Posted inଖେଳ

ଇଂଲଣ୍ଡ ‘ବି’ ଟିମ୍‌କୁ ହରାଇଥିବାରୁ ଭାରତକୁ ଅଭିନନ୍ଦନ: ପିଟରସନ

ଚେନ୍ନାଇ,୧୭।୨(ପି.ଟି): ବିଜୟୀ ଭାରତୀୟ ଦଳକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡର ‘ବି’ ଟିମ୍‌କୁ ହରାଇଛି ବୋଲି ସେ ହିନ୍ଦୀରେ ଟୁଇଟ୍‌ କରିଛନ୍ତି। ଟୁଇଟରରେ ‘ବଧାଇ ହୋ ଇଣ୍ଡିଆ, ଇଂଲଣ୍ଡ ‘ବି’ ଦଳକୁ ହରାଇଥିବାରୁ’ ଉଲ୍ଲେଖ କରିଛନ୍ତି ପିଟରସନ। ଏହା ମାଧ୍ୟମରେ ସେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ରୋଟେସନ ପଲିସିକୁ କଡ଼ା ସମାଲୋଚନା କରିଛନ୍ତି। ଭାରତ ଭଳି ହାଇଫ୍ରୋଫାଇଲ ଦଳ ବିପକ୍ଷରେ ଏକ ଶ୍ରେଷ୍ଠ ଦଳ ଚୟନ କରିବାର ଆବଶ୍ୟକତା ଥିଲା। ଏହା ଇଂଲଣ୍ଡର ଶ୍ରେଷ୍ଠ ଦଳ ନ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁଣି ଦ୍ୱିତୀୟ ଟେଷ୍ଟରେ ୮ ଉଇକେଟ ହାସଲ କରିଥିବା ଅଭିଜ୍ଞ ସ୍ପିନ ବୋଲିଂ ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଘରକୁ ପଠାଇବା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏଲ୍‌ବୋ ଇଞ୍ଜୁରୀ ସତ୍ତ୍ୱେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଅଭିଜ୍ଞ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ବିଶ୍ରାମ ଦେଇଛି। ପ୍ରଥମ ଟେଷ୍ଟର ପଞ୍ଚମ ଦିବସରେ ଆଣ୍ଡରସନଙ୍କ ରିଭର୍ସ ସୁଇଙ୍ଗ୍‌ରେ ଭାରତୀୟ ଇନିଂସର ବିପର୍ଯ୍ୟୟ ଘଟିଥିଲା ବୋଲି ସେ କହିଛନ୍ତି। ସେହିପରି ଦ୍ୱିତୀୟ ଟେଷ୍ଟରେ ଜୋସ ବଟ୍‌ଲରଙ୍କୁ ଖେଳାଯାଇ ନ ଥିଲା। ଅଫ୍‌- ସ୍ପିନର ଡୋମ ବେସ୍‌ଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ବର୍ଷ ପରେ ରାହାନେଙ୍କ ଶତକ

ରାଞ୍ଚି,୨୦।୧୦- ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରହାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଘରୋଇ ମାଟିରେ ଶତକ ହାସଲ କରିଛନ୍ତି। ଏଠାରେ ଚାଲିଥିବା...

ଆଇପିଏଲ୍‌ରେ ପ୍ରଥମ ଭାରତୀୟ ଭାବେ ଏହି ଖାସ୍‌ ରେକର୍ଡ କରିପାରନ୍ତି ବିରାଟ କୋହଲି

ବିରାଟ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ଆଇପିଏଲ ୨୦୨୧ରେ ସେ ଏକ ସ୍ବତନ୍ତ୍ର ରେକର୍ଡ ସ୍ଥାପନ କରିପାରିବାର ସୁଯୋଗ ରହିଛି। ଏପର୍ଯ୍ୟନ୍ତ କୌଣସି...

ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ଦୁବାଇ, ୧୪ା୭ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଛି ଭାରତ। ପାକିସ୍ତାନକୁ ଅତିକ୍ରମ କରିବା ସହିତ ଭାରତ ପୁରୁଷ...

ଆରଆରର ସହଜ ବିଜୟ: ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚରେ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିରୋଧରେ ସହଜ ବିଜୟ ହାସଲ କରିଛି। ମଧ୍ୟରେ...

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା

ଲଣ୍ଡନ,୧୪ା୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍‌ ଆଘାତ କାରଣରୁ ସିରିଜରୁ ବାଦ୍‌...

ସିଏସ୍‌କେର ପ୍ରଥମ ବିଜୟ…

ମୁମ୍ବାଇ, ୧୨।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍‌ସିବି) ବିପକ୍ଷରେ ପ୍ରଥମ ବିଜୟ  ହାସଲ...

ଏସିଆ କପ୍‌ ସାଇକ୍ଲିଂ: ପଦକ ତାଲିକାର ଶୀର୍ଷରେ ଭାରତ

ନୂଆଦିଲ୍ଲୀ, ୧୨।୯ (ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଇନ୍‌ଡୋର ସ୍ପୋଟର୍‌ସ କମ୍ପେକ୍ସଠାରେ ଅନୁଷ୍ଠିତ ଟ୍ରାକ୍‌ ଏସିଆ କପ୍‌ ସାଇକ୍ଲିଂ ପ୍ରତିଯୋଗିତାରେ ଭାରତର ରୋନାଲ୍ଡୋ ଲାଇତୋଞ୍ଜାମ ବ୍ୟକ୍ତିଗତ...

କୋହଲି ଯେଉଁ ଭୁଲ କରୁଥିଲେ, ରୋହିତ କାହା ଦୋହରାଉଛନ୍ତି

ସିଡନୀ,୨୭।୧୦: ଭାରତୀୟ ଦଳକୁ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ପଡିଆକୁ ଓହ୍ଲାଇବ। ପାକିସ୍ତାନ ବିପକ୍ଷରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା...

Advertisement
Archives

Model This Week