ଶ୍ରୀରାମଙ୍କ ଅପେକ୍ଷାରେ

ଦେବଦତ୍ତ ପଟ୍ଟନାୟକ

 

ଜମ୍ମୁରେ ଅଛି ମା’ ବୈଷ୍ଣୋଦେବୀଙ୍କ ପୀଠ। ମା’ଙ୍କ ନିକଟରେ ଥିବା ତିନୋଟି ଶିଳା ମହାଲକ୍ଷ୍ମୀ, ମହାସରସ୍ବତୀ ଓ ମହାକାଳୀ ଭାବେ ଦେବୀଙ୍କ ତିନି ସ୍ବରୂପକୁ ପ୍ରତିପାଦିତ କରେ। ପୀଠରେ ଭକ୍ତମାନଙ୍କ ‘ଜୟ ମାତା ଦି’ ଧ୍ୱନିରେ ଗଗନ ପବନ ମୁଖରିତ ହୋଇପଡେ। ପଞ୍ଜାବୀମାନେ ‘ଜୟ ମାତା କି’ ବୋଲି କହିଥାନ୍ତି। ବୈଷ୍ଣୋଦେବୀ ଏବେ ଏକ ଜଣାଶୁଣା ତୀର୍ଥସ୍ଥଳ। ମା’ ବାସ୍ତବରେ ପଞ୍ଜାବ ଓ ଜମ୍ମୁ ଅଞ୍ଚଳର ଅନେକ ପର୍ବତ ଦେବୀଙ୍କ ମଧ୍ୟରୁ ଜଣେ। କେତେକେ ତାଙ୍କୁ ଭାରତୀୟ ଲୋକକଥାରେ ଥିବା ସାତଭଉଣୀ କିମ୍ବା ସାତ କୁମାରୀଙ୍କର ଏକ ଅଂଶ ଭାବେ ସୂଚିତ କରିଥାନ୍ତି। କୁହାଯାଏ, ଏହି ରହସ୍ୟମୟ ମହିଳାମାନେ ପୁରୁଷଙ୍କଠାରୁ ଦୂରେଇ ରହି ଜଙ୍ଗଲରେ ବିଚରଣ କରିଥାନ୍ତି। ସେମାନଙ୍କୁ ଭୟ ଦେଖାଇଲେ ବିପଜ୍ଜନକ ହୋଇଥାନ୍ତି ଏବଂ ସନ୍ତୁଷ୍ଟ କଲେ କୃପାବୃଷ୍ଟି କରନ୍ତି। ଏହି ୭ କୁମାରୀଙ୍କ ଛବି ସିନ୍ଧୁ ସଭ୍ୟତାର ସହରଗୁଡ଼ିକରେ ବି ଦେଖିବାକୁ ମିଳିଛି। ତେବେ ଉକ୍ତ ୭ ଭଉଣୀ କିଏ? ଏମାନେ କ’ଣ ଦେବତାଙ୍କ ନାରୀ ସ୍ବରୂପ ବହନ କରୁଥିବା ମତୃକାଗଣ, ଯଥା ଶିବରୁ ଶିବାନୀ, ବିଷ୍ଣୁରୁ ବୈଷ୍ଣବୀ, ବିନାୟକରୁ ବିନାୟକୀ, କୁମାରରୁ କୁମାରୀ, ଇନ୍ଦ୍ରରୁ ଇନ୍ଦ୍ରାଣୀ, ବରାହରୁ ବରାହୀ ଏବଂ ନରସୀମାରୁ ନରସୀମୀ। ଏମାନେ କ’ଣ ସାତ ଭଉଣୀ କୃତ୍ତିକାଙ୍କ ନକ୍ଷତ୍ରମଣ୍ଡଳୀ ଯାହାଙ୍କୁ ଶିବଙ୍କ ଯୋଦ୍ଧାପୁତ୍ର କାର୍ତ୍ତିକେୟଙ୍କ ମା’ଭାବେ ବିବେଚନା କରାଯାଏ? ସେମାନେ କ’ଣ ସପ୍ତର୍ଷିଙ୍କ ସ୍ତ୍ରୀ ? ସେମାନେ କ’ଣ ଜଙ୍ଗଲ ଓ ନଦୀଗୁଡ଼ିକର ପୁରାତନ ଦେବୀ ଥିଲେ କି? ସେମାନେ କ’ଣ ମହାରାଷ୍ଟ୍ରରେ ସେହି ‘ସତୀ ଅସାର’ ବା ଶପ୍ତ ଶିଳା, ଯାହାଙ୍କୁ ଗର୍ଭଧାରଣରେ ସମସ୍ୟା ଥିବା , ଗର୍ଭପାତ ଭୟ ଥିବା ମହିଳାମାନେ ଓ ଭୂତାଣୁ ଜ୍ୱର ସହ ଚର୍ମ ସମସ୍ୟା ଭୋଗୁଥିବା ପିଲାଙ୍କ ମା’ମାନେ ପୂଜା କରିଥାନ୍ତି? ବାସ୍ତବରେ ଏହା ଉପରେ ଆମେ ନିଶ୍ଚିତ ହୋଇପାରିବା ନାହିଁ। କାରଣ ଏ ସମ୍ପର୍କିତ ଲୋକକଥା ରୂଢ଼ୀବାଦୀ ପରମ୍ପରାରୁ ଦୂରେଇଯିବାକୁ ଚାହିଁଛି କିମ୍ବା ତାହାକୁ ଦୂରେଇ ଦିଆଯାଇଛି।
