ବର୍ଷା ହେଲେ ବିଚ୍ଛିନ୍ନ

ବଇଣ୍ଡା,୨୦।୬(ଡି.ଏନ.ଏ.): ୨୭ ବର୍ଷ ତଳେ ବାସଧରା ଯୋର ଉପରେ ନିର୍ମାଣ ହୋଇଥିଲା ପୋଲ। ହେଲେ ଏହାର ରକ୍ଷଣାବେକ୍ଷଣ ହେଲାନାହିଁ କି ମରାମତି କରାଗଲା ନାହିଁ। ଫଳରେ ଏହି ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି କି ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ ପାଣିରେ ବୁଡ଼ିଯାଉଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇପଡ଼ୁଛି। ଏଥିଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୭ ପଞ୍ଚାୟତବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୫୦ ପ୍ରତିଶତ କଂକ୍ରିଟ ଉଠିଯାଇଥିବାରୁ ଜୀବନକୁ ବାଜି ଲଗାଇ ଦୈନିକ ଶତାଧିକ ଲୋକ ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତରେ ଥିବା ଏହି ପୋଲ ଉପରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ନୂତନ ପୋଲ ନିର୍ମାଣ ପାଇଁ ଶନିବାର ମନ୍ଦରବାହାଳ ଗ୍ରାମବାସୀ ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ବିଧାୟକ, ଗ୍ରାମ୍ୟ ଉନ୍ନୟନ ବିଭଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ସାନହୁଲା ପଞ୍ଚାୟତ ବାସଧରା ଯୋର ଉପରେ ୧୯୯୫ ମସିହାରେ ଏହି ପୋଲ ନିର୍ମାଣ କରାଯାଇଥିଲା। ସେହି ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ୨ ମିଟର ଉଚ୍ଚତା ଏବଂ ୪୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ଦେଇ ସାନହୁଲାରୁ କୃତ୍ତିବାସପୁର ପର୍ଯ୍ୟନ୍ତ ଯାଇଥିବା ୭ କି.ମି. ମାଟି ରାସ୍ତାକୁ ୨୦୦୩ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା କରାଯାଇଥିଲା। କିନ୍ତୁ ଏହି ପୋଲକୁ ଅଧିକ ଉଚ୍ଚ କରିବା ଦିଗରେ ପଦକ୍ଷେପ ନିଆଯାଇ ନ ଥିଲା। ଦୀର୍ଘଦିନ ହେଲା ମରାମତି କରାଯାଉ ନ ଥିବା ଯୋଗୁ ପ୍ରାୟ ୫୦ ପ୍ରତିଶତ କଂକ୍ରିଟ ଉଠି ପୋଲଟି ବିପଦସଂକୁଳ ହୋଇପଡିଛି। ଲଗାଣ ବର୍ଷା ହେଲେ ୨/୩ ଫୁଟର ପାଣି ଏହା ଉପରେ ପ୍ରବାହିତ ହେଉଛି। ପ୍ରତିବର୍ଷ ଏପରି ଅବସ୍ଥା କାରଣରୁ ଠାକୁରଗଡ଼, କୃତ୍ତିବାସପୁର, ଉରୁକୁଳା, ନାକିଚି, ବିଲେଇନାଳୀ, କୁରୁମଟାପ, ସାନହୁଲା ଆଦି ପଞ୍ଚlୟତ ଅଧୀନରେ ଥିବା ୩୦ରୁ ଊର୍ଦ୍ଧ ଗ୍ରାମର ଲୋକେ ହଇରାଣ ହେଉଛନ୍ତି l ପୁରୁଣା ପୋଲ ଭାଙ୍ଗି ଉକ୍ତ ସ୍ଥାନରେ ନୂତନ ପୋଲ ନିର୍ମାଣ କରିବାକୁ କୁରୁମଟାପ ପଞ୍ଚାୟତ ଯୁବ ଗୋଷ୍ଠୀ ପକ୍ଷରୁ ୧୨ ମାର୍ଚ୍ଚ ୨୦୧୬, ୩ ଜୁନ ୨୦୧୮ ଓ ତା ୧୫ ସେପ୍ଟେମ୍ବର ୨୦୨୧ରେ ଜିଲାପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା। ତୁରନ୍ତ ଏହି ପୋଲକୁ ଭାଙ୍ଗି ନୂତନ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ୭ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି l ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ଉକ୍ତ ପୋଲର ମରାମତି ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇ ନ ଥିବା ଯୋଗୁ ପୋଲ କାମ ହୋଇପାରୁ ନାହିଁ।

ବିପଦ ଆଶଙ୍କା ମଧ୍ୟରେ ଯାତାୟାତ
ପୋଲଟି ବିପଦସଂକୁଳ ଅବସ୍ଥାରେ ଥିବାବେଳେ ନୂତନ ପୋଲ ନିର୍ମାଣ ହେଉନାହିଁ l ଫଳରେ ବିପଦ ଆଶଙ୍କା ମଧ୍ୟରେ ଲୋକେ ଯାତାୟାତ କରୁଛନ୍ତି l ଲଗାଣ ବର୍ଷା ହେଲେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡୁଛି l ତୁରନ୍ତ ସରକାର ଦୃଷ୍ଟି ଦିଅନ୍ତୁ।
-ବଳଭଦ୍ର ସାହୁ, ମନ୍ଦରବାହାଳ

ପଦକ୍ଷେପ ନିଆଯାଉ ନାହିଁ
ଏହି ବ୍ରିଜ୍‌ ଉପରେ ୭ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ହେଲେ ଭଙ୍ଗା ପୋଲ ସମ୍ପର୍କରେ ସରକାରଙ୍କୁ ଅଭିଯୋଗ କଲେ ମଧ୍ୟ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନାହଁ। ନୂତନ ନିର୍ମାଣର ଆବଶ୍ୟକତା ଥିବାରୁ ପ୍ରଶାସନ ଦୃଷ୍ଟି ଦେଉ।
-ଦେବଦତ୍ତ ଦେହୁରୀ, ଜରପଡ଼ା

୫୦ ପ୍ରତିଶତ କଂକ୍ରିଟ ଉଠିଗଲାଣି
ଦୀର୍ଘ ବର୍ଷ ତଳେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏବେ ସେଥିରୁ ୫୦ ପ୍ରତିଶତ କଂକ୍ରିଟ ଉଠିଯାଇଥିବା ଯୋଗୁ ଗମନାଗମନ ବେଳେ ଭୟ ଲାଗୁଛି। ପ୍ରତ୍ୟେକ ମାସରେ ଏହା ଅଧିକ ଶୋଚନୀୟ ହେଉଛି। ତୁରନ୍ତ ମରାମତି ପ୍ରତି ଗୁରୁତ୍ୱ ଦିଆଯାଉଛି।
-ଅରୁଣ କୁମାର ସାହୁ, ଗୁଣ୍ଡୁରୀଖଳି

ଯାତାୟାତ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଏଠାରେ ଅନେକ ଥର ଦୁର୍ଘଟଣା ଘଟିଲାଣି। ଗତବର୍ଷ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପୋଲ ଆଠମଲ୍ଲିକ ବ୍ଲକରୁ କିଶୋରନଗର ବ୍ଲକକୁ ସଂଯୋଗ କରୁଥିବାରୁ ଯାତାୟାତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
-ଶରତ କୁମାର ସାହୁ, କୃତ୍ତିବାସପୁର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri