ଦେଶ ପାଇଁ ବିକାଶ ଦରକାର: ସିଇଏ

ଭୁବନେଶ୍ୱର,୧୪ା୩: ଚିଫ୍‌ ଇକୋନୋମିକ ଆଡଭାଇଜର (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ଶନିବାର କହିଛନ୍ତି, ଦେଶ ପାଇଁ ବର୍ତ୍ତମାନ ବିକାଶର ଆବଶ୍ୟକତା ନିହାତି ଦରକାର। ଆର୍ଥିକ ବ୍ୟାପାର ବନ୍ଦ ସତ୍ତ୍ୱେ ଦେଶକୁ ବର୍ତ୍ତମାନ ସମୟର ଏହାର ସବୁଠୁ ବଡ଼ ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଭାରତ ବିଶ୍ୱ ଅର୍ଥ ବ୍ୟବସ୍ଥା ଉପରେ ନିଜର ପ୍ରଭୁତ୍ୱ ବିସ୍ତାର ସହ ଆତ୍ମନିର୍ଭରତା ବୃଦ୍ଧି କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନରଙ୍କ ଅଧ୍ୟକ୍ଷତାରେ ୩୧ ମାର୍ଚ୍ଚ ଲାଗି ମୁଦ୍ରାନୀତି ଢାଞ୍ଚା ଓ ମୁଦ୍ରାସ୍ପୀତିର ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ବର୍ତ୍ତମାନ ମୁଦ୍ରାନୀତି ସମିତି (ଏମ୍‌ପିସି)ର ନୀତିଗତ ରୂପରେଖ ପ୍ରସ୍ତୁତ କରାଯାଉଛି।
୨୦୧୬ରେ ନମନୀୟ ମୁଦ୍ରାସ୍ପୀତି ମଡେଲକୁ ଗ୍ରହଣ କରିଥିବା ଆର୍‌ବିଆଇଙ୍କ ଲାଗି ଏହା ଏପରି ପ୍ରଥମ ସମୀକ୍ଷା ହେବ ଯେଉଁଥିରେ ୨% ବିଚ୍ୟୁତି ସହ ୪ % ବାଧ୍ୟତାମୂଳକ ମୁଦ୍ରାସ୍ପୀତି ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଏପରି ଏକ ସମୟ ଯେଉଁଠି ଆମକୁ ଅଭିବୃଦ୍ଧି ଉପରେ ନିର୍ଭରଶୀଳ ହେବାକୁ ପଡେ ବୋଲି ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି ।
କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ପୂର୍ବାଞ୍ଚଳ ବାର୍ଷିକ ସମ୍ମିଳନୀର ଏକ ଭର୍ଚୁଆଲ ସଭାରେ ସୁବ୍ରମଣ୍ୟମ କହିଛନ୍ତି, ଦେଶର ବ୍ୟବସାୟ କାର୍ଯ୍ୟକ୍ରମ ବନ୍ଦ ଥାଇ ମଧ୍ୟ ଆମ ଉପରେ ଯେତେବେଳେ ଚାପ ପଡେ ସେତେବେଳେ ଆମେ ଅଭିବୃଦ୍ଧି ଉପରେ ଜୋର ଦେଇଥାନ୍ତି। ଭାରତ ସରକାର ଏବେ ନିଜକୁ ବ୍ୟବସାୟ ବାଣିଜ୍ୟରୁ ମୁକ୍ତ କରିବାକୁ ଯାଉଛନ୍ତି। ଏଥିରେ ଲାଭ ହେଉ ନ ଥିଲେ ମଧ୍ୟ ଘରୋଇ କ୍ଷେତ୍ର ତା’ର ପାରମ୍ପରିକ ‘ଶୁଭଲାଭ’ କ୍ଷେତ୍ରରେ ବେଶ୍‌ ନିଶ୍ଚିତ ରହିଛି। ତେଣୁ ଆମକୁ ବର୍ତ୍ତମାନ ‘ଆତ୍ମନିର୍ଭର ଭାରତ’କୁ ଅନୁଭବ କରିବାକୁ ପଡିବ ବୋଲି ସେ କହିଛନ୍ତି। ସେହିଭଳି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା ଅଧ୍ୟୟନକୁ ଉଦାହରଣ ଦେଇ କହିଛନ୍ତି, ଯେଉଁଥିରେ ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲ ଓ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥାଙ୍କ ସଂଖ୍ୟା ଦେଶରେ ୬ ରୁ ୭ ଗୁଣ ଅଧିକ ରହିଛି।
ଏହା ସତ୍ତ୍ୱେ ସରକାରୀ ସ୍ବାସ୍ଥ୍ୟସେବାରେ ରୋଗୀଙ୍କ ଭର୍ତ୍ତି ହାର ଢେର ଅଧିକ ରହୁଥିବା ସେ କହିଛନ୍ତି। ଏଣୁ ରାଜକୋଷରୁ ବ୍ୟୟ ବଦଳରେ ଏଥିରେ କିପରି ଶୁଳ୍କ ଭରାଯାଇପାରିବ ସେ ନେଇ ବର୍ତ୍ତମାନ ସମୟରେ ଚିନ୍ତା କରିବାର ବେଳ ଆସିଛି ବୋଲି ସୁବ୍ରମଣ୍ୟମ ମତବ୍ୟକ୍ତ କରିଛନ୍ତି। ଏଥିପାଇଁ ଆମକୁ କେବଳ ଆମର ମାନସିକତା ପରିବର୍ତ୍ତନ ଛଡ଼ା ଆଉ ଅଧିକ କିଛି କରିବାର ଆବଶ୍ୟକତା ନାହିଁ ବୋଲି ସେ ମତ ରଖିଛନ୍ତି। ତେବେ ବେସରକାରୀ କ୍ଷେତ୍ରରେ ନିବେଶର ଆବଶ୍ୟକତା ଅଛି ବୋଲି ସେ ସୂଚନା ଦେଇଛନ୍ତି। ଏଥିଲାଗି ହୁଏତ ସାମାନ୍ୟ ବିଳମ୍ବ ହୋଇପାରେ ହେଲେ ବିଭିନ୍ନ କ୍ଷେତ୍ରରେ ସରକାର ନିବେଶ ଆରମ୍ଭ କରିସାରିଲେଣି ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ଏହି କ୍ଷେତ୍ର ପ୍ରତି ନିବେଶକୁ ଏହା ଉତ୍ସାହିତ କରିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?