Posted inଖେଳ

ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ପରିବର୍ତ୍ତନ ମୋଇନ୍‌ ବାଦ୍‌, ବେୟାରଷ୍ଟୋ, ଉଡ୍‌ ସାମିଲ

ଚେନ୍ନାଇ, ୧୭।୨(ପି.ଟି.)- ଅହମ୍ମଦାବାଦଠାରେ ଫେବୃୟାରୀ ୨୪ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ଉଇକେଟ କିପର ଜନି ବେୟାରଷ୍ଟୋ ଓ ଦ୍ରୁତ ବୋଲର ମାର୍କ ଉଡ୍‌ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ କାର୍ଯ୍ୟଭାର ହ୍ରାସ ପାଇଁ ଇଂଲଣ୍ଡର ରୋଟେଶନ ପଦ୍ଧତି ଅନୁସାରେ ସ୍ପିନ୍‌ ଅଲରାଉଣ୍ଡର ମୋଇନ୍‌ ଅଲୀ ବାଦ୍‌ ପଡ଼ିଛନ୍ତି। ବେୟାରଷ୍ଟୋ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଯଥାକ୍ରମେ ୪୭, ୩୫*, ୨୮ ଓ ୨୯ ରନ କରିଥିଲେ। ପରେ ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ସେହିପରି ଶ୍ରୀଲଙ୍କା ବିପକ୍ଷ ସିରିଜ ପରେ ଉଡ୍‌ଙ୍କୁ ବିଶ୍ରାମ ଦିଆଯାଇଥିଲା। ସେ ପ୍ରଥମ ଟେଷ୍ଟରେ ଉଇକେଟ ନେଇପାରି ନ ଥିବାବେଳେ ଦ୍ୱିତୀୟ ଟେଷ୍ଟରେ ୩ଟି ଉଇକେଟ ନେଇଥିଲେ।
ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଡୋମିନିକ୍‌ ବେସ୍‌, ଷ୍ଟୁଆର୍ଟ ବ୍ରଡ୍‌, ରୋରି ବନର୍‌ସ, ଜ୍ୟାକ କ୍ରଲି, ବେନ୍‌ ଫୋକ୍ସ, ଡାନ ଲରେନ୍ସ, ଜ୍ୟାକ ଲିଚ୍‌, ଓଲି ପୋପ୍‌, ଡମ୍‌ ସିବ୍‌ଲି, ବେନ୍‌ ଷ୍ଟୋକ୍ସ, ଓଲି ଷ୍ଟୋନ୍‌, କ୍ରିସ୍‌ ଓ୍ବକ୍ସ, ମାର୍କ ଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌: ୨୫ ମି. ଟିମ୍‌ ପିସ୍ତଲରେ ଭାରତୀୟ ମହିଳାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୬।୩(ପି.ଟି.): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ମହିଳାମାନେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି। ଚିଙ୍କି ଯାଦବ, ମନୁ ଭାକର ଓ...

୯ ମାସ ପରେ ପ୍ରଥମ ମ୍ୟାଚ୍‌ ଜିତିଲେ ଏହି ମହାନ୍‌ ଖେଳାଳି

ନ୍ୟୁୟର୍କ,୨୩।୮ (ଏପି): ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେ ଦୀର୍ଘ ୯ ମାସ ପରେ ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି ଓ ଏଥିରେ ବିଜୟୀ ହୋଇଛନ୍ତି। ୩ଟି...

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ...

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)- ଆସନ୍ତା ମାସରେ ପ୍ଲେ-ଅଫ୍‌ ସପ୍ତାହ ବେଳେ ଜୟପୁରରେ ୩ଟି ମହିଳା ଦଳକୁ ନେଇ ଟି୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ...

ରିଦ୍ଧିମାନଙ୍କ ମାଇଲଷ୍ଟୋନ

କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍‌ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା...

ରୋହିତଙ୍କ ଶତକ: ଭାରତର ପ୍ରତ୍ୟାବର୍ତ୍ତନ

ରାଞ୍ଚି,୧୯।୧୦(ପି.ଟି.)- ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ...

ନିଜକୁ ପ୍ରମାଣ କଲେ ଅର୍ଜୁନ ତେନ୍ଦୁଲକର

ନୂଆଦିଲ୍ଲୀ,୧୮।୬- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ପୁଣି ଥରେ ନିଜକୁ ପ୍ରମାଣ କରି ଦେଖାଇଛନ୍ତି। ବର୍ତ୍ତମାନ ଇଂଲଣ୍ଡରେ ଏମ୍‌ସିସି ୟଙ୍ଗ କ୍ରିକେଟର୍ସ ଦଳ...

ପ୍ରିକ୍ୱାର୍ଟରରେ ଲିଭରପୁଲ, ଚେଲସି

ପ୍ୟାରିସ,୧୧।୧୨- ଚଳିତ ସିଜନର ୟୁଏଫା ଚାମ୍ପିୟନ୍ସଲିଗ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ଲିଭରପୁଲ ଓ ଚେଲସି ସ୍ଥାନ ପକ୍କା କରିଛନ୍ତି। ଅନ୍ୟପକ୍ଷରେ ଆଜାକ୍ସ ଓ ଇଣ୍ଟର ମିଲନ ଭଳି...

Advertisement

BGU

Archives

Model This Week

Why Dharitri