Posted inଜାତୀୟ

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ ରେଳ, ମେଟ୍ରୋ, ରାଜପଥ, ବନ୍ଦର, ପେଟ୍ରୋଲିୟମ ଓ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରି ସେ ଏହା କହିଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୧୩ ହଜାର କୋଟି ଟଙ୍କା।

ମୋଦି କହିଛନ୍ତି, ତାମିଲନାଡୁକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ପୂର୍ଣ୍ଣ ପ୍ରତିବଦ୍ଧତାର ସହ ରାଜ୍ୟ ସହିତ ରହିଛନ୍ତି । ଉଭୟ ମିଶି ଏକ ବିକଶିତ ତାମିଲନାଡୁ ମାଧ୍ୟମରେ ବିକଶିତ ଭାରତର ସଂକଳ୍ପ ପୂରଣ କରିବାକୁ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି, ତାମିଲନାଡୁ ପାଇଁ ଆଜିର ଦିନ ଐତିହାସିକ । ପ୍ରାୟ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରାଜ୍ୟର ବିକାଶକୁ ନୂଆ ଗତି ଦେବ । ଏଥିମଧ୍ୟରୁ କେତେକ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିବା ବେଳେ ଆଉ କେତେକ ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଦୈନନ୍ଦିନ ଯାତାୟାତକୁ ସହଜ କରିବା ସହ ଶିଳ୍ପ ଓ ବାଣିଜ୍ୟର ବିକାଶରେ ସହାୟକ ହେବ। ଏହାଦ୍ୱାରା ରାଜ୍ୟର ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି। ତାମିଲନାଡୁର ସାଂସ୍କୃତିକ ଐତିହ୍ୟ ଓ ଆଧୁନିକ ବିକାଶକୁ ଏକାଠି ଯୋଡ଼ି ପ୍ରଧାନମନ୍ତ୍ରୀ କହିଛନ୍ତି, ମନ୍ଦିରରୁ ମେଟ୍ରୋ ପର୍ଯ୍ୟନ୍ତ ତାମିଲନାଡୁର ଅଭିଜ୍ଞତା ଆଜିର ଭାରତର ପ୍ରକୃତ ଚିତ୍ରକୁ ପ୍ରତିଫଳିତ କରୁଛି। ଭାରତ ନିଜର ସାଂସ୍କୃତିକ ଶକ୍ତିରୁ ପ୍ରେରଣା ନେଉଛି, ବିଜ୍ଞାନର ଅଗ୍ରଗତି ଦ୍ୱାରା ଆଗକୁ ବଢ଼ୁଛି ଏବଂ ଆଧୁନିକ ଭିତ୍ତିଭୂମି ଜରିଆରେ ନୂଆ ସୁଯୋଗ ସୃଷ୍ଟି କରୁଛି । ଦେଶର ଐତିହ୍ୟ ଓ ଭବିଷ୍ୟତର ଆକାଂକ୍ଷା ଏକାସାଙ୍ଗରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।

ଏହି ଗସ୍ତ ସମୟରେ ମୋଦି ଚେନ୍ନାଇ ମେଟ୍ରୋର ଆଉ ଏକ ପର୍ଯ୍ୟାୟକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା ସହ IITରେ ଥିବା ବ୍ରେନ୍‌ ରିସର୍ଚ୍ଚ ସେଣ୍ଟର ପରିଦର୍ଶନ କରିଥିବା କହିଛନ୍ତି। ଏହି କ୍ଷେତ୍ରରେ ଗବେଷଣା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ନୂଆ ସୁଯୋଗ ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଛନ୍ତି । ସରକାରର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିବା ପ୍ରସଙ୍ଗ ଉଠାଇ ମୋଦି କହିଛନ୍ତି, ୨୦୦୧ ଅକ୍ଟୋବରରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରଠାରୁ ଦେଶବାସୀ ତାଙ୍କୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଇଛନ୍ତି। ଏହି ୨୫ ବର୍ଷର ଯାତ୍ରାରେ ଗଣତନ୍ତ୍ରର ଦୁଇଟି ପ୍ରମୁଖ ଶକ୍ତି ଉପରେ ତାଙ୍କର ବିଶ୍ୱାସ ଆହୁରି ଦୃଢ଼ ହୋଇଛି। ପ୍ରଥମଟି ହେଉଛନ୍ତି ଦେଶର ଜନସାଧାରଣ ଏବଂ ଦ୍ୱିତୀୟଟି ହେଉଛି ସହଯୋଗୀ ସଂଘୀୟ ବ୍ୟବସ୍ଥା ବା କୋ-ଅପରେଟିଭ୍‌ ଫେଡେରାଲିଜମ୍‌।

ସେ କହିଛନ୍ତି, ସେ ସବୁବେଳେ ରାଜ୍ୟର ବିକାଶ ମାଧ୍ୟମରେ ଦେଶର ବିକାଶର ମନ୍ତ୍ର ନେଇ କାମ କରିଛନ୍ତି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ରାଜ୍ୟଗୁଡ଼ିକର ଆକାଂକ୍ଷାକୁ ବୁଝିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେହି ଆକାଂକ୍ଷା ପୂରଣ କରିବା ସହ ରାଜ୍ୟଗୁଡ଼ିକ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ବୋଲି ମୋଦି କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?