ଦେଶ ପାଇଁ ବିକାଶ ଦରକାର: ସିଇଏ

ଭୁବନେଶ୍ୱର,୧୪ା୩: ଚିଫ୍‌ ଇକୋନୋମିକ ଆଡଭାଇଜର (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଶନିବାର କହିଛନ୍ତି, ଦେଶ ପାଇଁ ବର୍ତ୍ତମାନ ବିକାଶର ଆବଶ୍ୟକତା ନିହାତି ଦରକାର। ଆର୍ଥିକ ବ୍ୟାପାର ବନ୍ଦ ସତ୍ତ୍ୱେ ଦେଶକୁ ବର୍ତ୍ତମାନ ସମୟର ଏହାର ସବୁଠୁ ବଡ଼ ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଭାରତ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ନିଜର ପ୍ରଭୁତ୍ୱ ବିସ୍ତାର ସହ ଆତ୍ମନିର୍ଭରତା ବୃଦ୍ଧି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନରଙ୍କ ଅଧ୍ୟକ୍ଷତାରେ ୩୧ ମାର୍ଚ୍ଚ ଲାଗି ମୁଦ୍ରାନୀତି ଢାଞ୍ଚା ଓ ମୁଦ୍ରାସ୍ପୀତିର ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ବର୍ତ୍ତମାନ ମୁଦ୍ରାନୀତି ସମିତି (ଏମ୍‌ପିସି)ର ନୀତିଗତ ରୂପରେଖ ପ୍ରସ୍ତୁତ କରାଯାଉଛି।
୨୦୧୬ରେ ନମନୀୟ ମୁଦ୍ରାସ୍ପୀତି ମଡେଲକୁ ଗ୍ରହଣ କରିଥିବା ଆର୍‌ବିଆଇଙ୍କ ଲାଗି ଏହା ଏପରି ପ୍ରଥମ ସମୀକ୍ଷା ହେବ ଯେଉଁଥିରେ ୨% ବିଚ୍ୟୁତି ସହ ୪ % ବାଧ୍ୟତାମୂଳକ ମୁଦ୍ରାସ୍ପୀତି ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଏପରି ଏକ ସମୟ ଯେଉଁଠି ଆମକୁ ଅଭିବୃଦ୍ଧି ଉପରେ ନିର୍ଭରଶୀଳ ହେବାକୁ ପଡେ ବୋଲି ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି ।
କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ପୂର୍ବାଞ୍ଚଳ ବାର୍ଷିକ ସମ୍ମିଳନୀର ଏକ ଭର୍ଚୁଆଲ ସଭାରେ ସୁବ୍ରମଣ୍ୟମ କହିଛନ୍ତି, ଦେଶର ବ୍ୟବସାୟ କାର୍ଯ୍ୟକ୍ରମ ବନ୍ଦ ଥାଇ ମଧ୍ୟ ଆମ ଉପରେ ଯେତେବେଳେ ଚାପ ପଡେ ସେତେବେଳେ ଆମେ ଅଭିବୃଦ୍ଧି ଉପରେ ଜୋର ଦେଇଥାନ୍ତି। ଭାରତ ସରକାର ଏବେ ନିଜକୁ ବ୍ୟବସାୟ ବାଣିଜ୍ୟରୁ ମୁକ୍ତ କରିବାକୁ ଯାଉଛନ୍ତି। ଏଥିରେ ଲାଭ ହେଉ ନ ଥିଲେ ମଧ୍ୟ ଘରୋଇ କ୍ଷେତ୍ର ତା’ର ପାରମ୍ପରିକ ‘ଶୁଭଲାଭ’ କ୍ଷେତ୍ରରେ ବେଶ୍‌ ନିଶ୍ଚିତ ରହିଛି। ତେଣୁ ଆମକୁ ବର୍ତ୍ତମାନ ‘ଆତ୍ମନିର୍ଭର ଭାରତ’କୁ ଅନୁଭବ କରିବାକୁ ପଡିବ ବୋଲି ସେ କହିଛନ୍ତି। ସେହିଭଳି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ଅଧ୍ୟୟନକୁ ଉଦାହରଣ ଦେଇ କହିଛନ୍ତି, ଯେଉଁଥିରେ ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲ ଓ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଙ୍କ ସଂଖ୍ୟା ଦେଶରେ ୬ ରୁ ୭ ଗୁଣ ଅଧିକ ରହିଛି।
ଏହା ସତ୍ତ୍ୱେ ସରକାରୀ ସ୍ବାସ୍ଥ୍ୟସେବାରେ ରୋଗୀଙ୍କ ଭର୍ତ୍ତି ହାର ଢେର ଅଧିକ ରହୁଥିବା ସେ କହିଛନ୍ତି। ଏଣୁ ରାଜକୋଷରୁ ବ୍ୟୟ ବଦଳରେ ଏଥିରେ କିପରି ଶୁଳ୍କ ଭରାଯାଇପାରିବ ସେ ନେଇ ବର୍ତ୍ତମାନ ସମୟରେ ଚିନ୍ତା କରିବାର ବେଳ ଆସିଛି ବୋଲି ସୁବ୍ରମଣ୍ୟମ ମତବ୍ୟକ୍ତ କରିଛନ୍ତି। ଏଥିପାଇଁ ଆମକୁ କେବଳ ଆମର ମାନସିକତା ପରିବର୍ତ୍ତନ ଛଡ଼ା ଆଉ ଅଧିକ କିଛି କରିବାର ଆବଶ୍ୟକତା ନାହିଁ ବୋଲି ସେ ମତ ରଖିଛନ୍ତି। ତେବେ ବେସରକାରୀ କ୍ଷେତ୍ରରେ ନିବେଶର ଆବଶ୍ୟକତା ଅଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିଲାଗି ହୁଏତ ସାମାନ୍ୟ ବିଳମ୍ବ ହୋଇପାରେ ହେଲେ ବିଭିନ୍ନ କ୍ଷେତ୍ରରେ ସରକାର ନିବେଶ ଆରମ୍ଭ କରିସାରିଲେଣି ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ଏହି କ୍ଷେତ୍ର ପ୍ରତି ନିବେଶକୁ ଏହା ଉତ୍ସାହିତ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri