ଶାନ୍ତି ଆଲୋଚନା ଚାହୁଁ ନାହାନ୍ତି ପାଶ୍ଚାତ୍ୟ ରାଷ୍ଟ୍ର

ମସ୍କୋ,୨୦।୨ : ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ଆଉ ୪ ଦିନ ପରେ ବର୍ଷେ ପୂରିବ। ତେବେ ଯୁଦ୍ଧର ସମାଧାନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଶାନ୍ତି ଆଲୋଚନାରେ ସାମିଲ ହେବାକୁ ଆଗ୍ରହ ଦେଖାଉ ନ ଥିବା ମସ୍କୋ ଅଭିଯୋଗ କରିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସାମୂହିକ ଭାବେ ଶାନ୍ତି ପଦକ୍ଷେପ ଲାଗି ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଇ ନାହାନ୍ତି ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ ରବିବାର କହିଛନ୍ତି। ରୁଷିଆର ପରାଜୟ ଦେଖିବାକୁ ଚାହେଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଥିବାରୁ ମସ୍କୋ ଏହାର ସମାଲୋଚନା କରିଛି। ଏବେ ମଧ୍ୟ ନେପୋଲିଅନ୍‌ ବୋନାପାର୍ଟଙ୍କ ଅବସ୍ଥାକୁ ମସ୍କୋ ମନେ ରଖିଛି। କ୍ରେମ୍‌ଲିନ ସହ ଫ୍ରାନ୍ସ ରାଷ୍ଟ୍ରପତି ଧୋକାବାଜ କୂଟନୀତି କରୁଥିବା ରୁଷିଆ କହିଛି।

ଯୁଦ୍ଧ ଜାରି ରଖିବାକୁ କେତେକ ରାଷ୍ଟ୍ର ଚାହୁଁଛନ୍ତି। ବାଇଡେନ୍‌ ପ୍ରଶାସନ ଏଫ୍‌-୧୬ ଯୁଦ୍ଧବିମାନ ପଠାଇବାକୁ ୟୁକ୍ରେନ୍‌ ଆମେରିକା କଂଗ୍ରେସ ସଦସ୍ୟମାନଙ୍କୁ ଅନୁରୋଧ କରିଛି। ଆମେରିକା ନିର୍ମିତ ରକେଟ ଦ୍ୱାରା ରୁଷିଆ ମିଶାଇଲ୍‌ ୟୁନିଟ୍‌କୁ ଧ୍ୱଂସ କରିବାକୁ ୟୁକ୍ରେନ୍‌ ସମର୍ଥ ହୋଇପାରିବ।

ସେପଟେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ରୁଷିଆକୁ ସହାୟତା ନ ଦେବା ପାଇଁ ଚାଇନାକୁ ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ବେଜିଂ ମସ୍କୋକୁ ସହାୟତା ଯୋଗାଇଲେ ତା’ର ପରିଣାମ ଭୟାବହ ହେବ ବୋଲି ବ୍ଲିଙ୍କେନ ଚାଇନା କୂଟନୀତିଜ୍ଞ ଓ୍ବାଙ୍ଗ ୟିଙ୍କୁ କହିଛନ୍ତି। ରୁଷିଆର ସାନି ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ୍‌ ସୈନ୍ୟମାନେ ସିଭେର୍ସ୍କରେ ସପ୍ତାହାନ୍ତ ଯୁଦ୍ଧାଭ୍ୟାସ ଚଳାଇଛନ୍ତି। ବାଖମୁଟ୍‌ ଉତ୍ତରରେ ୩୫ କିଲୋମିଟର ଦୂରରେ ସିଭେର୍ସ୍କ ସହର ଅବସ୍ଥିତ। ଯଦି ରୁଷିଆ ବାଖମୁଟ୍‌କୁ ଅକ୍ତିଆର କରିନିଏ ତେବେ ଏହା ଅଧା ଅବରୋଧ ହୋଇଯିବ। ତେଣୁ ବାଖମୁଟ୍‌କୁ ରୁଷିଆ ଆକ୍ରମଣରୁ ବଞ୍ଚାଇବା ପାଇଁ କିଭ୍‌ ପାଶ୍ଚାତ୍ୟ ସହଯୋଗୀମାନଙ୍କଠାରୁ ଅତ୍ୟାଧୁନିକ ଅସ୍ତ୍ର ସହାୟତା ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri