ପ୍ରଭାବିତ ହେବ ନଦୀ ଓ ଖାଦ୍ୟ ସୁରକ୍ଷା

ଈପ୍ସିତା ମହାନ୍ତି

 

ନିକଟରେ ବ୍ରିଟେନ୍‌ର ଲିଡସ ବିଶ୍ବବିଦ୍ୟାଳୟ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ବିଶ୍ବର ଅନ୍ୟ ହିମନଦୀ ତୁଳନାରେ ହିମାଳୟ ଅଞ୍ଚଳର ହିମନଦୀଗୁଡ଼ିକ ଦ୍ରୁତଗତିରେ ଅସ୍ତିତ୍ୱ ହରାଇ ଚାଲିଛନ୍ତି। ମଧ୍ୟ ୟୁରୋପର ଆଲପସ, କକେସସ ଏବଂ ସ୍କେଣ୍ଡିନାଭିୟା ପରି ଏସବୁ ହିମନଦୀରେ ବରଫର ମାତ୍ରା ଲଗାତର ହ୍ରାସ ପାଉଛି। ବୈଜ୍ଞାନିକଙ୍କ ମତରେ ତ୍ରୟୋଦଶ ଶତାବ୍ଦୀରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ହିମାଳୟସ୍ଥ ବରଫାବୃତ ଅଞ୍ଚଳର ପ୍ରାୟ ୪୦ ପ୍ରତିଶତ କ୍ଷେତ୍ର ସଂକୁଚିତ ହୋଇଛି। ଏହି ଅବଧିରେ ଏହାର କ୍ଷେତ୍ରଫଳ ୨୮ହଜାର ବର୍ଗ କିଲୋମିଟରରୁ ହ୍ରାସ ପାଇ ୧୯୬୦୦ବର୍ଗ କିଲୋମିଟରରେ ପହଞ୍ଚିଛି। ଗତ କିଛି ଦଶନ୍ଧି ମଧ୍ୟରେ ବରଫ ତରଳିବାର ହାର କ୍ରମଶଃ ବୃଦ୍ଧି ପାଇଛି, ଯାହାର ସମ୍ବନ୍ଧ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ। ବୈଜ୍ଞାନିକମାନେ ଗତ ଦୁଇ ଦଶନ୍ଧି ଧରି ହିମାଳୟସ୍ଥ ହିମନଦୀ ଉପରେ କେବଳ ଗବେଷଣା କରୁନାହାନ୍ତି ବରଂ ସେଠାରେ ବରଫ ତରଳିବାର କାରଣ ଓ ତାହାର ଗତି ସମ୍ବନ୍ଧରେ ଅଧ୍ୟୟନ ଜାରି ରଖିଛନ୍ତି। ଏଥିରୁ ହିମାଳୟ ଅଞ୍ଚଳରେ ୩୯୦ରୁ ୫୮୬ ଘନ କିଲୋମିଟର ପର୍ଯ୍ୟନ୍ତ ବରଫ ତରଳିଥିବା ଜଣାଯାଇଛି; ଯେଉଁଥିପାଇଁ ବିଶ୍ବ ବ୍ୟାପୀ ସାମୁଦ୍ରିକ ଜଳ ସ୍ତର ୦.୯୨ରୁ ୧.୩୮ମିଲିମିଟର ବୃଦ୍ଧି ଘଟିଛି।
ତରଳୁଥିବା ବରଫର ଆକଳନ ପାଇଁ ଅନୁସନ୍ଧାନକାରୀମାନେ ନାସାର ମାଧ୍ୟାକର୍ଷଣ ପୁନରୁଦ୍ଧାର ଏବଂ ଜଳବାୟୁ ପରୀକ୍ଷଣ ଉପଗ୍ରହକୁ ପ୍ରୟୋଗ କରିଛନ୍ତି। ଏହା ମାଧ୍ୟମରେ ହିମନଦୀରେ ବରଫ ତରଳିବାର କାରଣ ସହ ଦୁନିଆରେ ମାଧ୍ୟାକର୍ଷଣ ଶକ୍ତିର ତାରତମ୍ୟକୁ ମାପ କରାଯାଉଛି। ଏହା ସାହାଯ୍ୟରେ କେବଳ ସମୁଦ୍ରରେ ବଢୁଥିବା ଜଳସ୍ତରକୁ ମାପ କରାଯାଉ ନାହିଁ ବରଂ ପୃଥିବୀର କେଉଁ ଅଞ୍ଚଳରେ ଜଳ ଏବଂ ବରଫର ସ୍ତର ବୃଦ୍ଧି ପାଉଛି ତାହାର ସୂଚନା ମିଳୁଛି। ଗ୍ରୀନଲ୍ୟାଣ୍ଡ, ଆଲାସ୍କା ଏବଂ ହିମାଳୟ ଆଦି ଅଞ୍ଚଳରେ ହିମଖଣ୍ଡ ବଢୁଛି ନା କମୁଛି ତାହା ଜଣାପଡୁଛି। ସମୁଦ୍ର ପତ୍ତନ ସମଭାବରେ ବୃଦ୍ଧି ପାଉଛି ନା ସମୁଦ୍ରର ବିଭିନ୍ନ ଭାଗରେ ଜଳସ୍ତର ଭିନ୍ନ ଭିନ୍ନ ଭାବରେ ବୃଦ୍ଧି ପାଉଛି- ଏହା ଦ୍ବାରା ଏସବୁ ତଥ୍ୟ ସମୁଦ୍ର ବିଜ୍ଞାନୀମାନେ ସହଜରେ ଆକଳନ କରିପାରୁଛନ୍ତି।
ବ୍ରହ୍ମପୁତ୍ର, ଗଙ୍ଗା, ସିନ୍ଧୁ ଆଦି ଭାରତୀୟ ନଦୀଗୁଡ଼ିକୁ ହିମାଳୟସ୍ଥ ହିମଖଣ୍ଡ ଜଳ ଯୋଗାଇଥାଏ। ହିମାଳୟ ଅଞ୍ଚଳର ବରଫ ତରଳୁଥିବା ହେତୁ ଉକ୍ତ ନଦୀଗୁଡ଼ିକରେ କିଛି ସମୟ ପାଇଁ ଯଦିଓ ଜଳ ପ୍ରବାହ ସ୍ଥିର ରହିବ କିନ୍ତୁ ଆଗାମୀ ଦିନରେ ଏହି ନଦୀର ଜଳ ସ୍ତର ହ୍ରାସ ପାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପୂର୍ବ ନେପାଳ ଏବଂ ଭୁଟାନର ପୂର୍ବାଞ୍ଚଳରେ ବରଫ ଦ୍ରୁତ ଗତିରେ ତରଳୁଛି। ଭାରତରେ ପ୍ରାୟ ୨୦ଲକ୍ଷ ବର୍ଗ କିଲୋମିଟରରୁ ଊଦ୍ଧ୍ୱର୍ର୍ ଅଞ୍ଚଳ ବିବିଧ କୃଷି-ଜଳବାୟୁ କ୍ଷେତ୍ର ରହିଛି। ଏଥିମଧ୍ୟରେ ଉତ୍ତର-ପଶ୍ଚିମସ୍ଥ ଥର୍‌ ମରୁଭୂମିଠାରୁ ଲଦାଖର ଶୀତଳ ମରୁଭୂମି ପର୍ଯ୍ୟନ୍ତ ଶୁଷ୍କ ଅଞ୍ଚଳ ସହ ଉତ୍ତର-ପୂର୍ବ ଏବଂ ପଶ୍ଚିମ ଘାଟର କେତେକ ଅଧିକ ବୃଷ୍ଟିପାତ ଅଞ୍ଚଳ ଅନ୍ତର୍ଭୁକ୍ତ।
ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ ସମ୍ପ୍ରତି ଜଳବାୟୁ ଢାଞ୍ଚାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ପ୍ରଥମତଃ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଶୀତଋତୁ ଯଥେଷ୍ଟ ପୂର୍ବରୁ ସମାପ୍ତ ହେଉଛି, ଗ୍ରୀଷ୍ମ ଋତୁ ମଧ୍ୟ ଶୀଘ୍ର ଚାଲି ଯାଉଛି। ଯେଉଁଥିପାଇଁ ବିହନ ଏବଂ ଫସଲ ଢାଞ୍ଚାରେ ପରିବର୍ତ୍ତନ ଦେଖାଗଲାଣି। ବିଶେଷଜ୍ଞଙ୍କ ମତରେ ପୂର୍ବାପେକ୍ଷା ସମୁଦ୍ର ପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇଚାଲିଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ୨୦୨୩ ଶେଷ ସୁଦ୍ଧା ସମୁଦ୍ର ପତ୍ତନ ୧ ମିଟର ବୃଦ୍ଧି ପାଇବ। ଏହି କାରଣରୁ କୋଲକାତା, ମୁମ୍ବାଇ, ସୁରଟ ଏବଂ ଚେନ୍ନାଇ ଭଳି ଉପକୂଳବର୍ତ୍ତୀ ସହର ଅଧିକ ମାତ୍ରାରେ ପ୍ରଭାବିତ ହେବ। ଭାରତର ସମୁଦ୍ର ପତ୍ତନ ୫୦ସେମି ବୃଦ୍ଧି ପାଇଲେ ଏସବୁ ସହରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ପୃଥିବୀର ଏକାଧିକ ଅଞ୍ଚଳରେ ସମୁଦ୍ର ପତ୍ତନର ବୃଦ୍ଧି ଘଟଣା ଦୃଶ୍ୟମାନ ହେବ; ଯାହା ଅନେକ ନିମ୍ନ ଉପକୂଳବର୍ତ୍ତୀ ସହର ଏବଂ ଛୋଟବଡ ଦ୍ୱୀପପୁଞ୍ଜ ପ୍ରତି ବିପଦ ସୃଷ୍ଟି କରିବ। ଭାରତରେ ୭୫୦୦ବର୍ଗ କିଲୋମିଟରର ବିସ୍ତୀର୍ଣ୍ଣ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବି ବଡ଼ ବିପଦ ସୃଷ୍ଟି କରିବ।
