Posted inଖେଳ

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ ବହୁତ ଲୋକପ୍ରିୟତା ହାସଲ କରିସାରିଲେଣି। ଏବେ ଭାରତୀୟ ଦଳର ପ୍ରମୁଖ ବୋଲର୍‌ ଭାବେ ତାଙ୍କୁ ପରିଗଣିତ କରାଯାଉଛି। ହେଲେ ଜଣେ ପାକିସ୍ତାନୀ କ୍ରିକେଟର ଅଛନ୍ତି, ଯିଏ ବୁମ୍‌ରାଙ୍କ ସମାଲୋଚନା କରି ତାଙ୍କୁ ‘ବେବି ବୋଲର୍‌’ କହିଥିଲେ। ସେ ହେଲେ ଦଳର ପୂର୍ବ ଅଲରାଉଣ୍ଡର ଅବ୍‌ଦୁଲ ରଜ୍ଜାକ।

ପାକିସ୍ତାନ ପାଇଁ ୪୬ ଟେଷ୍ଟ, ୨୬୫ ଦିନିକିଆ, ୩୨ ଟି୨୦ ମ୍ୟାଚ୍‌ରେ ଖେଳିଛନ୍ତି ରଜ୍ଜାକ। ସେ କ୍ରିକେଟ ପାକିସ୍ତାନ ସହ ଆଲୋଚନା ବେଳେ ବୁମ୍‌ରାଙ୍କୁ ନେଇ କହିଥିଲେ ଯେ, ମୁଁ ଗ୍ଲେନ୍‌ ମେକ୍‌ଗ୍ରୋ ଏବଂ ଓ୍ବାଶିମ୍‌ ଅକ୍‌ରମ୍‌ଙ୍କ ଭଳି ବୋଲରଙ୍କ ବଲ୍‌ ଖେଳିଛନ୍ତି। ବୁମ୍‌ରା ତାଙ୍କ ପାଇଁ ‘ବେବି ବୋଲର୍‌’। ବିଶ୍ୱସ୍ତରୀୟ ବୋଲ୍‌ରଙ୍କୁ ଖେଳିବା ପରେ ବୁମ୍‌ରାଙ୍କ ବଲ୍‌ ଖେଳିବା ସାଧାରଣ କଥା ହୋଇଥାନ୍ତା। ଏପରିକି ବୁମ୍‌ରାଙ୍କ ଉପରେ ଚାପ ରହିଥାନ୍ତା ବୋଲି ସେ କହିଥିଲେ। ଏଭଳି ବୟାନ ଶୁଣିବା ପରେ ଭାରତୀୟ ପ୍ରଶଂସକମାନେ ରାଗି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ୍‌ ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ, ୪ା୧୧(ପି.ଟି.)-ପ୍ରଫେସନାଲ ସ୍ତରରେ ଖେଳିବାବେଳେ ବ୍ୟାଟ୍ସମ୍ୟାନଙ୍କ ଲାଗି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଉ ବୋଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ସେମିରେ ନାଡାଲ, ଜୋକୋଭିଚ୍‌

ରୋମ,୧୮।୫(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ୮ ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ଇଟାଲିଆନ ଓପନର...

ଭଗତଙ୍କୁ ଡବଲ୍ସରେ ସ୍ବର୍ଣ୍ଣ, ସିଙ୍ଗଲ୍ସରେ ରୌପ୍ୟ

ନୂଆଦିଲ୍ଲୀ,୨୧ା୮: ପଟାୟାଠାରେ ଅନୁଷ୍ଠିତ ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟରେ ଭାରତୀୟ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ...

ପ୍ୟାରିସ ମାଷ୍ଟର୍ସ ଟେନିସ: ଓ୍ବାରିଙ୍କାଙ୍କୁ ହରାଇଲେ ନାଡାଲ

ପ୍ୟାରିସ, ୧।୧୧(ଏପି)- କିମ୍ବଦନ୍ତୀ ସ୍ପାନିଶ ଖେଳାଳି ରାଫାଲ ନାଡାଲ ଏଠାରେ ଚାଲିଥିବା ପ୍ୟାରିସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ପ୍ରିକ୍ୱାର୍ଟର...

ବଡ ସଡ଼କ ଦୁର୍ଘଟଣା: ଟ୍ରକ୍‌ ସହ କାର୍‌ ପିଟିଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲାହୋର,୧୧।୧: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ସୋଏବ ମଲିକଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଛି। ମଲିକଙ୍କ କାର ଲାହୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା...

ବଡ଼ ଉପଲବ୍ଧି ହାସଲ କଲେ କୋହଲି

ହାଇଦ୍ରାବାଦ,୨୬।୯: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚରେ ବିରାଟ କୋହଲି ୬୩ର ଚମତ୍କାର ଇନିଂସ ଖେଳିଥିଲେ। ଏହି ଇନିଂସ ସହ...

କୋଭିଡ୍‌-୧୯: ଘରକୁ ଫେରିଲେ ପୂର୍ବତନ ହକି ଖେଳାଳି ଦିଓ୍ବାନ

ନୂଆଦିଲ୍ଲୀ,୧୫।୫(ପି.ଟି.): କୋଭିଡ-୧୯ ସଂକ୍ରମଣ କାରଣରୁ ଆମେରିକାରେ ଫସି ରହିଥିବା ପୂର୍ବତନ ହକି ଖେଳାଳି ତଥା ବିଶ୍ୱକପ୍‌ ବିଜେତା ଅଶୋକ ଦିଓ୍ବାନ ଶେଷରେ ଘରକୁ ଫେରିଛନ୍ତି। ଲକ୍‌ଡାଉନ୍‌...

ପ୍ରଥମେ ବ୍ୟାଟିଂ କରିବ ଭାରତ

ଲଣ୍ଡନ,୯ା୬: ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପିଚ୍‌ରେ ଘାସ...

Advertisement
Archives

Model This Week