Posted inଖେଳ

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା ସମସ୍ତ ଅନ୍ତର୍ଜାତୀୟ ସିରିଜରେ ଲାଗୁ ହେବ। ରନଆଉଟ ଓ ଷ୍ଟମ୍ପିଂ ନିୟମଠାରୁ ଆରମ୍ଭ କରି ଟେଷ୍ଟ କ୍ରିକେଟରେ ପିଙ୍କ ବଲର ବ୍ୟବହାର, ଓଭରଥ୍ରୋ ଓ ବ୍ରେକ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି।

ନୂଆ ନିୟମ ଅନୁସାରେ, ଉଇକେଟ୍‌ ଭାଙ୍ଗିବା ସମୟରେ କେବଳ ବଲ୍‌କୁ ଛୁଇଁଦେବା ଯଥେଷ୍ଟ ହେବ ନାହିଁ। ଷ୍ଟମ୍‌ର ବେଲ୍‌ ଖସାଇବା ବେଳେ ବଲ ଉପରେ ଖେଳାଳିଙ୍କର ପୂରା ନିୟନ୍ତ୍ରଣ ଥିବା ଆବଶ୍ୟକ।
ଅର୍ଥାତ୍‌ ବଲ୍‌କୁ କେବଳ ହାତ କିମ୍ବା ଗ୍ଲୋଭ୍‌ରେ ଛୁଇଁଦେଇ ବେଲ ଖସାଇଲେ ତାହାକୁ ଉଇକେଟ୍‌ ଭାଙ୍ଗିବାର ବୈଧ ପ୍ରକ୍ରିୟା ଭାବେ ଧରାଯିବ ନାହିଁ। ବିଶେଷକରି ନନ-ଷ୍ଟ୍ରାଇକର୍‌ ଏଣ୍ଡ୍ରେ ବୋଲରଙ୍କ ହାତ କିମ୍ବା ଗୋଡ଼ରେ ବଲ ବାଜି ଉଇକେଟ୍‌ରେ ଲାଗିବା ଭଳି ଘଟଣାକୁ ନେଇ ଏହି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ।

ନୂଆ ନିୟମ ଅନୁସାରେ, ବ୍ୟାଟର୍ସମାନେ ଜାଣିଶୁଣି ସମୟ ନଷ୍ଟ କଲେ ଦଣ୍ଡର ସାମ୍ନା କରିପାରନ୍ତି। ପ୍ରଥମ ଥର ପାଇଁ ଚେତାବନୀ ଦିଆଯିବ। ଦ୍ୱିତୀୟ ଥରରେ ଶେଷ ଚେତାବନୀ ଦିଆଯିବ। ଏହାପରେ ପ୍ରତ୍ୟେକ ଥର ନିୟମ ଉଲ୍ଲଂଘନ ପାଇଁ ଫିଲ୍ଡିଂ ଟିମକୁ ୫ ପେନାଲ୍ଟି ରନ ମିଳିବ।
ଉଭୟ ଟିମର ସହମତି ଥିଲେ ଦିନରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ମଧ୍ୟ ପରୀକ୍ଷାମୂଳକ ଭାବେ ପିଙ୍କ ବଲ ବ୍ୟବହାର କରାଯାଇପାରିବ। ଖରାପ ଆଲୋକ କାରଣରୁ ମ୍ୟାଚ ବାରମ୍ବାର ବନ୍ଦ ହେଉଥିବା ସମସ୍ୟାକୁ କମାଇବା ଏହାର ଉଦ୍ଦେଶ୍ୟ।
ଟେଷ୍ଟ ମ୍ୟାଚର ଦିନର ଶେଷ ଓଭରରେ ଉଇକେଟ୍‌ ପଡ଼ିଲେ ମଧ୍ୟ ଖେଳ ତୁରନ୍ତ ଶେଷ ହେବ ନାହିଁ। ଓଭର ପୂରା ହୋଇନଥିଲେ ଏବଂ ପରିସ୍ଥିତି ଖେଳ ଜାରି ରଖିବା ପାଇଁ ଅନୁକୂଳ ଥିଲେ ବାକି ବଲଗୁଡ଼ିକ ସେହି ଦିନରେ ହିଁ ଖେଳାଯିବ।

ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ବ୍ୟବହୃତ ବଲର ଆକାର ଓ ଓଜନ ନେଇ ମଧ୍ୟ ନୂଆ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି। ପୁରୁଷ, ମହିଳା ଓ ଜୁନିୟର୍‌ କ୍ରିକେଟ ପାଇଁ ଏବେ ଅଲଗା ଅଲଗା ମାନକ ରହିବ।

ପୁରୁଷ କ୍ରିକେଟ: ନୂଆ ବଲର ଓଜନ ୧୫୬ରୁ ୧୬୩ ଗ୍ରାମ ଏବଂ ପରିଧି ୨୨.୪ରୁ ୨୨.୯ ସେଣ୍ଟିମିଟର।
ମହିଳା କ୍ରିକେଟ: ବଲର ଓଜନ ୧୪୨ରୁ ୧୪୯ ଗ୍ରାମ ଏବଂ ପରିଧି ୨୧.୫ରୁ ୨୨ ସେଣ୍ଟିମିଟର।

କେବଳ ରନଆଉଟ ରୋକିବା ପାଇଁ ଷ୍ଟମ୍ପ ଆଡ଼କୁ କରାଯାଇଥିବା ଥ୍ରୋକୁ ଓଭରଥ୍ରୋ ଭାବେ ଗଣାଯିବ। ସାଧାରଣ ମିସ୍ଫିଲ୍ଡ କିମ୍ବା ଖେଳାଳିମାନେ ପରସ୍ପର ମଧ୍ୟରେ ବଲ ପାସ କରୁଥିବା ସମୟରେ ଘଟିଥିବା ଘଟଣାକୁ ଓଭରଥ୍ରୋ ଭାବେ ଧରାଯିବ ନାହିଁ।

ବଲ ଫାଇନାଲ ଭାବେ ସେଟଲ ହୋଇଛି କି ନାହିଁ, ତାହା ପାଇଁ ବଲ ଉଇକେଟ୍‌ କିପର କିମ୍ବା ବୋଲରଙ୍କ ହାତରେ ରହିବା ଜରୁରୀ ନୁହେଁ। ପରିସ୍ଥିତିକୁ ଦେଖି ଅମ୍ପାୟାର ବଲ ସମ୍ପୂର୍ଣ୍ଣ ଡେଡ ହୋଇଛି କି ନାହିଁ, ତାହା ନିର୍ଣ୍ଣୟ କରିପାରିବେ।

T20 ଅନ୍ତର୍ଜାତୀୟ ମ୍ୟାଚ୍ରେ ନିର୍ଦ୍ଧାରିତ ଇଣ୍ଟରଭାଲ ୧୫ ମିନିଟ ରହିବ। ଆବଶ୍ୟକତା ଅନୁସାରେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ କମାଇ ଦିଆଯାଇପାରିବ। ODI ଓ T20ର ପ୍ଲେଇଂ କଣ୍ଡିସନରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏବେ ଡ୍ରିଙ୍କ୍ସ ବ୍ରେକ ସମୟରେ ହେଡ କୋଚ ପଡ଼ିଆକୁ ଆସି ଖେଳାଳିଙ୍କ ସହ କଥା ହୋଇପାରିବେ। ତାଙ୍କ ପ୍ରତିନିଧି ମଧ୍ୟ ଖେଳାଳିଙ୍କ ସହ ଆଲୋଚନା କରିପାରିବେ।
ଟ୍ରାଏଲ ଭାବେ ଲାଗୁ ହୋଇଥିବା ଲେଗ-ସାଇଡ ୱାଇଡ ନିୟମକୁ ଏବେ ସ୍ଥାୟୀ କରାଯାଇଛି। ଏହି ନିୟମ ODI ଓ T20 ଅନ୍ତର୍ଜାତୀୟ କ୍ରିକେଟ ଉଭୟରେ ଲାଗୁ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଶନିଙ୍କ ବକ୍ରୀ ଚଳନ: ୩ ରାଶି ପାଇଁ ଅକ୍ଟୋବରରେ କଠିନ ସମୟ! ପାଖରୁ ପଳାଇବ ଟଙ୍କା, ଘରକୁ ଆସିବ ଖରାପ ଖବର!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷରେ ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟର ଦେବତା ଭାବେ ବିବେଚନା କରାଯାଏ। ଶନିଙ୍କ ଚଳନରେ ପରିବର୍ତ୍ତନ ହେଲେ ଏହା ସମସ୍ତ ରାଶି ଉପରେ ପ୍ରଭାବ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ସୃଷ୍ଟି ହେଲା ତ୍ରିଗ୍ରହୀ ଯୋଗ: ଆଜିଠୁ ଆରମ୍ଭ ୩ ରାଶିଙ୍କ ଭଲଦିନ, ହେବେ ମାଲାମାଲ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ, ୨୦୨୬ ଅକ୍ଟୋବର ୧୭ରେ ସୂର୍ଯ୍ୟ ତୁଳା ରାଶିରେ ଗୋଚର କରିବେ। ଏହି ସମୟରେ ତୁଳା ରାଶିରେ ପୂର୍ବରୁ ଶୁକ୍ର ଓ ବୁଧ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?