ବୈଷ୍ଣୋଦେବୀଙ୍କର ଏକ ନିଆର ବିଶେଷତ୍ୱ ରହିଛି। ପଞ୍ଜାବ ଓ ଜମ୍ମୁ ଅଞ୍ଚଳର ବହୁ ଦେବୀଙ୍କ ଭଳି ସେ ଜଣେ ଶାକାହାରୀ ଦେବୀ। ବିଶେଷକରି ପୁରାଣ ଓ ତାନ୍ତ୍ରିକ ପରମ୍ପରାରେ ଦେବୀଙ୍କୁ ରକ୍ତ ଅର୍ପଣ କରି ଆରାଧନା କରାଯାଇଥାଏ। କିନ୍ତୁ ବୈଷ୍ଣୋଦେବୀଙ୍କ ନିକଟରେ ତାହା କରାଯାଇ ନ ଥାଏ। ଯେତେବେଳେ ବୈଦକ ପରମ୍ପରା ପୌରାଣିକ ପରମ୍ପରାଗୁଡ଼ିକୁ ବାଟ ଛାଡ଼ିଦେଇଥିଲା ସେତେବେଳେ ଦୁଇ ଦେବତା ଶିବ ଓ ବିଷ୍ଣୁ ସେମାନଙ୍କ ପ୍ରଭୁତ୍ୱ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାହାରି ପଡ଼ିଥିଲେ। ଶିବ ହିନ୍ଦୁଧର୍ମର ସନ୍ନ୍ୟାସ ପକ୍ଷର ପ୍ରତିନିଧିତ୍ୱ କରୁଥିବାବେଳେ ବିଷ୍ଣୁ ଗୃହସ୍ଥଙ୍କ ପ୍ରତିନିଧିତ୍ୱ କରୁଥିଲେ। ଶିବ ବୈଦିକ ଋୂଢ଼ୀବାଦକୁ ପ୍ରତ୍ୟକ୍ଷରେ ଚ୍ୟାଲେଞ୍ଜ କରିଥିଲେ ଓ ସେ ବ୍ରହ୍ମାଙ୍କ ଶିର ଛେଦନ କରିଥିବା ଉଲ୍ଲେଖ ଅଛି। ବିଷ୍ଣୁ ରାଜା ରାମ ଓ ଗୋପାଳକ କୃଷ୍ଣଙ୍କ ଭଳି ମଧ୍ୟ ବୈଦିକ ଋୁଢିବାଦକୁ ପରୋକ୍ଷରେ ଚ୍ୟାଲେଞ୍ଜ କରିଥିଲେ। ଶିବ ତାନ୍ତ୍ରିକ ପରମ୍ପରା ସହ ଅତ୍ୟଧିକ ଜଡ଼ିତ। ଏଥିରେ ମଦ, ମାଂସ ଓ ସମ୍ଭୋଗର ସମ୍ପର୍କ ଅଛି। କିନ୍ତୁ ବିଷ୍ଣୁ ଏଭଳି ପରମ୍ପରା ବା ପୂଜା ସହ ଜଡ଼ିତ ଯେଉଁଥିରେ କ୍ଷୀର, ଗାଈ, ଶାକାହାର ଓ ସଂଯମତା ଦେଖବାକୁ ମିଳେ। ହେଲେ ବୈଷ୍ଣୋଦେବୀଙ୍କର ଏହି ଦୁଇ ଦେବତାଙ୍କ ସହ ସମ୍ପର୍କ ଅଛି। ଶକ୍ତି ରୂପରେ ଶିବଙ୍କ ସ୍ତ୍ରୀ ଭାବେ ସେ ଉଗ୍ର ସନ୍ନ୍ୟାସୀଙ୍କୁ ଉଦାରବାଦୀ ଗୃହସ୍ଥ କରନ୍ତି। ଲକ୍ଷ୍ମୀ ରୂପରେ ସେ ବିଷ୍ଣୁଙ୍କ ସ୍ତ୍ରୀ ଭାବେ ତାଙ୍କୁ ବୈକୁଣ୍ଠରୁ ମର୍ତ୍ତ୍ୟକୁ ଓହ୍ଲାଇ ରାମ ଓ କୃଷ୍ଣଙ୍କ ଅବତାର ଭାବେ ମାନବୀୟ ବ୍ୟାପାରରେ ଭାଗୀଦାରି ହେବାକୁ ବାଧ୍ୟ କରିଥାନ୍ତି। ଏହିସବୁ କାହାଣୀ ପ୍ରାୟ ଅନେକ ହଜାର ବର୍ଷ ପୂର୍ବେ ପ୍ରକାଶ ପାଇଥିଲା ଓ ଏହି ସାଂସ୍କୃତିକ ପରିବର୍ତ୍ତନଗୁଡ଼ିକ ବୈଷ୍ଣୋଦେବୀଙ୍କ ତୀର୍ଥସ୍ଥଳ ସମ୍ପର୍କରେ ଜାଣିବାକୁ ଆମକୁ ସାହାଯ୍ୟ କରେ।
