Posted inଖେଳ

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ ପୁଣିଥରେ ମୁହାଁମୁହିଁ ହେବେ। ସେମିଫାଇନାଲରେ ବାଂଲାଦେଶକୁ ୬ ଉଇକେଟ୍‌ରେ ହରାଇ ପାକିସ୍ତାନ ଫାଇନାଲ ଟିକେଟ ହାସଲ କରିଛି। ଏବେ ଗୋଲ୍ଡ ମେଡାଲ ମ୍ୟାଚ୍ରେ ଭାରତ ସାମ୍ନାରେ ପାକିସ୍ତାନର କିଛି ଏଭଳି ଖେଳାଳି ରହିବେ, ଯେଉଁମାନେ ନିଜ ଦମ୍‌ରେ ମ୍ୟାଚର ଗତିପଥ ବଦଳାଇବାର କ୍ଷମତା ରଖନ୍ତି। ସେମାନଙ୍କ ମଧ୍ୟରେ ମାଜ ସାଦାକତ, ସାହିବଜାଦା ଫରହାନ ଓ ସୁଫିଆନ ମୁକୀମଙ୍କ ଉପରେ ବିଶେଷ ନଜର ରହିବ।

ମାଜ ସାଦାକତ ପାକିସ୍ତାନର ଜଣେ ଆକ୍ରମଣାତ୍ମକ ଓପନିଂ ବ୍ୟାଟର। ଦ୍ରୁତ ରନ କରିବା ସହ ଆବଶ୍ୟକ ପଡ଼ିଲେ ସେ ବୋଲିଂ ମଧ୍ୟ କରିପାରନ୍ତି। CPL ୨୦୨୬ରେ ତାଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିଥିଲା। ସେ ୭ଟି ମ୍ୟାଚ୍ରେ ୩୬୩ ରନ କରିବା ସହ ୨ଟି ଶତକ ହାସଲ କରିଥିଲେ। ଟୁର୍ନାମେଣ୍ଟର ଫାଇନାଲ୍ରେ ମଧ୍ୟ ସେ ୧୧୪ ରନର ଇନିଂସ ଖେଳିଥିଲେ। ତେଣୁ ଭାରତୀୟ ବୋଲରଙ୍କ ପାଇଁ ଆରମ୍ଭରୁ ତାଙ୍କୁ ରୋକିବା ଗୁରୁତ୍ୱପୂର୍ଣ୍ଣ ହେବ ।

ସାହିବଜାଦା ଫରହାନ ପାକିସ୍ତାନର ଅଧିନାୟକ ଓ ଓପନିଂ ବ୍ୟାଟର। ଭାରତ ବିପକ୍ଷରେ ତାଙ୍କ ପ୍ରଦର୍ଶନ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। ଏସିଆ କପ ୨୦୨୫ରେ ଭାରତ ବିପକ୍ଷରେ ସେ ୫୮ ରନ କରିଥିଲେ। ଏହି ମ୍ୟାଚ୍ରେ ଯଶପ୍ରୀତ ବୁମରାଙ୍କ ବିପକ୍ଷରେ ମଧ୍ୟ ସେ ଛକା ମାରିଥିଲେ। ଏସିଆ କପ ୨୦୨୫ ଫାଇନାଲରେ ମଧ୍ୟ ଫରହାନ ଭାରତ ବିପକ୍ଷରେ ୫୭ ରନ କରିଥିଲେ। ତେଣୁ ଏସିଆନ ଗେମ୍ସ ଫାଇନାଲରେ ତାଙ୍କ ଉଇକେଟ୍‌ ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱ ରଖିବ।

ବାଂଲାଦେଶ ବିପକ୍ଷ ସେମିଫାଇନାଲ୍ରେ ପାକିସ୍ତାନର ଆରମ୍ଭ ଭଲ ହୋଇନଥିଲା। ୧୧୨ ରନର ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନ ୫୩ ରନ ମଧ୍ୟରେ ୪ଟି ଉଇକେଟ୍‌ ହରାଇଥିଲା। ଏହାପରେ ଅବଦୁଲ ସମଦ ଓ ହସନ ନୱାଜ ପାକିସ୍ତାନର ଇନିଂସକୁ ସମ୍ଭାଳିଥିଲେ।

ଦୁହେଁ ଅପରାଜିତ ରହି ୫୯ ରନର ଭାଗୀଦାରି କରିଥିଲେ ଏବଂ ୧୧.୩ ଓଭରରେ ପାକିସ୍ତାନକୁ ୬ ଉଇକେଟ୍‌ରେ ବିଜୟୀ କରାଇଥିଲେ। ସମଦ ୧୫ ବଲରେ ଅପରାଜିତ ୩୦ ରନ କରିଥିବା ବେଳେ ହସନ ନୱାଜ ୨୨ ବଲରେ ଅପରାଜିତ ୨୭ ରନ କରିଥିଲେ।

ସୁଫିଆନ ମୁକୀମ ପାକିସ୍ତାନର ବାମହାତୀ ରିଷ୍ଟ ସ୍ପିନର। ଉଇକେଟ୍‌ ନେବାର କ୍ଷମତା ରଖୁଥିବା ମୁକୀମ ବାଂଲାଦେଶ ବିପକ୍ଷ ସେମିଫାଇନାଲରେ ୩ ଓଭର ବୋଲିଂ କରି ୨୬ ରନ ଦେଇ ୩ଟି ଉଇକେଟ୍‌ ନେଇଥିଲେ। ତେଣୁ ଫାଇନାଲରେ ଭାରତୀୟ ବ୍ୟାଟରଙ୍କୁ ତାଙ୍କ ସ୍ପିନ ବିପକ୍ଷରେ ସତର୍କତାର ସହ ଖେଳିବାକୁ ପଡ଼ିପାରେ। ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ମାଜ ସାଦାକତ, ସାହିବଜାଦା ଫରହାନ ଓ ସୁଫିଆନ ମୁକୀମଙ୍କ ପ୍ରଦର୍ଶନ ଉପରେ ବିଶେଷ ନଜର ରହିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀର ପାଣ୍ଡବ ଘାଟରେ ବୋଇତ ବନ୍ଦାଣ

କଟକ ସଦର, ୨୪।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାନଦୀର ପାଣ୍ଡବ ଘାଟରେ ମଙ୍ଗଳବାର ପାରମ୍ପରିକ ରୀତିନୀତି ଅନୁଯାୟୀ ବୋଇତ ବନ୍ଦାଣ ଉତ୍ସବ…

ସଶସ୍ତ୍ର ଡକାୟତି: ଶିଶୁ ବେକରୁ ଲକେଟ୍ କାଟିବା ସହ ନଗଦ ୫୦ ହଜାର ଓ ସୁନାଗହଣା ଲୁଟ୍

ସୋର (ଅଞ୍ଜନ କୁମାର ଦାସ): ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଳଙ୍ଗ ଗ୍ରାମରେ ବିଳମ୍ବିତ ରାତିରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ହୋଇଛି। ୮ ବର୍ଷର…

ବୁଧଙ୍କ ଉଦୟରେ ୫ ରାଶିଙ୍କ ଭାଗ୍ୟ ଚମକିବ! ନୂଆ ଚାକିରି ସାଙ୍ଗକୁ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ବିବେକ ଓ ବ୍ୟବସାୟର କାରକ ଭାବେ ବିବେଚନା କରାଯାଏ । ନିକଟରେ ବୁଧଙ୍କ ଉଦୟ ହୋଇଥିବା ବେଳେ ଏହାର…

ପାକ୍‌ ବିପକ୍ଷରେ ଚାଲିଲାନି ବ୍ୟାଟ୍‌, UAE ବିପକ୍ଷରେ ଗର୍ଜିବେ ବୈଭବ! ରେକର୍ଡ ଦେଖିଲେ ବିରୋଧୀ ଦଳଙ୍କ ଉଡିବ ହୋସ୍‌

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ନିରାଶାଜନକ ରହିଛି। ଦୁଇଟି ମ୍ୟାଚରେ ସେ ମାତ୍ର ୩୭ ରନ କରିଛନ୍ତି।…

ପଞ୍ଜାବ ବିଧାନସଭା ନିର୍ବାଚନ: ଭାଜପା ସହ ମେଣ୍ଟ କରିବ ଅକାଳୀ ଦଳ, ଅପରାହ୍ନ ୧ଟାରେ ଏନେଇ କରାଯିବ ଘୋଷଣା

ଚଣ୍ଡିଗଡ଼,୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟରେ ଏକ ନୂଆ ରାଜନୈତିକ ମେଣ୍ଟକୁ ନେଇ ଆଲୋଚନା ଜୋର ଧରିଛି। ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଶିରୋମଣି…

ମହିଳାଙ୍କ ଖାତାକୁ ଆସିବ ୧୦ ହଜାର ଟଙ୍କା, ଡିସେମ୍ବରରେ ମିଳିବ ପ୍ରଥମ କିସ୍ତି: ଜାଣନ୍ତୁ କେଉଁମାନେ ପାଇବେ ଲାଭ

ନୂଆଦିଲ୍ଲୀ, ୨୪।୧୧: ଦେଶର ବିଭିନ୍ନ ରାଜ୍ୟର ସରକାର ମହିଳାଙ୍କ ଆର୍ଥିକ ସହାୟତା ପାଇଁ ଅନେକ ଯୋଜନା ଚଳାଉଛନ୍ତି। ଏହାଦ୍ୱାରା ଆର୍ଥିକ ଦୁର୍ବଳ ମହିଳାମାନେ ନିଜର ଖର୍ଚ୍ଚ ତୁଲାଇବାରେ…

ବରିଷ୍ଠ-କନିଷ୍ଠ ଖେଳାଳିଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା କାରଣରୁ ଭାରତୀୟ ଦଳ ଭାଙ୍ଗି ପଡ଼ିଥିଲା; ଖେଳାଳିମାନେ ପରସ୍ପର ସହ କଥା ହେଉ ନ ଥିଲେ

ନୂଆଦିଲ୍ଲୀ,୨୪।୧୧: ଯେତେବେଳେ ଏକ ଦଳ ଏକଜୁଟ ହୋଇ ଖେଳିବାରେ ବିଫଳ ହୁଏ, ସେତେବେଳେ ଏହାର ପ୍ରଦର୍ଶନ ଉପରେ ନିଶ୍ଚିତ ଭାବରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ୧୯୯୨ ବିଶ୍ୱକପ…

ଆଜିଠୁ ୧୦ଦିନ ଧରି ଚାଲିବ ସାଂସ୍କୃତିକ ଭୁବନେଶ୍ୱର ବାଲିଯାତ୍ରା

ବାରଙ୍ଗ,୨୪।୧୧(ଲିଙ୍ଗରାଜ ରାଉତ) ଆଜିଠୁ ଭୁବନେଶ୍ୱର ବାଲିଯାତ୍ରା ଆରମ୍ଭ ହେବାକୁଯାଉଛି। ଏହା ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩ ପର୍ଯ୍ୟନ୍ତ ୧୦ଦିନ ଧରି ଚାଲିବ। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?