ସ୍ୱର୍ଗ କେଉଁଠି, ନର୍କ କେଉଁଠି

ରଞ୍ଜନ କୁମାର ଦାସ

 

ରସ୍ୟ ଦେଶର ଗୋଟେ କାହାଣୀ। ଆହାବ ନାମକ ଜଣେ ଧର୍ମଗୁରୁ ଥିଲେ। ସେ ତାଙ୍କ ଶିଷ୍ୟମାନଙ୍କୁ ସବୁବେଳେ କୁହନ୍ତି, ଭଲକାମ କଲେ ସ୍ବର୍ଗକୁ ଯିବ, ଖରାପ କାମ କଲେ ନର୍କକୁ ଯିବ। ତାଙ୍କୁ ତାଙ୍କର ଶିଷ୍ୟମାନେ ଥରେ ପଚାରିଲେ, ସ୍ବର୍ଗ ଆଉ ନର୍କ କେଉଁଠି? ତା’ର ସ୍ବରୂପ କ’ଣ? ଆହାବ ଗୋଟେ କାହାଣୀ କହିଲେ। ଥରେ ଜଣେ ଗୋପାଳକ ତା’ର ଗୋରୁପଲ ଓ ଜଗୁଆଳି କୁକୁର ସହ ଜଙ୍ଗଲକୁ ଯାଇଥିଲା। ଜଙ୍ଗଲରେ ଖୁବ୍‌ ବଜ୍ରପାତ ହେଲା ଏବଂ ଗୋପାଳକଙ୍କ ସମେତ ତାଙ୍କର ସବୁ ଗୋରୁ ଓ କୁକୁର ମରିଗଲେ। ସେମାନଙ୍କର ମୃତ୍ୟୁ ପରେ ମୃତ୍ୟୁଦୂତମାନେ ଆସି ତାଙ୍କୁ ପରଲୋକକୁ ନେଇଗଲେ। ପାରଲୌକିକ ଜଗତରେ ପହଞ୍ଚତ୍ଲା ପରେ ମୃତ୍ୟୁଦୂତ କହିଲେ, ଆଗରେ ସ୍ବର୍ଗକୁ ରାସ୍ତା। ତମେ ଏଥର ଆଗକୁ ଯାଇପାର। କିିଛି ବାଟ ଆଗକୁ ଗଲାପରେ ସେମାନେ ଏକ ସୁସଜ୍ଜିତ ଦ୍ୱାର ଏବଂ ଉଦ୍ୟାନ ଦେଖିଲେ। ଗୋପାଳକର ଆମତ୍ା ଦ୍ୱାରପାଳକୁ ଯାଇ ପଚାରିଲା, ଏଇଟା କୋଉ ଜାଗା? ଦ୍ୱାରପାଳ କହିଲା ସ୍ବର୍ଗ। ଗୋପାଳକ କହିଲା, ମୁଁ ଭିତରକୁ ଯାଇପାରିବି? ଦ୍ୱାରପାଳ କହିଲା, ତମେ ଏକୁଟିଆ ଯାଇପାରିବ, ମାତ୍ର ଏ ପଶୁମାନଙ୍କୁ ନେଇ ନୁହେଁ। ଗୋପାଳକ କହିଲା, ଏମାନେ ବି ତ ଈଶ୍ୱରଙ୍କ ସୃଷ୍ଟି! ମୁଁ ତ କେବେକେବେ କିଛି ପାପ କରିଥିବି, ମାତ୍ର ଏ ନିରୀହ ପଶୁମାନେ ତ କେବେ ପାପ କରି ନ ଥିବେ, ତେବେ ସେମାନେ କାହିଁକି ଭିତରକୁ ଯାଇପାରିବେନି? ଦ୍ୱାରପାଳ କହିଲା, ମନୁଷ୍ୟମାନେ ଈଶ୍ୱରଙ୍କ ସୃଷ୍ଟି। କିନ୍ତୁ ପଶୁମାନେ ଈଶ୍ୱରଙ୍କ ସୃଷ୍ଟି କି ନାହିଁ ମୁଁ ଜାଣେନି। ସେମାନଙ୍କୁ ମୁଁ ଛାଡ଼ି ପାରିବିନି। ଗୋପାଳକ ତା’ର ପାଳିତ ପଶୁମାନଙ୍କୁ ଏକାକୀ ଛାଡ଼ିବାକୁ ଚାହିଁଲା ନାହିଁ ଏବଂ ଆଗକୁ ବଢ଼ିଚାଲିଲା। କିଛିବାଟ ଗଲା ପରେ ପୁଣି ଏକ ଦ୍ୱାର ଓ ଉଦ୍ୟାନ ପଡ଼ିଲା। ଗୋପାଳକ ସେଠାର ଦ୍ୱାରପାଳକୁ ପଚାରିଲା, ଏ ଜାଗାଟିର ନାମ କ’ଣ? ଦ୍ୱାରପାଳ କହିଲା ସ୍ବର୍ଗ। ଗୋପାଳକ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ପୂର୍ବ ଦ୍ୱାରର ଦ୍ୱାରପାଳ ମଧ୍ୟ କହୁଥିଲା, ସେଇଟା ସ୍ବର୍ଗ ବୋଲି? ଦ୍ୱିତୀୟ ଦ୍ୱାରପାଳ କହିଲା ଏଇଟା ହିଁ ଅସଲ ସ୍ବର୍ଗ। ସେଇଟା ପ୍ରକୃତରେ ନର୍କ। କାଳେ କିଏ ତା’ ଭିତରକୁ ନ ଯିବ ବୋଲି, ତା’ର ପ୍ରବେଶପଥକୁ ଆକର୍ଷଣୀୟ କରାଯାଇଛି। ଗୋପାଳକ ଦ୍ୱାରପାଳକୁ ପଚାରିଲା- ମୁଁ ଯଦି ଏ ଭିତରକୁ ଯାଏ, ମୋ ପାଳିତ ପଶୁମାନେ ଯାଇପାରିବେ ନା ନାହିଁ? ଦ୍ୱାରପାଳ କହିଲା, ହଁ, ସମସ୍ତଙ୍କ ପାଇଁ ସ୍ବର୍ଗର ଦ୍ୱାର ଖୋଲା। ସମସ୍ତେ ଈଶ୍ୱରଙ୍କ ସୃଷ୍ଟି। ଏ ୨ପ୍ରକାର କଥା ଶୁଣି ଗୋପାଳକ ଦ୍ୱନ୍ଦ୍ୱରେ ପଡ଼ିଲା। ପ୍ରକୃତ ସ୍ବର୍ଗଟି କେଉଁଠି ସେ ଜାଣିପାରିଲା ନାହିଁ। ତଥାପି ସେ ଭିତରକୁ ଗଲା। ଭିତରେ ରନତ୍ଖଚିତ ସ୍ତମ୍ଭ ନ ଥିଲା ସତ, ତା’ଭିତରେ ଥିଲା ଅପୂର୍ବ ଶାନ୍ତି। ଚାରିପଟେ ବିଭିନ୍ନ ଜୀବଜନ୍ତୁ ନିର୍ଭୟରେ ବିଚରଣ କରୁଥିଲେ। କେହି କାହା ସହ କଳିତକରାଳ, ଈର୍ଷା ଦ୍ୱେଷରେ ମଗ୍ନ ନ ଥିଲେ।
ଶିଷ୍ୟମାନେ ଆହାବଙ୍କୁ ପଚାରିଲେ, ଏଭଳି ସ୍ଥିତିରେ ଜଣେ ସାଧାରଣ ମଣିଷ କିଭଳି ଜାଣିବ ପ୍ରକୃତ ସ୍ବର୍ଗ କୋଉଟା? ଆହାବ କହିଲେ, ସେଇଠି ହିଁ ମଣିଷପଣିଆର ପରୀକ୍ଷା ହେବ, ଯେମିତି ହେଲା ସେ ଗୋପାଳକର। ନିଜ ସ୍ବର୍ଗ ନିଜେ ଚିହ୍ନିବାକୁ ହିଁ ହେବ। ବାସ୍ତବରେ ଆଜିର ସ୍ଥିତି ଆହାବଙ୍କ ସମୟର ସ୍ଥିତିଠାରୁ ଭିନ୍ନ ନୁହେଁ। ଏ ପୃଥିବୀପୃଷ୍ଠରେ ଅନେକ ଧର୍ମ, ଅନେକ ବିଶ୍ୱାସ, ଅନେକ ଧର୍ମଗୁରୁ। ସମସ୍ତେ କହୁଛନ୍ତି, ଆମେ ହିଁ ଈଶ୍ୱରଙ୍କ ଦୂତ। ଈଶ୍ୱର ଆମକୁ ବାଛିଛନ୍ତି ତମକୁ ସ୍ବର୍ଗର ବାଟ ଦେଖେଇବାକୁ। ତମେ ଆସ ଏବଂ ଆମର ଶରଣ ନିଆ ଆମ ମାର୍ଗ ହିଁ ପ୍ରକୃତ ମାର୍ଗ। ଆମେ ହିଁ କେବଳ ତମକୁ ଦେବୁ ଅମରତ୍ୱ ଓ ସ୍ବର୍ଗଲୋକର ସ୍ବାଦ। ସାଧାରଣ ଜନତା ପାଖରେ ସବୁ ଧର୍ମଗୁରୁ ତହୁଁତହୁଁ ବଳି କଥା ମାନ କହି ସେମାନଙ୍କ ମନ ମୋହି ନିଅନ୍ତି। ସେମାନଙ୍କ ଭିତରେ ଗୋଟେ ଅଘୋଷିତ ପ୍ରତିଯୋଗିତା ଲାଗିଛି ନିଜ ଅନୁଗାମୀମାନଙ୍କ ସଂଖ୍ୟା ବଢ଼େଇବା ପାଇଁ। ଏ ପ୍ରତିଯୋଗିତାର ଦୌଡ଼ରେ ସାଧାରଣ ନିରୀହ ମୁକ୍ତିକାମୀ ମଣିଷଟିଏ ଦ୍ୱନ୍ଦ୍ୱରେ ପଡ଼ିଯାଏ। ସେ ସ୍ଥିର କରିପାରେନା ତାକୁ ଅସଲ ମୁକ୍ତି କିଏ ଦେଇପାରିବ। କିଏ ତାକୁ ସ୍ବର୍ଗରେ ପହଞ୍ଚେଇପାରିବ?
ସ୍ବର୍ଗର ସନ୍ଧାନରେ ମଣିଷ ଯୁଗ ପରେ ଯୁଗ, ପୁରୁଷ ପରେ ପୁରୁଷ ହରେଇ ସାରିଛି ତା’ ଜୀବନ ଧାରଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଅଦେଖା ସ୍ବର୍ଗକୁ ଖୋଜିଖୋଜି ମଣିଷ ତା’ ଜୀବନକୁ ମଧ୍ୟ କରିସାରିଛି ନର୍କ। ଧର୍ମ ଧର୍ମ ମଧ୍ୟରେ ଚାଲିଛି ଲଢ଼େଇ। ଧର୍ମଯୁଦ୍ଧରେ ଜୀବନ ହାରୁଥିବା ଲୋକେ କୋଉ ଲୋକରେ ସ୍ଥାନ ପାଉଥିବେ ତାହା କିଏ ବା କହିବ? ଈଶ୍ୱର ମଣିଷକୁ ସୃଷ୍ଟି କରିଥିଲେ ଏ ମର୍ତ୍ତ୍ୟଲୋକକୁ ସ୍ବର୍ଗ କରିବା ପାଇଁ। ମାତ୍ର ମଣିଷ ଏ ମର୍ତ୍ତ୍ୟକୁ ନର୍କଲୋକରେ ପରିଣତ କରି ଖୋଜୁଛି ଏକ ନୂତନ ସ୍ବର୍ଗ। ବୁଲୁଛି ତୀର୍ଥ ପରେ ତୀର୍ଥ। ଗଢ଼ୁଛି ଓ ପୂଜୁଛି ଈଶ୍ୱର ପରେ ଈଶ୍ୱର। ଏ ପ୍ରକ୍ରିୟାରେ ପ୍ରତିଦିନ କେତେ ନା କେତେ ଈଶ୍ୱର ସୃଷ୍ଟି ହେଉଛନ୍ତି ରାସ୍ତାକଡ଼ରେ, ଗଛମୂଳରେ, ଗୁମ୍ଫା ଭିତରେ, ପଥର ସନ୍ଧିରେ। ଈଶ୍ୱର ତ ପରମାମତ୍ା। ସେ ସ୍ବର୍ଗରେ ରହିବା କଥା। ସେ ଏ ରାସ୍ତାକଡ଼ରେ, ଗଛମୂଳରେ, ଗୁମ୍ଫା ଭିତରେ, ପଥର ସନ୍ଧିରେ କରୁଛନ୍ତି କ’ଣ? ଆମେ ତାଙ୍କ ପାଖକୁ ଯିବାର ପ୍ରୟାସ ନ କରି, ତାଙ୍କୁ ଏଠିକି ନେଇଆସିଲେ ଏ ପୂତି ଗନ୍ଧମୟ ନର୍କତୁଲ୍ୟ ମର୍ତ୍ତ୍ୟକୁ! କେବେ ତାଙ୍କୁ ଶିଡ଼ିରେ, ପାହାଚରେ, ବରଣ୍ଡାରେ ପାନଛେପର ପରିସର ଭିତରେ ବସେଇଦେଉଚେ, ପ୍ରହରୀ କରି କେବେ ତାଙ୍କୁ ମୋ କାମଟି କରିଦିଅ ବୋଲି କହି ଲାଞ୍ଚ ମିଛରେ ପୋତି ପକାଉଛେ?
ପ୍ରକୃତ କଥା ହେଲା ସ୍ବର୍ଗ ବା ନର୍କ କୋଉଠି, କେମିତି ଅଛି କିଏ ସେ କଥା ଦେଖିଛି? ସେସବୁ କେବଳ କଳ୍ପନାର କଥା। ସ୍ବର୍ଗର ଲୋଭ ଦେଖେଇ ମଣିଷକୁ ଭଲରାସ୍ତାରେ ନେବା ଓ ନର୍କର ଭୟ ଦେଖେଇ ମଣିଷକୁ ଅସତ୍ୟ ମାର୍ଗରୁ ନିବୃତ କରିବା ସବୁ ଧର୍ମର ଲକ୍ଷ୍ୟ। ଆମ କର୍ମ ହିଁ ଆମକୁ ସ୍ବର୍ଗ ବା ନର୍କର ସମୀପବର୍ତ୍ତୀ କରାଏ। ଭଲ କାମର ଫଳ ବା ଖରାପ କାମର ଫଳ ଆମେ ଏଇ ଜନ୍ମରେ ହିଁ ପାଇଯାଉ। ସେଥିପାଇଁ ମୃତ୍ୟୁ ପରବର୍ତ୍ତୀ ସମୟକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ। ଆମେ ଚାହିଁଲେ ଆମ ଚାରିପଟେ ସ୍ବର୍ଗ ସୃଷ୍ଟି ହୋଇପାରେ, ଚାହିଁଲେ ଜୀବନ ହୋଇପାରେ ନର୍କ। ସ୍ବର୍ଗର ବାଟ ଭାୟା କୋଉ ମନ୍ଦିର ଦେଇ ଯାଇନାହିଁ ଯେ ସେଠି ଥରେ ପହଞ୍ଚତ୍ଗଲେ ସେଠୁ ସହଜରେ ସ୍ବର୍ଗକୁ ଚାଲିଯାଇହେବ। ଯେଉଁମାନେ ଆମକୁ ସ୍ବର୍ଗକୁ ନେଇଯିବେ ବୋଲି ମିଛ ଆସ୍ଫାଳନ କରୁଛନ୍ତି ସେମାନେ ବି ଆଗରୁ ସ୍ବର୍ଗକୁ ଯାଇଛନ୍ତି କି ନାହିଁ, ସେଠାର ବାଟ ଦେଖିଛନ୍ତି କି ନାହିଁ ତାହା ପରଖିବାକୁ ପଡ଼ିବ। ନ ହେଲେ ସେମାନେ ବାଟ ଭୁଲାଇ କୋଉ ନର୍କରେ ନେଇ ପହଞ୍ଚାଇ ଯେ ନ ଦେବେ ସେକଥା କିଏ କହିବ? ନିଜେ ନ ମଲେ, ନିଜେ ସାଧନା ନ କଲେ ସ୍ବର୍ଗ ଦେଖିହୁଏନା। ଗୌତମ ବୁଦ୍ଧ ନିଜେ ନିଜର ସାଧନା ବଳରେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଗଲେ। ମାତ୍ର ତାଙ୍କୁ ଅନୁସରଣ କରି କରି ଅନ୍ୟମାନେ ଶ୍ରମଣ ହୋଇ ରହିଗଲେ ସିନା, ଆଉ ଜଣେ ବୁଦ୍ଧ କେହି ବାହାରିଲେ କି? ତେଣୁ ସ୍ବର୍ଗର ବାଟ ନ ଖୋଜି, ନିଜ ଚାରିପଟେ ସ୍ବର୍ଗଟିଏ ଗଢ଼ିବାର ପ୍ରୟାସ କରନ୍ତୁ ନା! ପଥଶ୍ରମ ଦୂରହେବ, କ୍ଳାନ୍ତି ଦୂରହେବ, ଦିଗ ହଜେଇବାର ଭୟ ରହିବ ନାହିଁ।
ନିର୍ଦ୍ଦେଶକ, ଓଡ଼ିଆ ଭାଷା, ସାହିତ୍ୟ ଓ
ସଂସ୍କୃତି ବିଭାଗ
ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?