Posted inଫୁରସତ

ପକ୍ଷୀଙ୍କ ପାଇଁ ଆପାର୍ଟମେଣ୍ଟ

ଆଜିକାଲି ସହର ଆପାର୍ଟମେଣ୍ଟମୟ ହୋଇଗଲାଣି। ଜନସଂଖ୍ୟା ବଢିବା ସହ ଆପାର୍ଟମେଣ୍ଟ କଲ୍ଚର ବଢିବାରେ ଲାଗିଛି। ହେଲେ ଏଥିରେ ବଳି ପଡିଯାଉଛନ୍ତି କୁନି କୁନି ଚଢେଇ। ଗଛ ସଂଖ୍ୟା କମିବା ଯୋଗୁ ସେମାନେ ବାସହରା ହୋଇଯାଉଛନ୍ତି। ତାସହ ଅନେକ ଚଢେଇଙ୍କ ବଂଶ ବି ଲୋପ ପାଇବାକୁ ବସିଲାଣି। ଏହିସବୁକୁ ନଜରରେ ରଖି ରାଜସ୍ଥାନର ରାଜଧାନୀ ଜୟପୁରରେ ଖାସ୍‌ ଚଢେଇଙ୍କ ପାଇଁ ଛଅ ମହଲାବିଶିଷ୍ଟ ୮୦ ଫୁଟ୍‌ ଉଚ୍ଚତାର ଏକ ସୁନ୍ଦର ଆପାର୍ଟମେଣ୍ଟ ତିଆରି କରାଯାଇଛି। ଦୂରରୁ ଏହା ଲିନିଂ ଟାଓ୍ବାର ଅଫ୍‌ ପିସା ଭଳି ଦେଖାଯାଏ। ଏହି ଆପାର୍ଟମେଣ୍ଟରେ ପକ୍ଷୀ ରହିବା ଲାଗି ୧୩୦୦ଟି ଖୋପ ବା କଣା ଅଛି। ପ୍ରତି ଖୋପରେ ଗୋଟିଏରୁ ଦୁଇଟି ପକ୍ଷୀ ଆରାମରେ ରହିପାରିବେ। ଉକ୍ତ ଆପାର୍ଟମେଣ୍ଟକୁ ତିଆରି କରିବା ଲାଗି ଦୁଇ ମାସ ସମୟ ଲାଗିଥିଲା। ଏଥିରେ ଏବେ ଚଢେଇ ରହିବା ସହ ସେଥିରେ ଅଣ୍ଡା ଦେବା ମଧ୍ୟ ଆରମ୍ଭ କରିଦେଲେଣି। ଏଥିରେ ଦାନା ଓ ପାଣି ଦେବାର ବ୍ୟବସ୍ଥା ବି ରହିଛି। ପକ୍ଷୀମାନେ ଯେମିତି ଠିକ୍‌ ସମୟରେ ଦାନା ପାଣି ପାଇବେ ସେଥିପାଇଁ ତିନିଜଣ ବ୍ୟକ୍ତିଙ୍କୁ ନିଯୁକ୍ତ ବି କରାଯାଇଛି। ଉକ୍ତ ଆପାର୍ଟମେଣ୍ଟକୁ ଜୟପୁରର ପିଞ୍ଜରାପୋଲ ଗୌଶାଳା ନିର୍ମାଣ କରାଇଛି। ସୂଚନାଯୋଗ୍ୟ ଏହିଭଳି ଆପାର୍ଟମେଣ୍ଟ ଉଜୈନରେ ବି ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri