ରୁଷିଆକୁ ଅସ୍ତ୍ର ଦେଲେ ଭୟଙ୍କର ପରିଣାମ

ଓ୍ବାଶିଂଟନ୍‌/ମ୍ୟୁନିକ୍‌,୨୦ା୨: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଚାଇନାକୁ କଡ଼ା ଚେତାବନୀ ଦେଇଛନ୍ତି। ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ରୁଷିଆକୁ ଚାଇନା ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଦେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି। ସେହିପରି ଚାଇନାର ଗୁପ୍ତଚର ବେଲୁନ୍‌ ଆମେରିକୀୟ ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ ବୋଲି ବ୍ଲିଙ୍କେନ୍‌ ନିନ୍ଦା କରିଛନ୍ତି।
ମ୍ୟୁନିକ୍‌ ଗ୍ଲୋବାଲ ସିକ୍ୟୁରିଟି କନ୍‌ଫରେନ୍ସ ପରିପ୍ରେକ୍ଷୀରେ ଚାଇନାର ବରିଷ୍ଠ କୂଟନୀତିଜ୍ଞ ଓ୍ବାଙ୍ଗ୍‌ ୟି ଏବଂ ବ୍ଲିଙ୍କେନ୍‌ଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି। ଆମେରିକା ବେଲୁନ୍‌କୁ ନେଇ ଅତ୍ୟଧିକ ହଟଚମଟ ସୃଷ୍ଟି କରୁଛି ବୋଲି ଓ୍ବାଙ୍ଗ୍‌ ୟି ମନ୍ତବ୍ୟ ଦେବାର କିଛି ଘଣ୍ଟା ପରେ ଉଭୟେ ପରସ୍ପରକୁ ଭେଟିଛନ୍ତି। ସାକ୍ଷାତ ପରେ ଏକ ଇଣ୍ଟରଭ୍ୟୁରେ ବ୍ଲିଙ୍କେନ୍‌ କହିଛନ୍ତି, ବେଜିଂକୁ ବେଲୁନ୍‌ ପ୍ରସଙ୍ଗରେ ସ୍ପଷ୍ଟ ଚେତାବନୀ ଦିଆଯାଇଛି।

ଚାଇନା ବେଲୁନ୍‌ ୫ ମହାଦେଶର ୪୦ରୁ ଊର୍ଦ୍ଧ୍ୱ ଦେଶକୁ ଅନୁପ୍ରବେଶ କରିଥିବା ବିଶ୍ୱବାସୀ ଜାଣିସାରିଲେଣି। ୟୁକ୍ରେନ୍‌ ଯୁଦ୍ଧରେ ଚାଇନା ରୁଷିଆକୁ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମରିକ ଉପକରଣ ଯୋଗାଇଲେ ଏହାର ପରିଣାମ ବିପଜ୍ଜନକ ହେବ ବୋଲି ବ୍ଲିଙ୍କେନ୍‌ କହିଛନ୍ତି। ପ୍ରକାଶ ଯେ, ନିକଟରେ ଚାଇନା ବେଲୁନ୍‌କୁ ନେଇ ବ୍ଲିଙ୍କେନ୍‌ ନିଜ ବେଜିଂ ଗସ୍ତ ବାତିଲ କରିଥିଲେ। ଚାଇନାର ବହିର୍ବ୍ୟାପାର ସେଣ୍ଟ୍ରାଲ କମିଶନ ଅଫିସ ନିର୍ଦ୍ଦେଶକ ଓ୍ବାଙ୍ଗ୍‌ ୟିଙ୍କ ମତରେ ବେଲୁନ୍‌ ଉପାଖ୍ୟାନ ହେଉଛି ଆମେରିକା ଦ୍ୱାରା ପ୍ରାୟୋଜିତ ଏକ ରାଜନୈତିକ ପ୍ରହସନ। ଚାଇନାକୁ ଅତିକ୍ରମ କରିବା ପାଇଁ ଆମେରିକା ସବୁ ପ୍ରକାର ଉପାୟ ଆପଣାଇଛି।

ବେଲୁନ୍‌ ଉପାଖ୍ୟାନ

୪ରେ ଆମେରିକାର ସାଉଥ କାରୋଲିନା ସମୁଦ୍ର କୂଳ ନିକଟରେ ଚାଇନାର ଏକ ବେଲୁନ୍‌କୁ ଓ୍ବାଶିଂଟନ ଖସାଇ ଦେଇଥିଲା।
ଏହାକୁ ଗୁପ୍ତଚର ବେଲୁନ୍‌ କହି ଚାଇନାକୁ ଟାର୍ଗେଟ କରିଥିବାବେଳେ ବେଜିଂ ଅଭିଯୋଗକୁ ଖଣ୍ଡନ କରିଥିଲା।
୧୦ରେ ଆଲାସ୍କାର ଡେଡ୍‌ହର୍ସ ଆକାଶରେ ଏକ ଅଜଣା ବସ୍ତୁ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ଆମେରିକା ଖସାଇ ଦେଇଥିଲା।
୧ରେ କାନାଡାର ୟୁକୋନ୍‌ ଆକାଶରେ ଆଉ ଏକ ଅଚିହ୍ନା ଉଡ଼ନ୍ତା ବସ୍ତୁ (ୟୁଏଫ୍‌ଓ) ଦେଖିବାକୁ ମିଳିଥିଲା, ଯାହାକୁ ଆମେରିକୀୟ ସେନା ସହାୟତାରେ ଖସାଇ ଦିଆଯାଇଥିଲା।
୧୨ରେ ଆମେରିକା-କାନାଡା ସୀମାନ୍ତ ମିଶିଗାନ୍‌ରେ ଏକ ଆଠକୋଣୀୟ ୟୁଏଫ୍‌ଓକୁ ଆମେରିକୀୟ ସେନା ଖସାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଶେଖ ହାସିନାଙ୍କ ପରେ ମୁହଁ ଖୋଲିଲେ ତାଙ୍କ ପୁଅ, ଭାରତକୁ ନେଇ ଦେଲେ ଚମକାଇବା ଭଳି ବୟାନ!

ଢାକା,୬ା୮: ସତ୍ତା ହରାଇବା ଏବଂ ଦେଶ ଛାଡ଼ିବାର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri