ବିଶ୍ୱର ୪ର୍ଥ ଧନୀ ଅଭିନେତା ଶାହାରୁଖ: କମିନି କିଙ୍ଗ୍‌ ଖାନ୍‌ଙ୍କ ଷ୍ଟାରଡମ୍‌

ବଲିଉଡ୍‌ର ଲୋକପ୍ରିୟ କଳାକାର ଶାହାରୁଖ ଖାନ୍‌ଙ୍କର ୪ବର୍ଷ ହେବ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାବେଳେ କିନ୍ତୁ ତାଙ୍କ ଷ୍ଟାର୍‌ଡମ୍‌ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁସ୍‌, ଜର୍ଜ କ୍ଲୁନି, ଜ୍ୟାକି ଚାନ ରବର୍ଟ ଡେ ନିରୋଙ୍କୁ ପଛରେ ପକାଇ ଶାହାରୁଖ ବିଶ୍ୱର ସବୁଠୁ ଧନୀ ସେଲିବ୍ରିଟି ତାଲିକାର ଚତୁର୍ଥ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ଶାହାରୁଖ ବର୍ତ୍ତମାନ ୭୭୦ ନିୟୁତ ଡଲାରର ମାଲିକ। ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍‌ ପକ୍ଷରୁ ଏହି ସୂଚୀ ଜାରି କରାଯାଇଛି। ପ୍ରକାଶ ପାଇଥିବା ଲିଷ୍ଟର ପ୍ରଥମରେ ଅଛନ୍ତି ୧ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ ଜେରୀ ସେନଫିଲ୍ଡ। ଟାଇଲନ୍‌ ପେରି ଦ୍ୱିତୀୟ ସ୍ଥାନରେ ଥିବାବେଳେ ଡ୍ବାୟନି ଜୋନସନ୍‌ ତୃତୀୟ ସ୍ଥାନରେ ରହିଛନ୍ତି।
ଜାନୁୟାରୀ ୨୫ ରେ ରିଲିଜ୍‌ ହେବ ଶାହାରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌। ତେବେ ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ଏଥିରେ ଶାହାରୁଖଙ୍କ ସହ ଦୀପିକା ପାଦୁକୋନ୍‌ ସ୍କ୍ରିନ୍‌ ଶେୟାର କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri