ବର୍ଷା ହେଲେ ବିଚ୍ଛିନ୍ନ

ବଇଣ୍ଡା,୨୦।୬(ଡି.ଏନ.ଏ.): ୨୭ ବର୍ଷ ତଳେ ବାସଧରା ଯୋର ଉପରେ ନିର୍ମାଣ ହୋଇଥିଲା ପୋଲ। ହେଲେ ଏହାର ରକ୍ଷଣାବେକ୍ଷଣ ହେଲାନାହିଁ କି ମରାମତି କରାଗଲା ନାହିଁ। ଫଳରେ ଏହି ପୋଲ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରି କି ପ୍ରତିବର୍ଷ ବର୍ଷା ଦିନେ ଏହି ପୋଲ ପାଣିରେ ବୁଡ଼ିଯାଉଥିବାରୁ ଗମନାଗମନ ବିଚ୍ଛିନ୍ନ ହୋଇପଡ଼ୁଛି। ଏଥିଯୋଗୁ ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ୭ ପଞ୍ଚାୟତବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୫୦ ପ୍ରତିଶତ କଂକ୍ରିଟ ଉଠିଯାଇଥିବାରୁ ଜୀବନକୁ ବାଜି ଲଗାଇ ଦୈନିକ ଶତାଧିକ ଲୋକ ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତରେ ଥିବା ଏହି ପୋଲ ଉପରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ନୂତନ ପୋଲ ନିର୍ମାଣ ପାଇଁ ଶନିବାର ମନ୍ଦରବାହାଳ ଗ୍ରାମବାସୀ ଅନୁଗୋଳ ଜିଲାପାଳ, ଆଠମଲ୍ଲିକ ବିଧାୟକ, ଗ୍ରାମ୍ୟ ଉନ୍ନୟନ ବିଭଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଯେ, ସାନହୁଲା ପଞ୍ଚାୟତ ବାସଧରା ଯୋର ଉପରେ ୧୯୯୫ ମସିହାରେ ଏହି ପୋଲ ନିର୍ମାଣ କରାଯାଇଥିଲା। ସେହି ସମୟରେ ବ୍ଲକ ପ୍ରଶାସନ ପକ୍ଷରୁ ୪ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ୨ ମିଟର ଉଚ୍ଚତା ଏବଂ ୪୦ ମିଟର ଲମ୍ବ ବିଶିଷ୍ଟ ଏହି ପୋଲ ଦେଇ ସାନହୁଲାରୁ କୃତ୍ତିବାସପୁର ପର୍ଯ୍ୟନ୍ତ ଯାଇଥିବା ୭ କି.ମି. ମାଟି ରାସ୍ତାକୁ ୨୦୦୩ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା କରାଯାଇଥିଲା। କିନ୍ତୁ ଏହି ପୋଲକୁ ଅଧିକ ଉଚ୍ଚ କରିବା ଦିଗରେ ପଦକ୍ଷେପ ନିଆଯାଇ ନ ଥିଲା। ଦୀର୍ଘଦିନ ହେଲା ମରାମତି କରାଯାଉ ନ ଥିବା ଯୋଗୁ ପ୍ରାୟ ୫୦ ପ୍ରତିଶତ କଂକ୍ରିଟ ଉଠି ପୋଲଟି ବିପଦସଂକୁଳ ହୋଇପଡିଛି। ଲଗାଣ ବର୍ଷା ହେଲେ ୨/୩ ଫୁଟର ପାଣି ଏହା ଉପରେ ପ୍ରବାହିତ ହେଉଛି। ପ୍ରତିବର୍ଷ ଏପରି ଅବସ୍ଥା କାରଣରୁ ଠାକୁରଗଡ଼, କୃତ୍ତିବାସପୁର, ଉରୁକୁଳା, ନାକିଚି, ବିଲେଇନାଳୀ, କୁରୁମଟାପ, ସାନହୁଲା ଆଦି ପଞ୍ଚlୟତ ଅଧୀନରେ ଥିବା ୩୦ରୁ ଊର୍ଦ୍ଧ ଗ୍ରାମର ଲୋକେ ହଇରାଣ ହେଉଛନ୍ତି l ପୁରୁଣା ପୋଲ ଭାଙ୍ଗି ଉକ୍ତ ସ୍ଥାନରେ ନୂତନ ପୋଲ ନିର୍ମାଣ କରିବାକୁ କୁରୁମଟାପ ପଞ୍ଚାୟତ ଯୁବ ଗୋଷ୍ଠୀ ପକ୍ଷରୁ ୧୨ ମାର୍ଚ୍ଚ ୨୦୧୬, ୩ ଜୁନ ୨୦୧୮ ଓ ତା ୧୫ ସେପ୍ଟେମ୍ବର ୨୦୨୧ରେ ଜିଲାପ୍ରଶାସନକୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା। ତୁରନ୍ତ ଏହି ପୋଲକୁ ଭାଙ୍ଗି ନୂତନ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ୭ ପଞ୍ଚାୟତବାସୀ ଆନ୍ଦୋଳନ କରିବେ ବୋଲି କଡା ଚେତାବନୀ ଦେଇଛନ୍ତି l ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ମଧୁସ୍ମିତା ଦଳେଇ କହିଛନ୍ତି, ଉକ୍ତ ପୋଲର ମରାମତି ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇ ନ ଥିବା ଯୋଗୁ ପୋଲ କାମ ହୋଇପାରୁ ନାହିଁ।

