Posted inଫୁରସତ

ଓ୍ବାଟର ପ୍ରୁଫ୍‌ ଫୁଟ୍‌ଓ୍ବେର

ନିଜକୁ ଟ୍ରେଣ୍ଡି ଏବଂ ଆଇକ୍ୟାଚି ଲୁକ୍‌ ଦେବାକୁ ବିଭିନ୍ନ ଆଉଟ୍‌ଫିଟ୍‌କୁ ନେଇ ଏକ୍ସପେରିମେଣ୍ଟ କରିବାରେ ବେଶ୍‌ ଆଗଭର ଯୁବପିଢ଼ି। ଯେଉଁଥିରୁ ବାଦ୍‌ପଡ଼େନି ସେମାନଙ୍କ ଫୁଟ୍‌ଓ୍ବେର ସିଲେକ୍ସନ। ହେଲେ ବର୍ଷାଦିନ ଆସିଲେ କିଭଳି ଫୁଟ୍‌ଓ୍ବେର ପିନ୍ଧିଲେ ସୁନ୍ଦର ଦେଖାଯିବା ସହ ପାଣି କାଦୁଅରେ ନଷ୍ଟ ନ ହେବ, ତା’କୁ ନେଇ ବଢ଼ିଯାଏ ଅନେକଙ୍କ ଟେନ୍‌ସନ୍‌। ଯାହାକୁ ଦୂର କରିବା ଲାଗି ଏବେ ମାର୍କେଟ୍‌ରେ ମିଳୁଛି ଭଳିକି ଭଳି ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର କଲେକ୍ସନ…

ଫ୍ୟାଶନେବଲ୍‌ ଓ ଟ୍ରେଣ୍ଡି ଲୁକ୍‌ ପାଇଁ ଆଉଟ୍‌ଫିଟ୍‌ ସହିତ ମ୍ୟାଚିଂ ଜୋତା ପିନ୍ଧିବା ଯୁବପିଢ଼ିଙ୍କର ଏକ ସଉକ। ଯେଉଁଥିପାଇଁ ଅନେକଙ୍କ ପାଖେ ଥାଏ ବିଭିନ୍ନ ପ୍ରକାରର ସୁଜ୍‌ କଲେକ୍ସନ। ହେଲେ ବର୍ଷାଦିନେ ବିଭିନ୍ନ ଡିଜାଇନର ଓ୍ବାର୍କ ଥିବା ଚପଲ, ଲେଦର କିମ୍ବା କାନ୍‌ଭାସ୍‌ ଫୁଲ୍‌ଶୁ ଆଦି ପିନ୍ଧିବା ହୋଇଯାଏ ମୁସ୍କିଲ। ଏମିତିରେ ମାର୍କେଟ୍‌ରେ ମିଳୁଥିବା ଅନେକ ପ୍ରକାରର ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର ପାଲଟିଛି ସେମାନଙ୍କ ପାଇଁ ରେନି ଡେ’ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ…
ଫ୍ଲିପ୍‌ ଫ୍ଲପ୍‌: ବର୍ତ୍ତମାନ ବିଭିନ୍ନ ଡିଜାଇନ୍‌ର କଲରଫୁଲ୍‌ ଫ୍ଲିପ୍‌ ଫ୍ଲପ୍‌ ମାର୍କେଟ୍‌ରେ ଉପଲବ୍ଧ। ଯାହାକି ବଜେଟ ଫ୍ରେଣ୍ଡଲୀ ଏବଂ ଖୁବ୍‌ ହାଲୁକା ହୋଇଥିବାରୁ କ୍ୟାରି କରିବାକୁ ମଧ୍ୟ ଖୁବ୍‌ ସହଜ। ତା’ଛଡ଼ା ପ୍ରତ୍ୟେକ ଡ୍ରେସ୍‌ ସହିତ ମ୍ୟାଚିଂ କଲରର ଫ୍ଲିପ୍‌ ଫ୍ଲପ୍‌ ମିଳୁଥିବାରୁ ବର୍ତ୍ତମାନ ଯୁବିପିଢ଼ି ଏହାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
କ୍ଲଗ୍‌ ସ୍ୟାଣ୍ଡେଲ୍‌: ବର୍ଷାରେ ଏଭଳି ଚପଲ ସବୁଠୁ ବେଷ୍ଟ ଅପ୍ସନ। ଏହା ପାଦକୁ ଆରାମଦାୟକ ଲାଗିବା ସହ ଦେଖିବାକୁ ମଧ୍ୟ ଖୁବ୍‌ ଆଇକ୍ୟାଚି। ଏହାକୁ ଯେକୌଣସି କାଜୁଆଲ୍‌ ଆଉଟଫିଟ୍‌ ସହିତ ବ୍ୟବହାର ପରି ହେଉଥିବାରୁ ଯୁବପିଢ଼ିଙ୍କର ଏହାକୁ ନେଇ କ୍ରେଜ୍‌ ବଢ଼ୁଛି। ଏହା ଉପରେ ଥିବା ଛୋଟ ଛୋଟ କଣା ଯୋଗୁ ଓଦା ହେଲେ ପାଦ ଶୀଘ୍ର ଶୁଖିବା ମଧ୍ୟ ସହଜ ହୋଇଥାଏ।
ଷ୍ଟାଇଲିଶ୍‌ ରେନି ଶୁ, ଫଙ୍କି ଗନ୍‌ ବୁଟ୍‌: ରବର ଏବଂ ସଫ୍ଟ ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ଡିଜାଇନର ଏଭଳି ଜୋତା ବର୍ତ୍ତମାନ ଯୁବପିଢ଼ିଙ୍କୁ ଅଧିକ ଆକୃଷ୍ଟ କରୁଛି। ଏହା ସବୁ ପ୍ରକାର ଗେଟ୍‌ଅପ୍‌ରେ ଟ୍ରେଣ୍ଡି ଲାଗୁଛି। ବିଶେଷକରି ଆଜିର ମଡର୍ନ ତଥା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ କ୍ୟାରି କରୁଥିବା ଯୁବପିଢ଼ିଙ୍କ ପାଇଁ ଏହା ବେଷ୍ଟ ଅପ୍ସନ।
ଜେଲି ପ୍ଲେଟ୍ସ: ଏଦିନେ ଲେଦର, କାନ୍‌ଭାସ୍‌ ଭଳି ଜୋତା ପରିବର୍ତ୍ତେ ପାଣି ସଂସ୍ପର୍ଶରେ ଆସି ଶୀଘ୍ର ନଷ୍ଟ ନ ହେବା ଭଳି ଜେଲି ପ୍ଲେଟ୍ସ ଫୁଟ୍‌ଓ୍ବେରର ଡିମାଣ୍ଡ ଅଧିକ। ଏହା କଲରଫୁଲ୍‌ ହୋଇଥିବାରୁ ଷ୍ଟାଇଲିଶ୍‌ ଲାଗିଥାଏ ଏବଂ ଖୁବ୍‌ କମ୍ଫର୍ଟେବଲ୍‌ ମଧ୍ୟ।

 

କ’ଣ କରନ୍ତି ଏମାନେ…
ବିନୋଦ କୁମାର ବେହେରା
(ଯାଜପୁର)-
ବର୍ଷାଦିନେ ଯାହା ପିନ୍ଧିଲେ ବି ସବୁ ଓଦା ରହିବାର ଭୟ ଥାଏ। ତେଣୁ ଏ ସମୟରେ ମୁଁ କୌଣସି ଟ୍ରିପ୍‌ରେ ବାହାରିଲେ କଟନ୍‌ ପରିବର୍ତ୍ତେ ସିନ୍ଥେଟିକ୍‌ ଡ୍ରେସ୍‌ କ୍ୟାରି କରିବାକୁ ଭଲପାଏ। କାରଣ ସେସବୁ ଓଦା ହେଲେ ବି ଖୁବ୍‌ଶୀଘ୍ର ଶୁଖିଯାଏ। ତା’ସହ ଷ୍ଟାଇଲିଶ୍‌ ଲାଗିବା ଭଳି ମ୍ୟାଚିଂ ଓ୍ବାଟରପ୍ରୁଫ୍‌ ଫୁଟ୍‌ଓ୍ବେର ବି ବ୍ୟବହାର କରିଥାଏ।
ମହେଶ୍ୱତା ନାଥ
(ଯାଜପୁର ଟାଉନ୍‌)
ବର୍ଷାଦିନେ ମୁଁ ଜମ୍ପସୁଟ୍‌ ପିନ୍ଧିବାକୁ ଭଲପାଏ। ଖାସ୍‌ କରି ଆଙ୍କେଲ ଲେନଥ୍‌କୁ ବେଶି କ୍ୟାରି କରେ। ତା’ ସହ ଓ୍ବାଟରଫ୍ରୁଫ୍‌ ବୁଟ୍‌ କିମ୍ବା ଫ୍ଲିପ୍‌ ଫ୍ଲପ ସ୍ୟାଣ୍ଡେଲ୍‌ ପିନ୍ଧିବାକୁ ଭଲପାଏ। ବର୍ଷାପାଣିରେ ଏସବୁ ନଷ୍ଟ ହେବାର ଭୟ ବି ନ ଥାଏ। ସୁବିଧାରେ ସବୁଜାଗାକୁ ପିନ୍ଧି ଯାଇପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?