ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
ଭାରତୀୟ ଦଳ ଅକ୍ଟୋବର ୭ ତାରିଖରେ କେପ୍ ଟାଉନସ୍ଥିତ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଏହାପରେ ୧୦ ତାରିଖରେ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନକୁ ମୁହଁାମୁହିଁ ହେବେ।
ସେହିଭଳି ୧୪ରେ ସେଞ୍ଚୁରିଅନଠାରେ ବାଂଲାଦେଶ ଓ ୧୭ରେ ବ୍ଲୋଏଫଣ୍ଟେନଠାରେ ଏକ କ୍ୱାଲିଫାୟଇଙ୍ଗ ଦଳକୁ ଭେଟିବା ପରେ ୨୪ରେ ନବନିର୍ମିତ ଭିକ୍ଟୋରିଆ ଫଲ୍ସ ଷ୍ଟାଡିୟମରେ ସହ ଆୟୋଜକ ଜିମ୍ବାଓ୍ବେ ସହ ଅନ୍ତିମ ଗ୍ରୁପ୍ ମ୍ୟାଚ୍ ଖେଳିବ ଭାରତ।
ଉଭୟ ସେମିଫାଇନାଲ ମ୍ୟାଚ୍ ନଭେମ୍ବର ୧୭ ଓ ୧୮ରେ କେପ୍ ଟାଉନ ଓ ସେଞ୍ଚୁରିଅନଠାରେ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍ ନଭେମ୍ବର ୨୧ରେ ଓ୍ବାଣ୍ଡରର୍ସଠାରେ ଅନୁଷ୍ଠିତ ହେବ।

