Posted inଫୁରସତ

ଓ୍ବାଟର ପ୍ରୁଫ୍‌ ଫୁଟ୍‌ଓ୍ବେର

ନିଜକୁ ଟ୍ରେଣ୍ଡି ଏବଂ ଆଇକ୍ୟାଚି ଲୁକ୍‌ ଦେବାକୁ ବିଭିନ୍ନ ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାରେ ବେଶ୍‌ ଆଗଭର ଯୁବପିଢ଼ି। ଯେଉଁଥିରୁ ବାଦ୍‌ପଡ଼େନି ସେମାନଙ୍କ ଫୁଟ୍‌ଓ୍ବେର ସିଲେକ୍ସନ। ହେଲେ ବର୍ଷାଦିନ ଆସିଲେ କିଭଳି ଫୁଟ୍‌ଓ୍ବେର ପିନ୍ଧିଲେ ସୁନ୍ଦର ଦେଖାଯିବା ସହ ପାଣି କାଦୁଅରେ ନଷ୍ଟ ନ ହେବ, ତା’କୁ ନେଇ ବଢ଼ିଯାଏ ଅନେକଙ୍କ ଟେନ୍‌ସନ୍‌। ଯାହାକୁ ଦୂର କରିବା ଲାଗି ଏବେ ମାର୍କେଟ୍‌ରେ ମିଳୁଛି ଭଳିକି ଭଳି ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର କଲେକ୍ସନ…

ଫ୍ୟାଶନେବଲ୍‌ ଓ ଟ୍ରେଣ୍ଡି ଲୁକ୍‌ ପାଇଁ ଆଉଟ୍‌ଫିଟ୍‌ ସହିତ ମ୍ୟାଚିଂ ଜୋତା ପିନ୍ଧିବା ଯୁବପିଢ଼ିଙ୍କର ଏକ ସଉକ। ଯେଉଁଥିପାଇଁ ଅନେକଙ୍କ ପାଖେ ଥାଏ ବିଭିନ୍ନ ପ୍ରକାରର ସୁଜ୍‌ କଲେକ୍ସନ। ହେଲେ ବର୍ଷାଦିନେ ବିଭିନ୍ନ ଡିଜାଇନର ଓ୍ବାର୍କ ଥିବା ଚପଲ, ଲେଦର କିମ୍ବା କାନ୍‌ଭାସ୍‌ ଫୁଲ୍‌ଶୁ ଆଦି ପିନ୍ଧିବା ହୋଇଯାଏ ମୁସ୍କିଲ। ଏମିତିରେ ମାର୍କେଟ୍‌ରେ ମିଳୁଥିବା ଅନେକ ପ୍ରକାରର ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର ପାଲଟିଛି ସେମାନଙ୍କ ପାଇଁ ରେନି ଡେ’ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ…
ଫ୍ଲିପ୍‌ ଫ୍ଲପ୍‌: ବର୍ତ୍ତମାନ ବିଭିନ୍ନ ଡିଜାଇନ୍‌ର କଲରଫୁଲ୍‌ ଫ୍ଲିପ୍‌ ଫ୍ଲପ୍‌ ମାର୍କେଟ୍‌ରେ ଉପଲବ୍ଧ। ଯାହାକି ବଜେଟ ଫ୍ରେଣ୍ଡଲୀ ଏବଂ ଖୁବ୍‌ ହାଲୁକା ହୋଇଥିବାରୁ କ୍ୟାରି କରିବାକୁ ମଧ୍ୟ ଖୁବ୍‌ ସହଜ। ତା’ଛଡ଼ା ପ୍ରତ୍ୟେକ ଡ୍ରେସ୍‌ ସହିତ ମ୍ୟାଚିଂ କଲରର ଫ୍ଲିପ୍‌ ଫ୍ଲପ୍‌ ମିଳୁଥିବାରୁ ବର୍ତ୍ତମାନ ଯୁବିପିଢ଼ି ଏହାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
କ୍ଲଗ୍‌ ସ୍ୟାଣ୍ଡେଲ୍‌: ବର୍ଷାରେ ଏଭଳି ଚପଲ ସବୁଠୁ ବେଷ୍ଟ ଅପ୍ସନ। ଏହା ପାଦକୁ ଆରାମଦାୟକ ଲାଗିବା ସହ ଦେଖିବାକୁ ମଧ୍ୟ ଖୁବ୍‌ ଆଇକ୍ୟାଚି। ଏହାକୁ ଯେକୌଣସି କାଜୁଆଲ୍‌ ଆଉଟଫିଟ୍‌ ସହିତ ବ୍ୟବହାର ପରି ହେଉଥିବାରୁ ଯୁବପିଢ଼ିଙ୍କର ଏହାକୁ ନେଇ କ୍ରେଜ୍‌ ବଢ଼ୁଛି। ଏହା ଉପରେ ଥିବା ଛୋଟ ଛୋଟ କଣା ଯୋଗୁ ଓଦା ହେଲେ ପାଦ ଶୀଘ୍ର ଶୁଖିବା ମଧ୍ୟ ସହଜ ହୋଇଥାଏ।
ଷ୍ଟାଇଲିଶ୍‌ ରେନି ଶୁ, ଫଙ୍କି ଗନ୍‌ ବୁଟ୍‌: ରବର ଏବଂ ସଫ୍ଟ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ଡିଜାଇନର ଏଭଳି ଜୋତା ବର୍ତ୍ତମାନ ଯୁବପିଢ଼ିଙ୍କୁ ଅଧିକ ଆକୃଷ୍ଟ କରୁଛି। ଏହା ସବୁ ପ୍ରକାର ଗେଟ୍‌ଅପ୍‌ରେ ଟ୍ରେଣ୍ଡି ଲାଗୁଛି। ବିଶେଷକରି ଆଜିର ମଡର୍ନ ତଥା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ କ୍ୟାରି କରୁଥିବା ଯୁବପିଢ଼ିଙ୍କ ପାଇଁ ଏହା ବେଷ୍ଟ ଅପ୍ସନ।
ଜେଲି ପ୍ଲେଟ୍ସ: ଏଦିନେ ଲେଦର, କାନ୍‌ଭାସ୍‌ ଭଳି ଜୋତା ପରିବର୍ତ୍ତେ ପାଣି ସଂସ୍ପର୍ଶରେ ଆସି ଶୀଘ୍ର ନଷ୍ଟ ନ ହେବା ଭଳି ଜେଲି ପ୍ଲେଟ୍ସ ଫୁଟ୍‌ଓ୍ବେରର ଡିମାଣ୍ଡ ଅଧିକ। ଏହା କଲରଫୁଲ୍‌ ହୋଇଥିବାରୁ ଷ୍ଟାଇଲିଶ୍‌ ଲାଗିଥାଏ ଏବଂ ଖୁବ୍‌ କମ୍ଫର୍ଟେବଲ୍‌ ମଧ୍ୟ।

 

କ’ଣ କରନ୍ତି ଏମାନେ…
ବିନୋଦ କୁମାର ବେହେରା
(ଯାଜପୁର)-
ବର୍ଷାଦିନେ ଯାହା ପିନ୍ଧିଲେ ବି ସବୁ ଓଦା ରହିବାର ଭୟ ଥାଏ। ତେଣୁ ଏ ସମୟରେ ମୁଁ କୌଣସି ଟ୍ରିପ୍‌ରେ ବାହାରିଲେ କଟନ୍‌ ପରିବର୍ତ୍ତେ ସିନ୍ଥେଟିକ୍‌ ଡ୍ରେସ୍‌ କ୍ୟାରି କରିବାକୁ ଭଲପାଏ। କାରଣ ସେସବୁ ଓଦା ହେଲେ ବି ଖୁବ୍‌ଶୀଘ୍ର ଶୁଖିଯାଏ। ତା’ସହ ଷ୍ଟାଇଲିଶ୍‌ ଲାଗିବା ଭଳି ମ୍ୟାଚିଂ ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର ବି ବ୍ୟବହାର କରିଥାଏ।
ମହେଶ୍ୱତା ନାଥ
(ଯାଜପୁର ଟାଉନ୍‌)
ବର୍ଷାଦିନେ ମୁଁ ଜମ୍ପସୁଟ୍‌ ପିନ୍ଧିବାକୁ ଭଲପାଏ। ଖାସ୍‌ କରି ଆଙ୍କେଲ ଲେନଥ୍‌କୁ ବେଶି କ୍ୟାରି କରେ। ତା’ ସହ ଓ୍ବାଟରଫ୍ରୁଫ୍‌ ବୁଟ୍‌ କିମ୍ବା ଫ୍ଲିପ୍‌ ଫ୍ଲପ ସ୍ୟାଣ୍ଡେଲ୍‌ ପିନ୍ଧିବାକୁ ଭଲପାଏ। ବର୍ଷାପାଣିରେ ଏସବୁ ନଷ୍ଟ ହେବାର ଭୟ ବି ନ ଥାଏ। ସୁବିଧାରେ ସବୁଜାଗାକୁ ପିନ୍ଧି ଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri