ଗର୍ଭନିରୋଧକ ବନ୍ଦ କଲା ତାଲିବାନ

କାବୁଲ,୨୦।୨ : ଆଫଗାନିସ୍ତାନରେ ତାଲିବାନ ୨୦୨୧ ଅଗଷ୍ଟରେ କ୍ଷମତାକୁ ଆସିବା ପରେ ମହିଳାମାନଙ୍କ ଅଧିକାର କ୍ଷୁଣ୍ଣ କରିବାରେ ଲାଗିଛି। ଏବେ ସେମାନେ ଗର୍ଭନିରୋଧକ (କଣ୍ଟ୍ରାସେପ୍ଟିଭ୍‌)କୁ ବେଆଇନ ଘୋଷଣା କରିଛନ୍ତି। ଆଫଗାନିସ୍ତାନର ଦୁଇଟି ମୁଖ୍ୟ ସହରରେ ଏହାର ବିକ୍ରି ବନ୍ଦ କରାଯାଇଛି। ମହିଳାମାନେ ଗର୍ଭନିରୋଧକ ବ୍ୟବହାର କରିବା ମୁସଲମାନ ଲୋକସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଷଡ଼ଯନ୍ତ୍ର ବୋଲି ତାଲିବାନ କହିଛି। ସେମାନେ ଘରକୁ ଘର ଯାଇ ଗର୍ଭନିରୋଧକ ବ୍ୟବହାର ବନ୍ଦ କରାଇବା ପାଇଁ ଧାଈମାନଙ୍କୁ ଧମକ ଦେଉଛନ୍ତି। ସେହିପରି ଜନ୍ମ ନିୟନ୍ତ୍ରଣ ଔଷଧ ଓ କଣ୍ଡୋମ୍‌ ଆଦି ବିକ୍ରି ନ କରିବାକୁ ସେମାନେ ଔଷଧ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନ ଯୋଦ୍ଧାମାନେ ବନ୍ଧୁକ ଧରି କାବୁଲର ପ୍ରତି ଔଷଧ ଦୋକାନକୁ ନିୟମିତ ଯାଞ୍ଚ କରୁଛନ୍ତି । କଣ୍ଟ୍ରାସେପ୍ଟିଭ୍‌ ପିଲ୍‌ ଏବଂ ଡେପୋ-ପ୍ରୋଭେରା ଇଞ୍ଜେକ୍‌ଶନ ଦୋକାନରେ ନ ରଖିବା ପାଇଁ ଧମକ ଦେଉଛନ୍ତି ବୋଲି ଜଣେ ଔଷଧ ବ୍ୟବସାୟୀ କହିଛନ୍ତି। ଫଳରେ ଦୋକାନରେ ରହିଯାଇଥିବା ଷ୍ଟକ୍‌ ବିକ୍ରି କରିବାକୁ ସେମାନେ ଡରୁଥିବା କହିଛନ୍ତି।

ମହିଳାମାନଙ୍କ ଅଧିକାର ଉପରେ ତାଲିବାନ୍‌ର ଏହା ସଦ୍ୟତମ ଆକ୍ରମଣ। ପୂର୍ବରୁ ଏହା ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ କରିବା ସହ ମହିଳାମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେଇଥିଲା। ସେମାନଙ୍କୁ ଚାକିରି ଛାଡ଼ି ଘରେ ରହିବା ପାଇଁ ବାଧ୍ୟ କରାଯାଇଥିଲା। ତାଲିବାନମାନଙ୍କ ନିୟନ୍ତ୍ରଣ କେବଳ ମହିଳାମାନଙ୍କ କାର୍ଯ୍ୟ କରିବା ଓ ଶିକ୍ଷା ସମ୍ବନ୍ଧୀୟ ମାନବୀୟ ଅଧିକାର ଉପରେ ସୀମିତ ରହିନାହିଁ। ଏବେ ସେମାନେ ମହିଳାମାନଙ୍କ ଶରୀର ଉପରେ ମଧ୍ୟ ଅଧିକାର ସାବ୍ୟସ୍ତ କରିଛନ୍ତି ବୋଲି ବ୍ରିଟେନରେ ଆଫଗାନ ଜନ୍ମିତ ସାମାଜିକ କର୍ମୀ ଶବନମ୍‌ ନସିମି କହିଛନ୍ତି। ପରିବାର ନିୟୋଜନ ନିଷ୍ପତ୍ତି ନେବା ମହିଳାମାନଙ୍କ ମୌଳିକ ମାନବୀୟ ଅଧିକାର। ସମାନତା, ଜୀବନ ଧାରଣ, ଯୌନସ୍ବାସ୍ଥ୍ୟ, ସନ୍ତାନ ଜନ୍ମ ଆଦି ମହିଳାମାନଙ୍କ ଅଧିକାରର ଅଂଶବିଶେଷ ବୋଲି ନସିମି କହିଛନ୍ତି।

୨୦୨୧ର ହ୍ୟୁମ୍ୟାନ ରାଇଟ୍ସ ଓ୍ବାଚ୍‌ ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ମାତୃତ୍ୱ ସ୍ବାସ୍ଥ୍ୟସେବା ଏବଂ ପରିବାର ନିୟୋଜନ ସୁବିଧା ଅଧିକାଂଶ ମହିଳାଙ୍କ ପାଇଁ ଉପଲବ୍ଧ ହୋଇ ନ ଥାଏ। ଦାରିଦ୍ର୍ୟ କାରଣରୁ ୬୧ରୁ ୭୨ ପ୍ରତିଶତ ଆଫଗାନ ମହିଳା ଆଧୁନିକ ଗର୍ଭ ନିରୋଧ ବ୍ୟବସ୍ଥା ଆପଣାଇବାକୁ ଅସମର୍ଥ ହୋଇଛନ୍ତି। ଯେଉଁ କାରଣରୁ ସେମାନେ ଅନିଚ୍ଛା ସତ୍ତ୍ୱେ ଅଧିକ ସନ୍ତାନ ଜନ୍ମ କରିବା ସହ ଗର୍ଭାବସ୍ଥାରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?