Posted inଖେଳ

ଧୈର୍ଯ୍ୟ, ସଂକଳ୍ପ, ସାହସିକତା ଦେଖାଇଛୁ: କୋହଲି

ଚେନ୍ନାଇ,୧୭।୨(ପି.ଟି.): ଦ୍ୱିତୀୟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ ଖୁସିକୁ ଛପାଇ ରଖିପାରି ନାହାନ୍ତି। ଏହା ଆମ ପାଇଁ ଏକ ବଡ଼ ସଫଳତା। ତେବେ ଚେପକ୍‌ର ଏହି ପିଚ୍‌ ସ୍ପିନ୍‌ ବୋଲରଙ୍କୁ ସୁହାଉଥିବା ନେଇ ହେଉଥିବା ସମାଲୋଚନା ତଥା ଆକ୍ଷେପକୁ ସେ ପ୍ରତ୍ୟାଖାନ କରିଛନ୍ତି। ଏହି ଟେଷ୍ଟରେ ଆମ ଦଳର ସଦସ୍ୟମାନେ ଅଦମ୍ୟ ଧୈର୍ଯ୍ୟ, ସଂକଳ୍ପ ଓ ସାହସିକତା ପ୍ରଦର୍ଶନ କରିଛନ୍ତି ବୋଲି କୋହଲି ମ୍ୟାଚ୍‌ ପରେ କହିଛନ୍ତି। ତେବେ ଏହି ବିଜୟରେ ଟସ୍‌ର ଭୂମିକାକୁ ସେ ଏଡାଇ ଦେଇଛନ୍ତି। ଟସ୍‌ ନ ଜିତିଥିଲେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିଥାନ୍ତୁ ବୋଲି ସେ କହିଛନ୍ତି।
ପୂର୍ବରୁ ଏହି ପିଚ୍‌କୁ ଇଂଲଣ୍ଡ ପୂର୍ବତନ ଅଧିନାୟକ ମାଇକେଲ ଭନ ବେଶ୍‌ ସମାଲୋଚନା କରିଛନ୍ତି। ଟର୍ନ ଓ ବାଉନ୍ସ ଦେଖି ଆମେ ଡରିଯାଇ ନ ଥିଲୁ ଓ ସାହସର ସହିତ ପରିସ୍ଥିତିର ମୁକାବିଲା କରିଥିଲୁ। ମ୍ୟାଚ୍‌ରେ ଆମେ ୬୦୦ ରନ ସଂଗ୍ରହ କରିଛୁ। ଯଦି ସ୍କୋର ବୋର୍ଡରେ ରନ୍‌ ସଂଗ୍ରହ କରିବୁ ତା’ହେଲେ ବୋଲରମାନେ ଆମ ପାଇଁ ବାକି କାର୍ଯ୍ୟ କରିବେ ବୋଲି ଜାଣିଥିଲୁ ବୋଲି ସେ କହିଛନ୍ତି।
ପ୍ରଥମ ଦିବସରୁ ବଲ୍‌ ଟର୍ନ କରିବାରୁ ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସନ ମଧ୍ୟ ଏହି ପିଚ୍‌କୁ ସମାଲୋଚାନ କରିଥିଲେ। ଯଦି ଟସ୍‌ ହାରି ଭାରତ ଦ୍ୱିତୀୟରେ ବ୍ୟାଟିଂ କରିଥାନ୍ତା ତାହାହେଲେ ନିଶ୍ଚିତ ଭାବେ ହାରିଥାନ୍ତା ବୋଲି ସେ କହିଛନ୍ତି। ତେବେ କୋହଲି ଏହାକୁ ଖଣ୍ଡନ କରିଛନ୍ତି। ଟସ୍‌ ହାରିଥିଲେ ମଧ୍ୟ ଆମେ ହାରି ନ ଥାନ୍ତୁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପିଚ୍‌ରେ ଦ୍ୱିତୀୟ ଇନିଂସରେ ମଧ୍ୟ ଆମେ ୩୦୦ ପାଖାପାଖି ରନ୍‌ ସଂଗ୍ରହ କରିଥିଲୁ। ସ୍ପିନ୍‌ ହେଉ ବା ସିମ୍‌ ହେଉ ପିଚ୍‌ ଦୁଇ ଦଳ ପାଇଁ ସମାନ ରହିଥିଲା। ଚେନ୍ନାଇରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଏହି ବିଜୟ ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି। ଦର୍ଶକମାନେ ଉତ୍ସାହିତ କରିଥିଲେ ଓ ଏମାନେ ଆମ ପାଇଁ ଯଥେଷ୍ଟ ଗୁରୁତ୍ୱ ବହନ କରୁଛନ୍ତି ବୋଲି ସେ କହିଛନ୍ତି।
କୋଭିଡ୍‌-୧୯ କାରଣରୁ ଏଠାରେ ପ୍ରଥମ ମ୍ୟାଚ୍‌ ରୁଦ୍ଧଦ୍ୱାରରେ ଆୟୋଜିତ ହୋଇଥିଲା। କୋହଲିଙ୍କ ନେତୃତ୍ୱରେ ଭାରତ ଏବେ ୨୧ଟି ଟେଷ୍ଟରେ ବିଜୟୀ ହୋଇଛି। ଏହି ଟେଷ୍ଟ ଆମ ପାଇଁ ଆଦୌ ସହଜ ନ ଥିଲା। ବରଂ ବିଜୟୀ ହେବାକୁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିଥିଲା। ଏହା ଏକ ସ୍ବୟଂସମ୍ପୂର୍ଣ୍ଣ ମ୍ୟାଚ୍‌ ଥିଲା। ଉଇକେଟକିପର ରିଷଭ ପନ୍ତ କିପିଂରେ ବହୁତ ଉନ୍ନତି କରିଛନ୍ତି। ଗତ ଅଷ୍ଟ୍ରେଲିଆ ଗସ୍ତରେ ସେ କଠିନ ପରିଶ୍ରମ କରିଥିଲେ। ଓଜନ କମାଇବା ସହ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି। ଟର୍ନ ଓ ବାଉନ୍ସ ବଲ୍‌ରେ ଭଲ କିପିଂ କରିଛନ୍ତି। ଜଣେ କିପର ହିସାବରେ ସେ ଆହୁରି ଉନ୍ନତି କରିବାକୁ ଚାହିଁବା ବଡ଼ କଥା ବୋଲି କୋହଲି କହିଛନ୍ତି।
ଅପରପକ୍ଷରେ ଭାରତ ଆମକୁ ସବୁ ବିଭାଗରେ ପରାସ୍ତ କରିଛି ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ମ୍ୟାଚ୍‌ ପରେ କହିଛନ୍ତି। ଏହି ପରାଜୟରୁ ଆମେ ବହୁତ କିଛି ଶିକ୍ଷା କରିବୁ। କଷ୍ଟକର ପରିସ୍ଥିତିରେ କିଭଳି ରନ୍‌ ସଂଗ୍ରହ କରିବାକୁ ହେବ ଓ କ୍ରିଜ୍‌ରେ ତିଷ୍ଠି ରହିବାକୁ ହେବ ତାହା ଆମକୁ ଶିକ୍ଷା କରିବାକୁ ହେବ। ଦ୍ୱିତୀୟ ଦିନରୁ ଏହି ପିଚ୍‌ରେ ବ୍ୟାଟିଂ କରିବା କଷ୍ଟକର ଥିଲା। ତେବେ ଆଗକୁ ଆମକୁ ଏଭଳି ସ୍ଥିତିରେ ଭଲ ଖେଳିବାକୁ ହେବ ବୋଲି ରୁଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିଜା ଲାଗି ସାହାଯ୍ୟ ଲୋଡିଲେ ଦୂତୀ

ନୂଆଦିଲ୍ଲୀ,୯।୮(ପି.ଟି.):ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଯୋଗ୍ୟତା ହାସଲ ପାଇଁ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ୟୁରୋପରେ କେତୋଟି ରେସ୍‌ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।...

ମୋଦି-ଆଲବାନେ ଦେଖିବେ ଅହମଦାବାଦ ଟେଷ୍ଟ…

ଆହମଦାବାଦ,୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଅହମଦାବାଦରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ...

ମ୍ୟାଚ୍‌ ପୂର୍ବରୁ ପାପୁଲିରେ ଏମିତି କଥା ଲେଖିଥିଲେ ବ୍ୟାଟ୍ସମ୍ୟାନ୍‌: ପରେ ହେଲା ସତ

ମୁମ୍ବାଇ,୩।୫: ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରିଛି। କ୍ରମାଗତ ୫ ମ୍ୟାଚ୍‌ ହାରିବା ପରେ...

ଅର୍ଜୁନ ପାଇଁ ପଦ୍ମିନୀ ରାଉତଙ୍କ ନାମ ସୁପାରିସ

ଚେନ୍ନାଇ, ୨ା୭(ପି.ଟି.)-ସର୍ବଭାରତୀୟ ଚେସ୍‌ ମହାସଂଘ (ଏଆଇସିଏଫ୍‌) ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ବର୍ତ୍ତମାନ ବିଶ୍ୱ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପିଙ୍କ ନାମ...

୨୩୩ ବର୍ଷ ଇତିହାସରେ କନ୍ନର ଏମ୍‌ସିସିର ପ୍ରଥମ ମହିଳା ସଭାପତି

ଲଣ୍ଡନ, ୨୫ା୬ (ପି.ଟି.): ଇଂଲଣ୍ଡର ମେରିଲବୋନ କ୍ରିକେଟ କ୍ଲବ(ଏମସିସି)ର ଦୀର୍ଘ ୨୩୩ ବର୍ଷର ଇତିହାସରେ ପୂର୍ବତନ ଅଧିନାୟିକା କ୍ଲେୟାର କନ୍ନର ଏହାର ପ୍ରଥମ ମହିଳା ସଭାପତି...

ଅଲିମ୍ପିକ୍ସ ଘୁଞ୍ଚିବା ଆମ ଲାଗି ସୁଯୋଗ ସୃଷ୍ଟି କରିଛି: ନମିତା

ବେଙ୍ଗାଲୁରୁ, ୨୩।୪(ପି.ଟି.): ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବା ଭାରତୀୟ ମହିଳା ହକି ଦଳ ପାଇଁ ଅନୁକୂଳ ପରସ୍ଥିତି ସୃଷ୍ଟି କରିଛି। ପ୍ରସ୍ତୁତି ପାଇଁ ଆମକୁ...

ଅତିସହଜରେ ରୟାଲ ଲଢ଼େଇ ଜିତିଲା ଆର୍‌ସିବି

ମୁମ୍ବାଇ,୨୨।୪ : ପ୍ରଥମେ ବୋଲିଂ ଓ ତା’ ପରେ ଦେବଦତ୍ତ ପାଡିକଲ ଏବଂ ବିରାଟ କୋହଲିଙ୍କ ଓପନିଂ ଭାଗିଦାରୀ ଯୋଗୁ ୧୦ ଉଇକେଟରେ ବିଜୟ ହାସଲ...

ସେମିଫାଇନାଲରୁ ଓହରିଲେ ସେରେନା

ମେଲବୋର୍ନ, ୬ା୨ (ଏପି)-ସେରେନା ଓ୍ବିଲିୟମ୍ସ ଅଷ୍ଟ୍ରେଲିଆନ ଓପନ ଟ୍ୟୁନ୍‌ ଅପ୍‌୍‌ ଟୁର୍ନାମେଣ୍ଟ ସେମିଫାଇନାଲରୁ ଓହରିଯାଇଛନ୍ତି। ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଏହି ନିଷ୍ପତ୍ତି...

Advertisement
Archives

Model This Week