତି ଯଦି ଦେଖିବା କିଛି କୌଳିକ ବୃତ୍ତି ଏବଂ କିଛି ଅନ୍ୟମାନେ ସେ କାର୍ଯ୍ୟକୁ ଅଧିକ ଦିନ ଧରି କରିବା ଦ୍ୱାରା ସେମାନଙ୍କ ପାଇଁ ଏହା ଏକ ପ୍ରକାର ବୃତ୍ତିରେ ପରିଣତ ହେବାକୁ ଗଲାଣି। ଚାଷୀ ଯଦି ଚାଷ ନ କରିବ ତା’ହେଲେ ଡ୍ରାଇଭର ନେଇଯାଉଥିବା ଶହ ଶହ ପନିପରିବା ଗାଡ଼ି ପ୍ରତିଦିନ ସେମିତି ଠିଆହେବ। ତା’ହେଲେ ସେ ସ୍ଥାନରେ କାହାର ଭୂମିକା ବଡ଼। ଯଦି ଦୁଗ୍ଧ ଚାଷୀଟି ଗାଈ ନ ପାଳି ଦୁଗ୍ଧ ଉପତ୍ାଦନ ନ କରେ ତେବେ ଗାଡ଼ିରେ ଯାଉଥିବା ହଜାର ହଜାର ଲିଟର କ୍ଷୀର କେମିତି ପାଇବେ ଗାଡ଼ି ମାଲିକମାନେ। ଆଉ ସେ ସ୍ଥାନରେ ଡ୍ରାଇଭରର କ’ଣ ଭୂମିକା ଦରକାର। ଏହା ଭାତହାଣ୍ଡିରୁ ଗୋଟିଏ ଚିପିଲା ପରି ଗୋଟିଏ ଗୋଟିଏ ଉଦାହରଣ। ତେଣୁ ଏକ ସମାଜ ଗଢ଼ିତୋଳିବାରେ ମେହେନ୍ତର ଠାରୁ ଅଫିସରଙ୍କ ଯାଏ ସମସ୍ତଙ୍କର ଭୂମିକା ଅଛି। ସମସ୍ତେ ସମସ୍ତଙ୍କ ପାଇଁ ଜରୁରୀ। ଜଣେ ଡାକ୍ତର ଯଦି ୧୬ ଘଣ୍ଟା ରୋଗୀ ଦେଖୁଛି, ତାହାର ସେଥିରେ ପଇସାର ଲୋଭ ଥାଇପାରେ କିନ୍ତୁ ଅପର ପକ୍ଷରେ ଗୋଟେ ଜୀବନ ବଞ୍ଚାଇବାରେ ମଧ୍ୟ ସେ ସହାୟକ ହୋଇପାରେ। ତେଣୁ ଆମେ ଏକ ସୁସ୍ଥ ବାତାବରଣ ତିଆରି କରିବା ଦରକାର। ସମାଜରେ ଆମେ ଜନ୍ମ ନେଇଛନ୍ତି ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିବା ଦରକାର। ସମସ୍ତଙ୍କୁ ସମସ୍ତେ ସାହାଯ୍ୟର ହାତ ବଢ଼ାଇବା ଦରକାର। ତେବେ ନିଜର ଏକ ସୁସ୍ଥ ସମାଜ ଗଢ଼ି ତୋଳିବାରେ ସହାୟକ ହୋଇପାରିବା।
ତାଳପଦା, ତିହିଡ଼ି, ଭଦ୍ରକ
ମୋ: ୮୮୪୭୮୫୬୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?