ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଜଣେ ମହିଳା ତାଙ୍କ ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବସାଇ ହସ୍ପିଟାଲର ୱାର୍ଡକୁ ନେଉଥିବା ଦେଖାଯାଉଛି । ଘଟଣାଟି ରାଘୋଗଡ଼ ଅଞ୍ଚଳର ବୋରଖେଡ଼ି ଗାଁର ବୋଲି ଜଣାପଡ଼ିଛି । ଏଠାକାର ବାସିନ୍ଦା କୃଷ୍ଣାବାଇ ତାଙ୍କ ଭାଇ ଜଗଦୀଶଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ । ଜଗଦୀଶ ଦୀର୍ଘଦିନ ଧରି ଅସୁସ୍ଥ ଥିବା ସହ ଦିବ୍ୟାଙ୍ଗ ହୋଇଥିବାରୁ ଚାଲିବାରେ ସମସ୍ୟା ରହିଛି ।

କୃଷ୍ଣାବାଇଙ୍କ ଦାବି ଅନୁସାରେ, ହସ୍ପିଟାଲରେ ପହଞ୍ଚିବା ପରେ ରୋଗୀଙ୍କୁ ୱାର୍ଡ ଭିତରକୁ ନେବା ପାଇଁ ତାଙ୍କୁ ଷ୍ଟ୍ରେଚର ମିଳିନଥିଲା। ଏପରିକି ହ୍ୱିଲଚେୟାର ମଧ୍ୟ ମିଳିନଥିବା ଏବଂ କୌଣସି ୱାର୍ଡ ବୟଙ୍କ ସହାୟତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ସହାୟତା ନମିଳିବାରୁ ବାଧ୍ୟ ହୋଇ ସେ ନିଜ ଭାଇଙ୍କୁ ପିଠିରେ ବସାଇ ୱାର୍ଡ ପର୍ଯ୍ୟନ୍ତ ନେଇଥିବା କହିଛନ୍ତି । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।

ତେବେ ହସ୍ପିଟାଲ ପକ୍ଷରୁ ଷ୍ଟ୍ରେଚର ଅଭାବ ଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି । ପ୍ରଭାରୀ ସିଭିଲ ସର୍ଜନ ଡାକ୍ତର ରାଜକୁମାର ଋଷିଶ୍ୱର କହିଛନ୍ତି ଯେ, ହସ୍ପିଟାଲରେ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟ୍ରେଚର ଉପଲବ୍ଧ ରହିଛି । କ୍ରିଟିକାଲ କେୟାର ବ୍ଲକ୍‌ ଏବଂ ପୁରୁଣା ହସ୍ପିଟାଲ ନିକଟରେ ମଧ୍ୟ ଷ୍ଟ୍ରେଚର ରହିଥାଏ ବୋଲି ସେ କହିଛନ୍ତି । ରୋଗୀଙ୍କୁ ୱାର୍ଡକୁ ନେବା ପାଇଁ ୱାର୍ଡ ବୟ ଏବଂ ମଲ୍ଟି-ୟୁଟିଲିଟି କର୍ମଚାରୀଙ୍କ ଡ୍ୟୁଟି ମଧ୍ୟ ଲଗାଯାଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଡାକ୍ତର ଋଷିଶ୍ୱରଙ୍କ କହିବା ଅନୁସାରେ, ଅନେକ ସମୟରେ ରୋଗୀଙ୍କ ପରିବାର ଲୋକେ ତରବରିଆ ହୋଇ ନିଜେ ରୋଗୀଙ୍କୁ ଉଠାଇ ୱାର୍ଡକୁ ନେଇଯାଆନ୍ତି। ଆବଶ୍ୟକ ହେଲେ ହସ୍ପିଟାଲ କର୍ମଚାରୀଙ୍କୁ ଜଣାଇ ସହାୟତା ନିଆଯାଇପାରିବ ବୋଲି ସେ କହିଛନ୍ତି। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ହସ୍ପିଟାଲରେ ଉପଲବ୍ଧ ସୁବିଧା ଓ ତାହାର ବ୍ୟବହାରକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?