ବିପଦ ଆଶଙ୍କା ମଧ୍ୟରେ ଯାତାୟାତ
ପୋଲଟି ବିପଦସଂକୁଳ ଅବସ୍ଥାରେ ଥିବାବେଳେ ନୂତନ ପୋଲ ନିର୍ମାଣ ହେଉନାହିଁ l ଫଳରେ ବିପଦ ଆଶଙ୍କା ମଧ୍ୟରେ ଲୋକେ ଯାତାୟାତ କରୁଛନ୍ତି l ଲଗାଣ ବର୍ଷା ହେଲେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡୁଛି l ତୁରନ୍ତ ସରକାର ଦୃଷ୍ଟି ଦିଅନ୍ତୁ।
-ବଳଭଦ୍ର ସାହୁ, ମନ୍ଦରବାହାଳ

ପଦକ୍ଷେପ ନିଆଯାଉ ନାହିଁ
ଏହି ବ୍ରିଜ୍‌ ଉପରେ ୭ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ହେଲେ ଭଙ୍ଗା ପୋଲ ସମ୍ପର୍କରେ ସରକାରଙ୍କୁ ଅଭିଯୋଗ କଲେ ମଧ୍ୟ ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ନାହଁ। ନୂତନ ନିର୍ମାଣର ଆବଶ୍ୟକତା ଥିବାରୁ ପ୍ରଶାସନ ଦୃଷ୍ଟି ଦେଉ।
-ଦେବଦତ୍ତ ଦେହୁରୀ, ଜରପଡ଼ା

୫୦ ପ୍ରତିଶତ କଂକ୍ରିଟ ଉଠିଗଲାଣି
ଦୀର୍ଘ ବର୍ଷ ତଳେ ଏହି ପୋଲ ନିର୍ମାଣ କରାଯାଇଥିଲା। ଏବେ ସେଥିରୁ ୫୦ ପ୍ରତିଶତ କଂକ୍ରିଟ ଉଠିଯାଇଥିବା ଯୋଗୁ ଗମନାଗମନ ବେଳେ ଭୟ ଲାଗୁଛି। ପ୍ରତ୍ୟେକ ମାସରେ ଏହା ଅଧିକ ଶୋଚନୀୟ ହେଉଛି। ତୁରନ୍ତ ମରାମତି ପ୍ରତି ଗୁରୁତ୍ୱ ଦିଆଯାଉଛି।
-ଅରୁଣ କୁମାର ସାହୁ, ଗୁଣ୍ଡୁରୀଖଳି

ଯାତାୟାତ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଏଠାରେ ଅନେକ ଥର ଦୁର୍ଘଟଣା ଘଟିଲାଣି। ଗତବର୍ଷ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ପୋଲ ଆଠମଲ୍ଲିକ ବ୍ଲକରୁ କିଶୋରନଗର ବ୍ଲକକୁ ସଂଯୋଗ କରୁଥିବାରୁ ଯାତାୟାତ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
-ଶରତ କୁମାର ସାହୁ, କୃତ୍ତିବାସପୁର


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ୍ତ ହେବ ଆଦିବାସୀ ସଂସ୍କୃତି

(ଉପେନ୍ଦ୍ର ରାଉତ) ବଅଁରପାଳ,୪।୬ ନାଲ୍‌କୋ କଲୋନୀର ପରିବେଶ ହେବ ଆହୁରି ଶାନ୍ତ, ଆହୁରି ସୁନ୍ଦର। ସେଥିପାଇଁ ଏକାଧିକ ପାର୍କ ଥିଲେ ବି କର୍ତ୍ତୃପକ୍ଷ କଲୋନୀ ମଧ୍ୟରେ...

ହତ୍ୟାକାରୀ ମା’ଙ୍କୁ ଆଜୀବନ ଜେଲ୍‌

ଆଠମଲ୍ଲିକ,୪।୩(ଡି.ଏନ.ଏ.)-୨୦୧୬ରେ ୩ ଶିଶୁପୁତ୍ରଙ୍କୁ କୂଅରେ ଫିଙ୍ଗି କରାଯାଇଥିବା ଏକ ହତ୍ୟା ମାମଲାର ବିଚାର କରି ମଙ୍ଗଳବାର ଅନୁଗୋଳ ଜିଲା ଆଠମଲ୍ଲିକ ଆଡିଶନାଲ୍‌ ସେସନ୍‌ ଜଜ୍‌ ଏସ୍‌.ଆର୍‌....

ଏନ୍‌ଟିପିସିରେ ହ୍ରାସ ହେବନି ବିଦ୍ୟୁତ୍‌ ଉତ୍ପାଦନ

ତାଳଚେର,୧୯ା୪(ନି.ପ୍ର.) – ଅନୁଗୋଳ ଜିଲା କଣିହାଁସ୍ଥିତ ଏନ୍‌ଟିପିସି ଉଦ୍ୟୋଗର ବିଦ୍ୟୁତ୍‌ ଉତ୍ପାଦନ ନେଇ ସିଏମ୍‌ଡି ଗୁରୁଦୀପ ସିଂ ଏବଂ ଆଞ୍ଚଳିକ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଛି।...

ଭିଜିଲାନ୍ସ ଜାଲରେ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ

ଛେଣ୍ଡିପଦା,୭।୮(ସ୍ବ.ପ୍ର.): ଅନୁଗୋଳ ଭିଜିଲାନ୍ସ ପକ୍ଷରୁ ବୁଧବାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ପୂର୍ବତନ କଣଲୋଇ ରାଜସ୍ବ ନିରୀକ୍ଷକ ବାସଭବନ ସମେତ କଣଲୋଇ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ଚଢ଼ାଉ...

ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ବାନ

ଅନୁଗୋଳ ଅଫିସ, ୮।୬ – ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି...

ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି...

ରାତିରେ ରାସ୍ତା ଭୟ

ବଇଣ୍ଡା,୧୩ା୧୧(ଡି.ଏନ.ଏ.) – କିଛି ବର୍ଷ ହେଲା ଗାଁର ସହରୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେଥିପାଇଁ ପ୍ରତି ପଞ୍ଚାୟତକୁ ପ୍ରଥମେ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏଥିସହ...

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୧୪।୪(ଡି.ଏନ.ଏ.): ରାଜ୍ୟର ସବୁ ଗାଁକୁ ଯେପରି ଶୁଦ୍ଧ ପାଇପ୍‌ ପାଣି ଯୋଗାଣ କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏ ନେଇ ଏକାଧିକ ଯୋଜନା...

Advertisement
Archives

Model This Week