ନ୍ୟୁ ୟେକିଂ ପିଟି ଲିମିଟେଡ୍‌ ସହ ଜେଏସ୍‌ଏଲ୍‌ ରାଜିନାମା

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌) ନିକେଲର ଦୀର୍ଘକାଳୀନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏକ ପ୍ରମୁଖ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି କମ୍ପାନୀ ନ୍ୟୁ ୟେକିଂ ପିଟି ଲିମିଟେଡ୍‌ ସହ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ଚୁକ୍ତି (ସହଭାଗିତ ରାଜିନାମା) ସ୍ବାକ୍ଷର କରିଛି। ଏପରିକି ଇଣ୍ଡୋନେସିଆର ହାଲ୍‌ମେହେରା ଦ୍ୱୀପପୁଞ୍ଜର ଏକ ଇଣ୍ଡଷ୍ଟ୍ରିଆଲ ପାର୍କରେ ଅବସ୍ଥିତ ନିକେଲ୍‌ ପିଗ୍‌ ଆଇରନ୍‌ ଲିମିଟେଡ୍‌ (ଏନ୍‌ପିଆଇ) ସ୍ମେଲଟର ସୁବିଧା ବିନିଯୋଗ,ବିକାଶ, ନିର୍ମାଣ ଏବଂ କାର୍ଯ୍ୟ ପାଇଁ ସହଭାଗିତା କରିଥିବା ଜଣାପଡ଼ିଛି।

ଉକ୍ତ ସହଭାଗିତା ଅନୁଯାୟୀ ଜେଏସ୍‌ଏଲ୍‌ ଏନ୍‌ପିଆଇର ୪୯% ଅଂଶଧନ ହାସଲ କରିବ ବୋଲି ସୂଚନା ମିଳିଛି। ଏପରିକି ପ୍ରାୟ ୧୫୭ ନିୟୁତ ଡଲାରର ଜେଏସ୍‌ଏଲ୍‌ ଉକ୍ତ କମ୍ପାନୀର ୪୯% ଇକ୍ୱିଟି ସୁଧ ହାସଲ କରିବ। ସେହିଭଳି ବାର୍ଷିକ ନାମପ୍ଲେଟ୍‌ ଉତ୍ପାଦନ କ୍ଷମତା ୨,୦୦,୦୦୦ ମେଟ୍ରିକ୍‌ ଟନ୍‌ ଏନ୍‌ପିଆଇର ହାରାହାରି ୧୪% ଏନ୍‌ଆଇ ବିଷୟବସ୍ତୁ ସହ ୨ ବର୍ଷ ମଧ୍ୟରେ ଉପରୋକ୍ତ ସୁବିଧା କାର୍ଯ୍ୟକ୍ଷମ ହେବାକୁ କମ୍ପାନୀ ପକ୍ଷରୁ ଯୋଜନା କରାଯାଇଛି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଏମ୍‌ଡି ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଏହି ସହଯୋଗ ହିତାଧିକାରୀଙ୍କ ପାଇଁ ମୂଲ୍ୟ ବୃଦ୍ଧି କରିବ, ଯାହା ଜେଏସ୍‌ଏଲ୍‌ ସହ ନିକେଲ୍‌ ଯୋଗାଣରେ ଅଂଶଧନ ହାସଲ କରିବ ଏବଂ ଏହାର ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କାର୍ଯ୍ୟ ପାଇଁ କଞ୍ଚାମାଲର ସୁରକ୍ଷା ସୃଷ୍ଟି କରିପାରିବ। ଏହି ଅଧିଗ୍ରହଣ ଭାରତୀୟ ତଥା ଅନ୍ତର୍ଜାତୀୟ ବଜାରରେ ଜେଏସ୍‌ଏଲ୍‌ ପାଇଁ ଏକ ତୀବ୍ର ପ୍ରତିଯୋଗିତା ଲାଭ କରିବ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?