Posted inଖେଳ

ଓ୍ବେଷ୍ଟଇଣ୍ଡିଜର ଦ୍ୱିତୀୟ ବିଜୟ

ନର୍ଥ ପଏଣ୍ଟ, ୧୪ା୩ (ଏପି)-ସ୍ଥାନୀୟ ସାର୍‌ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୫ ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ସହ ଆଗୁଆ ସିରିଜ କବ୍‌ଜା କରିନେଇଛି। ଏଭିନ ଲିଓ୍ବିସ ଓ ଶାଇ ହୋପ୍‌ଙ୍କ ମଧ୍ୟରେ ଓପନିଂ ପାର୍ଟନରଶିପ୍‌ରେ ୧୯୨ ରନ ସଂଗ୍ରହ ଏବଂ ଇନିଂସର ଶେଷ ପର୍ଯ୍ୟାୟରେ ନିକୋଲାସଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଘରୋଇ ଦଳ ମ୍ୟାଚ ଜିତିପାରିଥିଲା। ଲିଓ୍ବିସ ୧୦୩ ଏବଂ ହୋପ୍‌ ୮୪ ରନ କରି ଓ୍ବେଷ୍ଟଇଣ୍ଡିଜର ମୂଳଦୁଆ ସୁଦୃଢ କରିଥିଲେ। ଯାହାଫଳରେ ଦଳ ଦୁଇଟି ବଲ୍‌ ବାକିଥାଇ ୫ ଉଇକେଟ ବିନିମୟରେ ଶ୍ରୀଲଙ୍କାର ୨୭୩/୮ ସ୍କୋରକୁ ଅତିକ୍ରମ କରିବାରେ ସଫଳ ରହିଥିଲା।
୪୬ତମ ଓଭରରେ ଅଧିନାୟକ କିରନ ପୋଲାର୍ଡ ଆଉଟ ହେବାପରେ ଘରୋଇ ଦଳ ଏକଦା ୨୩୩/୪ ସ୍କୋରରେ ଚାପରେ ରହିଥିଲା। କିନ୍ତୁ ୩୮ ବଲ୍‌ରୁ ୩୫ରନ କରି ଅପରାଜିତ ରହିଥିବା ପୁରାନ ତାଙ୍କ ଦଳକୁ ଶେଷ ଓଭରକୁ ନେଇଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜର ଏହା ସର୍ବୋଚ୍ଚ ରନ୍‌ ଚେଜ୍‌ ଥିଲା। ପୂର୍ବରୁ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ବିନିମୟରେ ୨୭୩ ରନ କରିଥିଲା। ଟପ୍‌ ସ୍କୋରର ଓପନର ଦାନୁଷ୍କା ଗୁଣତିଳକା ୯୬, ଉଇକେଟକିପର ଦିନେଶ ଚାଣ୍ଡିମଲ ୭୧ ଓ ଓ୍ବାନିଣ୍ଡୁ ହସରଙ୍ଗା ୪୭ ରନ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ଜାସନ ମହମ୍ମଦ ୩, ଅଲଜାରୀ ଯୋଶେଫ୍‌ ୨ଉଇକେଟ ନେଇଥିବା ବେଳେ ଜାସନ ହୋଲ୍ଡର ଓ ଆକିଲ ହୋସେନ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ଇନିଂସ: ୫୦ ଓଭରରେ ୨୭୩/୮ (ଗୁଣତିଳକା-୯୬, ଚାଣ୍ଡିମଲ-୭୧, ହସରଙ୍ଗା-୪୭; ଜାସନ ମହମ୍ମଦ-୩/୪୭, ଅଲ୍‌ଜାରି ଯୋଶେଫ୍‌-୨/୪୨)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ଓ୍ବେଲିଂଟନ ଟେଷ୍ଟ

ଓ୍ବେଲିଂଟନ,୨୩।୨- ସ୍ଥାନୀୟ ବାସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟ ତୃତୀୟ ଦିନ ସୁଦ୍ଧା ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ଭାରତ ୧୬୫ ରନ୍‌ରେ...

୨୦୨୩ ବିଶ୍ୱକପ୍‌ ପୂର୍ବରୁ ଭବିଷ୍ୟବାଣୀ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୭: ୫ ଅକ୍ଟୋବରରୁ ଭାରତରେ ବିଶ୍ୱକପ ୨୦୨୩ ଆରମ୍ଭ ହେବ। ଏଥିପାଇଁ ପୁରା କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି। ଦିନିକିଆ ବିଶ୍ୱକପର ଏହା ୧୩ତମ ସିଜନ...

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ...

ହକି ବିଶ୍ୱକପ୍‌ରୁ ବିଦାୟ ନେଲା ଭାରତ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଭାରତ ୨୦୨୩ ହକି ବିଶ୍ୱକପ୍‌ରୁ ବିଦାୟ ନେଇଛି। କ୍ରସ୍‌ ଓଭର ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପେନାଲଟି ସୁଟ୍‌ଆଉଟ୍‌ ପରାଜିତ ହୋଇଛି। ଫଳରେ ଭାରତର କ୍ୱାର୍ଟରଫାଇନାଲ...

ଭାରତ ବିପକ୍ଷରେ ବାଂଲାଦେଶ ପ୍ରଥମ ଟି୨୦ ବିଜୟ

ନୂଆଦିଲ୍ଲୀ,୪।୧୧(ପି.ଟି.)- ଭାରତ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ୩ଟି ବଲ୍‌ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ...

ଗୁଗୁଲ ମୁଖ୍ୟଙ୍କ ଭବିଷ୍ୟବାଣୀ: ଫାଇନାଲ ଖେଳିବ ଭାରତ

ଓ୍ବାଶିଂଟନ,୧୩।୬(ପିଟି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ଆଇସିସି ବିଶ୍ୱକପ୍‌ ଫାଇନାଲ ଖେଳାଯିବ ବୋଲି ଗୁଗୁଲର ଇଣ୍ଡୋ-ଆମେରିକାନ ସିଇଓ ସୁନ୍ଦର ପିଚାଇ ଗୁରୁବାର ଭବିଷ୍ୟବାଣୀ କରିଛନ୍ତି।...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ଡବଲିନ(ଆୟର୍ଲାଣ୍ଡ),୨୯।୫(ପିଟି)- ଶର୍ମିଲା ଦେବୀଙ୍କ ଗୋଲ ସତ୍ତ୍ୱେ ଭାରତୀୟ ମହିଳା ଜୁନିୟର ହକି ଦଳ ୧-୪ ଗୋଲର ପରାଜୟ ସହ ଆୟର୍ଲାଣ୍ଡ ଅଭିଯାନ ଆରମ୍ଭ କରିଛି। ହେଲେ...

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ...

Advertisement
Archives

Model This Week