ଜମିକୁ ମାଡ଼ିବ ଜଳ

ବଇଣ୍ଡା,୨୧।୬(ଡି.ଏନ.ଏ.) ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇ ନ ଥିଲେ ମଧ୍ୟ ଚାଷ ଜମିକୁ ମାଡ଼ୁଥିଲା ଝରଣା ପାଣି। ନିର୍ମାଣ କରାଯାଇଥିବା ୭ କିଲୋମିଟର କେନାଲ ଯୋଗୁ ଶତାଧିକ ଚାଷୀ ଉପକୃତ ହେଉଥିଲେ। ହେଲେ ୨୦୧୧ ଠାରୁ ଏହି କେନାଲ ପ୍ରତି ସରକାରୀ ଅବହେଳା ଅସନ୍ତୋଷର କାରଣ ହୋଇଆସିଥିଲା। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେନାଲ ସଫେଇ କରାଯାଉ ନ ଥିଲା। ଫଳରେ ଏହା ପୋତିହୋଇ ପଡ଼ିବାରୁ ଜମି ନିକଟରେ ଜଳ ପହଞ୍ଚିପାରୁ ନ ଥିଲା। ଏଥିଯୋଗୁ ଏହି ଝରଣା ପାଣି ଉପରେ ନିର୍ଭର କରୁଥିବା ଚାଷ କାର୍ଯ୍ୟ ଠପ୍‌ ହୋଇଯାଇଥିଲା। ତେବେ ଦୀର୍ଘ ୧୧ ବର୍ଷ ପରେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତ ପକ୍ଷରୁ ଚାଷୀଙ୍କ ଦୁଃଖ ଦୂର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେନାଲର ପୁନରୁଦ୍ଧାର କାର୍ଯ୍ୟ ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାରୁ ଏବେ ଜମି ନିକଟରେ ପହଞ୍ଚିପାରିବ କେନାଲ ଜଳ।
କିଶୋରନଗର ବ୍ଲକ ବାମୁର ପଞ୍ଚାୟତରେ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ଏଯାଏ ପୂରଣ ହୋଇନାହିଁ। ତଥାପି ଝରଣା ପାଣିକୁ ଜମି ଯାଏ ପହଞ୍ଚାଇବାକୁ ଏଠାରେ ୭ କିଲୋମିଟର କେନାଲ ରହିଛି। କିନ୍ତୁ ଜଳସେଚନ ବିଭାଗର ଅବହେଳା ଯୋଗୁ ତାହା ୨ରୁ ୩ ଫୁଟ ପର୍ଯ୍ୟନ୍ତ ମାଟି ବାଲିରେ ପୋତିହୋଇ ଯାଇଛି। ଫଳରେ ସୁରେଶ୍ୱରୀ ନାଳରୁ ଆସୁଥିବା ପାଣି ଚାଷ ଜମିଯାଏ ପହଞ୍ଚିପାରୁ ନ ଥିବାରୁ ଚାଷ କାର୍ଯ୍ୟ ହୋଇପାରୁ ନାହିଁ। କିଶୋରନଗର ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ କେନାଲର ପୁନରୁଦ୍ଧାର କରିବା ସହ ସୁରେଶ୍ୱରୀ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘବର୍ଷ ହେଲା ଦାବି କରାଯାଇ ଆସୁଛି। ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କିନ୍ତୁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ଖଣ୍ଡହତା, ବନ୍ଧୁପାଲି, ପିପଳମୁଣ୍ଡା, କରମଳକଟା, ବଏଜା, ରାମଚନ୍ଦ୍ରପୁର, ଜଏରାଟ ଆଦି ଗ୍ରାମର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସୁରେଶ୍ୱରୀ ନାଳଠାରୁ ବାହାରିଥିବା ସମସ୍ତ କେନାଲ ସଫା କରିବା ପାଇଁ କିଶୋରନଗର କୃଷକ ସଙ୍ଗଠନ ପକ୍ଷରୁ ବହୁବାର ଜଳସେଚନ ବିଭାଗକୁ ଅଭିଯୋଗ କରାଯାଇଛି। କିନ୍ତୁ ପଦକ୍ଷେପ ନିଆଯାଇ ନ ଥିବା ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ଦୀର୍ଘବର୍ଷ ହେଲା ଚାଷୀ ହଇରାଣ ହେଉଥିବାରୁ ବାମୁର ପଞ୍ଚାୟତ ବିଭାଗ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କେନାଲ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏ ନେଇ କିଶୋରନଗର କ୍ଷୁଦ୍ର ଜଳ ସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ତ୍ରିପୁରାରୀ ନାୟକ କହିଛନ୍ତି, କେନାଲ ସଫା କରିବା ପାଇଁ ଜଳସେଚନ ବିଭାଗକୁ ଚିଠି କରାଯାଇଥିବା ବେଳେ ଏହାକୁ ପଞ୍ଚାୟତ ବିଭାଗ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି। ଆଉ ୨୫ କି.ମି. କେନାଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ ମଞ୍ଜୁର ହେଲେ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri