Posted inଜାତୀୟ

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦:  ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ ଉଜ୍ଜୟିନୀର ଅର୍ଜୁନ ପରମାର । ମାତ୍ର ୨୬ ବର୍ଷ ବୟସରେ ତାଙ୍କ ବାର୍ଷିକ ଦରମା ପ୍ୟାକେଜ୍‌ ପ୍ରାୟ ୫୦ ଲକ୍ଷ ଟଙ୍କାରେ ପହଞ୍ଚିଛି । ଏହା ସହ ଗତ ତିନି ବର୍ଷ ମଧ୍ୟରେ ସେ ପ୍ରାୟ ୬୫ରୁ ୭୫ ଲକ୍ଷ ଟଙ୍କାର ଆର୍ଥିକ ସମ୍ପତ୍ତି ଗଢ଼ିଥିବା ରିପୋର୍ଟରେ ଦାବି କରାଯାଇଛି । ତେବେ ତାଙ୍କ ଯାତ୍ରା ଏତେ ସହଜ ନଥିଲା। ଚାକିରି ହରାଇବା ଭଳି କଠିନ ପରିସ୍ଥିତିର ମଧ୍ୟ ସେ ସାମ୍ନା କରିଛନ୍ତି।

ଅର୍ଜୁନ ମଧ୍ୟପ୍ରଦେଶର ଉଜ୍ଜୟିନୀର ବାସିନ୍ଦା। ତାଙ୍କ ବାପା ଛୋଟ ଇଲେକ୍ଟ୍ରିକ୍‌ ସାମଗ୍ରୀ ବ୍ୟବସାୟ କରୁଥିବା ବେଳେ ମା’ ଜଣେ ଗୃହିଣୀ। ଅର୍ଜୁନ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (NIT)ରୁ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଥିଲେ। କିନ୍ତୁ କଲେଜ ପରେ ନିଜ ପସନ୍ଦର କମ୍ପ୍ୟୁଟର ସାଇନ୍ସ ଓ ସଫ୍ଟୱେର୍‌ କ୍ଷେତ୍ରରେ ଚାକିରି ପାଇବା ତାଙ୍କ ପାଇଁ ସହଜ ନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ପ୍ରୋଗ୍ରାମିଂ, କୋଡିଂ ଓ ସଫ୍ଟୱେର୍‌ ଡେଭଲପ୍‌ମେଣ୍ଟ ଶିଖିବା ଆରମ୍ଭ କରିଥିଲେ। ୨୦୨୩ରେ ତାଙ୍କୁ ଟେକ୍‌ ମହିନ୍ଦ୍ରାରେ ଚାକିରି ମିଳିଥିଲା। ସେତେବେଳେ ତାଙ୍କ ବାର୍ଷିକ ପ୍ୟାକେଜ୍‌ ପ୍ରାୟ ୨.୨ ଲକ୍ଷ ଟଙ୍କା ଥିଲା ଏବଂ ମାସିକ ଇନ୍‌-ହ୍ୟାଣ୍ଡ ଦରମା ପ୍ରାୟ ୧୮ ହଜାର ଟଙ୍କା ଥିଲା।

କମ୍‌ ଦରମା ସତ୍ତ୍ୱେ ସେ ସଞ୍ଚୟକୁ ଗୁରୁତ୍ୱ ଦେଇଥିଲେ। ପ୍ରତି ମାସରେ ବାପା-ମା’ଙ୍କୁ ଟଙ୍କା ପଠାଇବା ସହ ନିଜର ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖୁଥିଲେ । ୨୦୨୩ ଶେଷ ଆଡ଼କୁ ସେ ମାସିକ ୫ ହଜାର ଟଙ୍କାର SIP ମଧ୍ୟ ଆରମ୍ଭ କରିଥିଲେ। ଅର୍ଜୁନଙ୍କ କ୍ୟାରିୟରରେ ୨୦୨୪ ଅକ୍ଟୋବରରେ ବଡ଼ ପରିବର୍ତ୍ତନ ଆସିଥିଲା। ଟେକ୍‌ ମହିନ୍ଦ୍ରାରେ ପ୍ରାୟ ୧୫ ମାସ କାମ କରିବା ପରେ ସେ ଆକ୍ସେଞ୍ଚରରେ ଯୋଗ ଦେଇଥିଲେ । ଏଠାରେ ତାଙ୍କ ବାର୍ଷିକ ଦରମା ପ୍ୟାକେଜ୍‌ ପ୍ରାୟ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ବେଙ୍ଗାଲୁରୁରେ ରହିବା ସମୟରେ ସେ ଘରଭଡ଼ା, ଖାଦ୍ୟ ଓ ଯାତାୟାତ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିଥିଲେ । ଏହା ସହ ନିଜର ମାସିକ SIP ନିବେଶକୁ ୩୫ରୁ ୪୦ ହଜାର ଟଙ୍କାକୁ ବଢ଼ାଇଥିଲେ । ପରିବାରକୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବା ଆରମ୍ଭ କରିଥିଲେ।

୨୦୨୫ ଅଗଷ୍ଟରେ ଅର୍ଜୁନଙ୍କୁ ଏକ ବଡ଼ ଗ୍ଲୋବାଲ୍‌ ଟେକ୍ନୋଲୋଜି କମ୍ପାନୀରେ ଚାକିରି ମିଳିଥିଲା। ତାଙ୍କ ବାର୍ଷିକ ପ୍ୟାକେଜ୍‌ ପ୍ରାୟ ୪୫ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପ୍ରାରମ୍ଭିକ ଦରମା ତୁଳନାରେ ଏହା ଏକ ବଡ଼ ସଫଳତା ଥିଲା। ଅଧିକ ରୋଜଗାର ସହ ତାଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଥିଲା। ଭଲ ଘର, ବାହାରେ ଖାଇବା ଓ ଭ୍ରମଣ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ତଥାପି ସେ ପ୍ରତି ମାସରେ ପ୍ରାୟ ୧ରୁ ୧.୨୫ ଲକ୍ଷ ଟଙ୍କା ନିବେଶ ଜାରି ରଖିଥିଲେ। କିନ୍ତୁ ୨୦୨୬ ମେ’ ମାସରେ କମ୍ପାନୀର ପୁନର୍ଗଠନ ଯୋଗୁଁ ତାଙ୍କ ଚାକିରି ଚାଲିଯାଇଥିଲା। ଏତେ ଭଲ ଦରମାର ଚାକିରି ଅଳ୍ପ ସମୟ ମଧ୍ୟରେ ହାତଛଡ଼ା ହେବା ତାଙ୍କ ପାଇଁ ଏକ ବଡ଼ ଝଟ୍‌କା ଥିଲା।

ହେଲେ ଏହି ସମୟରେ ତାଙ୍କର ପ୍ରାୟ ୬ ଲକ୍ଷ ଟଙ୍କାର ଜରୁରୀକାଳୀନ ପାଣ୍ଠି ଥିଲା। ଏହା ତାଙ୍କୁ ନିବେଶ ଭାଙ୍ଗିବା ପରିବର୍ତ୍ତେ ନୂଆ ଚାକିରି ଖୋଜିବା ପାଇଁ ସମୟ ଦେଇଥିଲା। ଚାକିରି ହରାଇବା ପରେ ଅର୍ଜୁନ ପୁଣିଥରେ କୋଡିଂ, ଟେକ୍ନିକାଲ୍‌ ଇଣ୍ଟରଭ୍ୟୁ ଓ ସିଷ୍ଟମ୍‌ ଡିଜାଇନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଅନେକ ସ୍ଥାନରେ ବିଫଳ ହେବା ପରେ ଶେଷରେ ୨୦୨୬ ସେପ୍ଟେମ୍ବରରେ ତାଙ୍କୁ ଅନ୍ୟ ଏକ ବଡ଼ ଗ୍ଲୋବାଲ୍‌ ଟେକ୍ନୋଲୋଜି କମ୍ପାନୀରେ ଚାକିରି ମିଳିଥିଲା।ବର୍ତ୍ତମାନ ତାଙ୍କର ବାର୍ଷିକ CTC ପ୍ରାୟ ୫୦ ଲକ୍ଷ ଟଙ୍କା। ତେବେ ଏହାର ଅର୍ଥ ନୁହେଁ ଯେ ପ୍ରତି ମାସରେ ତାଙ୍କ ବ୍ୟାଙ୍କ ଖାତାକୁ ୪.୨ ଲକ୍ଷ ଟଙ୍କା ଆସୁଛି। ଟିକସ ଓ ଅନ୍ୟାନ୍ୟ କଟୋତି ପରେ ତାଙ୍କ ମାସିକ ଇନ୍‌-ହ୍ୟାଣ୍ଡ ଦରମା ପ୍ରାୟ ୨.୮ରୁ ୩ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?