ବୈଷ୍ଣୋଦେବୀଙ୍କୁ ଦକ୍ଷିଣ ଭାରତର ଜଣେ ରାଜକୁମାରୀ ଭାବେ ଗ୍ରହଣ କରାଯାଏ। ସେ ରାମଙ୍କ ସାମ୍ନାସାମ୍ନି ହୋଇ ତାଙ୍କୁ ବିବାହ କରିବାକୁ ଚାହଁିଥିଲେ ବୋଲି କୁହାଯାଏ। କିନ୍ତୁ ରାମ ଏକ ପତ୍ନୀବ୍ରତ ଧାରଣ କରିଥିବାରୁ ତାଙ୍କର ଏକମାତ୍ର ସ୍ତ୍ରୀ ସୀତାଙ୍କ ନିକଟରେ ସେ ବିଶ୍ୱସ୍ତ। ଏଣୁ ରାମ ରୂପରେ ସେ ତାଙ୍କୁ ବିବାହ ନ କରି ପରଜନ୍ମରେ ତାଙ୍କର ସ୍ବାମୀ ହେବେ ବୋଲି କହିଥିଲେ। ସେଥିପାଇଁ ସେହି ରାଜକୁମାରୀ ପର୍ବତକୁ ଯାଇ ଜଣେ ସନ୍ନ୍ୟାସୀ ହୋଇଛନ୍ତି। ଅନେକ ସମୟରେ ତାଙ୍କୁ ତ୍ରିକୂଟ କୁହାଯାଇଥିବାବେଳେ ଅନେକ ସମୟରେ ବେଦବତି ବି କୁହାଯାଏ। ଶିବଙ୍କ ଭକ୍ତ ରାବଣ ସେହି ରାଜକୁମାରୀଙ୍କୁ ସ୍ତ୍ରୀ ଭାବେ ପାଇବାକୁ ଚେଷ୍ଟା କରିଛନ୍ତି। ହେଲେ ସେ ଅଗ୍ନିରେ ପ୍ରବେଶ କରି ବୈଷ୍ଣୋ ଦେବୀ ରୂପରେ ପୁନର୍ଜନ୍ମ ଲାଭ କରିଛନ୍ତି ଏବଂ ଭବିଷ୍ୟତରେ ବିଷ୍ଣୁଙ୍କ ଅବତାର ଭାବେ ରାମଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି। କିନ୍ତୁ ପର୍ବତରେ ସେ ଧ୍ୟାନସ୍ଥ ଥିବା ସମୟରେ ଭୈରବଙ୍କ ଦୃଷ୍ଟି ତାଙ୍କ ଉପରେ ପଡ଼ିଲା। ଭୈରବ ଥିଲେ ତାନ୍ତ୍ରିକ ଉପାସକ ଓ ତାଙ୍କୁ ଖାଦ୍ୟ ଦେବା ଲାଗି କହିଲେ। ସେ ମଧ୍ୟ ଭୈରବକୁ ଖାଇବାକୁ ଦେଲେ। କିନ୍ତୁ ଭୈରବ ଯେଉଁ ଖାଦ୍ୟ ଚାହଁୁଥିଲେ ତାହା ତାଙ୍କ ମତରେ ଥିଲା ସମ୍ଭୋଗ। ଏଣୁ ଦେବୀ ଏହାକୁ ମନା କରିଦେବା ସହ ରାମଙ୍କୁ ଅପେକ୍ଷା କରିଥିବା କଥା ଭୈରବଙ୍କୁ ଜଣାଇଲେ ଓ ଏଭଳି ଇଚ୍ଛାକୁ ସମ୍ମାନ ଦେବା ଲାଗି କହିଥିଲେ। କିନ୍ତୁ ଭୈରବ ଏହାକୁ ଗ୍ରହଣ କଲା ନାହିଁ। ତା’ଇଚ୍ଛା ପୂରଣ କରିବାକୁ ବଳ ପ୍ରୟୋଗ କଲା। ଦେବୀ ଦୌଡ଼ିବାକୁ ଲାଗିଲେ । ଦେବୀଙ୍କ ପଛରେ ଭୈରବ ଦୌଡ଼ିଲା ଓ ଏହି ସମୟରେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିବା ବାନର ବୀରଙ୍କ ସହ ସେ ଯୁଦ୍ଧ କରିଥିଲା। ଅନେକେ ଏହି ବାନର ବୀରଙ୍କୁ ହନୁମାନ ଭାବେ ଗ୍ରହଣ କରିଥାନ୍ତି। ଭୈରବ ପିଛା କରି ହତାଶ ହେଲା । ଦେବୀ ବୁଲିପଡ଼ି ଉଗ୍ର ଚଣ୍ଡୀ ରୂପ ଧାରଣ କରି ଭୈରବର ଶିର ଛେଦନ କଲେ। ପର୍ବତରେ ତା’ଶରୀର ଏବେ ମଧ୍ୟ ଶିଳା ରୂପରେ ପଡ଼ି ଥିବା ଦେଖିବାକୁ ମିଳେ ଓ ମୁଣ୍ଡ ପର୍ବତର ପାଦଦେଶରେ ପଡ଼ିରହିଛି। ଭୈରବ ତା’ ପାପ ପାଇଁ ପଶ୍ଚାତ୍ତାପ କରି କ୍ଷମା ମାଗିବା ସହ କହିଥିଲା- ଜଣେ ପୁତ୍ର ଖରାପ ପୁତ୍ର ହୋଇପାରେ, କିନ୍ତୁ ଜଣେ ମା’ କେବେ ବି ଖରାପ ମା’ ହୋଇପାରେ ନାହିଁ’। ଏହାଶୁଣି ବୈଷ୍ଣୋଦେବୀ ଶାନ୍ତ ହୋଇଥିଲେ ତାଙ୍କୁ କ୍ଷମା କରିଦେଇଥିଲେ। ଏହାସହ ଦେବୀ କହିିଥିଲେ ଯେ, ତାଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପାହାଡ଼ ପାଦଦେଶରେ ପଡ଼ିଥିବା ଭୈବର ମୁଣ୍ଡକୁ ପୂଜା କରିବେ। ଦେବୀଙ୍କ କଥା ଅନୁଯାୟୀ ଭକ୍ତମାନେ ଏହି ପରମ୍ପରା ପାଳନ କରିଆସୁଛନ୍ତି।
ଏହିଭଳି ଭାବେ ଶାକ୍ତ, ଶୈବ ଓ ବୈଷ୍ଣବ ପୌରାଣିକ ବିଚାରର ତିନୋଟି ଧାରା ଜଡ଼ିତ ଥିବା ଏକ କାହାଣୀ ଆମେ ଦେଖିବାକୁ ପାଉ। ଏଠାରେ ଶାକ୍ତ ପରମ୍ପରାର ରାମଙ୍କ ବୈଷ୍ଣବ ପରମ୍ପରା ସହ ସମ୍ବନ୍ଧ ଥିବାବେଳେ ଭୈରବଙ୍କ ଶିବ ପରମ୍ପରାଠାରୁ ଦୂରେଇ ରହିଛି। କିନ୍ତୁ ଶେଷରେ ସବୁଗୁଡ଼ିକ ଏକାଠି ହୋଇଛନ୍ତି। ଭୈରବ ଦଣ୍ଡ ପାଇଛନ୍ତି , କିନ୍ତୁ ପରେ କ୍ଷମା ପାଇବା ସହ ଆଦରଣୀୟ ହୋଇଛନ୍ତି। ଭୈରବଙ୍କ ଏଭଳି ପରିବର୍ତ୍ତନ ହିନ୍ଦୁ ସଂସ୍କୃତିରେ ଏକ ନିଆରା ଘଟଣା , ଯେଉଁଠି ଦେବତାଙ୍କ ଦୃଷ୍ଟିରେ କେହି ଜେଣ ବି ଭିଲିଆନ ବା ଖଳ ବ୍ୟକ୍ତି ହୋଇ ନ ଥାନ୍ତି। ପ୍ରତ୍ୟେକଟିରେ ପରିବର୍ତ୍ତନ ଘଟିଥାଏ। ଏପରିକି ଯେଉଁମାନେ ଦେବୀଙ୍କୁ ଅସ୍ବୀକାର କରନ୍ତି ସେମାନେ ପଶ୍ଚାତ୍ତାପ କରିବା ପରେ ସେମାନଙ୍କୁ ଦେବୀ କ୍ଷମା କରିବା ସହ ଚେତାବନୀ ବି ଦେଇଥାନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?