ଶୋଇଥିବା ବେଳେ ସାଙ୍ଗଙ୍କୁ ଟାଙ୍ଗିଆରେ ହାଣିଦେଲେ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ରାମପୁର ବିନାସୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇ ମାରପିଟ ହୋଇଥିଲା। ପରେ ଜଣେ ସାଙ୍ଗ ପ୍ରତିଶୋଧ ପରାୟଣ ହୋଇ ସାଙ୍ଗଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାର ଶିକାର ହୋଇଥିବା ବନ୍ଧୁ ଜଣଙ୍କ ହେଲେ ରାମପୁର ବିନାସୀପଡ଼ାର ସଞ୍ଜୀବ କୁମାର ମାଛଖଣ୍ଡେ ଓରଫ ମୋଟୁ(୪୫)।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବ୍ରଜରାଜନଗର ଥାନା ପୋଲିସ ଏକ ହତ୍ୟା ମାମଲା(ନଂ.୯୭/୨୨) ରୁଜୁକରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଡମ୍ବରୁ ଦାସ ଫେରାର ହୋଇଯାଇଥିବା ଜଣାପଡିଛି।

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖାନତଲାସୀ ଜାରି ରଖିଛି । ଖବରପାଇ ଏସ୍‌ଡିପିଓ ଗୁପ୍ତେଶର ଭୋଇ, ଆଇଆଇସି ବୈକୁଣ୍ଠ ବିହାରୀ ସେଠ ଓ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ଦଳାଇ ପ୍ରମୁଖ ପୋଲିସ ଅଧିକାରୀମାନେ ସାଇଣ୍ଟିଫିକ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ସଞ୍ଜୀବ ଏବଂ ଡମ୍ବରୁ ଦୁଇ ବନ୍ଧୁ ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥିଲା।

ଏଭଳି ସ୍ଥିତିରେ ଗୁରୁବାର ରାତିରେ ସଞ୍ଜୀବ ମଦପିଇ ପଡାରେ ପାଟିତୁଣ୍ଡ କରୁଥିଲେ। ଏହା ଦେଖି ଡମ୍ବରୁ ସଞ୍ଜୀବଙ୍କୁ ବାରଣ କରିଥିଲେ। ଏଥିରେ ସଞ୍ଜୀବ ଉତ୍‌କ୍ଷୀପ୍ତ ହୋଇ ଏକ ଇଟାରେ ଡମ୍ବରୁଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଡମ୍ବରୁ ପାଚେରୀ ଡେଇଁ ଘରେ ଶୋଇଥିବା ବେଳେ ସଞ୍ଜୀବଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ପରିବାର ଲୋକେ ସଞ୍ଜୀବଙ୍କୁ ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଶିକ୍ଷକରେ ଚାଲିଛି ଉଚ୍ଚବିଦ୍ୟାଳୟ

ନାକଟିଦେଉଳ,୧୦ା୮(ବୈକୁଣ୍ଠ ନାଥ ସାହୁ): ଜଣେମାତ୍ର ଶିକ୍ଷକରେ ଚାଲିଛି ନାକଟିଦେଉଳ ବ୍ଲକ ଶିମିଳିପାଳ ପଞ୍ଚାୟତ କାଦୋବାହାଳ ପଞ୍ଚଖଣ୍ଡା ଉଚ୍ଚ ବିଦ୍ୟାଳୟ। ଏହି ବିଦ୍ୟାଳୟରେ ୯ମ ଓ ୧୦ମ...

କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୮।୪ (ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ଗୁରୁବାର ତାଙ୍କ ଘରେ ଭିଜିଲାନ୍ସ...

ସୁନ୍ଦରଗଡ଼ରେ ବଢ଼ୁଛି କରୋନା ମୃତ୍ୟୁ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ଏବେ ଚିନ୍ତାଜନକ ହେଲାଣି। ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାରୁ ଯେତିକି ଆଶ୍ୱସ୍ତି ମିଳିଛି ମୃତ୍ୟୁ ସଂଖ୍ୟା ବୃଦ୍ଧି...

ପାଣିରେ ବୁଡ଼ି ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ : କର୍ମଚାରୀଙ୍କ ଅବହେଳା ଅଭିଯୋଗ, ଉତ୍ତେଜନା

କୋରୁକୋଣ୍ଡା,୧୫।୭(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଗଙ୍ଗଲା ଆବାସିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କାଲେକୁରା ଶୌଚ ପାଇଁ ବିଦ୍ୟାଳୟ ବାହାରକୁ ଯାଇଥିବାବେଳେ ପାଣିରେ ବୁଡ଼ି...

କଟକରେ ପ୍ରଥମ ଥର ପାଇଁ ଆୟୋଜନ ହେଲା ପଥ ଉତ୍ସବ

କଟକ ଅଫିସ, ୧୩ା୧୧:ବାଲିଯାତ୍ରା ଉପଲକ୍ଷେ କଟକ ସହରରେ ପ୍ରଥମ ଥର ପାଇଁ ଜିଲା ପ୍ରଶାସନ ପକ୍ଷରୁ ‘ପଥ ଉତ୍ସବ’ ଆୟୋଜିତ ହୋଇଛି। ବୁଧବାର ପ୍ରଥମ ଦିନରେ...

ଜେଇଇ ମେନ୍‌: ୨୦ରୁ ତୃତୀୟ, ୨୭ରୁ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା

ଭୁବନେଶ୍ୱର, ୭।୭(ବ୍ୟୁରୋ):ନ୍ୟାଶନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ଦ୍ୱାରା ପରିଚାଳିତ ଜେଇଇ ମେନ୍‌ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଏପ୍ରିଲ୍‌ ଓ ମେ’...

୧୫ରୁ କମ୍‌ ପିଲା ଥିଲେ ମିଶ୍ରଣ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ) :ବିଧାନସଭାରେ ଲଗାତର ୩ଦିନ ସ୍କୁଲ ବନ୍ଦ ଏବଂ ମିଶ୍ରଣ ପ୍ରସଙ୍ଗରେ ହୋହାଲ୍ଲା ପରେ ରବିବାର ରାଜ୍ୟ ସରକାର ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି। ୨୫ନୁହେଁ ଏଣିକି...

୧୩ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର,୨୮।୩(ସ୍ବ.ପ୍ର.): କେନ୍ଦୁଝରରେ ଏବିଭିପି ପକ୍ଷରୁ ୧୩ ଦଫା ଦାବି ନେଇ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟଙ୍କ ଆଗରେ ଧାରଣା ଦେଇଥିବା ସୂଚନା ମିଳିଛି। ବିଭିନ୍ନ ଦାବି ମଧ୍ୟରୁ...

Advertisement
Archives

Model This Week