ଆଭ୍ୟନ୍ତରୀଣ ବିସ୍ଥାପନ ମନିଟରିଂ ସେଣ୍ଟରର ତଥ୍ୟ ଅନୁଯାୟୀ ୨୦୦୮ ରୁ ୨୦୧୮ମଧ୍ୟରେ ବିଶେଷତଃ ମୌସୁମୀ ବର୍ଷାଜନିତ ବନ୍ୟାରେ ପ୍ରାୟ ୩୬ଲକ୍ଷ ଭାରତୀୟଙ୍କ ବିସ୍ଥାପନ ହୋଇଥିଲା। ଏଥିଯୋଗୁ ସମସ୍ତ ଘରୋଇ ଉତ୍ପାଦ ଦୃଷ୍ଟିରୁ ସହସ୍ର କୋଟି ଟଙ୍କା ଅଯଥା ପାଣିରେ ପଡ଼ିଲା। ବାରମ୍ବାର ବନ୍ୟା, ବାତ୍ୟା, ଘୂର୍ଣ୍ଣିବଳୟ ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ପ୍ରତିବର୍ଷ ଏକାଧିକ ସାମାଜିକ ଓ ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନେକ ଦଶନ୍ଧି ଧରି ସମୁଦ୍ର ପତ୍ତନର ବୃଦ୍ଧି ଜାରିରହିଛି। ଅଧ୍ୟୟନ ଅନୁଯାୟୀ ଏହି କାରଣରୁ ଅନେକ ଦ୍ୱୀପପୁଞ୍ଜ ଜଳମଗ୍ନ ହୋଇଛି। ସୁନ୍ଦରବନରେ ୩ଟି ଦ୍ୱୀପପୁଞ୍ଜ ଜଳମଗ୍ନ ହେବା ସହ ଅନ୍ୟ ଦ୍ୱୀପପୁଞ୍ଜ ମଧ୍ୟ ଆଜି ବୁଡ଼ିବା ଦ୍ବାରଦେଶରେ। ଆଗାମୀ ଦିନରେ ଏଭଳି ଅନେକ ଦ୍ୱୀପ ସମୁଦ୍ର ମଧ୍ୟରେ ଲୀନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶା ବି ଏଭଳି ସଂକଟରେ ପେଷି ହେଉଛି। ଗଞ୍ଜାମ ଜିଲା ପୋଡମପେଟ୍ଟାର କିଛି ଘର ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଲାଣି। ସେହିପରି କେନ୍ଦ୍ରାପଡା ଜିଲା ସାତଭାୟାର ୭ଖଣ୍ଡ ଗାଁକୁ ସମୁଦ୍ର ଗିଳି ସାରିଲାଣି।
ଜଳବାୟୁ ପରିବର୍ତ୍ତନର ବଢୁଥିବା ପ୍ରଭାବ ଯୋଗୁ ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇବ। କୃଷିକ୍ଷେତ୍ର ହ୍ରାସ ପାଇବ। ଖାଦ୍ୟ ସମସ୍ୟା ଦେଖାଦେବ। ଏହି ପରିପ୍ରେକ୍ଷୀରେ ଜଳବାୟୁ ଏବଂ ବିକାଶ ସମ୍ବନ୍ଧରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅନେକ ପରିବାରକୁ ବିସ୍ଥାପିତ ହେବାକୁ ପଡ଼ିବ। ଜଳବାୟୁ ପରିବର୍ତ୍ତନ ଏବଂ ସମୁଦ୍ରର ଜଳସ୍ତର ବୃଦ୍ଧି ଲକ୍ଷଲକ୍ଷ ଲୋକଙ୍କୁ କେବଳ ସ୍ଥାନାନ୍ତର ହେବାକୁ ବାଧ୍ୟ କରିବ ନାହିଁ, ଭୟଙ୍କର ଖାଦ୍ୟ ସମସ୍ୟା ସହ ବାସସ୍ଥାନର ଅଭାବ ସୃଷ୍ଟି କରିବ। ତେଣୁ ଏ ଦିଗରେ ତୁରନ୍ତ ସକାରାତ୍ମକ ପଦକ୍ଷେପ ଜରୁରୀ।
ବୈପାରୀଗୁଡ଼ା, କୋରାପୁଟ
ମୋ- ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri